ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରୁ ବିଦାୟ ନେଲା ମୌସୁମୀ। ୮ଟି ଜିଲ୍ଲା ସଂପୂର୍ଣ୍ଣ ଏବଂ ଆଉ ୮ ଜିଲ୍ଲାରୁ ମୌସୁମୀ ଆଂଶିକ ବିଦାୟ ନେଇଛି। ଏହା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା ଛାଡିଛି। ଫଳରେ ଆଜି ପାଗ ଅନୁକୂଳ ରହିଛି। ଆଗାମୀ ୨ ଦିନରେ ମୌସୁମୀ ପୂରା ଓଡ଼ିଶା ଛାଡ଼ିବ ବୋଲି ସୂଚନା ମିଳିଛି। ଆସନ୍ତା ୨୮ ସୁଦ୍ଧା ସାରା ଦେଶରୁ ମୌସୁମୀ ବିଦାୟ ନେବା ବୋଲି ଆକଳନ କରାଯାଇଛି। […]
ପୁରୀ: ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ହେବ ଗୋଷାଣୀ ଭସାଣ ଉତ୍ସବ। ଏଥିଲାଗି ଆସନ୍ତାକାଲି ଦିନ ୧୦ଟାରୁ ମରଚିକୋଟ ଛକଠାରୁ ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁ କରାଯିବ। ଗୋଷାଣୀଙ୍କ ସହ ମାତ୍ର ୭ ଜଣଙ୍କୁ ଭସାଣି ପାଇଁ ଅନୁମତି ଦେଇଛି ପ୍ରଶାସନ। ସେମାନଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବ। ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି ଓ ଆଖଡା ଦ୍ୱାରା ହେଉଥିବା ୪୦ରୁ ଅଧିକ ଗୋଷାଣୀ ସିଂହଦ୍ୱାରକୁ ଭସାଣ ଆସିବ। ଏହି ଶୋଭାଯାତ୍ରା […]
ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଠାକୁରାଣୀଙ୍କ ପ୍ରସାଦ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ଅଛନ୍ତି। ସମସ୍ତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅଞ୍ଚଳରେ ଘଟିଛି। ଗତକାଲି ରାତିରେ କୃଷ୍ଣନଗର ପଞ୍ଚାୟତ ପିଞ୍ଛାପାଟିଆ ଗାଁରେ ମନଶାଦେବୀ ଠାକୁରାଣୀ ମନ୍ଦିରରେ ଭୋଗ ହୋଇଥିଲା। ସେହି ଭୋଗକୁ ଗାଁର ଶତାଧିକ ଲୋକ ଖାଇଥିଲେ। ଆଜି ସକାଳେ ସମସ୍ତଙ୍କୁ ଝାଡ଼ା, ବାନ୍ତି ଓ ମୁଣ୍ଡବିନ୍ଧା ହୋଇଥିଲା। ସମସ୍ତଙ୍କୁ ଡାଙ୍ଗମାଳ ପ୍ରାଥମିକ […]
ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ। ୨୨ ଟିକିଆ ହାତୀ ପଲ ଗତ ୧୧ ଦିନ ହେଲା ଉପଦ୍ରବ ଚଳାଇଛନ୍ତି। ହାତୀ ପଲ ବ୍ୟାପକ ଅଞ୍ଚଳରେ ଧାନ ଫସଲ ନଷ୍ଟ କରିବା ସହ ୫ରୁ ଅଧିକ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଧାନ ଅମଳ ସମୟ ହଇଥିବା ବେଳେ ହାତୀପଲ ଧାନ ଖାଇବା ସହିତ ମାଡି ମକଚି ବହୁ ଫସଲ ନଷ୍ଟ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଗତ ରାତିରେ ହାତୀ ପଲ କରଞ୍ଜିଆ ବ୍ଲକ […]
କଟକ: ଦୀର୍ଘ ଦଶ ଦିନର ପୂଜା ବିଧି ଶେଷ ହେବାପରେ ଆସନ୍ତାକାଲି ମା ଦୁର୍ଗାଙ୍କୁ ମେଲାଣି ଦିଆଯିବ। ପୂର୍ବ ବର୍ଷଭଳି ଅଡ଼ମ୍ବରରେ ବିସର୍ଜନ ଉପରେ ପ୍ରଶାସନ ରୋକ୍ ଲଗାଇଛି। ତେଣୁ କଟକରେ ମାଆଙ୍କ ଭସାଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦେବୀଗଡା ବ୍ୟତୀତ ଅନ୍ୟ ୧୪ଟି ସ୍ଥାନରେ ବିର୍ସଜନ ଲାଗି ଅସ୍ଥାୟୀ ପୋଖରୀ କରାଯାଇଛି। ପ୍ରତିଟି ପୂଜା ମଣ୍ଡପ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଭସାଣି କରାଯିବ। ସକାଳ ୧୦ଟାରୁ ୧୨ଟା, ୧୨ରୁ ୨ଟା, ଅପରାହ୍ଣ୨ଟା ରୁ […]
ଭୁବନେଶ୍ୱର: ଓଟିଭି ଏବଂ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କିଛି ସ୍ଥାନୀୟ ଚ୍ୟାନେଲରେ ପ୍ରସାରିତ ଖବରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଟିଭି କର୍ତ୍ତୃପକ୍ଷ। ଓଟିଭି ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ମିଛ ଏବଂ ମନଗଢ଼ା ବୋଲି ଓଟିଭି କର୍ତ୍ତୃପକ୍ଷ ଦର୍ଶାଇଛନ୍ତି। ଓଟିଭି ନେଟ୍ଓ୍ୱାର୍କ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରି ଅପରେଟିଂ ଅଫିସର ଲିତିଶା ମଙ୍ଗତ୍ ସ୍ପଷ୍ଟ କରିଛନ୍ତି ଯେ ଓଟିଭି ଏବଂ ପଣ୍ଡା ପରିବାରର କଷ୍ଟଲବ୍ଧ ପ୍ରତିଷ୍ଠାକୁ ମଳିନ କରିବା ଉଦ୍ଦେଶ୍ୟରେ ହିଁ ଦିଲ୍ଲୀରେ […]
ପାରାଦୀପ: ଦୀର୍ଘ ବର୍ଷ ଧରି ପାରାଦୀପ ଉପକୂଳରେ ବୁଡ଼ିରହିଥିବା MV ବ୍ଲାକରୋଜ୍ ଜାହାଜ ପୁଣି ବିପଦ ସାଜିଲା। ଦୁର୍ଘଟଣାଗ୍ରସ୍ତ ଏହି ଜାହାଜରେ ଆଜି ଧକ୍କା ଖାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି ୯ ଜଣ ମତ୍ସ୍ୟଜୀବୀ। ଆଜି ସକାଳେ ଘଟିଥିଲା ଏହି ଅଘଟଣ। ସମୁଦ୍ରରେ ଜୁଆର ପାଣିଥିବାରୁ ବୁଡି ରହିଥିବା ବ୍ଲାକରୋଜ୍ ଜାହାଜକୁ ଦେଖି ପାରିନଥିଲେ ଏକ ଟ୍ରଲର ଡ୍ରାଇଭର। ଫଳରେ ଜାହାଜକୁ ଧକ୍କା ହେବା ପରେ ବୋଟ୍ଟି ଭାଙ୍ଗି ପାଣିରେ ବୁଡି ଯାଇଥିଲା। ଏହାପରେ ଜାହାଜରେ ଥିବା ସମସ୍ତ […]
ଲମତାପୁଟ: ଜଲାପୁଟ ଜଳଭଣ୍ଡାରରେ ବୁଡ଼ି ୩ ଯୁବକ ନିଖୋଜ। କାଠ ଡଙ୍ଗାରେ ଜଳଭଣ୍ଡାର ବୁଲିଲା ବେଳେ ଓଲଟିଲା ଡଙ୍ଗା। ଗତକାଲି ୫ ଯୁବକ ଏକ କାଠ ଡଙ୍ଗାରେ ଜଳଭଣ୍ଡାର ଭିତରକୁ ଯାଇଥିଲେ। ଡଙ୍ଗାଟି ବୁଡ଼ି ଯିବାରୁ ୩ ନିଖୋଜ ହୋଇଯାଇଥିଲେ କିନ୍ତୁ ଆଉ ୨ ଜଣ ପହଁରି ପଳାଇ ଆସିଥିଲେ। ପଳାଇ ଆସିଥିବା ୨ ଯୁବକ ଗତକାଲି ଠାରୁ ଦୁର୍ଘଟଣା କଥା କହିନଥିଲେ। ଆଜି ସନ୍ଧ୍ୟାରେ ଘଟଣା ଜଣାପଡ଼ିବା ପରେ ପୋଲିସ୍ ଖୋଜାଖୋଜି ଉଦ୍ୟମ ଆରମ୍ଭ କରିଛି। […]
ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୦୦୩ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୨,୬୬,୧୦୫କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୯ ଓ ଷ୍ଟେଟ୍ ପୁଲ୍ରୁ ୫୦ ଜଣ ସୁସ୍ଥ ହୋଇଛନ୍ତି। ଅନୁଗୁଳ-୧୫୯, କଟକ-୧୪୧, ସୁନ୍ଦରଗଡ଼-୧୩୧, ଯାଜପୁରରୁ ୧୧୩ ସୁସ୍ଥ ବାଲେଶ୍ୱର-୧୦୪, ମୟୂରଭଞ୍ଜ-୧୦୧, କଳାହାଣ୍ଡି-୯୧, କେନ୍ଦ୍ରାପଡ଼ା-୮୦ ବରଗଡ଼-୭୮, ବଲାଙ୍ଗିର-୭୨, ପୁରୀ ୬୯, […]
ଭୁବନେଶ୍ୱର: ସରିଲା ଦଶହରା ଏବେ ମା‘ଙ୍କୁ ଦିଆଯିବ ମେଲାଣି। ଗତକାଲି ବିଭିନ୍ନ ପୂଜା ମଣ୍ଡପରେ ବିଜୟା ଦଶମୀ ଶେଷ ପରେ ଆଜି ମା’ଙ୍କୁ ଦିଆଯିବ ମେଲାଣି । ରାଜ୍ୟରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ମା’ଙ୍କୁ ଆଜି ବିସର୍ଜନ କରାଯିବ। ଟ୍ୱିନ୍ ସିଟିରେ ମା’ଙ୍କୁ ବିଦାୟ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା। କଟକରେ ସକାଳ ୧୦ଟାରୁ ଆରମ୍ଭ ହେବ ଭସାଣ ପର୍ବ । ଗତକାଲି ମଧ୍ୟ କଟକରେ କିଛି ମେଢ ବିସର୍ଜନ କରାଯାଇଥିଲା। ଦେବୀଗଡା ବ୍ୟତୀତ ଅନ୍ୟ […]
ପୁରୀ: ରୂପାରେ ଆଛାଦିତ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାର । ଏଥିଲାଗି ବିନିଯୋଗ ହେବ ଅଢ଼େଇ ଟନ୍ ରୁପା । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଆଜି ଅପରାହ୍ଣରେ ବସିବ ସ୍ୱତନ୍ତ୍ର ବୈଠକ। ଛତିଶାନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ, ପୂଜାପଣ୍ଡା ନିଯୋଗ, ପ୍ରତିହାରୀ ନିଯୋଗ ସହ ଆଲୋଚନା କରାଯିବ। ପୂର୍ବରୁ ୩ଟି ଦ୍ୱାର ରୁପା ଛାଉଣୀ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଆଉ ୫ଟି ଦ୍ୱାରକୁ ରୂପାରେ ଛାଉଣୀ କରାଯିବା ପାଇଁ […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ମାଲକାନଗିରି ଜୁମଡାଙ୍ଗରେ ପୋଲିସ ଅପରେସନ ବେଳେ ଏଭଳି ଘଟଣା ଘଟିଥିଲା। ଜୁମଡାଙ୍ଗ ନିକଟ ଜଙ୍ଗଲରେ ମାଓବାଦୀ ଶିବିର ଥିବାର ସୂଚନା ପାଇ ଗତ କାଲି ପୋଲିସ ଅପରେସନ ଆରମ୍ଭ କରିଥିଲା। ମାଓବାଦୀଙ୍କ ଶିବିର ନିକଟରେ ପହଞ୍ଚିବା ପରେ ପୋଲିସ ଉପରକୁ ମାଓବାଦୀମାନେ ପାଲଟା ଗୁଳିମାଡ଼ କରିଥିଲେ। ଏବେ ମଧ୍ୟ ଏହି ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି। ମାତ୍ର ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ି […]
ଭୁବନେଶ୍ୱର: ଓଡ଼ିଶାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୨୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ଧରି ଖୋଦ୍ଧାରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ବୃଦ୍ଧି ପାଇଛି । ଆଜି ଖୋଦ୍ଧାରୁ ସର୍ବାଧିକ ୨୦୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୧୦୫ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୨୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୯ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। […]
ଭୁବନେଶ୍ୱର:ଆଜି ରାଜ୍ୟରେ ୧୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧, ୨୭୨ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଭୁବନେଶ୍ୱରରେ ୪ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ନୂଆପଡ଼ାରେ ୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହପରି ଝାରସୁଗୁଡ଼ା, କେନ୍ଦୁଝରରେ ୨ ଜଣ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଉ କି, ଆଜି […]
ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ଅହେତୁକ ବୃଦ୍ଧି ପାଇଛି। ବିଭିନ୍ନ ରିଟେଲର୍ ଓ ହାଟ ମାନଙ୍କରେ ପିଆଜ ଦର ବଢିବାରେ ଲାଗିଛି। କେଉଁଠି ଦର କିଲୋ ପ୍ରତି ଏହାର ଦର ୮୦ ଥିବା ବେଳେ ଆଉ କେଉଁଠି ଏହାର ମୂଲ୍ୟ ୧୦୦କୁ ଛୁଇଁଛି। ପିଆଜ ମୂଲ୍ୟ ବୃଦ୍ଧି ଯୋଗୁ ଏବେ ଗ୍ରାହକ ପିଆଜ କିଣିବାକୁ କୁଣ୍ଠାବୋଧ କରୁଛନ୍ତି। ରୋଷେଇ ଘରେ ଏବେ ପିଆଜକୁ ମଧ୍ୟ କମ୍ ଦେଖିବାକୁ ମିଳୁଛି। କିଛି କିଛି ସ୍ଥାନରେ ବ୍ୟବସାୟୀଙ୍କ କହିବା କଥା, […]
ଝାରସୁଗୁଡ଼ା: ବେଦାନ୍ତ କଂପାନି ମୁଖ୍ୟ ଫାଟକ ଆଗରେ ଉତ୍ତେଜନା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ ବିଭିନ୍ନ ଦାବି ନେଇ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ବେଦାନ୍ତ ଆସ୍ପଣ୍ଡ ବା ପାଉଁସ ପୋଖରୀ ଦ୍ୱାରା କଟିକେଲା ଗାଁର କ୍ଷତିଗ୍ରସ୍ତ ପରିବାର ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଉଚିତ କ୍ଷତିପୂରଣ ସହ ସ୍ଥାୟୀ ନିଯୁକ୍ତି ଓ ସମସ୍ତ ଗ୍ରାମବାସୀଙ୍କୁ ବିସ୍ଥାପନ କରିବାକୁ ଦାବି ହୋଇଛି। ଗତ ୨୦୧୭ ମସିହା ଅଗଷ୍ଟ ମାସରେ […]
ଭୁବନେଶ୍ୱର: ଜମି ନଥିବା ଚାଷୀଙ୍କୁ ଋଣ ଦେବା ଲାଗି ଥିବା ବ୍ୟବସ୍ଥାକୁ କଡ଼ାକଡି ଲାଗୁ କରିବେ ସରକାର। ଜଏଣ୍ଟ ଲାୟାବିଲିଟି ଗ୍ରୁପ୍ ମାଧ୍ୟମରେ ଏହି ଋଣ ଦିଆଯିବ। ଏନେଇ ଆଜି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରତି ଗ୍ରୁପରେ ୫ ଜଣ ଚାଷୀ ରହିବେ। ଗ୍ରୁପ୍ ପିଛା ୫୦ ହଜାର ଟଙ୍କାର ଋଣ ଦିଆଯିବ। ପ୍ରତ୍ୟେକ ସମବାୟ ସମିତି ୧୦ଟି ଗ୍ରୁପକୁ ଋଣ ଦେବାକୁ ବାଧ୍ୟ। ଐହାସହ ସେ ଆହୁରି କହିଛନ୍ତି, […]
ଭୁବନେଶ୍ୱର: ଓଡିଶା ପୋଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ‘ପୋଲିସ୍ ଏକ୍ସିଲେନ୍ସ ଆୱାର୍ଡ’ ମିଳିଛି। ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପୋଲିସ ଏକ୍ସପୋରେ ତାଙ୍କୁ ଏହି ସମ୍ମାନ ମିଳିଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ ତାଙ୍କୁ ସମ୍ମାନିତ କରିଥିଲେ। ଓଡିଶା କ୍ୟାଡରର ପ୍ରଥମ IPS ଅଫିସର ଭାବେ ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସଫଳତା ପାଇଛନ୍ତି। ଲୋକଙ୍କୁ ସେବା ଓ ଧନ ସମ୍ପତ୍ତି ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି।
ଭୁବନେଶ୍ୱର : ବିରୋଧର ସ୍ୱରକୁ ଚାପି ଦେବାର ପ୍ରୟାସ। ଗ୍ରାମସଭାରେ ତ ଅସନ୍ତୋଷ ଜଣାଇ ପାରିଲେନି, ଗଣମାଧ୍ୟମ ସାମ୍ନାରେ ବି ନିଜ ମତ ରଖିବାକୁ ଯାଉଥିବା ଏ ବ୍ୟକ୍ତିଙ୍କୁ ଧକ୍କା ଦେଇ ଭଗାଇ ଦିଆଯାଉଛି। କହିବାର ବି ସୁଯୋଗ ମିଳୁନି। କିସ୍ ପାଇଁ ଜଙ୍ଗଲ ଜମି କିସମ ପରିବର୍ତ୍ତନ ଲାଗି ଆଜି ଭୁବନେଶ୍ୱର କିଟ୍ ନିକଟ ପଥରଗାଡ଼ିଆ ଗ୍ରାମସଭାର ଦୃଶ୍ୟ ଥିଲା ଏମିତି। ଅଭିଯୋଗ ଅନୁଯାୟୀ, ଏ ଗ୍ରାମସଭାରେ ପଥରଗାଡ଼ିଆ ବାସିନ୍ଦା କମ୍, ବେଶି ବସିଥିଲେ କିଟ୍ […]
ବରଗଡ଼ : ବଡ଼ ଭାଇଠାରୁ ସୁପାରୀ ନେଇ ସାନ ଭାଇର ଯୌନାଙ୍ଗ କାଟିଦେଲେ ସୁପାରି କିଲର। ଏଥିରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସାନ ଭାଇ। ବରଗଡ଼ ଜିଲ୍ଲା ନୀଳେଶ୍ୱର ଗାଁରୁ ଅସିଛି ଏହି ଅଭିଯୋଗ। ବରଗଡ଼ ସଦର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ନୀଳେଶ୍ୱର ଗାଁର ଅଶୋକ ବାରିକଙ୍କୁ ସେହି ଗାଁର ସୁଦାମ ନାମକ ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ଅଶୋକଙ୍କୁ ଆକ୍ରମଣ କରିଥିଲା। ତେବେ ବେକକୁ କାଟିବା ଲାଗି ଉଦ୍ୟମ କରି […]
ଭୁବନେଶ୍ୱର : ଆସିଲା ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା ତଦନ୍ତ କମିଟି ରିପୋର୍ଟ। ରିପୋର୍ଟ ପାଇବା ପରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଅଘଟଣ ପାଇଁ ସଂପୃକ୍ତ ଠିକାଦାର ସଂପୂର୍ଣ୍ଣ ଭାବେ ଦାୟୀ। ସଂପୃକ୍ତ ଠିକା ସଂସ୍ଥା ସୁରକ୍ଷା ନେଇ ବିଶେଷ ଯତ୍ନବାନ ନଥିଲା ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେମିତି ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହେବା କଥା, ହୋଇନଥିଲା। କାମରେ ନିୟୋଜିତ ଶ୍ରମିକମାନେ ବି କୁଶଳୀ ଶ୍ରମିକ ନଥିଲେ ବୋଲି […]
ଭୁବନେଶ୍ୱର : ଥମୁନି ଅଜଣା ପୋକ ଆତଙ୍କ। ଭୁବନେଶ୍ୱର ମଙ୍ଗଳା ବସ୍ତିରେ ଏବେବି ବୁଲୁଛନ୍ତି ମାଳ ମାଳ ପୋକ। ପ୍ରଶାସନ ବି ନାଚାର। ଏହାରି ଭିତରେ ଓୟୁଏଟିର ଏକ ବିଶେଷଜ୍ଞ ଦଳ ଚନ୍ଦକା ଜଙ୍ଗଲକୁ ଯାଇ ପୋକଙ୍କ ନମୁନା ସଂଗ୍ରହ କରିଛି। ଚନ୍ଦକାର ଶହ ଶହ ଏକର ଅଞ୍ଚଳରେ ବାଉଁଶ ଧାନ ହୋଇଥିବାରୁ ଏହାକୁ ଖାଇବା ପାଇଁ ପୋକ ଆସୁଛନ୍ତି ଏବଂ ବଂଶବିସ୍ତାର କରୁଥିବା ଓୟୁଏଟି ଅଧିକାରୀ କହିଛନ୍ତି । ପ୍ରତି ୩୦ରୁ ୪୦ ବର୍ଷରେ ବାଉଁଶ […]
କଟକ : ରସଗୋଲାର ଉତ୍ପତିସ୍ଥଳ ବିବାଦକୁ ନେଇ ଦାଏର ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ୍। ୮ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନ ଓ ଚେନ୍ନାଇସ୍ଥିତ ଇଣ୍ଟେଲେକ୍ଚ୍ୟୁଆଲ୍ ପ୍ରପର୍ଟି ଅଫିସ ଏବଂ ପଶ୍ଚିମବଙ୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପରିଷଦକୁ ପକ୍ଷ ରଖିବାକୁ ନୋଟିସ କରାଯାଇଛି। ସ୍ୱେଚ୍ଛାସେବୀ ସଂଗଠନ ଓଡ଼ିଆ ପର୍ବ ଓ ପୁଣ୍ୟ ଉତ୍କଳ ପକ୍ଷରୁ ଆଗତ ଏ ସମ୍ପର୍କିତ ମାମଲାରେ ରାଜ୍ୟ ସରକାରଙ୍କ […]
ଭୁବନେଶ୍ୱର : ବିଜେଡିରେ ଡାକ୍ତର ଦାମୋଦର ରାଉତ ଏବେ ସଂପୂର୍ଣ୍ଣ କୋଣଠେସା। ଏକଥାକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି ନୂଆ କରି ସଂପାଦକ ପଦ ପାଇଥିବା ପୁଅ ସମ୍ବିତ ରାୟତରାୟ। ନବୀନ ନିବାସରେ ଦୁଇଦିନ ଧରି ଦଳର ବୈଠକ ବିଷୟରେ ବି ସମ୍ବିତ ମୁହଁ ଖୋଲିଛନ୍ତି। ବାପାଙ୍କୁ କାହିଁକି ଏ ବୈଠକକୁ ଡକାଗଲା ନାହିଁ, ସେ ପ୍ରଶ୍ନରେ ଏହା ଦଳର ଆଭନ୍ତରୀଣ ମାମଲା ଓ ଉପର ଲେବଲ କଥା କହି ନିଜ ଅସହାୟତା ପ୍ରକାଶ କରିଛନ୍ତି ସମ୍ବିତ୍। […]
କଟକ : ଥେରୁବାଲି ପରେ ଏବେ ଚୌଦ୍ୱାର ଇମ୍ଫା ଆଗରେ ଧାରଣା। ଚୌଦ୍ୱାରରେ ଥିବା କଳିଙ୍ଗ ପବ୍ଲିକ ସ୍କୁଲକୁ ବନ୍ଦ କରିବା ଲାଗି ଇମ୍ଫା ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛି ଟାଙ୍ଗୀ-ଚୌଦ୍ୱାର ସଚେତନ ନାଗରିକ ମଞ୍ଚ। ପ୍ରତିବାଦରେ ଆଜି ମଞ୍ଚ ପକ୍ଷରୁ ଇମ୍ଫା କାରଖାନା ଆଗରେ ଗଣଧାରଣା ଦିଆଯାଇଛି। ମଞ୍ଚର ସଦସ୍ୟ ଅଭିଯୋଗ କରିଛନ୍ତି, ସ୍ଥାନୀୟ ଲୋକଙ୍କ ପାଇଁ ବିଜୁ ପଟ୍ଟନାୟକ କଳିଙ୍ଗ ପବ୍ଲିକ ସ୍କୁଲକୁ ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ କମ୍ପାନୀ ପରିସରରେ ଥିବା ଏହି ସ୍କୁଲର […]