ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସ୍ର ସଫଳ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ବ୍ରହ୍ମୋସ୍ ହେଉଛି ସୁପରସୋନିକ୍ କ୍ରୁଜ୍ ମିଜାଇଲ୍। ଆଜି ସକାଳ ୧୦ଟା ୩୦ରେ ୩ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ଭାରତ-ରୁଷିଆ ମିଳିତ ଜ୍ଞାନ କୌଶଳରେ ତିଆରି ହୋଇଛି ସୁପରସୋନିକ୍ କ୍ରୁଜ୍ ମିଜାଇଲ୍ ବ୍ରହ୍ମୋସ୍। ଏହି କ୍ଷେପଣାସ୍ତ୍ରର ଶତ୍ରୁପକ୍ଷକୁ ଲକ୍ଷ୍ୟଭେଦ କ୍ଷମତା ୪୫୦ରୁ ୬ ଶହ କିଲୋମିଟର ପର୍ଯ୍ୟନ୍ତ ରହିଛି। ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଉଭୟ ଜଳ ଓ ସ୍ଥଳଭାଗରୁ ନିକ୍ଷେପ […]
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ […]
କଟକ: କଟକ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ନେଇ ମାମଲାର ଶୁଣାଣି ଅକ୍ଟୋବର ୯ ତାରିଖକୁ ଘୁଞ୍ଚିଲା। ଆଜି ଏନେଇ ଶୁଣାଣି ହେବାକୁ ଥିବାବେଳେ ହାଇକୋର୍ଟ ଏହାକୁ ୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ତେବେ ପରବର୍ତ୍ତୀ ଶୁଣାଣିବେଳେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି କୋର୍ଟ। ଏହାସହ ମଣ୍ଡପଗୁଡ଼ିକରେ ନିର୍ମାଣାଧିନ ମୂର୍ତ୍ତିକୁ ସୁରକ୍ଷା ଦେବାକୁ କୋର୍ଟ କହିଛନ୍ତି। ମୃର୍ତ୍ତିର ଉଚ୍ଚତା ପ୍ରସଙ୍ଗରେ କମିଶନର ଜାରି କରିଥିବା ନିର୍ଦ୍ଦେଶାନାମାକୁ ଚ୍ୟାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ […]
ଭୁବନେଶ୍ୱର: କୋଭିଡ ପରିଚାଳନାରେ ସରକାର ଫେଲ୍ ମାରିଥିବା କହିଛି ବିରୋଧୀ। ଶାସକ ଦଳ ବିରୋଧରେ ଏଭଳି ଅଭିଯୋଗ ଉଠାଇଛନ୍ତି ବିରୋଧୀ। ଟିଏମସିରୁ ୭ ଦିନ ଭିତରେ ସଂକ୍ରମିତଙ୍କୁ ଛାଡ଼ିଦେବାରୁ ସଂକ୍ରମଣ ବ୍ୟାପିଲା। ଏପଟେ ଅଣ କୋଭିଡ ରୋଗୀ ମେଡିକାଲ୍ରେ ଚିକିତ୍ସା ପାଉ ନାହାନ୍ତି। ଏଭଳି ଅଭିଯୋଗ ଉଠାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। କେନ୍ଦ୍ର ସରକାର ୫୬୭ ଭେଣ୍ଟିଲେଟର ଦେଲେ, ହେଲେ ସେଥିରୁ ୪୨୦ଟି ବ୍ୟବହାର ହେଲାନି ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ବିଧାୟକ […]
ଜଗତସିଂହପୁର: ସ୍ତ୍ରୀ ଓ ଝିଅକୁ ହାଣି ସ୍ୱାମୀର ଆତ୍ମହତ୍ୟା ଅଭିଯୋଗ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଝିଅର ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ଜଗତସିଂହପୁର ଜିଲ୍ଲା ଜୋତଚାନ୍ଦପାଟଣା ଗାଁରେ ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି। ଗତକାଲି…
ଭୁବନେଶ୍ୱର: ଗୋଟିଏ ଦିନରେ ଭୁବନେଶ୍ୱର ମହାନଗରରେ ୩୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୬ ସୁସ୍ଥ ହୋଇଛନ୍ତି। ଏନେଇ ବିଏମ୍ସି ଟ୍ୱିଟ୍ କରି ସୂଚନା ଦେଇଛି। ୩୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୨୯୪ଟି ଲୋକାଲ ରହିଥିବା ବେଳେ କ୍ୱାରେଣ୍ଟିନରୁ ୭୫ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରର ଶୈଳଶ୍ରୀ ବିହାରରୁ ଆଜି ସର୍ବାଧିକ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ସହିଦନଗରରୁ ୧୩, ଚନ୍ଦ୍ରଶେଖରପୁରରୁ ୧୨, ପଟିଆରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ସୂଚନା […]