• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

mumbai
ଏହି ରାଜ୍ୟରେ ଲାଗୁ ହେଲା ୧୪୪ ଧାରା

ମୁମ୍ୱାଇ: କରୋନା ଭାଇରସକୁ ରୋକିବା ପାଇଁ ମୁମ୍ୱାଇ ପୋଲିସ ଆଜି ସିଆର୍‌ପିସି(CRPC)ର ୧୪୪ ଧାରା ଜାରି କରିଛି। ଏହାଦ୍ୱାରା ସର୍ବସାଧାରଣ ସ୍ଥାନରେ ଆନ୍ଦୋଳନ ଓ ଲୋକଙ୍କ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯିବ। ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଅନାବଶ୍ୟକ କାର୍ଯ୍ୟ ପାଇଁ ଲୋକଙ୍କ ଗତିବିଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବାରଣ କରାଯିବ। ଅଧିକାରୀ କହିଛନ୍ତି ଯେ ଏହି ନିର୍ଦ୍ଦେଶ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ଜଣକରୁ ଅଧିକ ବ୍ୟକ୍ତି ଯଦି ଗହଳି […]

17
ପକେଟ୍‌ ମନିରୁ ଅସହାୟଙ୍କୁ ସାହାଯ୍ୟ କଲେ ଛାତ୍ର

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ସାରା ଦେଶରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଅସହାୟରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ପିଲାମାନଙ୍କଠାରୁ ଆରମ୍ଭ ଅନେକ ବୟସ୍କ ବ୍ୟକ୍ତି ସହାୟତାର ହାତ ବଢ଼ାଉଛନ୍ତି। ଏହି ସମୟରେ ଜଣେ ୧୭ବର୍ଷର ବାଳକ ନିଜ ପକେଟ୍‌ ମନିକୁ ଖର୍ଚ୍ଚ ନକରି ଅଭାବୀ ଲୋକଙ୍କୁ ପିପିଏ କିଟ୍‌ ଓ ହ୍ୟାଣ୍ଡ ସାନିଟାଇଜର ବଣ୍ଟନ କରୁଛନ୍ତି। ବାଳକ ନାଁ ହୁସେନ୍‌ ଜାକିର। ଖବର ଅନୁଯାୟୀ, ୧୭ବର୍ଷୀୟ ହୁସେନ୍‌ କରୋନାରେ […]

mohena
ଟେଲି ଅଭିନେତ୍ରୀଙ୍କ ଭାଇ ଏବେ କରୋନା ପଜିଟିଭ

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ତଥା ରେୱାର ରାଜକୁମାରୀ ମୋହେନା କୁମାରୀ ସିଂ ଓ ତାଙ୍କ ଶ୍ୱଶୁରଘର ପରିବାର ଏକମାସ ତଳେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଅଭିନେତ୍ରୀ ତାଙ୍କ ପରିବାର ସହିତ ଋଷିକେଶ ସ୍ଥିତ ଏମ୍ସରେ (AIIMS)ରେ ଭର୍ତ୍ତି ହୋଇଥିଲେ। ତେବେ ମୋହେନା କୁମାରୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ଏନେଇ ମୋହେନା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। କିନ୍ତୁ ଏବେ ତାଙ୍କ ଭାଇ ଦିବ୍ୟରାଜ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି । […]

ritesss
ଅଙ୍ଗଦାନ କରିବେ ଏଇ ଦୁଇ କଳାକାର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରିତେଶ ଦେଶମୁଖ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦୁହିଁଙ୍କର ନିଆରା ଷ୍ଟାଇଲ୍‌ ପାଇଁ ବେଶ୍‌ ଜଣାଶୁଣା। ଉଭୟ ପତି-ପତ୍ନୀ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାନ୍ତି। ନିଜର କିଛି ଫଟୋ ଓ ଭିଡିଓକୁ ଶେୟାର କରି ପ୍ରଶଂସକମାନଙ୍କର ମନୋରଞ୍ଜନ କରିଥାନ୍ତି। ରିତେଶ ଓ ଜେନେଲିଆ ଦୁହେଁ ମିଶି ଜୀବନ ସହ ଜଡିତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ଶୁଣିବା ପରେ ଉଭୟଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। […]

telanaaaa
ଏହି ରାଜ୍ୟରେ ୧୫ଦିନ ପାଇଁ ସ୍ନାତକ ନାମଲେଖା ସ୍ଥଗିତ

ତେଲେଙ୍ଗାନା : ଆଜିଠାରୁ ଆରମ୍ଭ ହେବାକୁ ଥିବା ସ୍ନାତକ ନାମଲେଖାକୁ ତେଲେଙ୍ଗାନା ସରକାର ୧୫ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଏନେଇ ଡିଗ୍ରୀ ଅନଲାଇନ ସର୍ଭିସେସ ତେଲେଙ୍ଗାନା (ଡିଓଏସଟି) ଏକ ନୋଟିସ୍ ଜାରି କରିଛି। ଖୁବ୍‌ଶୀଘ୍ର ନୂଆ ଅପ୍‌ଡେଟ ଦିଆଯିବ ବୋଲି ଡିଓଏସଟି କହିଛନ୍ତି। କରୋନା ମହାମାରୀ ଯୋଗୁ ଡିଓଏସଟି ତେଲେଙ୍ଗାନାର ପ୍ରଥମ ପର୍ଯ୍ୟାୟ ସ୍ନାତକ ନାମଲେଖାକୁ ୧୫ଦିନ ଆଗକୁ ଘୁଞ୍ଚେଇ ଦେଇଛି। ଏ ନେଇ ଖୁବ୍‌ଶୀଘ୍ର ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯିବ ବୋଲି ଡିଓଏସଟି ତାର ୱେବସାଇଟରେ […]

national flag
ତ୍ରିରଙ୍ଗା ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା

ପ୍ରଦୀପ ଭାରତୀ ଜାତୀୟ ପତାକାକୁ ସମସ୍ତେ ସମ୍ମାନ ଦେବାକୁ ବାଧ୍ୟ। ଏହା ସହିତ ତ୍ରିରଙ୍ଗାର ଏକ ଖାସ୍‌ ପରିଚୟ ମଧ୍ୟ ରହିଛି। ଯେଉଁମାନେ ତ୍ରିରଙ୍ଗାକୁ ଅଧିକ ଭଲପାଆନ୍ତି, ସେମାନେ କେବେ ୨୬ ଜାନୁଆରୀ ୨୦୦୨କୁ ଭୁଲିବେ ନାହିଁ। କାରଣ ଏହି ଦିନ ଭାରତର ସାଧାରଣ ନାଗରିକଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ଯେ କୌଣସି ଦିନରେ ବି ପତାକା ଉତ୍ତୋଳନ କରିବା ପାଇଁ ଅନୁମତି ମିଳିଥିଲା। ଏମିତି ନୁହେଁକି ପୂର୍ବରୁ ଲୋକମାନଙ୍କର ପତାକା ଉଡ଼ାଇବାର ଅଧିକାର ନଥିଲା। କ୍ଷମତା […]

Watermelon
ଜାଣିଛନ୍ତି କି ତରଭୂଜ ମଞ୍ଜି କେତେ ଉପକାରୀ

ତରଭୂଜ ଖାଇବା ସମୟରେ ଲୋକମାନେ ତାହାର ମଞ୍ଜିକୁ କାଢ଼ି ଫିଙ୍ଗି ଦେଇଥାନ୍ତି। କାରଣ ଏହାର ଉପକାରିତା ବିଷୟରେ ଲୋକମାନଙ୍କୁ ହୁଏତ ଜଣା ନ ଥାଏ। ସେଥିପାଇଁ ଏହାକୁ ଫିଙ୍ଗି ଦେଇଥାନ୍ତି। ତରଭୂଜ ମଞ୍ଜିର ଅନେକ ଉପକାରୀ ଗୁଣ ରହିଛି। ପୁଷ୍ଟିସାରରେ ଭରା ଏହି ମଞ୍ଜିକୁ ଖାଇବା ଦ୍ୱାରା ଆମକୁ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଏହା ସହିତ ଶରୀରକୁ ଅନେକ ସୁଫଳ ମିଳିପାରିଥାଏ। ତେଜରାତି ବା ରାସନ ଦୋକାନମାନଙ୍କରେ ଏହା (ଚାରୁ) ମଗଜ ଦାନା ଭାବେ […]

susata555555
ସୁଶାନ୍ତଙ୍କ ଭିଣୋଇ ଲଞ୍ଚ କଲେ 'ନେପୋମିଟର୍', ଜାଣନ୍ତୁ ଏହାଦ୍ୱାରା କ’ଣ ହେବ

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଦେଶରେ ନେପୋଟିଜମ୍‌କୁ ନେଇ ତୀବ୍ର ସମାଲୋଚନା କରାଯାଉଛି। କୁହାଯାଉଛି ଯେ ୩୪ବର୍ଷୀୟ ସୁଶାନ୍ତଙ୍କୁ ବୃତ୍ତିଗତ ଭାବେ ହଇରାଣ କରାଯାଇଥିଲା, ଫଳରେ ସୁଶାନ୍ତ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ଏ ନେଇ ସୁଶାନ୍ତଙ୍କ ଭିଣୋଇ ବିଶାଲ କିର୍ତ୍ତୀ ସୋସିଆଲ ମିଡିଆରେ ନେପୋମିଟର ଲଞ୍ଚ କରିଛନ୍ତି। ତେବେ ଏହି ‘ନେପୋମିଟର୍’ ଲଞ୍ଚ୍ କରିବାର ମୁଖ୍ୟ ଉଦ୍ଦେଶ୍ୟ କ’ଣ। ଏହାର ଖୁଲାସା କରିଛନ୍ତି ଖୋଦ୍ ବିଶାଲ୍। Created […]

bottel
ଅଦରକାରୀ ପ୍ଲାଷ୍ଟିକରୁ ତିଆରି କଲେ ଆଶ୍ରୟ ସ୍ଥଳ

କେରଳ: ବ୍ୟବହାର ଅନୁପୋଯୋଗୀ ପ୍ଲାଷ୍ଟିକରୁ କିଛି ନୂଆକରି ଦେଖାଇଛନ୍ତି କେରଳ ଏର୍ଣ୍ଣାକୁଲମର ଯୁବକ। ଏଣେତେଣେ ଫିଙ୍ଗା ଯାଇଥିବା ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରି ଏର୍ଣ୍ଣାକୁଲମର କିଛି ଯୁବକ ନିର୍ମାଣ କରିଛନ୍ତି ଆଶ୍ରୟ ସ୍ଥଳ। ରାସ୍ତା ପାର୍ଶ୍ୱରେ ଏହି ଆଶ୍ରୟସ୍ଥଳ ରହିଛି। ଲୋକେ ଯେତେବେଳେ ବସ୍‌ରେ ଯାତ୍ରା କରିବାକୁ ବାହାରିବେ ଏଠାରେ ହିଁ ଅପେକ୍ଷା କରିପାରିବେ। ପ୍ଲାଷ୍ଟିକ୍ ବୋତଲରେ ତିଆରି ହୋଇଥିବା ଏହି ଆଶ୍ରୟ ସ୍ଥଳକୁ ବେଶ୍ ସୁନ୍ଦର ଭାବେ ସଜା ଯାଇଛି। କେବଳ ବୋତଲ ନୁହେଁ, ପୁରୁଣା […]

indian army
ପାକିସ୍ତାନୀ ସେନାକୁ ଭାରତୀୟ ସେନାର କଡ଼ା ଜବାବ

ଶ୍ରୀନଗର: ପାକିସ୍ତାନୀ ସେନାଙ୍କୁ ଭାରତୀୟ ସେନାର କଡ଼ା ଜବାବ। ଜାମ୍ମୁ ଓ କାଶ୍ମୀର କୁପୱାରରେ ପାକିସ୍ତାନ ସେନା ପକ୍ଷରୁ ଭାରତୀୟ ପୋଷ୍ଟ ଉପରକୁ ଲକ୍ଷ୍ୟ କରି ଗୁଳିମାଡ଼ କରାଯିବା ପରେ ଏହାର କଡ଼ା ଜବାବ ଦେଇଥିଲା ଭାରତୀୟ ସେନା। ଗୁଳି ବିନିମୟରେ ଟଙ୍ଗଧର ସେକ୍ଟରରେ ୨ଜଣ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ଘଟିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଥାଉ କି, ଅଗଷ୍ଟ ୭ରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଆର୍ମି ମେଜରଙ୍କ ସମେତ ୩ଜଣ ସେନା […]

rupee1
ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ରେକର୍ଡ ସ୍ତରକୁ ହ୍ରାସ ହୋଇଛି। ଗତ ୭୦ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୦ ଟଙ୍କାରେ ଆସି ପହଞ୍ଚିଛି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଏହି ହ୍ରାସ ଦେଖିବାକୁ ମିଲିଛି। ଗତକାଲି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୬୯ ଟଙ୍କା ୯୩ ପଇସାକୁ ହ୍ରାସ ପାଇଥିଲା। ଆଜି ଏହି ମୂଲ୍ୟ ୭୦ ଟଙ୍କା ୦୮ ପଇସାକୁ ହ୍ରାସ ହୋଇଛି। ଘରୋଇ […]

photo
ଏଇ ଟେଲି ଅଭିନେତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଧୀରେ ଧୀରେ ଦେଶରେ ଲକ୍‌ଡାଉନ୍‌ର ନିୟମକୁ କୋହଳ କରାଯାଉଛି। କରୋନା କବଜାରୁ ମୁକୁଳି ପାରୁ ନାହାନ୍ତି ରାଜନେତା, ଅଭିନେତା। ଏବେ ଜଣେ ଟେଲି ଅଭିନେତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଅଭିନେତ୍ରୀ ଜଣକ ହେଉଛନ୍ତି  ଅଦୀତି ଗୁପ୍ତା । ତାଙ୍କର ରିପୋର୍ଟ ପଜିଟିଭ ଆସିଛି।  ଅଦୀତି ଟେଲିଭିଜନର ଅନେକ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିଶେଷ କରି ଷ୍ଟାରପ୍ଲସ୍‌ର ଲୋକପ୍ରିୟ ଶୋ ‘ଇଶ୍କବାଜ୍‌’ରେ […]