• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 07 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ପିଲାମାନେ ଭୟ କରନି, ଆମେ ସମସ୍ତେ ତୁମ ସାଥିରେ ଅଛୁ।  More
  • Pramod Behera
  • 2 years ago

ପୋଲିସ୍‌ର ଭୟରେ ଲୁଚିଛନ୍ତି ଢିଙ୍କିଆବାସୀ

ପୋଲିସ୍ ଭୟରେ ଅନେକ ଲୋକ ଏବେ ବି ଜଙ୍ଗଲରେ ଲୁଚିଛନ୍ତି। ସେମାନଙ୍କୁ ଭେଟିବା ପାଇଁ ପାଣି କାଦୁଆରେ ପଶି ଆମେ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ତାଙ୍କ ସହ କଥା ହେବା ପରେ ସେମାନଙ୍କ ଅନେକ ଦୁଃଖ ସାମ୍ନାକୁ ଆସିଛି। More
  • Pramod Behera
  • 2 years ago

ଲତାଙ୍କ କଣ୍ଠରୁ ଶୁଣି ହେଲାନି ଜଗା ଭଜନ

ସରିଥିଲା ଗୀତ ଲେଖା, ପ୍ରସ୍ତୁତ ହୋଇ ସାରିଥିଲା ଟ୍ରାକ୍। ହେଲେ ସମୟ ଦେଲାନି ସାଥ୍। ଅଧୁରା ରହିଗଲା ସ୍ୱପ୍ନ। ଲତାଙ୍କ ସୁମଧୁର କଣ୍ଠରୁ ଜଗା ଜଣାଣ ଶୁଣିବାରୁ ବଞ୍ଚିତ ହେଲେ ଓଡିଆ। More
  • Chandan Shishu
  • 2 years ago

ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟଙ୍କ ରହିତାଦେଶ

ବର୍ଷା ଜାଲ୍ କାଗଜପତ୍ର ତିଆରି କରିଥିବା ନେଇ ସାଂସଦ ଅନୁଭବ ସଂସଦକୁ ଜଣାଇଥିଲେ। More
  • Rajalaxmi Sahoo
  • 2 years ago

ଭୁବନେଶ୍ୱରରେ ‘ପୁଷ୍ପରାଜ’, ବାହାରେ ପଡ଼ିବନି ଅଳିଆ...

‘ଦିନ ହେଉ କି ରାତି, ମୁଁ ବାହାରେ ଆବର୍ଜନା ଫୋପାଡିବି ନାହିଁ।’ ଅଲ୍ଲୁ ଅର୍ଜୁନଙ୍କ ଫଟୋ ଦେଇ ବିଏମ୍‌ସି ଏହି ସଫେଇ ସ୍ଲୋଗାନ ଦେଇଛି। More
  • Rajalaxmi Sahoo
  • 2 years ago

ପୁଅ ଓକିଲ, ବାପା ଚୋର...

ଆଉ ଚୋରି କରିବେନି ବୋଲି ଶପଥ ନେଇଥିଲେ। ହେଲେ ଶପଥ ଭାଙ୍ଗି ପୁଣି ଚୋରି କଲେ। ଆଉ ସବୁଥର ଭଳି ଏଥର ମଧ୍ୟ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି। More
  • Rajalaxmi Sahoo
  • 2 years ago

ସମସ୍ୟାର ସମାଧାନ ପାଇଁ ଲାଞ୍ଚ ନେଉଥିଲେ, ହେଲେ ନିଜେ ସମସ୍ୟାରେ ପଡ଼ିଗଲେ ପୋଲିସ୍‌ ବାବୁ...

ଭିଜିଲାନ୍ସ ଜାଲରେ ପଡ଼ିଲେ ନରସିଂହପୁର ଥାନା ଅଧିକାରୀ। ଲାଞ୍ଚ ନେଇ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। More
  • Rajalaxmi Sahoo
  • 2 years ago

ପଞ୍ଚାୟତ ନିର୍ବାଚନ: କୋହଳ ହେଲା କଟକଣା

କୋହଳ ହେଲା ପଞ୍ଚାୟତ ନିର୍ବାଚନ କଟକଣା। ଏଣିକି ପ୍ରାର୍ଥୀମାନେ ୨୦ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରାଯାଇପାରିବ। ଏହାସହ ରାଜନୈତିକ ସଭାକୁ ଅନୁମତି ମଧ୍ୟ ପ୍ରଦାନ କରାଯାଇଛି। More
  • Pallipuspa Samal
  • 2 years ago

ଆସ ଖାଇବା ଚଟ୍‌ପଟା ‘ଆଳୁ ଟିକ୍କି ଚାଟ୍’

ଗରମାଗରମ୍‌ ଚଟପଟା ଖାଇବାକୁ ଇଚ୍ଛା ହେଉଛି କି ? ତେବେ ଏଥିପାଇଁ ଫୁଟପାଥ୍‌ର ଷ୍ଟଲ୍‌ ଅବା କୌଣସି ରେସ୍ତୁରାଁକୁ ନଯାଇ, ଘରେ ଆଜି ହିଁ ବନାନ୍ତୁ, ଚଟ୍‌ପଟା ଆଳୁ ଟିକ୍କି ଚାଟ୍‌। More
  • Otv Khabar Bureau
  • 2 years ago

ଦେଶରେ ଦୈନିକ କରୋନା ସଂକ୍ରମଣ ୧ ଲକ୍ଷ ତଳକୁ ଖସିଲା

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୮୭୪ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ୬୨୩ ରହିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୨୮୩ ଜଣ ରହିଛନ୍ତି । More
  • Rajalaxmi Sahoo
  • 2 years ago

ଖୋଲିଲା ସ୍କୁଲ୍‌, କଲେଜ

କରୋନା କଟକଣା ଭିତରେ ଆଜିଠୁ ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ କ୍ଲାସରୁମ୍‌ରେ ପାଠପଢ଼ା ଆରମ୍ଭ ହୋଇଛି। ଏଥିପାଇଁ କୋଭିଡ୍ ଗାଇଡ୍‌ଲାଇନ୍‌ ଅନୁଯାୟୀ, ବିଭିନ୍ନ ସ୍କୁଲରେ ସିଟିଂ ଆରେଞ୍ଜମେଣ୍ଟଠୁ ଆରମ୍ଭ କରି ସାନିଟାଇଜେସନ ବ୍ୟବସ୍ଥା ଇତ୍ୟାଦି ସମ୍ପୂର୍ଣ୍ଣ କରିଛନ୍ତି କର୍ତ୍ତୃପକ୍ଷ। More
  • Rajalaxmi Sahoo
  • 2 years ago

ସାବଧାନ ! ପୁଣି ଆସୁଛି ପଶ୍ଚିମା ଝଡ଼, ୯ରୁ ବର୍ଷା !

ଆସନ୍ତା ୯ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ଏହି ବର୍ଷା ହୋଇପାରେ। More
  • Rajalaxmi Sahoo
  • 2 years ago

ନେଟ୍‌ୱର୍କ ଓଡ଼ିଶାର, ହେଲେ କାମ ହେଉଛି ପଡ଼ିଶାର...କୋଟିଆରେ ଗୋଟିଏ ପରେ ଗୋଟିଏ ଚାଲ ଚଳାଇଛି ଆନ୍ଧ୍ର

କୋଟିଆ ଅଞ୍ଚଳକୁ ଆନ୍ଧ୍ର ଅଧିକାରୀଙ୍କୁ ନପୁରାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ ଆନ୍ଧ୍ର ଭଲ୍ୟୁଣ୍ଟିୟର ଗଳାବାଟ ଦେଇ ଓଡ଼ିଶାକୁ ପଶୁଛନ୍ତି। More
  • Rajalaxmi Sahoo
  • 2 years ago

ପଦାରେ ପଡ଼ିଲା ବିଜେଡିରେ ଗୋଷ୍ଠୀ କନ୍ଦଳ ! ଭିଡିଓ ଭାଇରାଲ୍‌

ଗୋଟିଏ ଗୋଷ୍ଠୀର ଦଳୀୟ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିବାକୁ ଯାଇ ଅସନ୍ତୁଷ୍ଟ ପୁରୁଖା କର୍ମୀ କିଛି ସମୟ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଅଟକ ରଖିଥିଲେ। More
  • Sarbeswar
  • 2 years ago

"ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ମିଳିଲେ କେନ୍ଦ୍ରରୁ ଆସିବ ଅଧିକ ଅନୁଦାନ"

ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି, ଟଙ୍କାର ସଠିକ୍ ଭାବେ ବିନିଯୋଗ ହୋଇପାରିଲେ ଅଧିକ ଅନୁଦାନ ଆସିବ ଏବଂ ଅର୍ଥର ଅଭାବ ଆସିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ More
  • Sarbeswar
  • 2 years ago

କାଲିଠୁ ଖୋଲିବ ସ୍କୁଲ

ମାସେ ପରେ ପୁଣି ସ୍କୁଲରେ ବାଜିବ ଘଣ୍ଟି। କ୍ୟାମ୍ପସ ହେବ ଚଳଚଞ୍ଚଳ। କାରଣ ଆସନ୍ତାକାଲିଠୁ ଅଷ୍ଟମରୁ ଦ୍ୱାଦଶ ପିଲା ଯିବେ ସ୍କୁଲ। କ୍ଲାସରୁମରେ ହେବ ପାଠପଢ଼ା। ଏଥିପାଇଁ ସଂପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଚାଲିଛି ପ୍ରସ୍ତୁତି, କ୍ୟାମ୍ପସକୁ କରାଯାଉଛି ବିଶୋଧନ More
  • Pallipuspa Samal
  • 2 years ago

ଆଉ ନାହାଁନ୍ତି ପଦ୍ମକେଶରୀ ଦାମୋଦର ହୋତା

ହିନ୍ଦୁସ୍ତାନୀ ସଙ୍ଗୀତ ଗୁରୁ ଦାମୋଦର ହୋତାଙ୍କ ଦେହାନ୍ତ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । More
  • Sarbeswar
  • 2 years ago

ସେବା ମନୋବୃତ୍ତି: ନିର୍ବାଚନରେ ପ୍ରାର୍ଥୀ ହେଲେ କିନ୍ନର

କିନ୍ନର , କିନ୍ତୁ ସେ ବି ଜଣେ ମଣିଷ । ଲୋକଙ୍କ ଗହଣରେ ରହିବା ସହ ସାଧାରଣ ଜୀବନଯାପନ ପାଇଁ ଏମାନେ ମଧ୍ୟ ଇଚ୍ଛୁକ । ଅନେକ ସମୟରେ ଟାହିଟାପରାର ଶିକାର ହୁଅନ୍ତି । କିନ୍ତୁ ଏବେ ଏହି କିନ୍ନର ମାନେ ମଧ୍ୟ ସ୍ୱାବଲମ୍ବୀ ହେଲେଣି ଓ ଆତ୍ମନିର୍ଭରଶୀଳ ହୋଇ ସାଧାରଣ ଜୀବନ ଯାପନ ମଧ୍ୟ କଲେଣି More
  • Pallipuspa Samal
  • 2 years ago

'ଥରେ ତାଙ୍କ ପାଦ ଧୋଇଥିଲି ମୋ ଆଖି ଲୁହରେ'

ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି। ଲତାଜୀଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ । ଶୁଣନ୍ତୁ ଲତାଜୀଙ୍କ ସହ ତାଙ୍କର ଅନୁଭୂତି । More