• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bjd
ସମ୍ୱଲପୁର ବିଜେଡିରେ ଫାଟ! ପ୍ରତାପ ଦେବଙ୍କୁ ଜିଲ୍ଲା ବିଜେଡି ସଭାପତି ଓ ରେଙ୍ଗାଲି ବିଧାୟକଙ୍କ ବିରୋଧ

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ପ୍ରତାପ ଦେବଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଜିଲ୍ଲା ବିଜେଡି ସଭାପତି ଓ ରେଙ୍ଗାଲି ବିଧାୟକ ଫେରାଦ ହେବେ। ଏନେଇ ଉଭୟ ନେତା ସ୍ପଷ୍ଟ କରିଛନ୍ତି। ଗତକାଲି ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଶାଳା ଅଞ୍ଚଳରେ ଏକ ବିଶାଳ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା। ହେଲେ ସେଠାକୁ ତାଙ୍କୁ ନ ଡକା ଯିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରେଙ୍ଗାଲି ବିଧାୟକ ରମେଶ ପଟୁଆ। […]

  • Tuesday, 20 July 2021
old man (1)
ବୃଦ୍ଧ ବାପାଙ୍କ ଗୋଡ଼ରେ ଶିକୁଳି ପକାଇଲେ ପରିବାର ଲୋକେ

ଗଞ୍ଜାମ: କଥାରେ ଅଛି ବାପା ମାଆ ସ୍ୱର୍ଗଠୁ ବଡ଼। ନିଜ ପୁଅ ଝିଅ ଓ ପରିବାର ଲୋକଙ୍କ ପାଇଁ ତାଙ୍କର ବଳିଦାନ ଅତୁଳନୀୟ। ହେଲେ ଅନେକ ସମୟରେ ବାପା ମାଆ ମାନେ ନିଜ ରୋଜଗାର କ୍ଷମ ପୁଅ ଝିଅଙ୍କ ନିକଟରେ ଅଲୋଡ଼ା ହୋଇଯାଆନ୍ତି। ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି। ଶିକୁଳିରେ ବନ୍ଧା ହୋଇଛି ହାତ ଗୋଡ଼। ଦୁଇ ଗୋଡ଼କୁ ଲୁହା କଡାରେ ବନ୍ଧା ଯାଇଥିବାବେଳେ, ଦୁଇ ହାତକୁ ବି ସେହିଭଳି ବନ୍ଧା ଯାଇଛି। ଆଉ ଏହାପରେ ବି […]

  • Tuesday, 20 July 2021
Capture-2-...
‘ଜମି ହରାଇଥିବା ଚାଷୀଙ୍କୁ ଦିଅ ଅନୁକମ୍ପା ରାଶି’

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାରେ କଂଗ୍ରେସ ପକ୍ଷରୁ ରାସ୍ତାରୋକ୍‌  କରାଯାଇଛି । ୮ ଦଫା ଦାବି ନେଇ ଗୋଲାମୁଣ୍ଡା ଯୁବ କଂଗ୍ରେସ ପକ୍ଷରୁ ରାସ୍ତାରୋକ୍‌ କରାଯାଇଛି। ଫଳରେ ଧର୍ମଗଡ଼-ସିନାପାଲି ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। କାଠିକୁଟା ଡ୍ୟାମ୍ ନିର୍ମାଣରେ ଜମି ହରାଇଥିବା ଚାଷୀଙ୍କୁ ଅନୁକମ୍ପା ରାଶି ପ୍ରଦାନ, ଛତୁଆ ବଣ୍ଟନରେ ଦୁର୍ନିତି ଭଳି ୮ ଦଫା ଦାବି ନେଇ ରାସ୍ତାରୋକ୍‌ କରିଛ କଂଗ୍ରେସ। ଗତ କିଛି ଦିନ ଧରି ଏନେଇ ଦାବି କରିବା ପରେ […]

  • Tuesday, 20 July 2021
film
ବଲିଉଡ୍‌ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’କୁ ବ୍ରହ୍ମପୁରରେ ବିରୋଧ

ବ୍ରହ୍ମପୁର: ବିବାଦୀୟ ବଲିଉଡ୍‌ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’କୁ ବ୍ରହ୍ମପୁରରେ ବିରୋଧ କରାଯାଇଛି। ବ୍ରହ୍ମପୁରର ରୁକ୍ମଣୀ ସିନେମା ହଲ୍‌ରେ ଏହି ଫିଲ୍ମ ପ୍ରଦର୍ଶନକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀମାନେ ସିନେମା ହଲ୍‌ ଆଗରେ ପୋଷ୍ଟର ପୋଡ଼ିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ହଲ୍‌ ଆଗରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। ସେପଟେ ଫିଲ୍ମକୁ ବିରୋଧ ପରେ ସିନେମା ହଲ୍‌ କର୍ତ୍ତୃପକ୍ଷ […]

  • Tuesday, 20 July 2021
Capture-1-..
ମଣ୍ଡିରେ ପଡ଼ିଛି, ବର୍ଷାରେ ଭିଜୁଛି ଧାନ

ମଣ୍ଡିରେ ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବହୁ ମଣ୍ଡିରେ ଧାନ ପଡି ପଡି ଗଜା ହେବାକୁ ବସିଲାଣି। ହେଲେ ମିଲରଙ୍କ ଦେଖା ନାହିଁ। ଚଳିତ ବର୍ଷ ବାସୁଦେବପୁର ବ୍ଲକର ୨୨ଟି ସେବା ସମବାୟ ସମିତି ଜରିଆରେ ୧୨ ହଜାର ୬୦୦ ଚାଷୀ ଧାନ ବିକିବା ପାଇଁ ପଞ୍ଜୀକରଣ କରିଥିଲେ। ସରକାରଙ୍କ ପକ୍ଷରୁ ୭ ଲକ୍ଷ ୧ ହଜାର ୬୬୭ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଯୋଜନା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପାଖାପାଖି ୩ ଲକ୍ଷ […]

  • Tuesday, 20 July 2021
pht.....
‘ବିଜେପି କ୍ଷମତାକୁ ଆସିଲେ ସ୍ୟାଟ୍‌ର ହେବ ପୁନର୍ବିନ୍ୟାସ’

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ବା ସ୍ୟାଟ୍‌ ବନ୍ଦ ଲାଗି ସରକାରଙ୍କ ପଦକ୍ଷେପକୁ ନିନ୍ଦା କରିଛି ବିଜେପି । ଏହା ରାଜ୍ୟ ସରକାରଙ୍କ ଏକଛତ୍ରବାଦୀ ନୀତି ସ୍ପଷ୍ଟ କରୁଛି ବୋଲି ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ। ଆଜି ଏକ ପ୍ରେସ ମିଟ୍‌ରେ ରାଜ୍ୟ ସରକାରଙ୍କ ପଦକ୍ଷେପ କର୍ମଚାରୀ ଓ ଲୋକ ବିରୋଧୀ ବୋଲି ବିଶ୍ୱଭୂଷଣ କହିଛନ୍ତି । ବିଜେପି ସହ ମେଣ୍ଟ ଥିବାବେଳେ ବିଜେଡି ଏଭଳି ଚକ୍ରାନ୍ତ କରିଥିଲା ଏବଂ ସେ ଏହାକୁ […]

  • Tuesday, 20 July 2021
congress leader
ଗୋଲ୍‌ଡେନ୍‌ ବାବାଙ୍କ ସହ ବିଜେଡି ନେତାଙ୍କ ଲିଙ୍କ୍‌ ଅଭିଯୋଗରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଚେକ୍ ଜାଲିଆତିରେ ଫସିଥିବା ଭୁବନେଶ୍ୱରର ଗୋଲ୍‌ଡେନ୍‌ ବାବାଙ୍କ ସହିତ ବିଜେଡି ଲିଙ୍କ୍‌କୁ ନେଇ ବିରୋଧ ବଢ଼ୁଛି। ଏଥିପାଇଁ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ କରାଯାଇଛି। ଛାତ୍ର କଂଗ୍ରେସ କର୍ମୀ ଗୋଲ୍‌ଡେନ୍ ବାବାଙ୍କ ସହିତ ବିଜେଡିର ଲିଙ୍କ୍‌ ଥିବା ଅଭିଯୋଗ କରି ନବୀନ ନିବାସ ଘେରାଉ କରିବାକୁ ଯାଉଥିଲେ। ଏହି ସମୟରେ ଶିଶୁ ଭବନ ଛକରେ ସେମାନଙ୍କୁ ପୁଲିସ୍‌ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏପରିକି କଂଗ୍ରେସ କର୍ମୀ ପୁଲିସ୍‌ ଉପରକୁ […]

  • Tuesday, 20 July 2021
rape minor
ଘରେ ଏକୁଟିଆ ଥିବାବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ନାବାଳିକାଙ୍କ ବୟସ ୭ ବର୍ଷ ବୋଲି ଜଣାପଡ଼ିଛି। ତାଙ୍କ ବାପାମା’ ଦିନ ମଜୁରିଆ ଭାବେ କାମ କରନ୍ତି। ଗତକାଲି ବାପାମା’ ତାଙ୍କୁ ଘରେ ଏକୁଟିଆ ଛାଡ଼ି ମୂଲ ଲାଗିବାକୁ ଯାଇଥିଲେ। […]

  • Tuesday, 20 July 2021
drown
ପୋଖରୀରେ ବୁଡ଼ିଗଲେ ଭାଇଭଉଣୀ

ମାଲକାନଗିରି: ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଶିଶୁ। ମୃତ ଦୁଇ ଶିଶୁ ସମ୍ପର୍କୀୟ ଭାଇଭଉଣୀ ବୋଲି ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ୍‌ ସାଲିମାରିକୁଣ୍ଡା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଆଜି ସକାଳେ ଭାଇଭଉଣୀ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେମାନେ ପୋଖରୀରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ସେମାନଙ୍କୁ ଚାରିଆଡ଼େ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ପରେ ଦୁହିଁଙ୍କୁ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ଉଦ୍ଧାର କରାଯାଇ […]

  • Tuesday, 20 July 2021
led bulb
ମାଗଣାରେ ମିଳିବ ଏଲ୍‌ଇଡି ବଲ୍‌ବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଘରେ ଏଲ୍‌ଇଡି’ ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ୮୭ ଲକ୍ଷ  NFSA ଏବଂ ୮ ଲକ୍ଷ SFSS ହିତାଧିକାରୀଙ୍କୁ ମାଗଣାରେ ଏଲ୍‌ଇଡି ବଲ୍‌ବ ମିଳିବ। ଏହାଦ୍ୱାରା ୯୫ଲକ୍ଷ ପରିବାର ଉପକୃତ ହେବେ।  ଏହି ଯୋଜନାରେ ହିତାଧିକାରୀଙ୍କୁ ୪ଟି ଗୋଟି ୯ ୱାଟ୍‌ ଏଲ୍‌ଇଡି ବଲବ୍ ବିନାମୂଲ୍ୟରେ ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ୩.୮୦ କୋଟି ଏଲ୍‌ଇଡି ବଲ୍‌ବ କିଣିବେ। ଜାନୁଆରୀ ମାସର ୧୫ରୁ ୨୦ […]

  • Tuesday, 20 July 2021
d
ଗୁଣୁପୁର ଟ୍ରିପଲ୍ ମର୍ଡର୍‌ ଘଟଣାର ପର୍ଦ୍ଦାଫାଶ: ୯ ଗିରଫ

ଗୁଣୁପୁର(ଇନ୍ଦ୍ରଜିତ୍‌ କୁମାର ପଣ୍ଡା): ଉକୁମ୍ବାଗୁଡ଼ା ଟ୍ରିପଲ୍ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୯ ଜଣଙ୍କୁ ଗିରଫ କରିଛି ଗୁଣପୁର ପୁଲିସ। ଗୁଣିଗାରେଡ଼ି ସନ୍ଦେହରେ ଗତ ୨୩ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଗାଁର କିଛି ଲୋକ ସଂଘବଦ୍ଧ ଭାବେ ଗୋପାଳ ଶବର, ପତ୍ନୀ ଲକ୍ଷ୍ମୀ ଶବର ଓ ଜଣେ ବୃଦ୍ଧାଙ୍କୁ ବ୍ୟାଟ୍‌ରେ ପିଟି ମାରିଥିବା ଅଭିଯୋଗ ହୋଇଥିଲା। ଘରୁ ଡାକି ନେଇ ଗାଁ ମୁଣ୍ଡରେ ପିଟି ହତ୍ୟା କରିବା ପରେ […]

  • Tuesday, 20 July 2021
pregnant woman
ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ଭାରରେ ବୋହି ନଦୀ ପାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଗଲା

କୋରାପୁଟ: ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ଭାର ବୁହା ହୋଇ ନଦୀ ପାର୍‌ କରାଯାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଅନ୍ତର୍ଗତ କାରିକୋନ୍‌ ଗାଁରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତକାଲି କାରିକୋନ୍‌ ଗାଁ ସୁବାଇ ନିରିକିୟାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ତେବେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଘର ଯାଏ ପହଞ୍ଚି ପାରିନଥିଲା। […]

  • Tuesday, 20 July 2021
protest
ଟ୍ରାକ୍ଟର ଧକ୍କାରେ ଚାଲିଗଲା ଶିକ୍ଷକଙ୍କ ଜୀବନ; ଡାକ୍ତରଖାନା ସମ୍ମୁଖରେ ଉତ୍ତେଜନା

ସୁବର୍ଣ୍ଣପୁର: ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଅନ୍ତର୍ଗତ ନିର୍ମଳା ଛାୟା ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ଗତକାଲି ରାତିଠୁ ବିନିକା ମେଡିକାଲ୍ ସମ୍ମୁଖରେ ଉତ୍ତେଜନା ଲାଗି ରହିଛି। ଖବର ଲେଖାଯିବା ସୁଦ୍ଧା ଉତ୍ତ୍ୟକ୍ତ ଲୋକେ ମେଡିକାଲ୍ ସମ୍ମୁଖ ରାସ୍ତା ଧାରଣାରେ ବସିଛନ୍ତି। ମୃତ ଶିକ୍ଷକ ହେଲେ ମୁରାରୀ ମିଶ୍ର। ତାଙ୍କ ଘର ଉର୍ଲେଗାଁରେ ବୋଲି ଜଣାପଡ଼ିଛି। ଗତକାଲି […]

  • Tuesday, 20 July 2021
bike
ରାଜଧାନୀରେ ଭଡ଼ାରେ ମିଳୁଛି ବାଇକ୍‌

ଭୁବନେଶ୍ୱର: ଭଡାରେ ମିଳୁଛି ବାଇକ୍‌। ରାଜଧାନୀ ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହୋଇଛି। ଘଣ୍ଟାକୁ ମାତ୍ର ୩୬ ଟଙ୍କାରେ ବାଇକ୍‌ ନେଇ ବୁଲି ପାରିବେ ଭୁବନେଶ୍ୱର ଓ ପୁରୀ ଭଳି ବିଭିନ୍ନ ସ୍ଥାନ। କୋଲକାତାର ଡ୍ରପ୍‌ ୟୁ ନାମକ ଏକ କମ୍ପାନୀ ସହିତ ଏନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଯେଉଁମାନଙ୍କ ପାଖରେ ବାଇକ୍‌ ନାହିଁ ବା ବାଇକ୍‌ରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳ ବୁଲିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ସେମାନେ ଏହି ‘ରେଣ୍ଟ୍‌ ଏ ବାଇକ୍‌ […]

  • Tuesday, 20 July 2021
pm modi..
ସାଧାରଣ ନିର୍ବାଚନ ପାଇଁ ବିଜେପି କ୍ୟାମ୍ପ୍‌ରେ ଜୋରଦାର ପ୍ରସ୍ତୁତି

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି କ୍ୟାମ୍ପ୍‌ରେ ଜୋରଦାର ପ୍ରସ୍ତୁତି। ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଦଳ ଲାଗି ପଡ଼ିଛି। ଏନେଇ ଆଜିଠୁ ଦୁଇ ଦିନ ଯାଏ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍‌ରେ ବିଜେପିର ଜାତୀୟ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ, କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିବେ। ମୁଖ୍ୟତଃ ଏହି ବୈଠକରେ ଦଳ […]

  • Tuesday, 20 July 2021
gangaa
ଜିଏମ୍ ବିଶ୍ୱବିଦ୍ୟାଳୟ-ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ମୁହାଁମୁହିଁ

ସମ୍ବଲପୁର(ସଞ୍ଜୟ କୁମାର ଜେନା): ଯୁକ୍ତ ୨ ପରୀକ୍ଷାକୁ ନେଇ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏବଂ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଉଭୟଙ୍କ ମଧ୍ୟରେ ଏହି ବିବାଦ ଦେଖାଦେଇଛି। ବିଶ୍ୱବିଦ୍ୟାଳୟରେ ପରୀକ୍ଷା ନ କରିବାକୁ ନେଇ କୁଳପତିଙ୍କ ଅନୁରୋଧକୁ ସ୍କୁଲ୍ ଓ ଗଣ ଶିକ୍ଷା ବିଭାଗ ଅଣଦେଖା କରିବା ପରେ ବିବାଦ ଉପୁଜିଛି। ଚଳିତଥର ଯୁକ୍ତ ଦୁଇ ପରୀକ୍ଷାକେନ୍ଦ୍ର ଜିଏମ୍ ବିଶ୍ୱବିଦ୍ୟାଳୟରେ […]

  • Tuesday, 20 July 2021
representational image
ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର: ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଗୁମିଦରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ବନବାସୀ ଦଣ୍ଡସେନା ଓ ସ୍ୱାତୀ ପାଇକ। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା କୁହାଯାଉଛି। ପରିବାର ଲୋକେ ଏହାକୁ ଗ୍ରହଣ ନ କରିବାରୁ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆଜି ସକାଳେ […]

  • Tuesday, 20 July 2021
paswan
ଅନୁସୂଚିତ ଜାତିର ବିକାଶରେ ବାଧା

ଅନୁଗୁଳ: ରାଜ୍ୟରେ ଅନୁସୂଚିତ ଜାତି ଲୋକଙ୍କ ବିକାଶରେ ବାଧା ସୃଷ୍ଟି ହେଉଛି। ରାଜ୍ୟର ମୋଟ ଜନସଂଖ୍ୟା ତୁଳନାରେ ଅନୁସୂଚିତ ଜାତି ଲୋକଙ୍କର ବିକାଶ ହେଉନଥିବା କହିଛନ୍ତି ରାଷ୍ଟ୍ରୀୟ ଅନୁସୂଚିତ ଜାତି କମିଶନ ସଦସ୍ୟ ଯୋଗେନ୍ଦ୍ର ପାଶଓ୍ୱାନ। ଅନୁଗୁଳ ଗସ୍ତରେ ଆସିବା ଅବସରରେ ପାଶୱାନ ଏହି ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟରେ ଅନୁସୂଚିତ ଜାତି ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୬. ୫ ପ୍ରତିଶତ ହୋଇଥିବାବେଳେ ସେହି ଅନୁପାତରେ ସେମାନଙ୍କର ବିକାଶ ହେଉନାହିଁ। ଶ୍ରୀ ପାଶୱାନ ଏହାକୁ ନେଇ କ୍ଷୋଭ […]

  • Tuesday, 20 July 2021
people
ଚୋରଙ୍କୁ ନିର୍ଧୂମ ଛେଚିଲେ ଲୋକେ

ବାଲେଶ୍ୱର: ଚୋରଙ୍କୁ ନିର୍ଧୂମ ଛେଚିଲେ ଲୋକେ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ କୁଳିଦା ଗାଁରେ ଏଭଳି ଘଟଣା ଘଟିଛି। ସେମାନଙ୍କ ନିକଟରୁ ଏକ ଭ୍ୟାନ୍‌ ଓ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରାଯାଇଛି। ଏହି ତିନି ଚୋରଙ୍କ ଘର କମର୍ଦା ଥାନା ଅନ୍ତର୍ଗତ ବାହାର୍ଦାରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ତିନି ଜଣ ଚୋର ଗାଁର ଜଣଙ୍କ ଘରୁ ଦୁଇଟି ମେସିନ୍ ନେଇ ଭ୍ୟାନ୍‌ରେ […]

  • Tuesday, 20 July 2021
rain
ଆଜି ରାତିରେ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜି ରାତିରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହିତ ଘଡ଼ଘଡ଼ି ମାରିବ ଓ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ରାତି ୧୧ଟା ୩୦ ଯାଏ ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଭଦ୍ରକ ଓ ଗଜପତି ଜିଲ୍ଲାରେ ଘଡ଼ଘଡ଼ି ମାରିବା ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। […]

  • Tuesday, 20 July 2021
ନ
ଓଡ଼ିଶା ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଓ ଇଂଜିନିୟର୍ସ ସଂଘର ବିକ୍ଷୋଭ

ଭୁବନେଶ୍ୱର: ‘ଆମ ଭାଗ୍ୟକୁ ଅନ୍ଧାର ଭିତରକୁ ଠେଲିଦେଲେ, ଆମେ ବି ସମଗ୍ର ରାଜ୍ୟକୁ ଅନ୍ଧାର କରି ଦେବୁ।’ ଲୋୟର୍‌ ପିଏମ୍‌ଜିରେ ଆନ୍ଦୋଳନ ସମୟରେ ବିଦ୍ୟୁତ୍‌ ଶ୍ରମିକମାନେ ସରକାରଙ୍କୁ କିଛି ଏହିଭଳି ଚେତାବନୀ ଦେଇଛନ୍ତି। ଶ୍ରମିକମାନେ କେବଳ ଯେ ଧାରଣା ଦେଇଥିଲେ ତାହା ନୁହେଁ, ପୁଲିସ୍ ସହିତ ଧସ୍ତାଧସ୍ତି ହେବାର ବି ଦେଖିବାକୁ ମିଳିଥିଲା। ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ବିଦ୍ୟୁତ ଶ୍ରମିକ, ଇଞ୍ଜିନିୟରମାନଙ୍କ ଏକତା ମଞ୍ଚ ଗତ ୬ ତାରିଖରୁ ଆନ୍ଦୋଳନ ଜାରି ରଖିଛି। ବିଦ୍ୟୁତ ବିଭାଗ […]

  • Tuesday, 20 July 2021
rail track
ରେଳ ଧାରଣାରେ ଫାଟ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ୍ ଷ୍ଟେସନ୍ ନିକଟ ରେଳ ଧାରଣାରେ ଫାଟ ସୃଷ୍ଟି ହେବା ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ଫଳରେ ଦୁର୍ଗ ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ ଅଟକି ରହିଥିଲା। ତେବେ ରେଳ କର୍ମଚାରୀଙ୍କ ଦ୍ୱାରା ମରାମତି ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଡିସେମ୍ବର ମାସରେ ସେହି ରୁଟ୍‌ରେ ରେଳ ଧାରଣାରେ ଫାଟ ଦେଖା ଦେଇଥିଲା।

  • Tuesday, 20 July 2021
gajnei
ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର: ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଧରିଲା ପୁଲିସ୍। ୧୦୮ ମେଡିସିନ୍ ଲେଖାଥିବା ଦୁଇଟି କାର୍ଟୁନ୍‌ରେ ୩୦ କେଜିରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କମିଶନରେଟ ପୁଲିସର କ୍ୱିକ୍ ଆକ୍‌ସନ୍ ଟିମ୍‌ ଏହାକୁ ଜବତ କରିଛି। ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଏହି ସବୁ ଗଞ୍ଜେଇ ରାୟଗଡ଼ା ଓ କନ୍ଧମାଳରୁ ବସ୍ ଯୋଗେ ଅଣା ଯାଇଥିଲା। ପରେ କାର ଯୋଗେ ଏହି ଗଞ୍ଜେଇ ଠିକଣା […]

  • Tuesday, 20 July 2021
malkangiri (1)
ମାଲକାନଗିରି ମୋଟୁ ଘାଟରେ ଫେରୀ ସେବା ଅଚଳ; ଛୋଟ ଡଙ୍ଗା ପାଲଟିଛି ଏକମାତ୍ର ଭରସା

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ଘାଟରେ ଅଚଳ ହୋଇପଡ଼ିଛି ମାଲ୍ୟବନ୍ତ ଫେରୀ ସେବା। ଫଳରେ ପ୍ରତିଦିନ ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ସାବେରୀ ନଦୀ ପାର ହେଉଛନ୍ତି ଲୋକେ। କେବଳ ଓଡ଼ିଶା ନୁହଁ ପଡୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଛତିଶଗଡ଼ର ଲୋକେ ବି ଏହି ଘାଟ ଉପରେ ନିର୍ଭର କରୁଛନ୍ତି। ତେବେ ଯାନ୍ତ୍ରିକ ସମସ୍ୟା ଯୋଗୁ ନଦୀ କୂଳରେ ଅଚଳ ହୋଇ ପଡ଼ିଛି ବୋଟ୍। ମାଲ୍ୟବନ୍ତ ଫେରୀ ସେବା ଅଚଳ ହୋଇପଡ଼ିଥିବାରୁ ଛୋଟ ଡଙ୍ଗାରେ […]

  • Tuesday, 20 July 2021
fire
ନିଆଁ ଲାଗି କଲେଜ ଛାତ୍ରୀ ଜୀବନ୍ତ ଦଗ୍ଧ

ଜଗତସିଂହପୁର: ନିଆଁ ଲାଗି କଲେଜ ଛାତ୍ରୀ ଜୀବନ୍ତ ଦଗ୍ଧ। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍‌ ଅନ୍ତର୍ଗତ ରାଉତ ନୂଆଗାଁରେ ଏହି ଅଘଟଣ ଘଟିଛି। ମୃତ ଛାତ୍ରୀଙ୍କ ନାଁ ମାମା ଦାସ। ସେ ପୁନଙ୍ଗ ସ୍ଥିତ ସିଦ୍ଧ ବାରଙ୍ଗ କଲେଜରେ ଯୁକ୍ତ ୨ର ଛାତ୍ରୀ ଥିଲେ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଛାତ୍ରୀଙ୍କ ଘରେ କୌଣସି କାରଣବଶତଃ ନିଆଁ ଲାଗି ଯାଇଥିଲା। ତେବେ ଘରେ ଏକୁଟିଆ ଥିବା ଛାତ୍ରୀ ଜଣକ ଏହି ନିଆଁରେ ପୋଡ଼ି ହୋଇ ଯାଇଥିଲେ ବୋଲି […]

  • Tuesday, 20 July 2021