/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644214801.jpg)
aloo tikki chaat recipe
ଘରେ ଆମେ ବିଭିନ୍ନ ପ୍ରକାରର ଜଳଖିଆ ବନେଇ ଥାଉ । ଆଜି ଆମେ ଆପଣଙ୍କ ପାଇଁ ଏକ ଚଟପଟା ଜଳଖିଆ ବନେଇବୁ । ଏହି ରେସିପି ବନେଇବା ଅତି ସହଜ ଓ ସରଳ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
‘ଆଳୁ ଟିକ୍କି ଚାଟ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ସିଝା ଆଳୁ, ତେଲ, ଧଣିଆ ପତ୍ର, କଞ୍ଚା ଲଙ୍କା, କର୍ନଫ୍ଲୋର୍, ଲୁଣ, ତେଲ, ଦହି, ତେନ୍ତୁଳିର ମିଠା ଚଟଣୀ, ଧଣିଆ ଚଟଣୀ, ଭଜା ଜିରା ଗୁଣ୍ଡ, ବିଟ୍ ଲୁଣ, ଭଜା ଲଙ୍କାଗୁଣ୍ଡ ଓ ଛଣା ସେଉ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ସିଝା ଆଳୁକୁ ଭଲଭାବେ ଚକଟି ଦିଅନ୍ତୁ।
- ପରେ ଏଥିରେ କଟା କଞ୍ଚା ଲଙ୍କା, ଲୁଣ, ଧଣିଆ ପତ୍ର ଓ କର୍ନପ୍ଲୋର୍ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
- ବର୍ତ୍ତମାନ ଏକ ପ୍ୟାନ୍ରେ ତେଲ ଗରମ କରନ୍ତୁ।
- ଏହା ଭିତରେ ହାତରେ ଅଳ୍ପ ତେଲ ନେଇ ସିଝା ଆଳୁ ଚକଟାରୁ କିଛି ଆଣି ନିଜ ମନପସନ୍ଦର ଆକୃତି ଦେଇ ଗୁଳା ବନାନ୍ତୁ।
- ଏବେ ଏହାକୁ ହାତରେ ଟିକେ ଚେପଟା କରିଦିଅନ୍ତୁ।
- ସମସ୍ତ ଆଳୁକୁ ଏହିପରି କରି ଗୋଟିଏ ଗୋଟିଏ ଟିକ୍କି ପ୍ରସ୍ତୁତ କରି ରଖନ୍ତୁ।
- ପ୍ୟାନ୍ରେ ତେଲ ଗରମ ହୋଇଯିବା ପରେ ଆଳୁ ଟିକ୍କିଗୁଡ଼ିକୁ ସେଥିରେ ପକାଇ କମ୍ ଆଞ୍ଚରେ ଭଲ ଭାବେ ସେକନ୍ତୁ।
- ଆଳୁ ଟିକ୍କିର ଗୋଟିଏ ପଟ ସୁନେଲି ରଙ୍ଗ ହୋଇଆସିଲେ,ଏହାକୁ ଓଲଟାଇ ଦିଅନ୍ତୁ ଓ ଉଭୟ ପଟ ଲାଲ୍ ହେବା ଯାଏ ସେକନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆଳୁ ଟିକ୍କି। ଏହି ର୍ସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)