• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

leader
ଭୋଟ୍‌କୁ ନେଇ ଖାଲି ଜନତା ନୁହଁନ୍ତି, ନେତାଙ୍କ ଭିତରେ ବି ଥିଲା ପ୍ରବଳ ଆଗ୍ରହ

ଭୁବନେଶ୍ୱର : ୧୯ ମହାସମରର ପ୍ରଥମ ପର୍ଯ୍ୟାୟ ଭୋଟ୍ ବେଳେ ସାଧାରଣ ଜନତାଙ୍କ ଭଳି ମତଦାନକୁ ନେଇ ବେଶ୍ ଉତ୍ସାହିତ ଥିଲେ ବିଭିନ୍ନ ଦଳର ରାଜନେତା। ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେବାକୁ ଅପେକ୍ଷା କରିଥିଲେ ରାଜନେତା। କଳାହାଣ୍ଡି ଲୋକସଭା ଆସନ ଲାଗି ତ୍ରିମୁଖୀ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିବା ତିନି ହେଭିୱେଟ୍ ନିଜ ଅଞ୍ଚଳରେ ଭୋଟ୍ ଦାନ କରିଥିଲେ। କଳାହାଣ୍ଡି ଲୋକସଭା ପାଇଁ ଲଢୁଥିବା ବିଜେପି ପ୍ରାର୍ଥୀ ତଥା ଦଳ ରାଜ୍ୟ ସଭାପତି ବସନ୍ତ ପଣ୍ଡା ନୂଆପଡ଼ାରେ […]

  • Friday, 16 July 2021
first phase
ଓଡ଼ିଶାରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାରେ ସରିଛି ମତଦାନ। ଇଭିଏମ୍‌ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ମେ’ ୨୩ରେ ଜଣା ପଡିବ ଫଳାଫଳ। ଗଣତନ୍ତ୍ରର ଗଣପର୍ବରେ ସାମିଲ ହୋଇ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ଆଜି ମତଦାତାଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍କଣ୍ଠା। ଯୁବ, ମହିଳା, ବୟସ୍କ ଓ ଦିବ୍ୟାଙ୍ଗ ଭୋଟ୍ ଦେଇ ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ସମସ୍ତେ […]

  • Friday, 16 July 2021
kotia
ଆନ୍ଧ୍ର ଯାଇ ଭୋଟ ଦେଲେ କୋଟିଆ ଗାଁ ଲୋକେ

କୋରାପୁଟ( ସୂର୍ଯ୍ୟ ପଣ୍ଡା) : ଆନ୍ଧ୍ର ପ୍ରଦେଶକୁ ଯାଇ ଭୋଟ ଦେଲେ ଓଡିଶା ଲୋକେ। ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ବିବାଦୀୟ କୋଟିଆ ଗାଁ ଲୋକେ ଆନ୍ଧ୍ରକୁ ଯାଇ ଦେଇଛନ୍ତି ଭୋଟ୍। ନେରେଡିବାଲାସଠା ଓ ଏହାର ଆଖପାଖର ଅନେକ ଗାଁ ପାଇଁ ଆନ୍ଧ୍ର ସରକାର ତରଫରୁ ୨ଟି ବୁଥ ଖୋଲାଯାଇଥିଲା ।ଏହି ସବୁ ଗାଁ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ବୁଥ ବହୁ ଦୂର ହେଉଥିବାରୁ ଆନ୍ଧ୍ର ଯାଇ ଭୋଟ ଦେଇଛନ୍ତି ଗ୍ରାମବାସୀ।

  • Friday, 16 July 2021
malkangiri
ନକ୍ସଲଙ୍କ ଭୟରେ ଭୋଟ୍‌ ଦେଲେନି ଭୋଟର

ମାଲକାନଗିରି (ଜିତେନ୍ଦ୍ର ବେଉରା) : ରାଜ୍ୟରେ ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ ମତଦାନ ପ୍ରକ୍ରିୟା ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଖାଦେଇଛି। ମାଲକାନଗିରି ଜିଲ୍ଲାରେ ଦୁଇଟି ବୁଥକୁ କେହି ଭୋଟ୍‌ ଦେବାକୁ ଯାଇ ନଥିବା ସୂଚନା ମିଳିଛି। ଜିଲ୍ଲାର ମାଥିଲି ବ୍ଲକର ତେମୁରୁପାଲିର ୬ ନମ୍ବର ଓ ୮ ନମ୍ବର ବୁଥ୍‌କୁ କେହି ଭୋଟ ଦେବାକୁ ଯାଇନାହାନ୍ତି। […]

  • Friday, 16 July 2021
aparajita
ଭୁବନେଶ୍ୱର ବାର୍‌ ଆସୋସିଏସନ୍‌ରେ ଭୋଟ ଭିକ୍ଷା କଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ବାର୍‌ ଆସୋସିଏସନ୍ ଯାଇ ଭୋଟ୍ ଭିକ୍ଷା କରିଛନ୍ତି। ବାର ଭିତରକୁ ଯାଇ ଆଇନ୍‌ଜୀବୀ ଓ କର୍ମକର୍ତ୍ତାଙ୍କୁ ଭେଟି ବିଜେପିକୁ ଭୋଟ୍ ଦେଇ ଜିତାଇବାକୁ ନିବେଦନ କରିଥିଲେ। ତାଙ୍କ ସହ ଭୁବନେଶ୍ୱର ଉତ୍ତର ପ୍ରାର୍ଥୀ ଅପରାଜିତା ମହାନ୍ତି, ମଧ୍ୟର ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ମଧ୍ୟ ଉପସ୍ଥିତ ଥିଲେ  ଗତକାଲି ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ […]

  • Friday, 16 July 2021
amit sahah
ଆସନ୍ତାକାଲି ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର  : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। କେନ୍ଦୁଝର ମେଡିକାଲ୍ କଲେଜ ପଡ଼ିଆରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଏପ୍ରିଲ୍ ୧୭ ତାରିଖରେ ଅମିତ ଶାହ ପୁଣି ଓଡ଼ିଶା ଗସ୍ତରେ ଆସିବେ। ସେହିଦିନ ସେ ବଡ଼ମ୍ବା ଓ ଢେଙ୍କନାଳରେ ଦୁଇଟି ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଶ୍ରୀ ଶାହ ଏପ୍ରିଲ୍ ୯ ତାରିଖରେ ଓଡ଼ିଶା ଗସ୍ତରେ […]

  • Friday, 16 July 2021
ots
ଆସନ୍ତାକାଲି ଏହି ନେତାଙ୍କର ହେବ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର : ଯୁଦ୍ଧକ୍ଷେତ୍ର ପ୍ରସ୍ତୁତ। ଯୋଦ୍ଧା ବି ପ୍ରସ୍ତୁତ। ୧୯ ନିର୍ବାଚନ ପାଇଁ ଆସନ୍ତାକାଲି ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଉ ଏହି ଲଢ଼େଇ ପାଇଁ ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ମଧ୍ୟରୁ କେତେକ ହେଭିୱେଟ୍‌ ନେତାଙ୍କ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ନବରଙ୍ଗପୁରରେ ଭାଗ୍ୟ ପରଖିବାକୁ ଯାଉଛନ୍ତି ୩ ମାଝୀ। ସେମାନେ ହେଲେ ବିଜେପିର ବଳଭଦ୍ର ମାଝୀ, କଂଗ୍ରେସର ପ୍ରଦୀପ ମାଝୀ ଓ ବିଜେଡିର ରମେଶ ଚନ୍ଦ୍ର ମାଝୀ। ସେହିପରି କଳାହାଣ୍ଡିରେ ବିଜେପି ରାଜ୍ୟ […]

  • Friday, 16 July 2021
modi biopic
ଆସନ୍ତାକାଲି ରିଲିଜ୍ ହେବନି ମୋଦିଙ୍କ ବାୟୋପିକ୍

ନୂଆଦିଲ୍ଲୀ : ପୁଣି ବଲିଉଡ ମୁଭି ‘ପିଏମ୍ ନରେନ୍ଦ୍ର ମୋଦି’କୁ ଝଟକା। ଫିଲ୍ମର ପ୍ରଦର୍ଶନ ନିର୍ବାଚନ ଶେଷ ପରେ ହିଁ ହୋଇପାରିବ ବୋଲି କହିଛନ୍ତି ନିର୍ବାଚନ କମିଶନର। ଏହା ଫଳରେ ଆସନ୍ତାକାଲି ରିଲିଜ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ପିଏମ୍ ନରେନ୍ଦ୍ର ମୋଦି ହଲ୍‌ରେ ପ୍ରଦର୍ଶିତ ହେବନାହିଁ। ସେହିଭଳି ଏନଟିଆର ଲକ୍ଷ୍ମୀ, ଉଦ୍ୟମ ସିମହାର ରିଲିଜ୍ ଉପରେ ବି କଟକଣା ଲଗାଇଛନ୍ତି ନିର୍ବାଚନ କମିଶନର। ଆଚରଣ ବିଧି ଉଲ୍ଲଂଘନ ସହ ଜନମତକୁ ଏସବୁ ଫିଲ୍ମ […]

  • Friday, 16 July 2021
bjp mmet ceo
ବିଜେଡି ଇସ୍ତାହାରକୁ ନେଇ ସିଇଓଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର : ନିର୍ବାଚନୀ ଇସ୍ତାହାରକୁ ନେଇ ଆଜି ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳ ପକ୍ଷରୁ ପରସ୍ପର ବିରୋଧରେ ଥାନାରେ ଏତଲା ଦାଏର କରାଯାଇଛି। ଯାହାକି ରାଜ୍ୟ ରାଜନୀତିକୁ ସରଗରମ କରିଛି। ବିଜେଡିର ନିର୍ବାଚନୀ ଇସ୍ତାହାରରେ ସରକାରୀ ଲୋଗୋର ଦୁରୁପଯୋଗ ହୋଇଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି। ବିଜେଡି ନିର୍ବାଚନୀ ଇସ୍ତାହାରରେ ରାଜ୍ୟ ସରକାରଙ୍କ ଲୋଗୋ କିଭଳି ରଖାଯାଇଛି ସେନେଇ ବିଜେପି ପ୍ରଶ୍ନ ଉଠାଇଛି। ବିଜେପି […]

  • Friday, 16 July 2021
bridge
କଟକ ତ୍ରିଶୁଳିଆ ବ୍ରିଜ୍‌କୁ ନେଇ ରାଜନୀତି

କଟକ : ଭୁବନେଶ୍ୱର ଓ କଟକର ଦୂରତ୍ୱ କମାଇବା ପାଇଁ ନିର୍ମାଣ ହୋଇଥିଲା ନେତାଜୀ ସୁବାଷ ଚନ୍ଦ୍ର ବୋଷ ବ୍ରିଜ୍‌ (ତ୍ରିଶୁଳିଆ ବ୍ରିଜ)। ଦୁଇ ସହର ଭିତରେ ଦୂରତା କମିଲା। ହେଲେ ନିର୍ବାଚନୀ ଋତୁରେ ବ୍ରିଜ ନିର୍ମାଣର ଶ୍ରେୟ ନେବା ପାଇଁ ଚାଲିଛି ଲଢ଼େଇ। ତ୍ରିଶୁଳିଆ ବ୍ରିଜ ନିର୍ମାଣକୁ ନେଇ କଟକରେ ଆରମ୍ଭ ହୋଇଛି ରାଜନୀତି। ବିଜେପି ପ୍ରାର୍ଥୀ ସମୀର ଦେ କହିଛନ୍ତି, ୨୦୦୩ ମସିହାରେ ସେ ମନ୍ତ୍ରୀ ଥିବା ବେଳେ ଏହାର ଡିପିଆର ପ୍ରସ୍ତୁତ କରିଥିଲେ। […]

  • Friday, 16 July 2021
bjd allegation
ଓଟିଭି ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ବିଜେଡି

ଭୁବନେଶ୍ୱର : ଓଟିଭି ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଶାସକ ବିଜେଡି। ଭୋଟ ପୂର୍ବର ବ୍ୟାନ୍ ୪୮ ଘଣ୍ଟା ସମୟରେ ବିଜେପି କରିଥିବା ସାମ୍ବାଦିକ ସମ୍ମିଳନୀର ଓଟିଭି ସିଧା ପ୍ରସାରଣ କରିବା ଦୁର୍ଭାଗ୍ୟଜନକ ଓ ଏହା ନିର୍ବାଚନ କମିଶନଙ୍କ ଗାଇଡ୍‌ ଲାଇନ୍ ଉଲ୍ଲଙ୍ଘନ କରୁଛି। ତେଣୁ ଓଟିଭି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡିର ଅଭିଯୋଗକୁ OTV ଖଣ୍ଡନ […]

  • Friday, 16 July 2021
bolangiri
ପାଣି ନାହିଁ ତ ଭୋଟ ନାହିଁ ; ନିର୍ବାଚନ ପୂର୍ବରୁ ତାତିଲେ ଲୋକେ

ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ୍‌ ଜଳଜଡ ଗାଁରେ ତାତିଲେ ଲୋକେ। ଗାଁକୁ ପାନୀୟ ଜଳ ଯୋଗାଣ ନହେଲେ ଭୋଟ ବର୍ଜନର ଧମକ ଦେଲେ ଗ୍ରାମବାସୀ। ଏନେଇ ଗାଁର ଶତାଧିକ ମହିଳା ପୁରୁଷ ବଲାଙ୍ଗିର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ନାରାବାଜି ଦେଇଥିଲେ। ଜଳଯୋଗାଣ ନହେଲେ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଭୋଟକୁ ବର୍ଜନ କରିବା ପାଇଁ ଧମକ ଦେଇଛନ୍ତି ଗ୍ରାମବାସୀ।

  • Friday, 16 July 2021
dharmendra
ବୌଦ୍ଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର

ବୌଦ୍ଧ (ଭର୍ଜନ କୁମାର ପ୍ରଧାନ) : ବୌଦ୍ଧ ନିର୍ବାଚନମଣ୍ଡଳୀ ବୁଢିପଦରରେ ବିଜେପିର ସଂକଳ୍ପ ସମାବେଶ। ବୁଢିପଦର ହାଇସ୍କୁଲ ପଡ଼ିଆରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଜିଲ୍ଲାରେ ଥିବା ସମସ୍ୟାର ସମାଧାନ କରାଯିବ ସହ ଗୁରୁଜୀମୁଣ୍ଡା ଜଳ ପ୍ରକଳ୍ପ, ବୌଦ୍ଧରେ ସରକାରୀ କଲେଜ ନିର୍ମାଣ  ଉପରେ ଗୁରୁତ୍ୱାରୋପ କରିବେ ବୋଲି କହିଥିଲେ। ବୌଦ୍ଧରେ ଆୟୋଜିତ ସଭାରେ କନ୍ଧମାଳରେ ବିଜେପି ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁ, ବୌଦ୍ଧ ବିଧାନସଭା […]

  • Friday, 16 July 2021
bjp
ବିଜେପିରେ ମିଶିଲେ ଡେରାବିଶ ବ୍ଲକ ଅଧ୍ୟକ୍ଷ

କେନ୍ଦ୍ରାପଡ଼ା : ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଅଧ୍ୟକ୍ଷ ସରୋଜ ସାହୁ। ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ରଙ୍କ ଉପସ୍ଥିତରେ ସେ ତାଙ୍କ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି। ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ୱାଲାଙ୍କୁ ବିରୋଧ କରି ସେ ଦଳ ଛାଡ଼ିଥିବା କହିଛନ୍ତି। ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସେ କହିଛନ୍ତି, ବେଦ ପ୍ରକାଶ ଅଗ୍ରୱାଲଙ୍କ ଅପାରଗତା ଓ ମନମାନି ଯୋଗୁ ଦୀର୍ଘ ଦିନ ହେଲା ଡେରାବିଶ ବ୍ଲକ୍‌ରେ […]

  • Friday, 16 July 2021
election
ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚୂଡ଼ାନ୍ତ ହୋଇଛି ସମସ୍ତ ପ୍ରସ୍ତୁତି। ଓଡ଼ିଶାର ୪ ଲୋକସଭା ଆସନ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ସହିତ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୪ ଲୋକସଭା ଆସନ ପାଇଁ ମଇଦାନରେ ଅଛନ୍ତି ୨୮ ଜଣ ପ୍ରାର୍ଥୀ। ସେହିପରି ଏସବୁ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଗ୍ୟ ପରୀକ୍ଷା କରୁଥିବା ପ୍ରାର୍ଥୀଙ୍କ ସଂଖ୍ୟା ୧୯୧। […]

  • Friday, 16 July 2021
sumitra jena
ବିଜେଡିରେ ମିିଶିଲେ ସୁମିତ୍ରା ଜେନା

ଭୁବନେଶ୍ୱର : ଦଳୀୟ ଟିକେଟରୁ ବଞ୍ଚିତ ହେବାପରେ ପ୍ରଦେଶ କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। କଂଗ୍ରେସରୁ ଇସ୍ତଫା ଦେବାର ୨୪ଘଣ୍ଟା ନପୁରୁଣୁ ସେ ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ତାହା ପାଳନ କରିବେ ଓ କୌଣସି ପ୍ରଲୋଭନରେ ସେ ବିଜେଡିରେ ଯୋଗ ଦେଇନାହାନ୍ତି ବୋଲି କହିଛନ୍ତି। […]

  • Friday, 16 July 2021
jj
ମହିଳା ସଭାନେତ୍ରୀଙ୍କ ସାଂଘାତିକ ଅଭିଯୋଗ ; ସୁନ୍ଦରୀ ମହିଳାଙ୍କୁ ନିରଞ୍ଜନ କରୁଛନ୍ତି ପ୍ରାର୍ଥୀ

ଭୁବନେଶ୍ୱର : ଟିକେଟ ବଣ୍ଟନକୁ ନେଇ ପିସିସି ସଭାପତିଙ୍କ ବିରୋଧରେ ସୁମିତ୍ରାଙ୍କ ସଙ୍ଗୀନ ଅଭିଯୋଗ। ନିରଞ୍ଜନ ଟଙ୍କା ନେଇ ମଦ ବେପାରୀଙ୍କୁ ଟିକେଟ୍ ଦେଇଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟ ମହିଳା କଂଗ୍ରେସର ତାଲିକା ଦେଖି ନୁହେଁ ବରଂ ସୁନ୍ଦରୀ ମହିଳାଙ୍କୁ ନିରଞ୍ଜନ ଟିକେଟ ଦେଇଥିବା ଅଭିଯୋଗ ବାଢ଼ିଛନ୍ତି ସୁମିତ୍ରା। ତାସହିତ ତାଙ୍କ ଉପରେ କଂଗ୍ରେସ୍ ଭବନରେ ଯେଉଁମାନେ ଆକ୍ରମଣ କରିଥିଲେ, କାର୍ଯ୍ୟାନୁଷ୍ଠାନ ବଦଳରେ ଓଲଟା ସେମାନଙ୍କୁ ଟିକେଟ ଦିଆଗଲା ସୁମିତ୍ରା ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ […]

  • Friday, 16 July 2021
booth
ଏପ୍ରିଲ ୧୧ରେ ୨୦୧୯ ନିର୍ବାଚନ ମହାସମରର ପ୍ରଥମ ଅଙ୍କ

ଭୁବନେଶ୍ୱର : କେଉଁ ନିର୍ବାଚନ ମଣ୍ଡଳୀର କେଉଁ ମତଦାନ କେନ୍ଦ୍ରରେ ପଡିଛି ଡ୍ୟୁଟି। କାହା ପାଖରୁ ସଂଗ୍ରହ କରିବାକୁ ହେବ ଇଭିଏମ୍ ଓ ଭିଭିପାଟ୍ ମେସିନ୍। ସେ ସୂଚନା ପାଇଁ ଲିଷ୍ଟରେ ନାଁ ଚେକ୍ କରୁଛନ୍ତି ପୋଲିଂ ଅଫିସର। ବ୍ରହ୍ମପୁର ଆଇଟିଆଇ ପଡ଼ିଆରେ ଆଜି ଦିନ ତମାମ ଏଥିପାଇଁ ଲାଗିଥିଲା ଗହଳି। କିଏ ଲାଇନ୍‌ରେ ଛିଡ଼ା ହୋଇ ଇଭିଏମ୍ ରିସିଭ୍ କରୁଥିଲା ତ ଆଉ କିଏ ମତଦାନ କେନ୍ଦ୍ରକୁ ବାହାରିବା ପୂର୍ବରୁ ଚେକ୍ କରି ନେଉଥିଲା ଭିଭିପାଟ୍। […]

  • Friday, 16 July 2021
puri amit9
ପୁରୀରେ ଅମିତ୍‌ ଶାହଙ୍କ ବିଶାଳ ରୋଡ୍ ଶୋ'

ପୁରୀ (ମଧୁସୂଦନ ମିଶ୍ର ) : ପୁଣି ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ ପୁରୀରେ ଏକ ରୋଡ୍ ଶୋ’ କରିଛନ୍ତି। ତାଙ୍କସହ ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂଙ୍କ ସମେତ ପୁରୀ ଲୋକସଭା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ। ରୋଡ୍ […]

  • Friday, 16 July 2021
rabi
ବିଜେପିରେ ସାମିଲ ହେଲେ ବିଜେଡି ନେତା ରବି ପାଣି

ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ସରକାରୀ ଦଳ ମୁଖ୍ୟ ସଚେତକ ରବି ପାଣି ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସେ ଦଳରେ ଯୋଗ ଦେଇଛନ୍ତି। ରବିଙ୍କ ସହ ତାଙ୍କର ବହୁ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଟିକେଟ ବଣ୍ଟନକୁ ନେଇ ରବି ଅସନ୍ତୁଷ୍ଟ ଥିଲେ। ରବି ପାଣି ଗତ ୪ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ୨୦୦୯ରୁ ୨୦୧୪ […]

  • Friday, 16 July 2021
bjd manefesto
ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି

ଭୁବନେଶ୍ୱର : କଂଗ୍ରେସ ଓ ବିଜେପି ପରେ ଶେଷରେ ଆଜି ଇସ୍ତାହାର ପ୍ରକାଶ କରିଛି ବିଜେଡି। ଫୋକସରେ ରହିଛି ଚାଷୀଙ୍କ ଲାଗି ଉଦ୍ଦିଷ୍ଟ କାଳିଆ ଯୋଜନା। ସାଧାରଣ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଓ ଭୂମିହୀନ କୃଷି ଶ୍ରମିକଙ୍କୁ ୧୨ ହଜାର ଟଙ୍କାର ସହାୟତା ଜାରି ରଖାଯିବା ସହ ଯୋଜନାର କାର୍ଯ୍ୟକାରିତା ଓ ୩ ବର୍ଷ ପରେ ଏଥିରେ ସଂଶୋଧନ ଆଣିବା ଲାଗି କାଳିଆ କମିଶନ ଗଠନ କରାଯିବ ଏବଂ ଚାଷୀ ପରିବାରର ପିଲାଙ୍କ ଉଚ୍ଚ ଓ […]

  • Friday, 16 July 2021
vote poll
ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟି

ଭୁବନେଶ୍ୱର :  ଆସନ୍ତା ୧୧ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷକରି ମାଓପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ମାଲକାନଗିରି, କୋରାପୁଟ,ରାୟଗଡ଼ା ଭଳି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଥିବାରୁ ସୁରକ୍ଷାକୁ କଡ଼ା କଡ଼ି କରାଯାଇଛି। ଏସବୁ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବା ପୁଲିସ ପାଇଁ ଏକ ବଡ଼ ଚାଲେଞ୍ଜ ବୋଲି ପୁଲିସ ଡିଜି […]

  • Friday, 16 July 2021
kk
ମୁଖ୍ୟମନ୍ତ୍ରୀଙ୍କ କାଳିଆ ଫେରାଦି

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ଯାଇ ଫେରାଦ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଳିଆ ଟଙ୍କା ଅଟକାଯିବା ନେଇ ଫେରାଦ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସିଇଓଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର କାଳିଆ ଯୋଜନା ଟଙ୍କା ଅଟକାଇବା ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାରଙ୍କ ଯୋଜନା ଚାଲୁଥିବାବେଳେ କାଳିଆ ଅଟକା ଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ। ଚାଷୀଙ୍କ ପାଇଁ କାଳିଆ ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାଳିଆ ନେଇ ବିଜେପି […]

  • Friday, 16 July 2021
protest for kishore
କିଶୋର ତରାଇଙ୍କୁ ଟିକେଟ ନମିଳିବାକୁ ନେଇ ଅସନ୍ତୋଷ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଶଶିଭୂଷଣ ବେହେରା। ତେବେ ବର୍ତ୍ତମାନର ବିଧାୟକ କିଶୋର ତରାଇଙ୍କୁ ଟିକେଟ ନମିଳିବାକୁ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିଶୋରଙ୍କ ସମର୍ଥକମାନେ ତାଙ୍କ ସପକ୍ଷରେ ସ୍ଳୋଗାନ ଦେବା ସହ କିଶୋରଙ୍କୁ ଟିକେଟ୍ ଦେବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ ଦଳୀୟ ଟିକେଟ୍‌ରୁ ବଞ୍ଚିତ ହେବାପରେ ସ୍ୱାଧୀନ ଭାବେ ଆଜି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

  • Friday, 16 July 2021
baijayanta09
ନବୀନ ଆଣିଥିବା ଅଭିଯୋଗ ହାସ୍ୟାସ୍ପଦ, ଦୁଃଖଦ : ବୈଜୟନ୍ତ

ଭୁବନେଶ୍ୱର :  ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଗୁଜବ ପ୍ରଚାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣିଥିବା ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ନବୀନଙ୍କ ସାକ୍ଷାତ୍‌କାର ନେଇଥିବା ଏନ୍‌ଡିଟିଭିର ବରିଷ୍ଠ ସାମ୍ବାଦିକ ଶ୍ରୀନିବାସନ ଜୈନଙ୍କ ସହ ଆଲୋଚନା ବେଳେ ବୈଜୟନ୍ତ, ନବୀନଙ୍କ ଅଭିଯୋଗକୁ ଦୃଢ଼ଭାବେ ଖଣ୍ଡନ କରିଛନ୍ତି। ନବୀନ ଆଣିଥିବା ଅଭିଯୋଗ, ହାସ୍ୟାସ୍ପଦ ଓ ଦୁଃଖଦ ବୋଲି କହିଛନ୍ତି ବୈଜୟନ୍ତ। ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଚାର କେବେ ବି କରିନାହାନ୍ତି ବୋଲି […]

  • Friday, 16 July 2021