ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ହେଲା ଗୁଜରାଟର ଗାନ୍ଧିନଗରରୁ ପ୍ରାର୍ଥୀ ହୋଇ ଜିତୁଥିବା ବରିଷ୍ଠ ବିଜେପି ନେତା ଏଲ୍କେ ଆଡ଼ଭାନୀଙ୍କ ରାଜନୀତିକ କ୍ୟାରିୟର ଏକ ପ୍ରକାରର ଶେଷ ହୋଇଯାଇଛି। ଚଳିତ ବର୍ଷ ଆଡ଼ଭାନୀଙ୍କ ଗାନ୍ଧିନଗର ଆସନରୁ ବିଜେପି ଅମିତ ଶାହଙ୍କୁ ପ୍ରାର୍ଥୀ କରିଛି। ଶ୍ରୀ ଶାହ ପ୍ରଥମଥର ପାଇଁ ଏହି ଆସନରୁ ଲଢ଼ିବେ। ଆଡ଼ଭାନୀଙ୍କ ବୟସ ୯୧ ହୋଇଥିବାରୁ ତାଙ୍କୁ ଦଳ ଆଉ ଏଥର ପ୍ରାର୍ଥୀ କରି ନଥିବା କୁହାଯାଉଛି। ସେ ଗାନ୍ଧି ନଗର ଆସନରୁ କ୍ରମାଗତ […]
ଶ୍ରୀନଗର: ଆତଙ୍କବାଦୀଙ୍କ କବଳରୁ ଉଦ୍ଧାର ହେଲେ ହଜିନ ଓ ବାନ୍ଦିପୋର ଅଞ୍ଚଳର ୨ ସାଧାରଣ ନାଗରିକ। ସେନା ସହିତ ଗୁଳିବର୍ଷଣ ଚାଲିଥିବାବେଳେ ଆତଙ୍କବାଦୀ ଏହି ଦୁଇ ନାଗରିକଙ୍କୁ ଅପହରଣ କରିନେଇ ଯାଇଥିବା ସୂଚନା ମିଳିଥିଲା। ପରେ ସେନାର ବାରମ୍ବାର ଲଗାତାର ଗ୍ରେନେଡ ମାଡ଼ ହେବାପରେ ସେହି ଦୁଇ ନାଗରିକଙ୍କୁ ଛାଡ଼ିଦେଇ ୩ ଜଣ ଆତଙ୍କବାଦୀ ଚମ୍ପଟ ମାରିଥିବା ଜଣାପଡ଼ିଛି। ଗୁଳି ବିନିମୟ ବେଳେ ଜଣେ ପୋଲିସ କର୍ମୀ, ଜଣେ ଏସଏଚଓ ଏବଂ ୩ ଯବାନ ଆହତ ହୋଇଛନ୍ତି। […]
ନୂଆଦିଲ୍ଲୀ: ୪ ଦିନର କସରତ ପରେ ଶେଷରେ ବିଜେପି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ବିଜେପି ସିଇସି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଥିବା ୧୮୪ ଜଣ ନେତାଙ୍କ ନାଁ ଘୋଷଣା କରିଛନ୍ତି। ଓଡ଼ିଶା ସମେତ କର୍ଣ୍ଣାଟକା, ଜମ୍ମୁ-କଶ୍ମୀର, ରାଜସ୍ଥାନ, କେରଳ, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ଆଣ୍ଡାମାନ ନିକୋବର, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ ଭଳି ୨୦ଟି […]
ନୂଆଦିଲ୍ଲୀ: ଭାରତର ଶୀର୍ଷ ଶଟଲର ସାଇନା ନେହ୍ୱାଲ ପେଟଜନିତ ସମସ୍ୟା କାରଣରୁ ଇଣ୍ଡିଆ ଓପନ୍ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର ସୁପର-୫୦୦ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଛନ୍ତି। ସୋମବାର ୨୯ ବର୍ଷରେ ପଦାର୍ପଣ କରିଥିବା ସାଇନା ଯନ୍ତ୍ରଣା ସତ୍ତ୍ବେ ଅଲ ଇଂଲଣ୍ଡ ଚାମ୍ପିଅନଶିପ୍ ଖେଳିଥିଲେ। ଏହି କାରଣରୁ ସେ ଗତ ସପ୍ତାହରେ ସ୍ୱିସ ଓପନରୁ ବାଦ୍ ପଡ଼ିଥିଲେ ଏବଂ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଇଣ୍ଡିଆ ଓପନରୁ ଓହରିବା ନେଇ ସାଇନା ବୁଧବାର ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ (ବିଏଆଇ)କୁ ସୂଚନା […]
ନୂଆଦିଲ୍ଲୀ: ବୁଧବାର ପଞ୍ଚକୁଲାର ସ୍ୱତନ୍ତ୍ର କୋର୍ଟ ବହୁ ଚର୍ଚ୍ଚିତ ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲାର ଶୁଣାଣି କରି ସ୍ୱାମୀ ଅସୀମାନନ୍ଦଙ୍କ ସମେତ ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଅନ୍ୟ ୩ ଜଣ ହେଉଛନ୍ତି ଲୋକେଶ ଶର୍ମା, କମଲ ଚୌହାନ ଏବଂ ରାଜିନ୍ଦର ଚୌଧୁରୀ। ଏହା ପୂର୍ବରୁ ପାକିସ୍ତାନୀ ନାଗରିକ ରାହିଲା ୱକିଲ୍ଙ୍କ ଆବେଦନକୁ କୋର୍ଟ ନାକଚ କରିଥିଲେ। ଏହି ଆବେଦନ କାରଣରୁ ହିଁ ମାମଲାର ଶୁଣାଣି ଗତ ୧୧ ତାରିଖରୁ ଆଜି ତାରିଖକୁ ଘୁଞ୍ଚିଥିଲା। […]
ନୂଆଦିଲ୍ଲୀ: ଭାରତ ସୀମା ଉପରେ କଡ଼ା ନଜର ରଖିବା ପାଇଁ ପାକିସ୍ତାନ ଚାଇନା ପାଖରୁ ଅତ୍ୟାଧୁନିକ ଡ୍ରୋନ କିଣିବ। ଚାଇନା ଦ୍ବାରା ନିର୍ମିତ ଅନମ୍ୟାନଡ ଏରିଆଲ ଭେଇକିଲ(ୟୁଏଭି) କିଣିବ। ଏହି ଡ୍ରୋନର ନାମ ରେନବୋ ସିଏଚ-୪ ଏବଂ ସିଏଚ-୫ ରହିଛି। ଜାତିସଂଘରେ ମାସୁଦ ଆଝାରକୁ ଆତଙ୍କବାଦୀ ଘୋଷଣା ଦାବିକୁ ଚାଇନା ଗ୍ରହଣ କରି ନଥିଲା। ଏବେ ଭାରତ ଉପରେ ନଜର ରଖିବା ପାଇଁ ଏପରି ଡ୍ରୋନ ପାକିସ୍ତାନକୁ ବିକ୍ରି କରିବା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି। […]
ନୂଆଦିଲ୍ଲୀ: ‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨୫ ଲକ୍ଷ ଚୌକିଦାରଙ୍କ ସହ କଥା ହୋଇଛନ୍ତି। ଅଡିଓ ବ୍ରିଜ୍ ମାଧ୍ୟମରେ ଦେଶର ଚୌକିଦାରମାନଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ। ହୋଲି ଅବସରରେ ଦେଶର ସମସ୍ତ ଚୌକିଦାରଙ୍କୁ ଶୁଭେଚ୍ଛା ଦେବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପରୋକ୍ଷ ଭାବେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ। ବିରୋଧୀଙ୍କ ‘ଚୌକିଦାର ଚୋର ହେ’ ଉକ୍ତି ଦେଶ ପାଇଁ କ୍ଷତିକାରକ ବୋଲି କହିଛନ୍ତି ମୋଦି। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ […]
ନୂଆଦିଲ୍ଲୀ: ଶେଷରେ ଗିରଫ ହେଲେ ଫେରାର ହୀରା ବ୍ୟବସାୟୀ ନିରବ ମୋଦି। ୧୩ ହଜାର କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବଙ୍କୁ ଲଣ୍ଡନ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ତାଙ୍କୁ ୱେଷ୍ଟ ମିନିଷ୍ଟର କୋର୍ଟରେ ହାଜର କରାଯିବ। ଗିରଫ ପରେ ତାଙ୍କୁ ଭାରତ ପ୍ରତ୍ୟର୍ପଣ ନେଇ ମାମଲା ଚାଲିବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁରୋଧ କ୍ରମେ ଗତ ୧୮ ତାରିଖରେ ଲଣ୍ଡନ କୋର୍ଟ ନିରବଙ୍କ ବିରୋଧରେ ଆରେଷ୍ଟ ଓ୍ୱାରେଣ୍ଟ ଜାରି କରିଥିଲା। […]
ପାଣାଜି: ବିଜେପିର ବରିଷ୍ଠ ନେତା ମନୋହର ପାରିକରଙ୍କ ଦେହାନ୍ତ ପରେ ଯୁବ ନେତା ପ୍ରମୋଦ ସାୱନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ତାଙ୍କ ସପକ୍ଷରେ ବହୁମତ ଥିବା ଆସନ୍ତାକାଲି ସେ ପ୍ରମାଣ ଦେବେ। ଏପଟେ ଏବେ ବି ରାଜ୍ୟରେ ସରକାର ଗଠନକୁ ନେଇ ଛକାପଞ୍ଝା ଲାଗି ରହିଛି। କାରଣ ଉଭୟ ବିଜେପି ଓ କଂଗ୍ରେସ୍ ପାଖରେ ବହୁମତ ନାହିଁ। ଏପରି ସ୍ଥିତିରେ ୩ ଜଣ ସ୍ୱାଧୀନ ବିଧାୟକ ଓ ଜଣେ ଏନ୍ସିପି ବିଧାୟକଙ୍କ ଉପରେ […]
ଜମ୍ମୁ: ଯେତେ ଯାହା କଲେ ବି ପାକିସ୍ତାନ ସୁଧୁରିବ ନାହିଁ। ପୁଲୱାମା ଆକ୍ରମଣର ଭାରତ ପ୍ରତିଶୋଧ ନେବା ସହ ବିଶ୍ୱବାସୀଙ୍କୁ ପାକିସ୍ତାନର ଅସଲ ଚେହେରା ଦେଖାଇବା ପରେ ଆଶା କରାଯାଉଥିଲା କିଛିଟା ପରିବର୍ତ୍ତନ ଘଟିବ। ହେଲେ ‘ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ’ ନୀତିରେ ଚାଲିଛି ପାକିସ୍ତାନ। ଆଜି ମଧ୍ୟ ପାକିସ୍ତାନ ସୀମାରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଛି। ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ମାଡ଼ କରିବାରୁ ଆମର ଜଣେ ଯବାନ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି କରିଥିବା ମେଣ୍ଟରୁ ବାଦ୍ ପଡ଼ିଥିବା କଂଗ୍ରେସ ଏବେ ନୂଆ ଗୋଟି ଚାଳନା ଆରମ୍ଭ କରିଛି। ଉତ୍ତର ପ୍ରଦେଶ ମହାମେଣ୍ଟରୁ ବାଦ୍ ପଡ଼ିଥିଲେ ହେଁ କଂଗ୍ରେସ ସପା ଓ ବିଏସ୍ପି ପାଇଁ ୭ଟି ଆସନ ଛାଡ଼ିବାକୁ ଘୋଷଣା କରିଛି। ହେଲେ କଂଗ୍ରେସର ଏଭଳି ଚାଲକୁ ବିଏସ୍ପି ସୁପ୍ରିମୋ ମାୟାବତୀ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ମହାଗଠବନ୍ଧନ ପାଇଁ ୭ଟି ସିଟ ଛାଡ଼ିଦେବାର ଘୋଷଣା କରି ଲୋକଙ୍କ […]