ନୂଆଦିଲ୍ଲୀ: ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ସେ ନେଇ ଚାଲିଛି ଆଲୋଚନା । ଏବେ ଏହି ପଦରେ ଅଛନ୍ତି ଅମିତ ଶାହ। ଏଥର ତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଗୃହ ମନ୍ତ୍ରୀ ପଦ ମିଳିଛି। ତେଣୁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ । ତାଙ୍କ ପରେ କିଏ ଏହି ପଦ ସମ୍ଭାଳିବ ସେ ନେଇ ଦଳୀୟ ମହାସଚିବଙ୍କ ସହ ଆଲୋଚନା କରିଛନ୍ତି ଶାହ। ଖୁବ ଶୀଘ୍ର ବିଭିନ୍ନ ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ହେବ। ତା […]
ଲକ୍ଷ୍ନୌ: ଏଣିକି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ହେଉଥିବା ଯେକୌଣସି ବୈଠକରେ ଯୋଗଦେବା ବେଳେ ମନ୍ତ୍ରୀ କିମ୍ବା ସରକାରୀ ବାବୁମାନେ ସାଙ୍ଗରେ ମୋବାଇଲ୍ ଫୋନ ନେଇ ପାରିବେ ନାହିଁ। କ୍ୟାବିନେଟ୍ ମିଟିଂ ବେଳେ ମଧ୍ୟ ଏଭଳି ନିୟମ ଲାଗୁ ହେବ। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ନିୟମ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “କ୍ୟାବିନେଟ୍ ଏବଂ ଅନ୍ୟ ସରକାରୀ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା […]
ଅନନ୍ତନାଗ: ମୃତ୍ୟୁ ପାଖରେ ସମସ୍ତେ ହାର ମାନନ୍ତି । ହେଲେ ଏମିତି ମଣିଷ ଅଛନ୍ତି ଯେଉଁମାନଙ୍କ ପାଖେ ମୃତ୍ୟୁ ହାର ମାନେ। ସେମାନେ ମରି ବି ହୁଅନ୍ତ ଅମର। ସେମିତି ଜଣେ ବ୍ୟକ୍ତି ରୋହୁ ଅହମଦ ଦାର ଯିଏ ଅନ୍ୟମାନଙ୍କ ପାଇଁ ନିଜ ଜୀବନକୁ ହସି ହସି ଉତ୍ସର୍ଗ କରିଦେଇଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଟୁରିଷ୍ଟ ଗାଇଡ୍ ଭାବେ କାର୍ଯ୍ୟ କରୁଥିବା ରୋହୁ ଅହମଦ ଦାର। ସେ ନଦୀରେ ବୁଡ଼ି ଯାଉଥିବା ୫ ଜଣ ଟୁରିଷ୍ଟଙ୍କ ଜୀବନ ବଞ୍ଚାଇବାକୁ […]
ନୂଆଦିଲ୍ଲୀ: ଶୁକ୍ରବାର ମନ୍ତ୍ରୀ ପଦ ପାଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ବରିଷ୍ଠ ନେତା ରାଜନାଥ ସିଂହ ଆଜି ନର୍ଥ ବ୍ଲକ ଯାଇ ନିଜ ନିଜ ଦାୟତ୍ୱ ନେଇଛନ୍ତି। ମୋଦି-୨ ସରକାରରେ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥିବା ବେଳେ ରାଜନାଥ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି। ମଧ୍ୟାହ୍ନ ୧୨.୨୨ରେ ଶାହ ପ୍ରଥମେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ କରିଥିଲେ। ଶାହ ନିଜ ଅଫିସରେ ପହଞ୍ଚିବା କ୍ଷଣି ବିଭାଗର ବରିଷ୍ଠ ଅଧିକାରୀମାନେ ତାଙ୍କୁ ଫୁଲତୋଡ଼ା ଦେଇ […]
ନୂଆଦିଲ୍ଲୀ: ମୋଦି-ଶାହ ଯୋଡ଼ିଙ୍କ ସରପ୍ରାଇଜ୍ ପ୍ୟାକେଜ୍ ପୂର୍ବତନ ବୈଦେଶିକ ସଚିବ ଏସ୍ ଜୟଶଙ୍କରଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଗୁରୁବାର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବା ଜୟଶଙ୍କରଙ୍କୁ ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟ ମିଳିଛି। ଏସ୍ ଜୟଶଙ୍କର ଦାୟିତ୍ୱ ଗ୍ରହଣ କରିବା କ୍ଷଣି ପ୍ରଥମ ଟ୍ୱିଟ୍ରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ ଏହା ମୋର ପ୍ରଥମ ଟ୍ୱିଟ୍। ମୋତେ ଶୁଭେଚ୍ଛା ଜଣାଇଥିବା ସମସ୍ତ […]
ଓଭାଲ : ଆଜିଠାରୁ ଆରମ୍ଭ ହେଉଛି କ୍ରିକେଟ ବିଶ୍ୱ ମହାକୁମ୍ଭ। ପ୍ରଥମ ମ୍ୟାଚରେ ମୁକାବଲା କରୁଛନ୍ତି ସାଉଥ୍ ଆଫ୍ରିକା ଓ ଇଂଲଣ୍ଡ। ଓଭାଲରେ ଖେଳା ଯାଉଥିବା ଏହି ମ୍ୟାଚରେ ୧୦ ଦଳ ଭାଗ ନେଉଛନ୍ତି ପ୍ରମୁଖ ଦାବିଦାର ହେଉଛନ୍ତି ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ସାଉଥ ଆଫ୍ରିକା। ୪ ବର୍ଷ ପରେ ପୁଣି ଥରେ ଫେରିଛି କ୍ରିକେଟ ଫିଭର। ଏଥର ଇଂଲଣ୍ଡରେ ବିଶ୍ୱମହାକୁମ୍ଭ ଫାଇଟ୍ କରିବେ ଟପ୍ ଟେନ୍ ଟିମ୍। ୪୨ ଦିନରେ ୪୮ ମ୍ୟାଚ୍। ଇଂଲଣ୍ଡ […]
ଲଣ୍ଡନ୍: ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ଆରମ୍ଭରୁ ରୋମାଞ୍ଚକର ହୋଇଛି। ଚଳିତ ବିଶ୍ୱକପର ପ୍ରଥମ ୱିକେଟ୍ ଦକ୍ଷିଣ ଆଫ୍ରିକାର ଭେଟେରାନ୍ ସ୍ପିନର ଇମ୍ରାନ୍ ତାହିରଙ୍କ ନାମରେ ରହିଛି। ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ପ୍ରଥମ ଓଭରରେ ସ୍ପିନର ତାହିରଙ୍କୁ ବୋଲିଂ କରିବାକୁ ଦେଇ ସାହସିକ ନିଷ୍ପତ୍ତି ନିଷ୍ପତ୍ତି ନେଇଛନ୍ତି। ତାହିର୍ ସଂସ୍କରଣର ମ୍ୟାଚର ଦ୍ୱିତୀୟ ବଲରେ ହିଁ ୱିକେଟ୍ ନେଇ ଅଧିନାୟକଙ୍କ ନିଷ୍ପତ୍ତିକୁ ଯଥାର୍ଥତା ସାବ୍ୟସ୍ତ କରିଛନ୍ତି। ଇଂଲିଶ ଓପ୍ନର ଜନ୍ନି ବେୟାରଷ୍ଟୋ ତାହିରଙ୍କ ସ୍ପିନକୁ ବୁଝିନପାରି […]
ଲଣ୍ଡନ: ବହୁ ପ୍ରତୀକ୍ଷିତ ଆଇସିସି ବିଶ୍ୱକପ ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟିମ୍ କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆୟୋଜକ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଉକ୍ତ ମ୍ୟାଚରେ ଇଂଲଣ୍ଡ ଆଶା ମୁତାବକ ଚୂଡ଼ାନ୍ତ ଏକାଦଶରେ ବିଶେଷ ପରିବର୍ତ୍ତନ କରିନାହିଁ। ଯୁବ ପେସ୍ ବୋଲର ଜୋଫ୍ରା ଆର୍ଚର ନିଜର ପ୍ରଥମ ବିଶ୍ୱକପ୍ […]
ନୂଆଦିଲ୍ଲୀ: ଧୁ ଧୁ ଖରାରେ ସିଝୁଛି ସାରା ଦେଶ। ସମସ୍ତଙ୍କର ଅପେକ୍ଷା ମୌସୁମୀକୁ । ପାଣିପାଗ ବିଶେଷଜ୍ଞଙ୍କ ଅନୁମାନ, ଆଉ କିଛି ଦିନ ପରେ ସ୍ଥଳଭାଗ ଛୁଇଁବ ମୌସୁମୀ । ହେଲେ ଏଥର ଗ୍ରୀଷ୍ମଜନିତ କଷ୍ଟରୁ ନିସ୍ତାର ଦେଇପାରିବ ନାହିଁ ମୌସୁମୀ। କାରଣ ଏଥର ଜୁନ୍ରେ କମ୍ ବର୍ଷା ହେବ। ଏମିତି ଆକଳନ କରିଛନ୍ତି ସ୍କାଏମେଟର ପାଣିପାଗ ବିଶେଷଜ୍ଞ ଜେପି ଶର୍ମା। ଜୁନ ଓ ଜୁଲାଇ ମାସରେ ମୌସୁମୀ ସକ୍ରିୟ ରହିବ ବୋଲି ଜଣାପଡ଼ିଛି। ତେବେ ଜୁନରେ […]
ନୂଆଦିଲ୍ଲୀ: ଆଉ କେଇ ଘଣ୍ଟାର ଅପେକ୍ଷା । ତା ପରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏଥିସହିତ ତାଙ୍କ ନୂଆ ଟିମ୍ର ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ। ରାଷ୍ଟ୍ରପତି ଭବନରେ ଆୟୋଜନ କରାଯାଇଛି ଭବ୍ୟ ସମାରୋହ। ପ୍ରାୟ ୬ ହଜାରରୁ ଅଧିକ ଅତିଥିଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି। ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ସମସ୍ତ ବ୍ୟବସ୍ଥା ସରିଛି। ତେବେ କିଏ ଆସିବେ ମୋଦିଙ୍କର […]
ନୂଆଦିଲ୍ଲୀ:୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପୁଳ ବହୁମତ ପାଇଁ ପୁଣି ଥରେ କ୍ଷମତାକୁ ଫେରିଛନ୍ତି। ରାତି ପାହିଲେ ଶପଥ ଗ୍ରହଣ ଉତ୍ସବ। ମନ୍ତ୍ରୀ ପଦ ନେଇ ଚାଲିଛି ଅଟକଳ। କିଏ ପାଇବ ମନ୍ତ୍ରୀ ପଦ, କିଏ ବାଦ ପଡ଼ିବ ! ଅରୁଣ ଜେଟ୍ଲୀ ଗତଥର ନରେନ୍ଦ୍ର ମୋଦି ସରକାରରେ ଅର୍ଥ ମନ୍ତ୍ରୀ ଥିଲେ। ହେଲେ ସେ ଏଥର କ୍ୟାବିନେଟରେ ରହି ନ ପାରନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। […]
ନୂଆଦିଲ୍ଲୀ: ରାତି ପାହିଲେ ପୁଣି ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବେ। ଶପଥ ସମାରୋହରେ ଦେଶ ବିଦେଶର ଅନେକ ନେତା, ଶିଳ୍ପପତି ଏବଂ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ସମାରୋହ ଜରିଆରେ ବିଜେପି ସରକାର ପଶ୍ଚିମବଙ୍ଗକୁ ଏକ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ନିର୍ବାଚନ ବେଳେ ହିଂସାର ଶିକାର ହୋଇଥିବା ୫୪ ବିଜେପି ପରିବାରର ସଦସ୍ୟ ସ୍ୱତନ୍ତ୍ର ଅତିଥି ଭାବେ ମୋଦିଙ୍କ ଦ୍ୱିତୀୟ ସରକାର […]
ଜୟପୁର: ସାଧାରଣ ନିର୍ବାଚନରେ ରାଜସ୍ଥାନରେ ଶାସକ ଦଳ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଏହାପରେ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ସଚିନ୍ ପାଇଲଟ ଏବେ ରାଜସ୍ଥାନର ଦୁଇ କ୍ଷମତା କେନ୍ଦ୍ର ଭାବେ ରହିଛନ୍ତି। ଏହାକୁ କେନ୍ଦ୍ର କରି ଦଳ ଭିତରେ ମତଭେଦ ରହିଥିବା ସୂଚନା ରହିଛି। ସାଧାରଣ ନିର୍ବାଚନରେ ରାଜସ୍ଥାନର ୨୫ ଲୋକସଭା ଆସନରୁ ବିଜେପି ସମସ୍ତ ଆସନରେ ବିଜୟୀ ହୋଇଛି। ଏହାପରେ ଅଶୋକ ଗେହଲଟଙ୍କ ନେତୃତ୍ୱକୁ […]
ଭୁବନେଶ୍ୱର: ଜୁନ୍ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ୍ସ ପାଇଁ ଆଜି ୧୮ ଜଣିଆ ଭାରତୀୟ ଟିମର ଘୋଷଣା କରାଯାଇଛି। ଟିମର ନେତୃତ୍ୱ ଭାର ପୁନର୍ବାର ମନପ୍ରୀତ ସିଂହଙ୍କୁ ଦିଆଯାଇଛି। ସେହିପରି ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳର ଉପଅଧିନାୟକ ମନୋନୀତ କରାଯାଇଛି। ବୀରେନ୍ଦ୍ରଙ୍କ ବ୍ୟତୀତ ଆଉ ଜଣେ ଓଡ଼ିଆ ଖେଳାଳି ଭାବେ ଅମିତ୍ ରୋହିଦାସ ଟିମରେ ସ୍ଥାନ […]
ୟୁପି: ପ୍ରେମିକା ପାଇଁ ପ୍ରଶ୍ନପତ୍ର ଚୋରି କରି ଗିରଫ ହୋଇଛନ୍ତି ଉତ୍ତର ପ୍ରଦେଶ ବହୁଜନ ସମାଜ ପାର୍ଟି (ବିଏସପି)ର ନେତା ଫିରୋଜ ଆଲାମ୍ ଓରଫ ରାଜା। ତାଙ୍କ ଏସୟୁଭି କାରରେ ପଟିୟାଲି ବିଏସପି ସଂଯୋଜକ ବୋଲି ଉଲ୍ଲେଖ ରହିଛି। ସୋମବାର ଦିନ ଫିରୋଜଙ୍କୁ ଗିରଫ କରିଛି ୟୁପି ପୁଲିସ୍। ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ(ଏଏମୟୁ)ର ଏମବିଏ ପ୍ରବେଶିକା ପରୀକ୍ଷା ଦେଇଥାନ୍ତେ ଫିରୋଜଙ୍କ ପ୍ରେମିକା। ଏଥିପାଇଁ ପ୍ରେମିକାଙ୍କୁ ଆଗୁଆ ପ୍ରଶ୍ନପତ୍ର ଆଣିଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସେ ଓ […]
ନୂଆଦିଲ୍ଲୀ: ମୋଦି ସୁନାମିରେ ଧ୍ୱଂସପ୍ରାୟ ଅବସ୍ଥାକୁ ଚାଲି ଆସିଥିବା ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସରେ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେବା ଜିଦ୍ରେ ଅଡ଼ି ବସିଥିବା ବେଳେ ତାଙ୍କୁ ପର୍ଯ୍ୟାୟକ୍ରମେ ଦଳର ବରିଷ୍ଠ ନେତାମାନେ ବୁଝାଇବାରେ ଲାଗିଛନ୍ତି। ଗତକାଲି କେସି ଭେନୁଗୋପାଲ ଓ ଅହମ୍ମଦ ପଟେଲଙ୍କୁ ରାହୁଲ ବିକଳ୍ପ ଖୋଜିବା ପାଇଁ କହିଥିଲେ। ହେଲେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କ ଡେପୁଟି ସଚିନ୍ […]
ନୂଆଦିଲ୍ଲୀ:ସାରା ଦେଶରେ ବଢୁଛି ବାୟୁ ପ୍ରଦୂଷଣ । ଅଣନିଃଶ୍ୱାସୀ ହେଉଛି ଜୀବନ । ହେଲେ କିଭଳି କମିବ ବାୟୁ ପ୍ରଦୂଷଣ ? ଏ ନେଇ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଅନେକ ଆଲୋଚନା ହେଉଛି। ହେଲେ ଠୋସ୍ ପଦକ୍ଷେପ ନିଆଯାଇ ପାରୁନି। ବଢ଼ୁଥିବା ଜନସଂଖ୍ୟା ଏବଂ କଳ କାରଖାନାକୁ ଦେଖିଲେ ବାୟୁ ପ୍ରଦୂଷଣ ଯେ କେବେ କମିପାରିବ, ଏମିତି ବିଶ୍ୱାସ ମନରେ ଆସୁନି। ଏପରି ପରିସ୍ଥିତିରେ ଆମପାଇଁ ଆଶ୍ୱାସନା ଆଣିଛନ୍ତି କିଛି ଯୁବ ଇଂଜିନିୟରିଂ ଛାତ୍ରଛାତ୍ରୀ। […]