• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

sushant singh rajput
ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି। ପୋଷ୍ଟମର୍ଟମ ରିପୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇନଥିବା ଅଭିଯୋଗ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି- ସୁଶାନ୍ତଙ୍କ ମୃତ୍ୟୁ ସମୟ ଅର୍ଥାତ୍‌ କେଉଁ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା, ତାହା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ନାହିଁ। ଏହି କଥା ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂ ଶନିବାର କହିଛନ୍ତି। ଏହି ଘଟଣା ଏବେ ସାମ୍ନାକୁ ଆସିବା […]

trump
ଆମେରିକା ରାଷ୍ଟ୍ରପତିଙ୍କ ସାନ ଭାଇ ରୋବର୍ଟ ଟ୍ରମ୍ପଙ୍କ ପରଲୋକ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ତଥା ଆମେରିକାର ପ୍ରତିଷ୍ଠିତ ବ୍ୟବସାୟୀ ରୋବର୍ଟ ଟ୍ରମ୍ପଙ୍କ ଦେହାନ୍ତ ହୋଇଛି। ନ୍ୟୁୟର୍କର ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରୋବର୍ଟ। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ରୋବର୍ଟଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ନେଇ ହ୍ୱାଇଟ୍‌ ହାଉସ୍‌ ସୂଚନା ଦେବା ପରେ ଭାଇକୁ ଭେଟିବାକୁ ଶୁକ୍ରାବର ନ୍ୟୁୟର୍କ ସିଟି ହସ୍‌ପିଟାଲ୍‌କୁ ଯାଇଥିଲେ […]

up-police
୧୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଲକ୍ଷ୍ନୌ: ଦିଲ୍ଲୀ ପରେ ପୁଣି ଏକ ଅତ୍ୟାଚାରର ଛାତିଥରା ଘଟଣା ଘଟିଛି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାରେ। ଏଠାରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରି ଏକ ଆଖୁ କିଆରିରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଏନେଇ ଉତ୍ତର ପ୍ରଦେଶ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାରେ ନାବାଳିକାର ଗାଁରୁ ଦୁଇଜଣଙ୍କୁ ଗିରଫ କରାଯାଇଛି। ମୃତ ନାବାଳିକାର ଗଳା ଓଢ଼ଣୀରେ ଭିଡ଼ାଯିବା ସହିତ ଆଖି ଖୋଳି ନିଆଯାଇଛି। ଏହାସହ ଝିଅଟିର ଝିଭ […]

corona-cas
୨୪ ଘଣ୍ଟାରେ ଦେଶରେ ୬୩,୪୮୯ କରୋନା ପଜିଟିଭ୍‌ ଚିହ୍ନଟ; ୯୪୪ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୩,୪୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୯୪୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରବିବାର ସୁଦ୍ଧା ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫.୮୯,୬୮୨ ରେ ପହଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ୪୯ ହଜାର ୯୮୦ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା ୬,୭୭,୪୪୪ ଟି କରୋନା ଆକ୍ଟିଭ୍‌ କେସ୍‌ ରହିଛି, ଓ […]

modi-tala
ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀରେ ବାଜପେୟୀଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ତାଙ୍କ ସମାଧି ପୀଠକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରମୁଖ ଶ୍ରଦ୍ଧା ସୁମନ ଜଣାଇଛନ୍ତି। ଏହା ବ୍ୟାତୀତ ସୋସିଆଲ୍‌ ମିଡିଆରେ ବି ଅଟଳଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୋଦି। ସେ ଟ୍ୱିଟ୍‌ରରେ ଏକ ଫଟୋଇ […]

baishno-devi
୫ ମାସ ପରେ ଖୋଲିଲା ମାତା ବୈଷ୍ଣୋଦେବୀଙ୍କ ମନ୍ଦିର

ଶ୍ରୀନଗର: ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ରବିବାର ସକାଳଠୁ ମାତା ବୈଷ୍ଣୋଦେବୀଙ୍କ ମନ୍ଦିର ଖୋଲିଛି।  କରୋନା କଟକଣା ପାଇଁ ଗତ ୫ ମାସ ହେବ ମନ୍ଦିର ବନ୍ଦ ଥିଲା। ଦୈନିକ ଏହି ମନ୍ଦିରରେ ଦର୍ଶନ ଲାଗି ୨ ହଜାର ଲୋକଙ୍କୁ ଅନୁମତି ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳର ୧୯୦୦ ଓ ବାହାର ରାଜ୍ୟରୁ ଆସିଥିବା ୧୦୦ଜଣ ଶ୍ରଦ୍ଧାଳୁ ଛଡ଼ାଯିବ। ତେବେ ଯଦି କୌଣସି ବ୍ୟକ୍ତି ରେଡ ଜୋନରୁ ଆସନ୍ତି ତେବେ ତାଙ୍କର କରୋନା ନେଗେଟିଭ୍ […]

rahugandhi
'ପ୍ରଧାନମନ୍ତ୍ରୀଙ୍କ କାପୁରୁଷତା ପାଇଁ ଚାଇନା ଆମ ଜମି ନେଲା'

ନୂଆଦିଲ୍ଲୀ: ଚାଇନା ସହିତ ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ପୁଣିଥରେ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ଭାରତୀୟ ଯବାନଙ୍କ ସାମର୍ଥ୍ୟ ଓ ବୀରତ୍ୱ ଉପରେ ଭରସା କରନ୍ତିନି ବୋଲି କହି ରବିବାର ଟ୍ୱିଟ୍ କରିଛନ୍ତି ରାହୁଲ। ଟ୍ୱିଟ୍‌ରେ ରାହୁଲ୍ ଲେଖିଛନ୍ତି “ କେବଳ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଭାରତୀୟ ଯବାନଙ୍କ ସାମର୍ଥ୍ୟ ଓ ବୀରତ୍ୱ ଉପରେ ସମସ୍ତେ ବିଶ୍ୱାସ କରନ୍ତି। ତାଙ୍କର କାପୁରୁଷତା ହିଁ ଚୀନ୍‌କୁ ଆମ ଜମି […]

sushant 11
ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କ ଫ୍ଲାଟ୍‌ ଭିତରକୁ ଯାଇଥିବା ଏହି ସନ୍ଦିଗ୍ଧ ଯୁବତୀ କିଏ ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କଲା ଭଳି ଘଟଣାର ଖୁଲାସା ହେବାରେ ଲାଗିଛି। ଏବେ ଏମିତି କିଛି ଖୁଲାସା ହୋଇଛି, ଯାହା ସମସ୍ତଙ୍କୁ ଚକିତ କରିଛି। ଜୁନ୍‌ ୧୪ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରୁ ଉଦ୍ଧାର କରାଯାଇଥିଲା। ସେଇ ଦିନର କିଛି ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି। ଜଣେ ସନ୍ଦିଗ୍ଧ ଯୁବତୀ ସୁଶାନ୍ତ ରହୁଥିବା ବିଲ୍ଡିଂ ପରିସର ଭିତରକୁ ପ୍ରବେଶ କରୁଥିବା […]

dhoni
କାହିଁକି ୧୫ ଅଗଷ୍ଟ ୧୯;୨୯ ସମୟରେ ଅବସର ନେଲେ ଧୋନି ?

ନୂଆଦିଲ୍ଲୀ: ଗତକାଲି ୭୪ ତମ ସ୍ୱାଧୀନତା ଦିବସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେଇଗଲେ ଟିମ୍‌ ଇଣ୍ଡିଆର କ୍ୟାପ୍ଟେନ୍‌ କୁଲ୍ ଧୋନି। ଏନେଇ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ତାଙ୍କ ଅବସର ଘୋଷଣା କରିଥିଲେ। ଇନ୍‌ଷ୍ଟାରେ ପୋଷ୍ଟ କରି ସେ ଲେଖିଥିଲେ “ ଆପଣଙ୍କର ଭଲପାଇବା ଏବଂ ସମର୍ଥନ ପାଇଁ ଅଶେଷ ଧନ୍ୟବାଦ। ୧୯୨୯ ଘଣ୍ଟା ଠାରୁ ମୁଁ ଅବସରପ୍ରାପ୍ତ ବୋଲି ବିଚାର କରିବେ।” ତାଙ୍କର ଏହି ପୋଷ୍ଟ ଠିକ୍‌ ସନ୍ଧ୍ୟା ୧୯;୨୯ ସମୟରେ ହିଁ ଆସିଥିଲା। […]

coronavirus
ପଞ୍ଜାବ କ୍ୟାବିନେଟ ମନ୍ତ୍ରୀଙ୍କୁ କରୋନା

ଚଣ୍ଡିଗଡ଼: ସ୍ୱାଧୀନତା ଦିବସରେ ଯୋଗ ଦେବା ପରେ କରୋନାରେ ସଂକ୍ରମିତ ହୋଇଛନ୍ତି ପଞ୍ଜାବ କ୍ୟାବିନେଟ୍‌ ମନ୍ତ୍ରୀ ଗୁରପ୍ରୀତ କଙ୍ଗର। ପଞ୍ଜାବ ମନ୍ତ୍ରାଳୟରେ ଶକ୍ତିମନ୍ତ୍ରୀ ଥିବା ଗୁରପ୍ରୀତ ମନସାରେ ସ୍ୱାଧୀନତା ଦିବସ ପାଳନ ଅବସରରେ ମାସ୍କ ପିନ୍ଧିନଥିବାର ଦେଖାଯାଇଥିଲା। ସେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ବେଳେ ନିଜେ ମାସ୍କ ପିନ୍ଧି ନଥିଲେ। ଗୁରପ୍ରୀତଙ୍କ ବୋହୂ ବି କରୋନା ପଜିଟିଭ୍ ହୋଇଛନ୍ତି। ତେଣୁ ଯେଉଁମାନେ ଗୁରପ୍ରୀତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେସନ୍‌ର ରହିବାକୁ କୁହାଯାଇଛି। […]

pranab-mukahrjee
କେମିତି ଅଛନ୍ତି ପ୍ରଣବ ମୁଖାର୍ଜୀ ?

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ସଂକଟାପନ୍ନ ରହିଛି। ଏପର୍ଯ୍ୟନ୍ତ ତାଙ୍କୁ ଭ୍ୟାଣ୍ଟିଲେଟରରେ ରଖାଯାଇଛି। ଡାକ୍ତରମାନେ ବାରମ୍ବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ପ୍ରଣବ ଚିକିତ୍ସିତ ହେଉଛନ୍ତି ଦିଲ୍ଲୀର ଆର୍ମୀ ରିସର୍ଚ ଆଣ୍ଡ ରିଫେର୍ରାଲ ହସ୍‌ପିଟାଲର ଡାକ୍ତର। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଦେଖାଶୁଣା କରୁଥିବା ସେ ସୂଚନା ଦେଇଛନ୍ତି। କିନ୍ତୁ ପ୍ରଣବଙ୍କ ପୁଅ ଅଭିଜିତ୍ କହିଛନ୍ତି, ପୂର୍ବ ଅପେକ୍ଷା ତାଙ୍କ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି। ଏନେଇ […]

lic
ସାବଧାନ ! LIC ନାଁରେ ଆସୁଛି କି ଫେକ୍‌ କଲ୍‌ ?

ଭୁବନେଶ୍ୱର: ଦେଶର ସର୍ବବୃହତ ଓ ବିଶ୍ୱାସନୀୟ ଜୀବନ ବୀମା କଂପାନୀ ହେଉଛି ଏଲଆଇସିର ଲୋକପ୍ରିୟତାର ଫାଇଦା ନେବାକୁ ଲାଗି ପଡ଼ିଛନ୍ତି କିଛି ଠକ। ଗ୍ରାହକମାନଙ୍କ ପାଖକୁ ବାରମ୍ୱାର ଫୋନ କରି ତାଙ୍କୁ ଫଲାଇ ଲୁଟ୍ କରିବାରେ ଉଦ୍ୟମ ରୁଛନ୍ତି। ବିଭିନ୍ନ ପଲିସି ବିଷୟରେ ବୁଝାଇବା ସହ ଭଲ ରିଟର୍ଣ୍ଣର ଲୋଭ ଦେଖାଇ ପଲିସି ବିଷୟରେ ବୁଝାଇବା ସହ ସରେଣ୍ଡର କରିବାକୁ କହୁଛନ୍ତି। ଏମିତି ଅନେକ ଅଭିଯୋଗ ଆସିବା ପରେ ନିଜର ଗ୍ରାହକମାନଙ୍କୁ ସତର୍କ କରାଇ ଦେଇଛି ଭାରତୀୟ […]