ଜୟପୁର: ବ୍ୟାନ୍ ପରେ ବି ଅନେକ ସ୍ଥାନରେ ଖୁଲମଖୁଲା ପଲିଥିନ୍ ବ୍ୟବହାର ହେଉଛି। ଫଳରେ ପରିବେଶ ପ୍ରଦୂଷଣ ହେଉଛି। ଏଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ଜୟପୁରର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଣ୍ଟା ଭିଡିଛି। କାଗଜରୁ ଠୁଙ୍ଗା ତିଆରି କରି ବଜାରରେ ବିକ୍ରି କରିବା ସହ ପଲିଥିନ୍ ବ୍ୟବହାର ନକରିବାକୁ ଲୋକଙ୍କୁ ବୁଝାଉଛନ୍ତି। ଜୟପୁର ସହର ପାରାବେଡା ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପରିବେଶ ସଚେତନତା ପାଇଁ ଆଗେଇ ଆସିଛନ୍ତି। ଏହି […]
ଭୁବନେଶ୍ୱର: ବ୍ରିଟିଶ ସରକାରଙ୍କ ଠାରୁ ଲାଠି ମାଡ଼ ଖାଇ ଜେଲ୍ ଦଣ୍ଡ ଭୋଗି ଦେଶକୁ ସ୍ୱାଧୀନ କରିଥିବା ସ୍ୱାଧୀନତା ସଂଗ୍ରାମୀ ଆଜି ପରାଧୀନ। ରହିବାକୁ ଘର ନାହିଁ କି ଖାଇବାକୁ ମୁଠେ ଦାନା ମିଳୁନି। ସରକାରଙ୍କଠାରୁ ସଂଗ୍ରାମୀ ଭତ୍ତା ଯାହା ମିଳୁଛି ତାକୁ ପୁଅ ବୋହୂ ନେଇ ନିର୍ଯାତନା ଦେଉଛନ୍ତି। ଏ ହେଉଛି ସ୍ୱାଧିନତା ସଂଗ୍ରାମୀ ରାଜକିଶୋର ମହାନ୍ତିଙ୍କ ଦୁଃଖଭରା କାହାଣୀ। ପରିଣତ ବୟସରେ ସ୍ୱାଧିନତା ସଂଗ୍ରାମୀ ରାଜକିଶୋର ମହାନ୍ତି। ବୟସ ୯୫ ବର୍ଷ ପାର ହେଲାଣି। […]
ଭୁବନେଶ୍ୱର : ନିର୍ବାଚନ ବର୍ଷରେ ଋଣ କରି ସରକାରଙ୍କ ଯୋଜନା ଭେଟି। ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରି ଚାଲିଛନ୍ତି ରାଜ୍ୟ ସରକାର। ରାଜ୍ୟର ଋଣ ବୋଝ ୯୧ ହଜାର ୯୪୩ କୋଟି ଟପିଥିବା ବେଳେ ମୁଣ୍ଡପିଛା ଋଣଭାର ୨୩ ହଜାର ଟଙ୍କାରେ ପହଞ୍ଚିଛି। ଏଭଳି ସ୍ଥିତିରେ ଝିଟିଙ୍କା ମାରି ବଣି ପୋଷିବା ନୀତିରେ ରାଜ୍ୟ ସରକାରଙ୍କ ତଥାକଥିତ ବିକାଶ ଏଜେଣ୍ଡାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଓ ବିଶେଷଜ୍ଞ। ପ୍ରତି ଗାଁରେ ପହଞ୍ଚିଛି ‘ଆମ […]
ଭୁବନେଶ୍ୱର: ଜଙ୍ଗଲ ଭିତରେ ହାତୀର ଚିକିତ୍ସା। ସେ ପୁଣି ଜଙ୍ଗଲୀ ହାତୀର। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ପଡ଼ିଥିବା ହାତୀକୁ ଚିକିତ୍ସା କରି ସୁସ୍ଥ କରିବାକୁ ବନବିଭାଗ କର୍ତ୍ତୃପକ୍ଷ ଉଦ୍ୟମ କରିଛନ୍ତି। ଆଠଗଡ଼ ଡିଭିଜନ୍ ନରସିଂହପୁର ରେଞ୍ଜ୍ ବାଲିକିଆରି ସଂରକ୍ଷିତ ଜଙ୍ଗଲ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ହାତୀଟି ଠିକ୍ରେ ଚାଲି ପାରୁଛି ନା ଖାଇ ପାରୁଛି। ତେବେ ଏଭଳି ପରିସ୍ଥିତିରେ ଗଜରାଜଙ୍କ ଚିକିତ୍ସା କରି ସୁସ୍ଥ କରିବା ଏକ ଚାଲେଞ୍ଜ୍ ହୋଇଥିଲେ ମଧ୍ୟ ଅପରେସନ୍ […]
ଲୁଧିଆନା: ଭାଗ୍ୟ ଟାଣ କୁହନ୍ତୁ କି ବିଜ୍ଞାନର ଚମତ୍କାରିତା। ୧୧୮ ବର୍ଷୀୟା ଜଣେ ମହିଳାଙ୍କର ସଫଳ ହାର୍ଟ ସର୍ଜରୀ ଏବେ ଚର୍ଚ୍ଚାର ହିଷୟ ପାଲଟିଛି। ଏତେ ବୟସରେ ଏପରି ଜଟିଳ ଅପରେସନ ସଫଳ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେ କହୁଛୁ ପଂଜାବର ଜଣେ ବୟସ୍କା କର୍ତାର କୌରଙ୍କ କଥା। ଲୁଧିଆନାର ଏକ ହସ୍ପିଟାଲରେ ତାଙ୍କର ହାର୍ଟ ସର୍ଜରୀ କରାଯାଇଛି। ଏହାପରେ ପେସ୍ ମେକର ଲଗାଯାଇଛି। କର୍ତାର କୌର୍ ଏବେ ପୂରା ସୁସ୍ଥ ଅଛନ୍ତି। କଥାବାର୍ତ୍ତା ମଧ୍ୟ […]
କେନ୍ଦ୍ରାପଡ଼ା(ପ୍ରବୀର କୁମାର ନାୟକ): ଚାଲିଛି ଅଲିଭ ରିଡଲେଙ୍କ ମିଳନ ଋତୁ। ଏହି ସମୟରେ ଓଡ଼ିଶାର ଗହୀରମଥା ଅଭୟାରଣ୍ୟକୁ ସୁରକ୍ଷିତ ମନେକରି ଅଣ୍ଡା ଦେବା ପାଇଁ ବହୁ ସଂଖ୍ୟାରେ ଅଲିଭ୍ ରିଡ୍ଲେ କଇଁଛ ଏଠାକୁ ଆସିଥାନ୍ତି। କିନ୍ତୁ କଇଁଛମାନଙ୍କର ଏହି ସୁରକ୍ଷାସ୍ଥଳୀ ଏବେ ତାଙ୍କ ପାଇଁ ପାଲଟିଛି ଶ୍ମଶାନ ଘାଟ। ଏମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଥିଲେ ବି ତାହା ପର୍ଯ୍ୟାପ୍ତ ନୁହେଁ। ଗହୀରମଥା ମୁହାଣ ନିକଟରେ ମାଛ ମାଫିଆଙ୍କ ଦ୍ୱାରା ଚାଲୁଥିବା […]
ଯାଜପୁର (ଅଭୟ ପତି ): ଦିନେ ଭୋକର ଭୂଗୋଳ ପାଇଁ ଚର୍ଚ୍ଚାରେ ଥିବା ଯାଜପୁର ଜିଲ୍ଲା ନଗଡ଼ାରେ ଏବେ ଫେଲ ମାରିଛି ସରକାରଙ୍କ କାଳିଆ ଯୋଜନା। ଚାଷୀ ଅଭିଯୋଗ କରିଛନ୍ତି ସେମାନେ କେବଳ କାଳିଆ ଯୋଜନାର ନାଁ ଶୁଣିଛନ୍ତି, ହେଲେ ଆବେଦନ କରିଥିଲେ ବି ଆଜି ଯାଏ ଟଙ୍କାଟିଏ ମିଳିନି। ସେପଟେ ପଇସା ମିଳିବା ତ ଦୂରର କଥା, ଚାଷ କାର୍ଯ୍ୟ ବନ୍ଦ ପାଇଁ ଜଙ୍ଗଲ ବିଭାଗ ବି ତାଗିତ କରୁଥିବା ସେମାନେ କହିଛନ୍ତି। ଅପପୁଷ୍ଟି ଦ୍ୱାରା […]
ଗଞ୍ଜାମ: କଥାରେ ଅଛି ବାପା ମାଆ ସ୍ୱର୍ଗଠୁ ବଡ଼। ନିଜ ପୁଅ ଝିଅ ଓ ପରିବାର ଲୋକଙ୍କ ପାଇଁ ତାଙ୍କର ବଳିଦାନ ଅତୁଳନୀୟ। ହେଲେ ଅନେକ ସମୟରେ ବାପା ମାଆ ମାନେ ନିଜ ରୋଜଗାର କ୍ଷମ ପୁଅ ଝିଅଙ୍କ ନିକଟରେ ଅଲୋଡ଼ା ହୋଇଯାଆନ୍ତି। ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି। ଶିକୁଳିରେ ବନ୍ଧା ହୋଇଛି ହାତ ଗୋଡ଼। ଦୁଇ ଗୋଡ଼କୁ ଲୁହା କଡାରେ ବନ୍ଧା ଯାଇଥିବାବେଳେ, ଦୁଇ ହାତକୁ ବି ସେହିଭଳି ବନ୍ଧା ଯାଇଛି। ଆଉ ଏହାପରେ ବି […]
କୋରାପୁଟ: ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ଭାର ବୁହା ହୋଇ ନଦୀ ପାର୍ କରାଯାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ କାରିକୋନ୍ ଗାଁରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତକାଲି କାରିକୋନ୍ ଗାଁ ସୁବାଇ ନିରିକିୟାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ତେବେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଘର ଯାଏ ପହଞ୍ଚି ପାରିନଥିଲା। […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ଘାଟରେ ଅଚଳ ହୋଇପଡ଼ିଛି ମାଲ୍ୟବନ୍ତ ଫେରୀ ସେବା। ଫଳରେ ପ୍ରତିଦିନ ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ସାବେରୀ ନଦୀ ପାର ହେଉଛନ୍ତି ଲୋକେ। କେବଳ ଓଡ଼ିଶା ନୁହଁ ପଡୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଛତିଶଗଡ଼ର ଲୋକେ ବି ଏହି ଘାଟ ଉପରେ ନିର୍ଭର କରୁଛନ୍ତି। ତେବେ ଯାନ୍ତ୍ରିକ ସମସ୍ୟା ଯୋଗୁ ନଦୀ କୂଳରେ ଅଚଳ ହୋଇ ପଡ଼ିଛି ବୋଟ୍। ମାଲ୍ୟବନ୍ତ ଫେରୀ ସେବା ଅଚଳ ହୋଇପଡ଼ିଥିବାରୁ ଛୋଟ ଡଙ୍ଗାରେ […]
ରାୟଗଡ଼ା: ଚାଷ କାମରେ ଅତ୍ୟାଧୁନିକ ଡ୍ରୋନ୍ର ବ୍ୟବହାର। ଔଷଧ ସିଞ୍ଚନଠାରୁ ଆରମ୍ଭ କରି ଧାନ ବୁଣା, ସାର ବୁଣା ସବୁକିଛି ହୋଇପାରିବ ଡ୍ରୋନ୍ ମାଧ୍ୟମରେ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ରାୟଗଡା ଜିଲ୍ଲା ଗୁଡାରୀ ବ୍ଳକ୍ର ସନ୍ୟାସୀଗୁଡାର ପି. ବାବୁ ରାଓ ଏମିତି ଏକ ନୂତନ ଡ୍ରୋନ୍ ତିଆରି କରିଛନ୍ତି। ପ୍ରାୟ ୩ଲକ୍ଷ ୫୦ହଜାର ଟଙ୍କା ବିନିମୟରେ ସେ ଏହି ଅତ୍ୟାଧୁନିକ ଡ୍ରୋନ୍ ସ୍ପ୍ରେ ମେସିନ୍ ତିଆରି କରିଥିବାବେଳେ, ନୂତନ ଏହି ମେସିନ୍କୁ ନେଇ ସେ […]
ବାଲେଶ୍ୱର: ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଅନେକ ନିୟମ କରୁଛନ୍ତି। ମାତ୍ର ଏସବୁ ନିୟମକୁ ଫୁ କରି ମନମୁଖୀ ଭାବେ ନାଉରିଆ ଡଙ୍ଗା ଚଳାଉଛନ୍ତି। ବାଲେଶ୍ୱର ଜିଲ୍ଲା ପନ୍ତେଇ ଫେରିଘାଟରେ ବିପଦ ସଙ୍କୁଳ ଭାବେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଡଙ୍ଗାରେ ଯିବାଆସିବା କରୁଥିବା ନେଇ ଅଭିଯୋଗ ହେଉଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି। ପାଣି ଭିତରେ ବିପଦ ସଙ୍କୁଳ ଭାବେ ଯାତ୍ରା କରୁଛନ୍ତି ଯାତ୍ରୀ। ଟିକିଏ ଏପଟସେପଟ […]
ରାୟଗଡ଼ା: ଘରକୁ ବିଜୁଳି ସଂଯୋଗ ହୋଇଛି, ଭୋଟର ତାଲିକାରେ ନାଁ ରହିବା ସହ, ମ୍ୟୁନିସିପାଲଟିରୁ ଘର ନମ୍ବର ଓ ଆଧାର କାର୍ଡ ବି ରହିଛି। ହେଲେ ଆଜି ଯାଏ ମିଳିନି ପଟ୍ଟା। ଗୁଣପୁର ସହରାଞ୍ଚଳରେ ନୂଆକରି ସାମିଲ ହୋଇଥିବା ଶବର କଲୋନୀର ପୂର୍ଣ୍ଣଚନ୍ଦ୍ର ଦାଶଙ୍କ କାହାଣୀ ଏମିତି। ୨୦୧୮ ମସିହାରେ ଡ୍ରୋନ୍ ମାଧ୍ୟମରେ ହୋଇଥିବା ସର୍ଭେରେ କେବଳ ତାଙ୍କ ଘର ବାରିପଟର ଲାଟିନର ଫଟୋ ଆସିଥିବା କହି ତାଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି। କେବଳ ପୂର୍ଣ୍ଣଚନ୍ଦ୍ର […]
ପୁରୀ: ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ଉପକୂଳରେ କମିବାରେ ଲାଗିଛି ଅଲିଭ୍ ରିଡ୍ଲେ ଅଣ୍ଡା ଦାନ ସଂଖ୍ୟା। ପୁରୀ ଜିଲ୍ଲାର ସମୁଦ୍ର ଉପକୂଳରେ ଗତବର୍ଷ ଅପେକ୍ଷା ବହୁ କମ୍ ମାତ୍ରାରେ ଅଲିଭ୍ ରିଡ୍ଲେ ବାସ ଠାବ ହୋଇଛି। ଯେଉଁଠି ଶହ ଶହ ସଂଖ୍ୟାରେ ବିରଳ ଅଲିଭ୍ ରିଡଲେ କଇଁଛଙ୍କ ବାସ ସ୍ଥାନ ଥିଲା ତାହା ଆଜି ଖାଲିପଡ଼ିଛି। ପୁରୀ ଜିଲ୍ଲା ଉପକୂଳରେ ଚଳିତ ବର୍ଷ ମାତ୍ର ୩୦ଟି କଇଁଛଙ୍କ ବସାରୁ ଅଣ୍ଡା ସଂଗୃହିତ ହୋଇଛି। ଗତ […]
ରାୟଗଡ଼ା: ନଦୀ ଡେଇଁ ଆରପାରିକୁ ଗଲେ ପୂରଣ ହୁଏ ପେଟପାଟଣା। ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନାଗାବଳୀ ନଦୀ ପାର ହେଲେ ନିଜ ନିଜ କାମକୁ ଯାଇଥାନ୍ତି। ଆଉ ନଦୀ ଉଛୁଳା ହେଲେ ସମସ୍ତେ ଜଳବନ୍ଦୀ। ରାୟଗଡ଼ା ସୀମାନ୍ତ ଅନିଜା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା ଅନିଜା ନିକଟ ନାଗାବଳୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଅନେକ ଦିନରୁ ଲୋକେ ଦାବି କରି ଆସୁଛନ୍ତି। ହେଲେ ପ୍ରତିଥର କେବଳ […]
ଭୁବନେଶ୍ୱର : ରାଜଧାନୀର ଛାତି ଉପରେ ଚାଲିଛି ବେଆଇନ କାମ। ଖୁଲମଖୁଲା ଆଇନ ଉଲ୍ଲଙ୍ଘନ କରୁଛି ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍। କେବଳ ଭୁବନେଶ୍ୱର ନୁହେଁ, କଟକ ସହରର ଗଳିକନ୍ଦିରେ ଗୋଟିଏ ଖୁଣ୍ଟରୁ ଅନ୍ୟ ଖୁଣ୍ଟକୁ ଜାଲ ପରି ବିଛାଯାଇଛି କେବୁଲ ତାର। ୨୦୧୬ରୁ ସଂସ୍ଥା ବେଆଇନ ଭାବେ ସେସୁର ବିଦ୍ୟୁତ୍ ଖୁଣ୍ଟରେ କେବୁଲ ଟାଣିବା ସହ ବିଦ୍ୟୁତ୍ ବ୍ୟବହାର କରି ଯୋଗାଉଛି କେବୁଲ ସେବା। ଓଟିଭିର ଅନୁସଂଧାନ ଅନୁଯାୟୀ […]
ମୟୂରଭଞ୍ଜ: ଘଣ୍ଟ, ଶଙ୍ଖ, ଭଜନ କିର୍ତ୍ତନରେ ଭକ୍ତିମୟ ହୋଇ ଉଠିଛି ମୟୂରଭଞ୍ଜର ପାଉଁଶିଆ ଗାଁ। ଏଠାରେ ସ୍ୱତନ୍ତ୍ର ରିତିନିତିରେ ପୂଜା ପାଉଛନ୍ତି, ମଧ୍ୟମ ପାଣ୍ଡବ ଭୀମ। ପାଉଁଶିଆ ଗାଁରେ ଭୀମ ଏକାଦଶୀରୁ ଚାଲିଛି ଭୀମ ମେଳା। ଦୀର୍ଘ ୪୧ ବର୍ଷ ଧରି ୨୦ ଫୁଟ୍ ଉଚ୍ଚର ସୁନ୍ଦର ଭୀମ ମୂର୍ତ୍ତି ସହିତ ଲକ୍ଷ୍ମୀ ନାରାୟଣଙ୍କ ପ୍ରତିମୂର୍ତ୍ତି ଏଠାରେ ପୂଜା ପାଇ ଆସୁଛନ୍ତି। ଗାଁ ମୁରବୀଙ୍କ ତତ୍ତ୍ୱାବଧାନରେ ଏହି ପ୍ରସିଦ୍ଧ ମେଳା ଚାଲିଥିବାବେଳେ ବିଭିନ୍ନ ପୌରାଣିକ ବିଷୟ ବସ୍ତୁର ସୁନ୍ଦର […]
ବ୍ରହ୍ମପୁର: ଖୋଲା ଆକାଶ ତଳେ ବିଚରଣ କରୁଛନ୍ତି କୃଷ୍ଣ ସାର ମୃଗ। କିଏ ପଡ଼ିଆରେ ବୁଲି ଖାଦ୍ୟ ଖୋଜୁଛି ତ କିଏ ଡିଆଁ ମାରି ଖେଳୁଛି। ଏଭିଲ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଭେଟନଈ ଗାଁରେ। ଏଠାରେ ହଜାର ହଜାର କୃଷ୍ଣସାର ମୃଗ ଦେଖିବାକୁ ମିଳନ୍ତି। ଏବେ ଏହି କୃଷ୍ଣ ସାର ମୃଗର ସଂଖ୍ୟା ୪ ହଜାରକୁ ବୃଦ୍ଧି ପାଇଲାଣି। ସ୍ଥାନୀୟ ଲୋକେ ମଧ୍ୟ ନିଜ ପିଲା ଭଳି ଏମାନଙ୍କ ଯତ୍ନ ନେଇଥାନ୍ତି। ହେଲେ […]
ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ। କୋରାପୁଟଠାରୁ କେନ୍ଦୁଝର ଚାରିଆଡ଼େ ତାପମାତ୍ରା ହ୍ରାସ ପାଇଛି। ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳର ଦାରିଙ୍ଗବାଡିରେ ପାରଦ ୧୦ ଡିଗ୍ରୀରୁ ତଳକୁ ଖସିଥିବା ବେଳେ ବାରିପଦାରେ ମଧ୍ୟ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ତେବେ ଏଭଳି ପାଗ ଆଗକୁ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି। କୋରାପୁଟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। କୋରାପୁଟରେ ପାରଦ ଖସିଥିବା ବେଳେ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ସେହିଭଳି […]
କୋରାପୁଟ: ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ। ଘୂର୍ଣ୍ଣିଝଡ଼ ‘ପେତାଇ’ ଚାଷୀଙ୍କ ଉପରେ ବେଶ୍ ପ୍ରଭାବ ପକାଇଛି। ପେତାଇ ପ୍ରଭାବରେ ବର୍ଷା ଯୋଗୁ କୋରାପୁଟ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ସହ ପନିପରିବା ଚାଷ ବି ନଷ୍ଟ ହୋଇଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। ସେପଟେ ବର୍ଷା ଜନିତ ଫସଲ ନଷ୍ଟର ଆକଳନ ପାଇଁ ଟିମ୍ ଗଠନ କରି ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଖୋଲା ଆକାଶ ତଳେ ଧାନ ପଡ଼ି ରହିଛି। […]
ଭୁବନେଶ୍ୱର: ସରୁନି ଦାଦନ ଦୁଃଖ। ପେଟପାଟଣା ପାଇଁ ବାହାର ରାଜ୍ୟକୁ କାମ କରିବାକୁ ଯାଇ କିଏ କିଡନୀ ହରାଉଛି ତ କିଏ ପଙ୍ଗୁ ହେଉଛି। କିଏ ଦୂରାରୋଗରେ ଆକ୍ରାନ୍ତ ହେଉଛି ତ ଆଉ କିଏ ଶବ ହୋଇ ଫେରୁଛି। ନିର୍ଯାତନାର ଶିକାର ହେବା ଘଟଣା ବଢ଼ିବାରେ ଲାଗିଛି। ସେହିପରି ଯୁବତୀମାନଙ୍କୁ ମଧ୍ୟ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନାର ଶୀକାର ହେବାକୁ ପଡ଼ୁଛି। ଏହାର ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଦିନକୁ […]
ନୂଆପଡ଼ା: ଅବହେଳିତ ଅବସ୍ଥାରେ ନୂଆପଡ଼ା ଜିଲ୍ଲା ସଂଗ୍ରହାଳୟ। ନୂଆପଡ଼ାର ପ୍ରାଚୀନ ସଭ୍ୟତା ମାରାଗୁଡ଼ାକୁ ଲୋକଲୋଚନକୁ ଆଣିବା ପାଇଁ ଏହି ସଂଗ୍ରହାଳୟ ଖୋଲାଯାଇଥିଲା। ହେଲେ କର୍ମଚାରୀ ନଥିବାରୁ ଅନେକ ସମୟରେ ଏହି ସଂଗ୍ରହାଳୟଟି ବନ୍ଦ ରହିଥିବା ବେଳେ ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି। ଇତିହାସର ମୂକସାକ୍ଷୀ ମାରାଗୁଡ଼ା ସଭ୍ୟତା। ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଖନନ ବେଳେ ଏହି ସଭ୍ୟତା ସହିତ ଜଡ଼ିତ ଅନେକ ମୂଲ୍ୟବାନ ପଥର ମୂର୍ତ୍ତି, ସୁନା ଟଙ୍କା, ଘରକରଣା ସାମଗ୍ରୀ ମିଳିଥିଲା। ମାରାଗୁଡ଼ା ସଭ୍ୟତାର […]
ଝାରସୁଗୁଡ଼ା: ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆରମ୍ଭ ହେବ ସିଡ୍ୟୁଲ୍ ବିମାନ ଉଡ଼ାଣ। ଏଥର ଛୋଟ ବିମାନ ନୁହେଁ, ବରଂ ବୋଇଂ ପ୍ରଭୃତି ବିମାନ ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବ। ଚଳିତମାସ ଡିସେମ୍ବର ୩୧ ତାରିଖରେ ଟେଣ୍ଡର ଖୋଲା ହେବା ପରେ ଉଡ଼ାଣ ତାରିଖ ସ୍ପଷ୍ଟ ହେବ ବୋଲି ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଏସ୍.କେ. ଚୌହାନ୍ ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ କରାଯାଇଥିବା ସର୍ଭେରୁ ଝାରସୁଗୁଡ଼ାରୁ ନୂଆଦିଲ୍ଲୀ, କୋଲକାତା, […]
ବଲାଙ୍ଗିର/ବୌଦ୍ଧ: ବର୍ଷାରେ ନଷ୍ଟ ହୋଇଗଲା ବର୍ଷକର ପରିଶ୍ରମ। ଅମଳ ବେଳେ ପେତାଇ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। କ୍ଷେତଠାରୁ ଖଳା ଯାଏ ସବୁଠି ବର୍ଷା ପ୍ରଭାବରେ ଧାନ ଫସଲ ନଷ୍ଟ ହୋଇ ଯାଇଛି। କ୍ଷେତରେ କଟା ହୋଇ ପଡ଼ିଥିବା ଧାନ ଉଠାଇ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀ ସମୟ ନପାଇବା ଯୋଗୁ ବର୍ଷାରେ ପାଚିଲା ଧାନ ଭିଜି ଯାଇଛି। ଏପରିକି ଲଗାଣ ବର୍ଷାରେ କ୍ଷେତରେ ପାଣି ମଧ୍ୟ […]
କଟକ: କଟକର ସେସୁ କଲୋନୀ ପାଲଟିଛି ଭୂତ କୋଠି। ଆଉ ଅସୁରକ୍ଷିତ କୋଠାରେ ରହୁଛନ୍ତି କର୍ମଚାରୀ ଓ ତାଙ୍କ ପରିବାର। କେଉଁଠି ଛାତରୁ ସିମେଣ୍ଟ ଖସୁଛି ତ ଆଉ କେଉଁଠି ଘରର କାନ୍ଥରେ ଗଛ ଉଠି ଗଲାଣି। ତେବେ ବାରମ୍ବାର ଅଭିଯୋଗ ପରେ ବି ଅଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି। କୌଣସି ମୁହୂର୍ତ୍ତରେ ବି ଏହି କୋଠା ଭୁଶୁଡ଼ି ଯାଇପାରେ। କଟକ ବାଦାମବାଡ଼ି ନିକଟରେ ଏହି କଲୋନୀ ରହିଛି। ଏହି କଲୋନୀରେ ୧୮୦ କର୍ମଚାରୀ ନିଜ ପରିବାର […]