• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

food
ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ କଲରା କଖାରୁ ପତ୍ର ପିଠଉ

ଛୋଟ ଛୋଟ ଛୁଆମାନେ କଲରା ଖାଇବାକୁ ଭଲ ପାଆନ୍ତି ନାହିଁ। କାହିଁକି ନା ଏହା ବହୁତ ପିତା ଲାଗିଥାଏ। ଏହା ପିତା ଲାଗିଲେ ବି ଶରୀର ପାଇଁ ବହୁତ ହିତକର। ଯଦି କଲରାକୁ ଆମେ ନୂଆ ଟେଷ୍ଟ ଦେବା ଅର୍ଥାତ୍‌ ଏଥିରେ କିଛି ଚଟ୍‌ପଟା ଜିନିଷ ତିଆରି କରିବା ତେବେ ଖାଲି ଏହା ସୁସ୍ୱାଦୁ ଲାଗିବ ନାହିଁ ବରଂ ଏହା ସମସ୍ତଙ୍କୁ ଖାଇବାକୁ ଭଲ ମଧ୍ୟ ଲାଗିବ। ତେବେ ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ କଲରା କଖାରୁ […]

manipur
୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ମଣିପୁରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିପାଇଁ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମତଦାନକୁ ସୁରୁଖୁରୁରେ କରିବା ପାଇଁ ପୋଲିଂ ପାର୍ଟିକୁ ବିଭିନ୍ନ ଅଞ୍ଚଳକୁ ପଠାଯାଇଛି। ଦୁର୍ଗମ ଅଞ୍ଚଳକୁ ପୋଲିଂ ପାର୍ଟିକୁ ପଠାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ନିର୍ବାଚନ ବେଳେ କୌଣସି ପ୍ରକାର ପ୍ରଲୋଭନ ଦ୍ୱାରା ପ୍ରଭାବିତ ନହୋଇ ନିର୍ବାଚନ ପରିଚାଳନା କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମତଦାନକୁ ଶୃଙ୍ଖଳିତ କରିବାପାଇଁ କଡ଼ା […]

money
୯ କୋଟିରୁ ଅଧିକ ଟଙ୍କା ଜବତ

ହାଇଦ୍ରାବାଦ: ନିର୍ବାଚନ ସମୟ ଯେତେକି ପାଖେଇ ଆସୁଛି ଦେଶର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ଟଙ୍କା ଜବତ ହେଉଛି। ହାଇଦ୍ରାବାଦ ପୁଲିସ୍‌ ଏବଂ ଟାକ୍ସ ଫୋର୍ସ ଗତକାଲି ୭ ଜଣ ବ୍ୟକ୍ତିଙ୍କୁ ହେପାଜତକୁ ନେବା ସହ ସେମାନଙ୍କ ନିକଟରୁ ୮ କୋଟି ଟଙ୍କା ଜବତ କରିଛି। ସେହିଭଳି କୋଏମ୍ବାଟୁରରେ ମଧ୍ୟ ପୁଲିସ୍‌ କୋଟିଏରୁ ଅଧିକ ଟଙ୍କାର ନଗଦ ଅର୍ଥ ଜବତ କରିଛି। ପୁଲିସ୍‌ ଚେକିଂ ବେଳେ କାରାମଡ଼ାଇ ପୁଲିସ୍‌କୁ ଏହି ସଫଳତା ମିଳିଛି।  ଏହି ଟଙ୍କା ନେଇ […]

nn-up
ବିବାହ କରିବେ ISIS କବଳରୁ ରକ୍ଷା ପାଇଥିବା ନାଦିୟା

ନୂଆଦିଲ୍ଲୀ:  ଯମ ପୁରରୁ ଫେରି ଆସିଥିବା ଝିଅ ଏବେ ବୋହୂ ସାଜିବେ । ଆଉ ଯିଏ ତାଙ୍କୁ ସେହି ନର୍କରୁ ଉଦ୍ଧାର କରିଥିଲେ ସିଏ ହେବେ ତାଙ୍କର ଜୀବନ ସାଥି। ତାଙ୍କରି ହାତ ଧରି ସାରା ଜୀବନ ଚାଲିବାକୁ ସେ ନେଇଛନ୍ତି ନିଷ୍ପତ୍ତି। ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ଦ୍ୱାରା ଅପହରଣ ପରେ ମାସାଧିକ ସମୟ ଗଣବଳାତ୍କାର ଶିକାର ହୋଇଥିଲେ ନାଦିୟା ମୁରାଦ। ଏବେ ସେ  ବିବାହ କରିବାକୁ ଯାଉଛନ୍ତି। ଆମେରିକା ସେନାପାଇଁ ଇରାକ୍‌ରେ କାମ କରିସାରିଥିବା ଆବିଦ୍‌ […]

tennis_cornet
ପଡ଼ିଆରେ ଡ୍ରେସ୍‌ ଓହ୍ଲାଇ ହଟହଟା ଖେଳାଳି

ନୂଆଦିଲ୍ଲୀ: ପଡ଼ିଆରେ ଡ୍ରେସ୍‌ ଓହ୍ଲାଇ ହଟହଟା ହେଲେ ଫ୍ରାନ୍ସ ଟେନିସ୍‌ ତାରକା ଏଲ୍‌ଜି କୋର୍ଣ୍ଣେଟ୍‌। ଖେଳ ମଝିରେ ତାଙ୍କର ଏଭଳି ହରକତ୍‌ ପାଇଁ ଦେଖାଦେଇଛି ବିବାଦ। ଏହି ଖେଳାଳି ଜଣଙ୍କ ଡ୍ରେସ୍‌କୁ ଓଲଟା ପିନ୍ଧି ପଡ଼ିଆକୁ ଚାଲିଆସିଥିଲେ। ପରେ ଯେତେବେଳେ ତାଙ୍କୁ ଏହି କଥା ଜଣାପଡିଲା ସେ ସେହିଠାରେ ହିଁ ଡ୍ରେସ୍‌ ଖୋଲି ଠିକ୍‌ ଭାବରେ ପିନ୍ଧିଥିଲେ। ଯାହାକୁ ନେଇ ତାଙ୍କୁ ଅମ୍ପେୟାରଙ୍କ ଠାରୁ ଚେତାବନୀ ମିଳିଛି। US OPEN VIOLATION: Alizé Cornet was penalized […]

dengue-up
ନୟାଗଡ଼ ଜିଲ୍ଲାରେ ଡେଙ୍ଗୁର ପ୍ରାଦୁର୍ଭାବ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଡେଙ୍ଗୁର ପ୍ରାଦୁର୍ଭାବ। ପ୍ରତିଦିନ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦ରୁ ଅଧିକ ଡେଙ୍ଗୁ ରୋଗୀ ଅାସୁଥିବା ଜଣାପଡ଼ିଛି। ତେବେ ନିଦା ବିଷ୍ଣୁ ପାଲଟିଛି ପ୍ରଶାସନ । ଡେଙ୍ଗୁ  ରୋକିବା ଲାଗି କୌଣସି ପଦକ୍ଷେପ ନିଅାଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି। ଏପରିକି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଡେଙ୍ଗୁ ଓ୍ୱାର୍ଡ ଥିଲେ ବି ଅାକ୍ରାନ୍ତଙ୍କୁ ସେହି ଓ୍ୱାର୍ଡରେ ଭର୍ତ୍ତି କରାଯାଉ ନାହିଁ। ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଡାକ୍ତର।  ଡେଙ୍ଗୁ ଅାକ୍ରାନ୍ତଙ୍କୁ […]

nandamuri harikrishna
ହରିକ୍ରୀଷ୍ଣାଙ୍କ ମରଶରୀର ସହ ସେଲ୍ଫି ନେଇ ଫସିଗଲେ ମେଡିକାଲ ଷ୍ଟାଫ୍‌

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପ୍ରଖ୍ୟାତ ଅଭିନେତା ତଥା ରାଜନେତା ନନ୍ଦାମୁରୀ ହରିକ୍ରୀଷ୍ଣାଙ୍କ ମରଶରୀର ସହ ସେଲ୍ଫି ନେଇ ବିଦା ହେଲେ ମେଡିକାଲ ଷ୍ଟାଫ୍‌। ସେଲ୍ଫି ନେଇଥିବା ୪ ଜଣ ସଦସ୍ୟଙ୍କୁ କେମିନେନୀ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ବରଖାସ୍ତ କରିଛନ୍ତି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବା ଯୋଗୁ ହରିକ୍ରୀଷ୍ଣାଙ୍କ ବୁଧବାର ଦେହାନ୍ତ ହୋଇଥିଲା। ହରିକ୍ରୀଷ୍ଣା ତାଙ୍କର ଜଣେ ଫ୍ୟାନ୍‌ଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନେଲୋରକୁ ଯାଉଥିଲେ। ଏହି ସମୟରେ କାର୍‌ଟି ଭାରାସାମ୍ୟ ହରାଇ ନାଲଗୋଣ୍ଡା ହାଇୱେ […]

hogh-school--up
ଛାତ୍ରଙ୍କୁ ରୋଷେୟାଙ୍କ ମାଡ଼ ଅଭିଯୋଗ

ରାଉରକେଲା : ରାଉରକେଲା ଛାତ୍ରଙ୍କୁ ରୋଷେୟାଙ୍କ ମାଡ଼ ଅଭିଯୋଗ। ରାଉରକେଲା ଉଦିତନଗର ହାଇସ୍କୁଲ ଛାତ୍ରବାସରେ ୫ଜଣ ଛାତ୍ରଙ୍କୁ ରୋଷେୟା ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରମାନେ ମୋବାଇଲ୍‌ରେ ଗେମ୍ ଖେଳୁଥିବାରୁ ରୋଷେୟା ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଉଦିତନଗର ଥାନାରେ ରୋଷେୟା ନାଁରେ ଅଭିଭାବକମାନେ ଅଭିଯୋଗ କରିଛନ୍ତି।

op-rawat-up
ଦେଶରେ ପ୍ରଥମ ଥର ଲାଗି ନିଯୁକ୍ତ ହେବେ ସୁଗମ ନିର୍ବାଚନ ପର୍ଯ୍ୟବେକ୍ଷକ

ନୂଆଦିଲ୍ଲୀ : ଅାଗାମୀ ସାଧାରଣ ନିର୍ବାଚନରେ ଭୋଟିଂ ବ୍ୟବସ୍ଥାକୁ ଅାହୁରି ସରଳ କରିବାକୁ  ଉଦ୍ୟମ କରିଛନ୍ତି  ନିର୍ବାଚନ କମିଶନ।  ଏହି କ୍ରମରେ ଦେଶରେ ପ୍ରଥମଥର ଲାଗି ସୁଗମ ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ। ଅାଜି ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାଓ୍ୱତ। ଅାଜି ଛତିଶଗଡ଼ ରାଜଧାନୀ ରାୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଓ୍ୱତ କହିଛନ୍ତି, ଅନ୍ୟ ପର୍ଯ୍ୟବେକ୍ଷକଙ୍କ ଭଳି ସୁଗମ ନିର୍ବାଚନ ପର୍ଯ୍ୟବେକ୍ଷକ ନିର୍ବାଚନ କିଭଳି ସୁରୁଖୁରୁରେ ହେବ ସେ ଦିଗରେ […]

Asian Games
ଏସିଆନ୍ ଗେମ୍‌ସରେ ଭାରତକୁ ମିଳିଲା ଆଉ ୩ ସ୍ୱର୍ଣ୍ଣ

ଜାକର୍ତ୍ତା: ଏସିଆନ୍ ଗେମ୍‌ସରେ ଆଜି ଭାରତକୁ ବକ୍ସିଂ ଓ ପୁରୁଷ ବ୍ରିଜ୍‌ରେ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୪୯ କେଜି ବର୍ଗରେ ଅମିତ୍ ପଙ୍ଘଲଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ଅମିତ ଉଜ୍‌ବେକିସ୍ତାନର ୨୦୧୬ ଅଲମ୍ପିକ୍ ଚାମ୍ପିଅନ୍ ହାସନବୟ ଦୁସ୍‌ମାତୋଭ୍‌ଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ପୁରୁଷ ବ୍ରିଜ୍‌ରେ ମଧ୍ୟରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ପ୍ରଣବ ବର୍ଦ୍ଧନ ଓ ଶିବନାଥ ସରକାର ଦେଶ ପାଇଁ ଏହି ଗୌରବ ଆଣିଛନ୍ତି। ଏହା ସହିତ ଭାରତର ସ୍ୱର୍ଣ୍ଣ […]

deepika
ଖୁବ୍‌ ଶୀଘ୍ର ବିବାହ ତାରିଖ ଘୋଷଣା କରିବେ ଦୀପିକା! ଦେଲେ ଏମିତି କିଛି ସଙ୍କେତ...

ମୁମ୍ବାଇ: ଦୀପିକା ପାଦୁକୋନ୍‌ ଓ ରଣବୀର ସିଂ ବଲିଉଡ୍‌ ସେଲେବ୍ରିଟିମାନଙ୍କ ମଧ୍ୟରୁ ଜଣେ ଯିଏକି ଚଳିତ ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଉଭୟଙ୍କ ରିଲେସନ୍‌ସିପ୍‌କୁ ନେଇ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବଲିଉଡ୍‌ର ଏହି ଚର୍ଚ୍ଚିତ ଯୋଡ଼ି ଚଳିତ ବର୍ଷ ନଭେମ୍ବରରେ ବିବାହ କରିପାରନ୍ତି। ଏପରିକି ସେମାନଙ୍କ ମ୍ୟାରେଜ୍‌ ଭେନ୍ୟୁ ମଧ୍ୟ ସ୍ଥିର ହୋଇଯାଇଛି। ଯାହାକୁ ନେଇ ସୋଶାଲ୍‌ ମିଡିଆରେ ଅନେକ ଖବର ଶୁଣିବାକୁ ମିଳୁଛି। କିନ୍ତୁ ଏସବୁକୁ ନେଇ ଦୀପିକା ଓ […]