ଭୁବନେଶ୍ୱର: ଓଡ଼ିଶା ପାଇଁ ଏକ ଉଦ୍ବେଗଜନକ ଖବର। ରାଜ୍ୟରେ ହୃଦରୋଗ ଆକ୍ରାନ୍ତ ଶିଶୁ ଓ କିଶୋରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରିକି ଦେଶରେ ଟପ୍ ଟେନ୍ ତାଲିକାରେ ରହିଛି ଓଡ଼ିଶାର ନାଁ। ଏଭଳି ତଥ୍ୟ କମ୍ପ୍ରେହେନ୍ସିଭ୍ ନ୍ୟାସନାଲ୍ ନ୍ୟୁଟ୍ରିସନ୍ ସର୍ଭେରୁ ସାମ୍ନାକୁ ଆସିଛି । ୨୦୧୬ରୁ ୧୮ ମଧ୍ୟରେ ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛି, ବୟସ୍କଙ୍କ ହୃଦ୍ଘାତର ମୁଖ୍ୟ କାରଣ ସାଜୁଥିବା ମୋଟାପଣ, ଉଚ୍ଚ ରକ୍ତଚାପ ଓ ହାଇ କୋଲେଷ୍ଟେରଲ୍ ଏବେ ଓଡ଼ିଶାର ପିଲାମାନଙ୍କଠାରେ ବହୁଳ ପରିମାଣରେ […]
ପୁରୀ: ଶ୍ରୀମନ୍ଦିର ଧ୍ୱଜା ବନ୍ଧା ସମୟର ପରିବର୍ତ୍ତନ ହୋଇଛି। ପୂର୍ବରୁ ଶ୍ରଦ୍ଧାଳୁ ଅପରାହ୍ନ ୪ଟା ସୁଦ୍ଧା ଶ୍ରୀମନ୍ଦିର ଭିତର ଶାଖା କାର୍ଯ୍ୟାଳୟରେ ଧ୍ୱଜା ଦାଖଲ କରୁଥିଲେ। ଯାହା ଶ୍ରୀମନ୍ଦିରରେ ଘଣ୍ଟାଏ ପରେ ଅର୍ଥାତ ସଂଧ୍ୟା ୫ଟାରେ ନୀଳଚକ୍ରରେ ବନ୍ଧା ଯାଉଥିଲା। ତେବେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଜିଠୁ ଶ୍ରଦ୍ଧାଳୁ ଅପରାହ୍ନ ୩ଟା ସୁଦ୍ଧା ଧ୍ୱଜା ଦାଖଲ କରିବେ। ଯାହା ଅପରାହ୍ନ ୪ଟାରେ ଧ୍ୱଜା ବନ୍ଧାଯିବ।
ଭଦ୍ରକ(ପାର୍ଥ ସାରଥି ନାୟକ): ଏବେ ବି ସାରଥି ମାୟାରେ ବାୟା ଭକ୍ତ। ସାରଥି ମୋହ ଛାଡ଼ି ପାରୁ ନାହାନ୍ତି ବହୁ ଲୋକେ। ଏତେ ସବୁ ଘଟଣା ଘଟିବା ପରେ ବି ବହୁ ଲୋକ ସାରଥିଙ୍କ ଫଟୋ ରଖି ପୂର୍ବ ପରି ଭଜନ କୀର୍ତ୍ତନ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ମଠସାହି ଅଞ୍ଚଳରେ। ଗତକାଲି ସଂଧ୍ୟାରେ ଏକ ଘର ଭିତରେ ଆତ୍ମଘୋଷିତ ଭଗବାନ ସାରଥିଙ୍କ ଫଟୋ ରଖି ତାଙ୍କର କିଛି ଅନୁଗାମୀ […]
ବରଗଡ଼: ବିଜେପୁର ବ୍ୟାଟେଲ୍ ପାଇଁ ଜୋର ଧରିଛି ରାଜନୀତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲେଇଲେଣି ଷ୍ଟାର ପ୍ରଚାରକ। ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗାଇସିଲଟ ବ୍ଲକର ତଳପାଲି ଓ ବରପାଲି ବ୍ଲକର ଅଗଲପୁରରେ ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିବେ। ଏହି ଦୁଇ ସ୍ଥାନରେ ସାଧାରଣ ସଭା କରି ବିଜେପିକୁ ବହୁ ମତରେ ବିଜୟୀ କରିବାକୁ ଆହ୍ୱାନ ଦେବା ସହ କେନ୍ଦ୍ର ସରକାରଙ୍କ ସଫଳତାର […]
କେନ୍ଦୁଝର: ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ କେନ୍ଦୁଝର ଏସ୍ପି ମିତ୍ରଭାନୁ ମହାପାତ୍ର । ଆଜି ପୂର୍ବାହ୍ନ ୧୦ଟାରେ ଏସ୍ପି ଥାନା ପରିଦର୍ଶନରେ ଯାଉଥିବା ବେଳେ ତୁରୁମୁଙ୍ଗା ବଜାର ଝାରବେଡା ଛକରେ ଏକ ୧୦ ଚକିଆ ଟ୍ରକ ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ଯାଇଥିଲା । ଏସ୍ପି ଗାଡ଼ିର ସାମ୍ନାପଟରେ ବସିଥିଲେ ହେଁ ସୌଭାଗ୍ୟବଶତଃ ତାଙ୍କର କୌଣସି କ୍ଷତି ହୋଇନାହିଁ । ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଅଟକ ରଖିଛି।
ଭୁବନେଶ୍ୱର: ବରଗଡ଼ ଜିଲା ଡାଲବ ଗ୍ରାମର ସୁନାଝିଅ ଲିପିକା ସେଠ ୟୁରୋପ ମହାଦେଶର ତଥା ରଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ୍କୁ (5.642 mtr/18, 510 ft)କୁ ସଫଳତାର ସହ ଆରାହଣ କରିଛନ୍ତି। ନିଜର ଏହି ସଫଳତା ଯୋଗୁ ସେ ବରଗଡ଼ ଜିଲା ତଥା ସମଗ୍ର ରାଜ୍ୟ ପାଇଁ ଇତିହାସ ରଚିଛନ୍ତି। ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିବା ସହ ପର୍ବତାରୋହଣ ପରି କଠିନ କାମରେ ମଧ୍ୟ ପୁରୁଷଙ୍କଠାରୁ ନାରୀ କିଛି କମ୍ ନୁହେଁ ବୋଲି ପ୍ରମାଣିତ କରିଛନ୍ତି। […]
ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ସ୍ୱାମୀଙ୍କ ମୃତ୍ୟୁକୁ ୬ ଦିନ ପୂରିଲାଣି। ହେଲେ ହତ୍ୟାକାରୀର ସନ୍ଧାନ ପାଉନି ପୁଲିସ୍। ପରିବାର ଲୋକେ ଏଥିରେ ସମ୍ପୃକ୍ତ ମହିଳାଙ୍କ ନାମରେ ଏତଲା ଦେବା ସତ୍ତ୍ୱେ ପୁଲିସ୍ ତାଙ୍କୁ କେବଳ ପଚରାଉଚରା କରିଛି। କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟଙ୍କୁ ଜଗତସିଂହପୁର ଦାଆଗାଁରେ ଜୀଅନ୍ତା ଜାଳି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣୁଥିବା ବେଳେ ପୁଲିସ୍ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛି। କୃଷ୍ଣଚନ୍ଦ୍ରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି […]
ମାଲକାନଗରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ବିଭିନ୍ନ ସିଆରପିଏଫ୍ କ୍ୟାମ୍ପ ଉପରେ ଡ୍ରୋନ୍ କ୍ୟାମେରା ଉଡ଼ୁଥିବା ପୁଲିସ୍ ସନ୍ଦେହ କରୁଛି। ଗତ କିଛି ଦିନ ହେଲେ ମଧ୍ୟରାତ୍ରିରେ ସିଆରପିଏଫ୍ କ୍ୟାମ୍ପ ଉପରେ ଜୁଳିଜୁଳିଆ ପୋକ୍ ଭଳି ଆଲୋକ ଦେଖାଯାଉଛି। ଯାହାକି ସ୍ଥାନୀୟ ପୁଲିସ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଏହା ନକ୍ସଲଙ୍କ ଡ୍ରୋନ କ୍ୟାମେରା ହୋଇଥାଏ ପାରେ ବୋଲି ପୁଲିସ୍ ସନ୍ଦେହ କରୁଛି। ଏହି ଘଟଣାକୁ ନେଇ ପୁଲିସ୍ ତତ୍ପରତା ପ୍ରକାଶ କରିବା […]
ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୦ଟା ଯାଏ ସତର୍କ ରହିବାକୁ ୪ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭଗ। ଏହି ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ରାୟଗଡ଼ା, ଗଜପତି ଓ ମାଲକାନଗିରି। ତେବେ ବର୍ତ୍ତମାନ ସମୟରେ ହାଲ୍କା ଶୀତର ଲହରୀ ଅନୁଭୂତ ହେବା କଥା। କିନ୍ତୁ ଏପର୍ଯ୍ୟନ୍ତ ସେମିତି କୌଣସି […]
କଟକ: ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ନଦୀକୁ ଡେଇଁ ପଡ଼ିଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ କାଠଯୋଡ଼ି ବ୍ରିଜ୍ରେ। ଯୁବକଜଣକ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ଏକ ବାଇକ୍ରେ ଯାଉଥିଲେ। କିନ୍ତୁ ହଠାତ୍ ଯୁବକ ଜଣକ କାଠଯୋଡ଼ି ବ୍ରିଜ୍ ଉପରେ ବାଇକ୍ ରଖି ଦୌଡ଼ି ଦୌଡ଼ି ଯାଇ ନଦୀକୁ ଡେଇଁ ପଡ଼ିଥିଲେ। ସେ କାହିଁକି ଏପରି ଚରମ ପଦକ୍ଷେପ ନେଲେ, ତାହା ସ୍ପଷ୍ଟ ହୋଇ ନାହିଁ। ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ […]
କଟକ : କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ନିକଟରେ ଆଜି ସକାଳେ ଗୋଟିଏ ବସ୍ ଆଉ ଗୋଟିଏ ବସ୍କୁ ପଛରୁ ପିଟି ଦେବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ମହିଳା ଅଛନ୍ତି। ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇଟି ଯାକ ବସ୍ ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପଛ ବସ୍ଟି ଦ୍ରୁତ ଗତିରେ ଆସି ଆଗ ବସ୍ଟିକୁ ପଛରୁ ପିଟି ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ […]
ଭୁବନେଶ୍ୱର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ତାଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ କରାଯାଇଥିଲା। ସିନେ ତାରକା ସବ୍ୟସାଚୀ ମିଶ୍ର ସୁଆଣ୍ଡୋ ଯାଇ ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିଛନ୍ତି। ଏପଟେ ଭୁବନେଶ୍ୱରରେ ମଧ୍ୟ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଛି। କଂଗ୍ରେସ ଭବନ ଓ ଗୋପବନ୍ଧୁ ଛକଠାରେ ଜୟନ୍ତୀ ପାଳିତ ହୋଇଛି। କଂଗ୍ରେସ ଭବନରେ ପିସିସି […]
ଭୁବନେଶ୍ୱର: ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା। ଏହାପରେ ଗତ ରାତିରୁ ଆରମ୍ଭ ହୋଇଛି ଭସାଣ ଉତ୍ସବ। ପାରମ୍ପରିକ ବାଦ୍ୟରେ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାଆଙ୍କୁ ମେଲାଣି ଦେଉଛନ୍ତି। ଭସାଣ ଉତ୍ସବ ପାଇଁ ଟ୍ୱିନ୍ସିଟିରେ ବ୍ୟାପକ ବ୍ୟବସ୍ଥା ଓ ବନ୍ଦୋବସ୍ତ କରାଯାଇଛି। କଟକ ଦେବୀଗଡ଼ା ଘାଟରେ ସହରର ସମୁଦାୟ ୧୬୨ଟି ମେଢ଼ ବିସର୍ଜନ କରାଯିବ। ଏଥିପାଇଁ ଏଠାରେ ୩ଟି ଅସ୍ଥାୟୀ ପୋଖରୀ ତିଆରି ହୋଇଛି। ସହରର ସମସ୍ତ ମେଢ଼ କଲେଜ ଛକ, ରାଣୀହାଟ, […]
ପାରାଦୀପ: ପାରାଦୀପ ମହାନଦୀ ମୁହାଣରେ ମାଛଧରା ଟ୍ରଲର ବୁଡ଼ି ଘଟଣାରେ ଏବେବି ଜଣେ ନିଖୋଜ ଅଛନ୍ତି। ତାଙ୍କ ନା ଲକ୍ଷ୍ମୀଧର ଦାସ। ଆଜି ସକାଳୁ ନିଖୋଜ ଥିବା ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମାଆ ଜାଡୁଆ ନାମକ ମାଛଧରା ଟ୍ରଲରରେ ୫ଜଣ ମତ୍ସ୍ୟଜୀବୀ ୫ଦିନ ତଳେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ଗତକାଲି ଫେରୁଥିବାବେଳେ ଅପରାହ୍ନରେ ହଠାତ ସମୁଦ୍ର ଅଶାନ୍ତ ହୋଇଯାଇଥିଲା। ଲହଡ଼ି ମାଡ଼ରେ ଟ୍ରଲରଟି ବୁଡ଼ି ଯାଇଥିଲା। ଖବର ପାଇ ସ୍ଥାନୀୟ ମତ୍ସ୍ୟଜୀବୀ ଏକ […]
ରାୟଗଡ଼ା: ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଭିଡିଓ ଭାଇରାଲ୍ କରିବା ଘଟଣାରେ ପୋଲିସର କର୍ଯ୍ୟାନୁଷ୍ଠାନ। ଜଣେ ଯୁବକଙ୍କୁ ଗିରଫ କରିଛି ରାୟଗଡ଼ା ପୁଲିସ। ଗିରଫ ଅଭିଯୁକ୍ତ ହେଲେ ଟିକିରି ଥାନା ପଞ୍ଚାଲି ଗାଁର ଅଗସ୍ତି ଗରଡ଼ା। ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଅନ୍ୟ କିଛି ଯୁବକଙ୍କ ସହ ମିଶି ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଫଟୋକୁ ପୂଜା କରିବା ସହ ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ପୋଡ଼ିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ରାୟଗଡ଼ା ଜିଲ୍ଲାରେ ତୀବ୍ର […]
ପୁରୀ: ଆଜି ହେଉଛି ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ନୀତିା ମହାପ୍ରଭୁ ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ଅବସରରେ ମହାପ୍ରଭୁଙ୍କ ପାଖରେ ବାଳଭୋଗ ଅନୁଷ୍ଠିତ ହେବ। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରିପାରିବେ। ଦଶହରାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବା ପରେ ଆଜି ଏକାଦଶୀ ତିଥିରେ ସିଂହଦ୍ୱାର ସାମ୍ନା ବଡ଼ଦାଣ୍ଡରେ […]
ବାଲେଶ୍ୱର: ବାଲେଶ୍ୱର ସିନେମା ହଲ୍ ଛକରେ ବାଡ଼ିଖେଳ ବେଳେ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କୁ ବିରୋଧ। ଏକ ନିର୍ଦ୍ଦିଷ୍ଟ ଦଳର ଜଣେ ବ୍ୟକ୍ତି ବିରୋଧ ଷଡ଼ଙ୍ଗୀଙ୍କୁ କରୁଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ରମନ୍ତ୍ରୀ ସ୍ଥାନୀୟ ଅଞ୍ଚଳର କିଛି ଉନ୍ନତି କରିନଥିବା ଅଭିଯୋଗ କରି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ। ବିକାଶ କଲେ ତାଙ୍କୁ ସାଧାରଣ କାର୍ଯ୍ୟରେ ସାମିଲ କରାଯିବ ବୋଲି ବ୍ୟକ୍ତି ଜଣକ କହିଥିଲେ। ବିରୋଧ ପରେ ମନ୍ତ୍ରୀ ବାଡ଼ିଖେଳ ଖେଳି ନଥିଲେ ମଧ୍ୟ ସଭା […]
କଟକ: ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା। ଏବେ ବିଦାୟ ନେବେ ମାଆ। ବାଜା ବାଣ ପଟୁଆରରେ ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଗତ ରାତିରୁ କଟକର କିଛି ସ୍ଥାନରେ ଆରମ୍ଭ ହୋଇଛି ଭସାଣ ଉତ୍ସବ। ଆଜି ବାକି ସବୁ ସ୍ଥାନରେ ଭସାଣ ଉତ୍ସବ ହେବ ଆରମ୍ଭ ହେବ। ଏଥିପାଇଁ କଟକରେ ୫୭ ପ୍ଲାଟୁନ୍ ଫୋର୍ସ ମୁତୟନ ହେବାକୁ ଥିବାବେଳେ ୩୦୦ ଅଫିସର, ୪ ଅତିରିକ୍ତ ଡିସିପିଙ୍କ ସହ ରାପିଡ୍ […]
ଭୁବନେଶ୍ୱର: ବିଜୟା ଦଶମୀରେ ଗତକାଲି ରାଜ୍ୟର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନେକ ସ୍ଥାନରେ ନେତା ଓ ପୁଲିସ୍କର୍ମୀ ରାବଣପୋଡ଼ି କରିଥିଲେ। ତେବେ କିଏ କେଉଁଠି ରାବଣପୋଡ଼ି କରିଥିଲେ ଆସନ୍ତୁ ଜାଣିବା। କଟକରେ ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ରାବଣପୋଡ଼ି କରାଯାଇଥିଲା। ଜଣେ ବାଳକ ରାବଣ ପ୍ରତିକୃତିରେ ଅଗ୍ନିସଂଯୋଗ କରିଥିଲୋ ସେହିଭଳି ଭୁବନେଶ୍ୱର ଝାରପଡ଼ା ପୂଜା ମଣ୍ଡପ ପକ୍ଷରୁ ହୋଇଥିବା ରାବଣପୋଡ଼ିରେ ବିଧାୟକ ଅନନ୍ତ ନାରାୟଣ ଜେନା ଅଗ୍ନିସଂଯୋଗ […]
ଜଗତସିଂହପୁର: ଜଗତସିଂହପୁର ଦାଆଗାଁରେ ରହସ୍ୟଜନକ ମୃତ୍ୟୁ ଘଟଣାରେ ନୂଆ ଆସିଛି। ମୃତକ କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟଙ୍କୁ କେହି ଜାଳିଦେଇ ନାହାନ୍ତି ବରଂ ସେ ନିଜେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ନିଜ ଦେହରେ ମଦ କିମ୍ବା ଅନ୍ୟ କୌଣସି ତରଳପଦାର୍ଥ ଢାଳି ସେ ଆତ୍ମଦାହ କରିଥିବା ଜଗତସିଂହପୁର ଏସ୍ଡିପିଓ କହିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଷ୍ଟମର୍ଟମ ରିପୋର୍ଟ ଆସି ନଥିବାରୁ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି। ପୂର୍ବରୁ […]
ଅନୁଗୋଳ(ବିରଜା ଦାଶ): ଆମ୍ବ ତୋଟାରେ ଝୁଲୁଛି ମୃତଦେହ। ଏଭଳି ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି। ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଗୁରୁଧି ଗାଁରେ। ଗାଁରେ ଆମ୍ବ ତୋଟାରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ହତ୍ୟା ପରେ ତାଙ୍କୁ କେହି ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଯୁବକଙ୍କ ମୃତଦେହ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ […]
ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବ। ଏହି ସମୟରେ ଘଡ଼ଘଡ଼ି ମାରିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ସେଥିପାଇଁ ଦିନ ୧୨ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।
ମୟୂରଭଞ୍ଜ: ଡାଆଣୀ ଓ ଗୁଣି ଗାରେଡ଼ିକୁ ନେଇ ଡବଲ୍ ମର୍ଡର ସନ୍ଦେହ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୀତାରାମସାହି ଗାଁର ଦମ୍ପତ୍ତିଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ଏହି ଗାଁର ସୀତାରାମ ସିଂ ଓ ତାଙ୍କ ପତ୍ନୀ ଲେତ ସିଂ ରବିବାର ସ୍ଥାନୀୟ ଛତ୍ରାଆମ୍ବ ଗାଁକୁ ଫୁଟବଲ୍ ଖେଳ ଦେଖିବାକୁ ଯାଇଥିଲେ। ତେବେ ରାତିରେ ଆଉ ଘରକୁ ନଫେରିବାରୁ ପରିବାର ଲୋକେ ଗତକାଲି ସକାଳୁ ଖୋଜଖୋଜି କରିଥିଲେ। ଏହି ସମୟରେ ପରିବାର ଲୋକ ଘର ନିକଟ […]
ପୁରୀ: ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ଏଥିପାଇଁ ସାରା ରାଜ୍ୟ ଉତ୍ସବମୁଖର। ରାଜ୍ୟର ସମସ୍ତ ପୂଜା ମଣ୍ଡପଗୁଡ଼ିକ ଚଳଚଞ୍ଚଳ ରହିଛି। ମନ୍ତ୍ରପାଠ ଓ ପୂଜାର୍ଚ୍ଚନାରେ କମ୍ପୁଛି ପୂଜା ମଣ୍ଡପ। ସକାଳୁ ସକାଳୁ ଶ୍ରଦ୍ଧାଳୁ ମଧ୍ୟ ମଣ୍ଡପଗୁଡ଼ିକ ନିକଟରେ ଲାଇନ ଲଗାଇଛନ୍ତି। ଆଜି କିଛି ପୂଜା ମଣ୍ଡପରେ ସିନ୍ଦୁର ଖେଳ ପରମ୍ପରା ମଧ୍ୟ ରହିଛି। ସେପଟେ ବିଜୟା ଦଶମୀ ଅବସରରେ ଆଜି ମହାପ୍ରଭୁ ସୁନାବେଶ ବା ରାଜାଧିରାଜ […]
ଭୁବନେଶ୍ୱର: ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ମୃତ୍ୟୁ ଦଣ୍ଡ ଦେଇ ଧରାପୃଷ୍ଠରୁ ତାର ପାପଭାରାରୁ ମୁକ୍ତ କରିଥିଲେ। ଏଥିପାଇଁ ଆଜି ଦିନରେ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ।। ସେ ଦୃଷ୍ଟିରୁ ଦ୍ୱୈତ ନଗରୀରେ ମଧ୍ୟ ରାବଣପୋଡ଼ି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏଥର କମିଶନରେଟ୍ ଅଞ୍ଚଳରେ ୫ଟି ଜାଗାରେ ହେବ ରାବଣପୋଡ଼ି କାର୍ଯ୍ୟକ୍ରମ। ରାଜଧାନୀର ବରମୁଣ୍ଡା, ଝାରପଡ଼ା, […]