ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ଦେଶରେ ପ୍ରଦୂଷଣ ମାତ୍ରା ଅନେକ ପରିମାଣରେ ହ୍ରାସ ପାଇଛି । କଳକାରଖାନା ବନ୍ଦ ଯୋଗୁଁ ଗଙ୍ଗା ଓ ଯମୁନା ନଦୀର ଜଳ ସ୍ୱଚ୍ଛ ହୋଇଛି । ହରିଦ୍ୱାରରେ ଥିବା ହର କି ପୌରି ଘାଟରେ ଗଙ୍ଗା ନଦୀର ଜଳ ପୂର୍ବ ଅପେକ୍ଷା ଅନେକ ପରିମାଣରେ ନିର୍ମଳ ହୋଇଯାଇଛି । ୨୧ ଦିନିଆ ଲକ୍ଡାଉନ୍ ଭିତରେ ଉତ୍ତରପ୍ରଦେଶରେ ଗଙ୍ଗାନଦୀର ଜଳରାଶି ସ୍ୱଚ୍ଛ ଓ ନିର୍ମଳ ଦିଶୁଛି। ସେହିପରି ବାରଣାସୀ ଓ କାନପୁରରେ ଏହି ଦିନମାନଙ୍କରେ […]
ୱାଶଂଟନ: ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଦେବାପାଇଁ ଭାରତ ଅନୁମତି ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମୋଦି ବହୁତ ଭଲ ଓ ମହାନ ନେତା ବୋଲି କହିଛନ୍ତି ଟ୍ରମ୍ପ। କରୋନାରେ ସର୍ବାଧିକ ସକ୍ରଂମିତ ଦେଶ ଆମେରିକାର ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆମରିକା ୨୯ ମିଲିୟନ ଔଷଧ କିଣିବ ଏବଂ ଏଥିରୁ ସବୁଠାରୁ ଅଧିକ ଭାରତ ଯୋଗାଇବ। କରୋନା ଭାଇରସର ବିପଦ ଏବେ ସାରା ବିଶ୍ୱକୁ ଘାରିଛି। ଆମେରିକାରେ […]
ନୂଆଦିଲ୍ଲୀ: କରୋନା ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ହୁବେଇ ରାଜ୍ୟର ଉହାନରୁ ଗତକାଲି ମଧ୍ୟରାତ୍ରୀରୁ ଲକ୍ଡାଉନ୍ ହଟିଛି। ଦୀର୍ଘ ୭୬ ଦିନ ପରେ ଚାଇନା ସରକାର ଲକ୍ଡାଉନ୍ ହଟାଇଛନ୍ତି। ଏଣିକି ଉହାନବାସୀ ପୂର୍ବ ଭଳି ନିଜ ନିଜର କାମ କରିପାରିବେ। ଗତବର୍ଷ ଡିସେମ୍ୱର ମାସ ଶେଷ ବେଳକୁ ଏଠାରେ କରୋନା ଭାଇରସ ବ୍ୟାପିଥିଲା। ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଚାଇନା ସରକାର ଜାନୁଆରୀ ୨୩ରେ ଲକ୍ଡାଉନ୍ ଘୋଷଣା କରିଥିଲେ। କରୋନା ଭାଇରସ ପାଇଁ ଚାଇନାରେ ୩୩୦୦ରୁ […]
ନୂଆଦିଲ୍ଲୀ: ସମସ୍ତଙ୍କୁ ଘାରିଛି କରୋନା ଭୟ। ଦିନକୁ ଦିନ କରୋନାର କରାଳ ଗ୍ରାସରେ ହଜାର ହଜାର ଲୋକ ଜୀବନ ହାରୁଛନ୍ତି। ନା ଔଷଧ, ନା ଭାକ୍ସିନ …। ଏକମାତ୍ର ମାଧ୍ୟମ ହୋଇଛି ସାନିଟାଇଜେସନ ଓ ସୋଶାଲ ଡିଷ୍ଟାନ୍ସ। ନିୟମିତ ସମୟ ବ୍ୟବଧାନରେ ସାବୁନ, ହାଣ୍ଡୱାଶରେ ହାତ ଧୋଇବା, ସାନିଟାଇଜର ଲଗାଇବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ତଥାପି ମନରେ ଭୟ ରହୁଛି, କେଉଁଠି ଭାଇରସ ରହିଗଲା କି ? ଏ ନେଇ ଏକ ଖୁସି ଖବର, ଏଣିକି ମେସିନ୍ରେ […]
ନୂଆଦିଲ୍ଲୀ: କରୋନାରେ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୮୨ ହଜାର ପହଞ୍ଚିଛି। ମୋଟ ସଂକ୍ରମଣ ସଂଖ୍ୟା ୧୪ ଲକ୍ଷ ଟପିଗଲାଣି। ତାସହ ୨୦୯ ଦେଶ ଏବେ ଏହି ମହାମାରୀ କବଳରେ। ସବୁଠୁ ଉଦବେଗଜନକ ସ୍ଥିତି ଆମେରିକାରେ । ସେଠାରେ ମୃତ୍ୟୁ ସଂଖ୍ୟା ୧୨ ହଜାର ୮୦୦ ଟପିଥିବାବେଳେ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୯ ଶହ ୭୦ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାର ନ୍ୟୁୟର୍କ, ନ୍ୟୁଜର୍ସି, ମିଚିଗାନ୍, କାଲିଫର୍ଣ୍ଣିଆ, […]
ନୂଆଦଲ୍ଲୀ: ଦେଶରେ ଉଦ୍ବେଗଜନକ ଭାବେ ମାଡ଼ି ଚାଲିଛି ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ୍ ସଂକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୭୮୯କୁ ବୃଦ୍ଧି ପାଇଛିା ସେହିଭଳି ୩୫୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଗୁଜରାଟ ଜାମନଗର ଅଞ୍ଚଳରେ କରୋନାରେ ଆକ୍ରାନ୍ତ ୧୪ ମାସ […]
ବେଙ୍ଗାଲୁରୁ: ୧୪ ତାରିଖ ପରେ ଦେଶରେ ଲାଗୁ ହୋଇଥିବା ଲକଡାଉନ ଆହୁରି ବଢିପାରେ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ ବୃଦ୍ଧି କରିବା ସପକ୍ଷରେ ମତ ଦେବା ଆରମ୍ଭ କରିଛନ୍ତି। ପ୍ରଥମେ ତେଲେଙ୍ଗାନା ସରକାର ଲକଡାଉନକୁ ଆଉ କିଛି ଦିନ ବୃଦ୍ଧି କରିବାକୁ ନିବେଦନ କରିଥିଲେ। ଏବେ କର୍ଣ୍ଣାଟକ ସରକାର ମଧ୍ୟ ଲକଡାଉନ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିବା ସପକ୍ଷରେ ମତ ଦେଇଛନ୍ତି। ମେଡିକାଲ […]
ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟାମଲ ଭଳି ଔଷଧ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ କେନ୍ଦ୍ର ସରକାର ସାମୟିକ ଭାବେ ହଟାଇ ଦେଇଛନ୍ତି। କରୋନା ବିରୋଧରେ ହାଇଡ୍ରୋକ୍ଲୋରକୁଇନ ଉପଯୁକ୍ତ ଆଣ୍ଟି ବାଓଟିକ ହୋଇଥିବାରୁ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତକୁ ଏହା ମାଗିଥିଲେ। ସୋମବାର ଭାରତ ସରକାର ସମସ୍ତ ପ୍ରକାରର ମେଡିସିନ୍ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ଉଠାଇ ଦେଇଛନ୍ତି। ହେଲେ ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟମଲକୁ କଟକଣା ତାଲିକାଭୁକ୍ତ କରିଛନ୍ତି। ଅନ୍ୟପକ୍ଷେ […]
ଲଣ୍ଡନ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଏଥିପାଇଁ ତାଙ୍କୁ ଡାଉନିଂ ଷ୍ଟ୍ରିଟରେ ଥିବା ସେଣ୍ଟ ଥୋମାସ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ବ୍ରିଟେନର ବୈଦେଶିକ ସଚିବ ଡୋମିନିକ ରାବ କହିଛନ୍ତି, ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ବିଗିଡ଼ିଥିଲା। ତେଣୁ ଡାକ୍ତର ଟିମ୍ର ପରାମର୍ଶକ୍ରମେ ତାଙ୍କୁ ଆଇସିୟୁରେ ରଖାଯାଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ଥିବାରୁ ବୈଦେଶିକ […]
ନୂଆଦିଲ୍ଲୀ:ଦେଶରେ କରୋନା ମୃତ୍ୟୁସଂଖ୍ୟା ଶହେ ଟପିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏହି ଘାତକ ମହାମାରୀ ଏଯାଏଁ ୧୧୧ ଜଣଙ୍କ ମୁଣ୍ଡ ନେଲାଣି । କେବଳ ଗତକାଲି ୩୦ ଜଣଙ୍କ ଜୀବନ ଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୭୦୪ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏଥିସହ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୨୮୧ର ପହଞ୍ଚିଛି। କରୋନା ସଂକ୍ରମଣରୁ ସୁସ୍ଥ ହୋଇ ୩୧୮ ଜଣ ଆରୋଗ୍ୟ ଲାଭ କରିଛନ୍ତି […]
ୱାଶିଂଟନ: ସାରା ବିଶ୍ୱରେ ବଢ଼ିଚାଲିଛି କରୋନା ଜନିତ ସଂଖ୍ୟା । ବିଶେଷ କରି ଆମେରିକା ଏବଂ ସ୍ପେନରେ ଚିନ୍ତାଜନକ ସ୍ଥିତି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ୧୨ଶହ ଟପିଛି ମୃତକଙ୍କ ସଂଖ୍ୟା। ଆମେରିକାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୩ ଲକ୍ଷ ୩୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୦ ହଜାର ପାଖାପାଖି ପହଞ୍ଚିଲାଣି। ସାରା ବିଶ୍ୱରେ ୧୧ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିବା […]
ବର୍ଲିନ: ପୁରା ଦୁନିଆରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ସମସ୍ତଙ୍କୁ ସୋଶିଆଲ ଡିଷ୍ଟାନ୍ସ ରକ୍ଷା କରିବାକୁ କୁହାଯାଇଛି। ଏକାଧିକ ଲୋକ ଏକାଠି ନ ହେବାକୁ ଅନୁରୋଧ କରାଯାଇଛି । କାରଣ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ଭୟ ରହିଛି । ହେଲେ ଏପରି ସମୟରେ ବର୍ଲିନର ଏମିତି ଏକ ଖବର ଆସିଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ଲିନର ଜଣେ ମେୟର ଜାଣି ଜାଣି ନିଜକୁ କରୋନା ସଂକ୍ରମିତ କରିଦେଲେ। ବର୍ଲିନର ଜଣେ […]