• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

gas
ରୋଷେଇ ଗ୍ୟାସ ଯୋଗାଣକୁ ପ୍ରଭାବିତ କରିବ ନାହିଁ ଲକ୍‌ଡାଉନ୍‌

ନୂଆଦିଲ୍ଲୀ:ଲକ୍‌ ଡାଉନ୍‌କୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଅନେକ ଭୟରେ ରୋଷେଇ ଗ୍ୟାସ୍‌ ବୁକ୍‌ କରି ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ଆଶ୍ୱାସନା ଦିଆଯାଇଛି ରୋଷେଇ ଗ୍ୟାସ୍‌ ଯୋଗାଣରେ କୌଣସି ବ୍ୟତିକ୍ରମ ହେବନି। ତେଣୁ ଲୋକେ ଆଗୁଆ ଗ୍ୟାସ୍‌ ବୁକ୍‌ ନ କରିବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି, ୧୫ ଦିନ ମଧ୍ୟରେ ରୋଷେଇ ଗ୍ୟାସ ବୁକିଂ କରିପାରିବେ। ଏକ ଭିଡିଓ କ୍ଲିପ୍‌ରେ IOC ( ଇଣ୍ଡିଆନ ଅଏଲ […]

cv
ଆମେରିକାରେ କରୋନା ସ୍ଥିତି : ୨୪ ଘଣ୍ଟାରେ ୧୬୫ ମୃତ, ୧୨ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ:କରୋନା ଭାଇରସ୍‌ ପୃଥିବୀବାସୀଙ୍କ ନିଦ ହଜାଇ ଦେଇଛି। ଭାଇରସ୍‌ର ଉତ୍ପତିସ୍ଥଳ ଚୀନ ହୋଇଥିଲେ ହେଁ ଆମେରିକାର ସ୍ଥିତି ସବୁଠାରୁ ବେଶି ବିଗିଡ଼ି ଯାଇଛି।  ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ରରେ ଏବେ କରୋନା ସ୍ଥିତି ଅଣାୟତ୍ତ ।  ଅନ୍ୟ ସମସ୍ତ ରାଷ୍ଟ୍ରଠାରୁ ସବୁଠୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଆମେରିକାରେ । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୨ ହଜାରରୁ ଅଧିକ ହେଲେଣି।  ସେହିପରି ମୃତକଙ୍କ ସଂଖ୍ୟା ଦୁଇ ହଜାର ପାର ହୋଇଛି । ଗତକାଲି ଗୋଟିଏ ଦିନରେ […]

trumph
କରୋନାକୁ ନେଇ ବିଶେଷଜ୍ଞଙ୍କ ଚେତାବନୀ; ଟ୍ରମ୍ପ ସରକାରଙ୍କ ନିଦ ହଜିଗଲା

ନ୍ୟୁୟର୍କ: ଉନ୍ନତଧରଣର ମାରଣାସ୍ତ୍ର ରହିଛି । ଅର୍ଥବ୍ୟବସ୍ଥା ଆହୁରି ମଜବୁତ୍‌ । ନିଜ ଦମ୍‌ରେ ଯିଏ ସାରା ଦୁନିଆରେ ନିଜର ପ୍ରଭାବ ବିସ୍ତାର କରିପାରିଛି ଆଜି ସେଇ ଦେଶ ଆମେରିକା କୋଭିଡ-୧୯ ସାମ୍ନାରେ ଶୋଚନୀୟ ଭାବେ ହାରି ଯାଇଛି । ଟ୍ରମ୍ପ ସରକାରଙ୍କ ସବୁ ଚେଷ୍ଟା ସତ୍ତ୍ୱେ ସଂକ୍ରମଣକୁ ରୋକା ଯାଇ ପାରୁନାହିଁ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ପୃଥିବୀର ସବୁଠାରୁ ଅଧିକ କରୋନା ସଂକ୍ରମିତ ଦେଶ ହେଉଛି […]

rahul
ସଙ୍କଟ ସମୟରେ ଲଢିବା ସହ ଲୋକଙ୍କ ପ୍ରତି ଦୟା ରଖିବା ଜରୁରୀ-ରାହୁଲ

ନୂଆଦିଲ୍ଲୀ: ଗ୍ଲୋବାଲ ମହାମାରୀ କରୋନା ଭାଇରସ ସହ ଲଢିବା ପାଇଁ ବିଶ୍ୱର ଅନେକ ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ତେବେ ଲକଡାଉନ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ଓ ଘରୋଇ ଶ୍ରମିକ। ଲକ୍‌ଡାଉନ୍‌ ଯୋଗୁ ଏମାନେ ଖାଦ୍ୟ ପାଇଁ ଘୂରି ବୁଲୁଛନ୍ତି। ଏ ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଛନ୍ତି, ‘ଲକ୍‌ଡାଉନ୍‌ ଆମ ଦେଶର ଗରିବ ଏବଂ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ବରବାଦ କରିଦେବ। ଏହା ଦ୍ୱାରା ଆମ ଦେଶକୁ […]

doctor
କରୋନାରେ ୫୧ ଇଟାଲି ଡାକ୍ତର ଆଖି ବୁଜିଲେ

ରୋମ:କରୋନା ଭାଇରସ ପ୍ରକୋପ ବଢି ବଢି ଚାଲିଛି । ବିଶେଷକରି ଇଟାଲିରେ କରୋନାର ହୃଦୟଥରା ଦୃଶ୍ୟ ଦେଖିଲେ ଆଖିରେ ଲୁହ ରହିବନି । କରୋନା ରୋଗୀଙ୍କ ପାଇଁ ଯିଏ ଭରସା ସେମାନେ ଆଜି ବିପଦରେ । ଅର୍ଥାତ୍‌୍ ଯେଉଁମାନେ କରୋନା ପୀଡିତଙ୍କ ଚିକିତ୍ସା କରୁଛନ୍ତି, ସେବା ଯୋଗାଉଛନ୍ତି, ସେହି ଡାକ୍ତରମାନେ ଗୋଟିଏ ପରେ ଗୋଟିଏ ଟଳି ପଡ଼ୁଛନ୍ତି । ଇଟାଲିରେ କରୋନା ମୃତକଙ୍କ ସଂଖ୍ୟା ଇତି ମଧ୍ୟରେ ୯,୧୩୪ରେ ପହଞ୍ଚିଲାଣି । ଶୁକ୍ରବାର ଗୋଟିଏ ଦିନରେ ୯୦୦ରୁ […]

Ramayan-1
କମିନି ଚାହିଦା; ଆଜି ବି ‘ରାମାୟଣ’ର ମଜା ନେଲେ ଦର୍ଶକ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ବେଳେ ଘରେ ବସି ବୋର ହଉଥିବା ଦର୍ଶକଙ୍କ ପାଇଁ ଆଜି ଡିଡି ନାଶନାଲ ଚାନେଲରେ ସକାଳ ୯ଟାରେ ରାମାନନ୍ଦ ସାଗରଙ୍କର ‘ରାମାୟଣ’ ପୁନଃ ପ୍ରସାରିତ ହୋଇଛି । ଦୀର୍ଘ ବର୍ଷ ପରେ ଟିଭି ପରଦାରେ ଏହି ମେଗା ସିରିଏଲ ‘ରାମାୟଣ’କୁ ଲୋକେ ବେଶ ଉପଭୋଗ କରିଥିଲେ । ଆଜି ସନ୍ଧ୍ୟା ୯ଟାରୁ ୧୦ଟା ପୁଣି ଥରେ ଏହି ଶୋ’ ରିପିଟ୍ କରାଯିବ । ଏକଦା ୮୦ ଦଶକର ଶେଷ ଏବଂ ୯୦ ଦଶକର […]

mirrage
ଲକଡାଉନରେ ନିଆରା ବାହାଘର; ବାଇକ୍‌ରେ ବସି କନ୍ୟାଘର ଗଲେ ବର

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରକୋପକୁ ଦେଖି ଜାରି ହୋଇଥିବା ଲକ୍‌ଡାଉନ୍‌ ସବୁ କାର୍ଯ୍ୟକ୍ରମକୁ ଏପଟସେପଟ କରି ଦେଇଛି। ବିଶେଷ କରି ବିବାହ ପରି ପାରିମ୍ପରିକ କାର୍ଯ୍ୟକୁ ନେଇ ଲୋକେ ବେଶି ହଇରାଣ ହେଉଛନ୍ତି। ଏପରି ପରିସ୍ଥିତିରେ ଉତ୍ତର ପ୍ରଦେଶର ଜଣେ ଯୁବକଙ୍କ ବାହାଘର ଚର୍ଚ୍ଚାର ବିଷୟ ହୋଇଛି। ଯୁବକ ଜଣକ ବର ବେଶରେ ନିଜକୁ ସଜାଇଲେ। ଏକ ମୋଟର ସାଇକେଲରେ ନିଜ ବାପାଙ୍କୁ ବସାଇଲେ। ନିଜର ଆଉ ଦୁଇ ଜଣ ସାଙ୍ଗ ମଧ୍ୟ ତାଙ୍କ ସହ ଗଲେ। […]

sarbia
ସେଲ୍ଫ କ୍ବାରେଣ୍ଟାଇନ ନିୟମ ଭାଙ୍ଗିଲେ, ଏବେ ୩ ବର୍ଷ ଜେଲ୍‌ରେ ରହିବେ

ବେଲଗ୍ରେଡ୍‌: ସାରା ବିଶ୍‌: ମହାମାରୀ କୋଭିଡ-୧୯ର ଭୟାବହତାରେ ଥରହର । ଏହି ଭାଇରସଠାରୁ ବର୍ତ୍ତିବା ପାଇଁ ଅନେକ ଦେଶ କଠୋର ପଦକ୍ଷେପମାନ ନେଉଛନ୍ତି । ଅଧିକାଂଶ ଦେଶ ଲକ୍‌ଡାଉନ କରି ଦେଇଛନ୍ତି । ଘରୁ ନ ବାହାରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି । ହେଲେ ଅନେକ ଲୋକ ଏହାକୁ ଉଲ୍ଲଂଘନ କରୁଛନ୍ତି । ଏପିରିକି ଆକ୍ରାନ୍ତମାନଙ୍କୁ ସେଲଫ କ୍‌:ାରେଣ୍ଟାଇନ୍‌ରେ ରହିବାକୁ କୁହାଗଲେ ମଧ୍ୟ ସେମାନେ ମାନୁ ନାହାନ୍ତି । ଏପଟେ ଭାଇରସ ସଂକ୍ରମଣ ଦିନକୁ ଦିନ […]

kasar-devi-1-640x479
ଦେବୀପୀଠର ଅଲୌକିକ ଶକ୍ତି: ଯାହାକୁ ଦେଖି ନାସା ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ଏବେ ଚାଲିଛି ନବରାତ୍ର । ନବରାତ୍ର ସମୟରେ ଦେବୀ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା । କରୋନା ଭାଇରସର ସଂକ୍ରମଣକୁ ଦେଖି ମନ୍ଦିରରେ ଭକ୍ତଙ୍କୁ ଦେଖିବାକୁ ମିଳୁ ନ ଥିଲେ ହେଁ ବିଧି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି । ଏହି ଅବସରରେ ଆମେ ଏମିତି ଏକ ମନ୍ଦିରର କଥା କହିବୁ ଯାହାର ଅଲୌକିକ କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଲୌକିକତାର ରହସ୍ୟ ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରି ନାହାନ୍ତି । ଏହି ଅଲୌକିକ […]

america
କରୋନା: ଆମେରିକାରେ ୨୪ ଘଣ୍ଟାରେ ୩୪୫ ମୃତ, ୧୮ ହଜାର ଆକ୍ରାନ୍ତ ଚିହ୍ନଟ

ୱାଶିଂଟନ:ଇଟାଲି ଏବଂ ସ୍ପେନ ପରେ ଏବେ ଦୁନିଆର ମହାଶକ୍ତିଶାଳୀ ଦେଶ ଆମେରିକାରେ କରୋନା ଭାଇରସ୍ ସଂକ୍ରମଣର ପ୍ରଭାବ ବେଶି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ଏହି ଭାଇରସ୍‌ ୩୪୫ ଜଣଙ୍କ ମୁଣ୍ଡ ନେଇଛି। ଏଥି ସହିତ ୧୮,୦୦୦ ନୂଆ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ଏଠାରେ ୧୫୫୦ ଛୁଇଁଲାଣି। ଏକ ଲକ୍ଷରୁ ଅଧିକ ଲୋକ ଏହି ସଂକ୍ରମଣରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସଂକ୍ରମଣ ଯେପରି ଜଙ୍ଗଲରେ ନିଆଁ […]

itay-2
କିଲର କରୋନା: ଇଟାଲିରେ ଗୋଟିଏ ଦିନରେ ୯୨୦ ମୃତ

ରୋମ: କରୋନା ଭାଇରସ୍‌ କବଜାରୁ ସତରେ ଇଟାଲି ମୁକ୍ତି ପାଇବ ! କାରଣ କରୋନା ପ୍ରକୋପ ଏଠାରେ ଦିନକୁ ଦିନ ବଢିବାରେ ଲାଗିଛି । ଶୁକ୍ରବାର ଏଠାରେ ଭୟଙ୍କର ରେକର୍ଡ ଦେଖିବାକୁ ମିଳିଛି । ଏଠାରେ ଶୁକ୍ରବାର ପ୍ରାୟ ୯୨୦ ଜଣଙ୍କର ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି । ଏହାକୁ ମିଶାଇ ବିଶ୍‌:ରେ କରୋନ ମୃତ୍ୟୁ ସଂଖ୍ୟା ୨୬, ୩୫୦ରେ ପହଞ୍ଚିଛି । ତାଜା ସୂଚନା ଅନୁଯାୟୀ, ଇଟାଲିରେ ଶୁକ୍ରବାର ମୃତକଙ୍କ ସଂଖ୍ୟା ରେକର୍ଡ କରିଛି । […]

italy
ମ୍ୟାଚ୍‌ ନୁହେଁ, ସେ ଥିଲା ଇଟାଲି ପାଇଁ ଜୈବିକ ବମ୍

ରୋମ୍‌: ଇଟାଲିରେ କରୋନା ତାଣ୍ଡବ ହୃଦୟ ଥରାଇ ଦେଉଛି । ଏତେ ସମୃଦ୍ଧ ଦେଶ, ଅର୍ଥନୀତିଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ଏତେ ଭଲ। ତଥାପି ଏମିତି କାହିଁକି ହେଲା ? କରୋନାର ଉତ୍ପତି ସ୍ଥଳ ଚୀନଠାରୁ ବି ଭୟାବହ ପରିସ୍ଥିତି ! କରୋନା ଭାଇରସ ଇଟାଲିରୁ ୮ ହଜାର ଜୀବନ ନେଇ ସାରିଲାଣି । ଇଟାଲିରେ ଏପରି ଭୟାବହ ସ୍ଥିତି କାହିଁକି ହେଲା ତାହାର ଉତ୍ତରରେ ଜଣେ ଡାକ୍ତର କହିଛନ୍ତି, ଫେବ୍ରୁଆରୀରେ ମିଲାନରେ ହୋଇଥିବା ଏକ […]

Capture273
କରୋନା ଭାଇରସ୍‌: ବିଶ୍ୱର ୫ ଲକ୍ଷ ୩୮ ହଜାର ୬୯୩ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଭାଇରସର ଅସଲି ରୂପ ମାର୍ଚ୍ଚରେ ହିଁ ଦେଖିବାକୁ ମିଳିଛି । ୫ ଲକ୍ଷ ଲୋକଙ୍କୁ କବଜା କରିନେଇଛି ଏହି ଭାଇରସ। ପ୍ରଥମେ ଚୀନର ଉହାନ ସହରରେ ନିଜର କରାଳ ରୂପ ଦେଖାଇଥିବା ଏହି ଭାଇରସ ଏବେ ସାରା ବିଶ୍ୱ ଭ୍ରମଣ କରି ଆସିଲାଣି । ଏବେ ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୮ ହଜାର ୬୯୩ ରେ ପହଞ୍ଚିଛି । ୨୪ ହଜାର ଲୋକଙ୍କର ମୃତ୍ୟୁ ଘଟିଲାଣି । କରୋନାର ଭୟାବହତାକୁ […]

7 month
କୋଳରେ ୭ ମାସର ଶିଶୁ, ଏକ ସପ୍ତାହ ଚାଲିବା ପରେ ପହଞ୍ଚିବେ  ଘରେ 

ନୂଆଦିଲ୍ଲୀ: ଦେଶ ଲକଡାଉନ ଘୋଷଣା ହେବା ପରେ ହଜାର ହଜାର ପ୍ରତିଷ୍ଠାନ ନିଜ କର୍ମଚାରୀଙ୍କୁ ଘରକୁ ଫେରିଯିବାକୁ ଅନୁମତି ଦେଇଛି । ହେଲେ ଏହାପରେ ସାରା ଦେଶରେ ଘରୋଇ କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କ ସମସ୍ୟା ବଢିଯାଇଛି । ସେମାନଙ୍କ ଦୁର୍ଦ୍ଦଶାର ଚିତ୍ର ଆମେ ସବୁଦିନ ସୋଶାଲ ମିଡିଆରୁ ଦେଖିବାକୁ ପାଉଛୁ । ଗୁରୁଗ୍ରାମରେ କାମ କରୁଥିବା ରାଜକୁମାର ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କର ବସ୍‌ ମଧ୍ୟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ହେଲେ ରାଜକୁମାରଙ୍କ ଘର […]

murder
କରୋନା ପାଇଁ ଭାଇକୁ ହାଣିଲା ଭାଇ

ମୁମ୍ବାଇ: କରୋନା ପାଇଁ ଭାଇକୁ ହତ୍ୟା କଲେ ଭାଇ । କରୋନାକୁ ଡରି ପୁଣେରୁ ସାନ ଭାଇ ଘରକୁ ଫେରି ଆସିଲେ । ଏହାକୁ ଦେଖି ବଡ ଭାଇ ଉତ୍ତ୍ୟକ୍ତ ହୋଇପଡ଼ିଲେ । ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହେଲା ଆଉ ଶେଷରେ ଉତ୍ତ୍ୟକ୍ତ ବଡ ଭାଇ ସାନଭାଇକୁ ହତ୍ୟା କଲେ । ଏମିତି ଘଟଣା ଘଟିଛି କାନ୍ଦିବଲି ସମତା ନଗର ପୋଲିସ ଷ୍ଟେଶନ ଅଞ୍ଚଳରେ । ସମତା ନଗର ପୋଲିସର କହିବା ଅନୁଯାୟୀ, ପୋଡସରରେ ବଡ […]

satish
ପରଲୋକରେ ପଦ୍ମବିଭୂଷଣ ସତୀଶ ଗୁଜରାଲ

ନୂଆଦିଲ୍ଲୀ: ପଦ୍ମବିଭୂଷଣ ସତୀଶ ଗୁଜରାଲଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ଥିଲେ। ସତୀଶ ଗୁଜୁରାଲ ଏକଧାରାରେ ଥିଲେ ଜଣେ ଚିତ୍ରଶିଳ୍ପୀ ଏବଂ ଲେଖକ । ୧୯୨୫ ମସିହା ଡିସେମ୍ବର ୨୫ ତାରିଖରେ ପାକିସ୍ଥାନର ଝେଲମ୍‌ରେ ଜନ୍ମଗ୍ରହଣ କରିଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ.ଗୁଜରାଲଙ୍କ ଭାଇ ଥିଲେ। ସେ ଲାହୋରର ମେୟୋ ସ୍କୁଲ ଅଫ ଆର୍ଟରେ ଶିକ୍ଷା ଗ୍ରହଣ […]

corona virus 27-3
ପରିବାରର ୧୨ ସଦସ୍ୟ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ କରୋନା କୋହ୍ଲାପୁର: ମହାରାଷ୍ଟ୍ରରେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ କରୋନା ପଜେଟିଭ ଥିବା ଜଣାଯାଇଛି । ସାଙ୍ଗଲି ଜିଲ୍ଲାର ଇସସ୍ଲାମପୁର ଗାଁରେ ରହୁଥିବା ଏହି ପରିବାରର ୪ ଜଣ ସଦସ୍ୟଙ୍କର ସ୍‌:ାବ ପରୀକ୍ଷା ହୋଇଥିଲା । ମାର୍ଚ୍ଚ ୨୩ରେ ସେମାନଙ୍କର ପଜିଟିଭ ଆସିଥିଲା । ସେମାନଙ୍କୁ ଆଇସୋଲେସନ :ାର୍ଡରେ ଭର୍ତ୍ତି କରାଯାଇଛି । ଏହି ୪ ଜଣ ଦେଶ ବାହାରକୁ ଯାଇଥିଲେ ଏବଂ ସାଉଦି ଆରବ ଦେଇ […]

Spanish-flu-
ଦିନେ ସ୍ପାନିଶ ଫ୍ଲୁଠାରୁ ଜିତିଥିଲା ମଣିଷ, ଆଜି କରୋନାଠୁ ବି ଜିତିବ

କୋଭିଡ-୧୯କୁ ନେଇ ସାରା ବିଶ୍ୱରେ ଖେଳି ଯାଇଛି ଆତଙ୍କ। ସବୁଠି ଲାଗିଛି କର୍ଫ୍ୟୁ। ଲାଗୁଛି ଯେମିତି ଅଟକି ଯାଇଛି ପୃଥିବୀ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଘରେ ରହିବା ପାଇଁ ସାରା ଦେଶବାସୀଙ୍କୁ ହାତଯୋଡ଼ି ନିବେଦନ କରିଛନ୍ତି। ଦୋକାନ ବଜାର ବନ୍ଦ। ବ୍ୟବସାୟ ବି ଠପ୍‌। ଅର୍ଥନୀତି ଭୂଷୁଡ଼ି ପଡ଼ିବା ଉପରେ। ଏହା ସତ୍ତ୍ୱେ ଲକ୍‌ଡାଉନ ପାଇଁ  ପ୍ରଧାନମନ୍ତ୍ରୀ ଡାକରା ଦେଇଛନ୍ତି। ଏଥିରୁ ସ୍ପଷ୍ଟ ବୁଝି ହେଉଛି କରୋନାର ଭୟବହତା। ତେବେ ସମସ୍ତଙ୍କ ମନରେ […]