Advertisment

କାଲିଠୁ ଖୋଲିବ ସ୍କୁଲ

ମାସେ ପରେ ପୁଣି ସ୍କୁଲରେ ବାଜିବ ଘଣ୍ଟି। କ୍ୟାମ୍ପସ ହେବ ଚଳଚଞ୍ଚଳ। କାରଣ ଆସନ୍ତାକାଲିଠୁ ଅଷ୍ଟମରୁ ଦ୍ୱାଦଶ ପିଲା ଯିବେ ସ୍କୁଲ। କ୍ଲାସରୁମରେ ହେବ ପାଠପଢ଼ା। ଏଥିପାଇଁ ସଂପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଚାଲିଛି ପ୍ରସ୍ତୁତି, କ୍ୟାମ୍ପସକୁ କରାଯାଉଛି ବିଶୋଧନ

author-image
Sarbeswar
ଅଦ୍ୟତନ ହୋଇଛି
School Reopen

School Reopen

ରାଜ୍ୟରେ ଆସନ୍ତାକାଲିଠୁ ସ୍କୁଲ ଯିବେ ଛାତ୍ରଛାତ୍ରୀ। ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ କାଲିଠୁ ହେବ କ୍ଲାସରୁମରେ ପାଠପଢ଼ା। ଏଥିପାଇଁ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ, ବିଭିନ୍ନ ସ୍କୁଲରେ ସିଟିଂ ଆରେଞ୍ଜମେଣ୍ଟଠୁ ଆରମ୍ଭ କରି ବିଶୋଧନ ବ୍ୟବସ୍ଥା ଯାଏ ସମ୍ପୂର୍ଣ୍ଣ କରିଛନ୍ତି କର୍ତ୍ତୃପକ୍ଷ। ଏହାକୁ ନେଇ ପିଲାମାନେ ଖୁସି ଥିବାବେଳେ ଅଭିଭାବକଙ୍କୁ ଘାରିଛି ନାନା ଶଙ୍କା । ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଶିକ୍ଷକମାନଙ୍କୁ ସତର୍କମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।

Advertisment

ମାସେ ପରେ ପୁଣି ସ୍କୁଲରେ ବାଜିବ ଘଣ୍ଟି। କ୍ୟାମ୍ପସ ହେବ ଚଳଚଞ୍ଚଳ। କାରଣ ଆସନ୍ତାକାଲିଠୁ ଅଷ୍ଟମରୁ ଦ୍ୱାଦଶ ପିଲା ଯିବେ ସ୍କୁଲ। କ୍ଲାସରୁମରେ ହେବ ପାଠପଢ଼ା। ଏଥିପାଇଁ ସଂପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଚାଲିଛି ପ୍ରସ୍ତୁତି, କ୍ୟାମ୍ପସକୁ କରାଯାଉଛି ବିଶୋଧନ। କେବଳ ବିଶୋଧନ ନୁହେଁ, କ୍ଲାସରୁମରେ ସିଟିଂ ଆରେଞ୍ଜ ମେଣ୍ଟ ସହ ପିଲାଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତା ରହିବ, ତାଉପରେ ଗୁରୁତ୍ୱ ଦିଆଯାଇଛି। ଏସବୁ ଭିତରେ ଦୀର୍ଘ ଦିନର ବ୍ୟବଧାନ ପରେ ସ୍କୁଲ ଖୋଲୁଥିବାରୁ ବେଶ୍ ଖୁସି ପ୍ରକାଶ କରିଛନ୍ତି ଉପାନ୍ତ ଅଞ୍ଚଳର ପିଲା । କାରଣ ସ୍କୁଲ ବନ୍ଦ ଯୋଗୁ ଅନଲାଇନ ଶିକ୍ଷାଦାନ ସାଂଘାତିକ ଭାବେ ପ୍ରଭାବିତ ହୋଇଛି ଏମାନଙ୍କର। ତେଣୁ କ୍ଲାସରୁମରେ ପାଠପଢ଼ା ହେବାକୁ ଯାଉଥିବାରୁ ପିଲାମାନେ ଆଶ୍ୱସ୍ତ ପ୍ରକାଶ କରିଥିଲେ ବି ଅଭିଭାବକଙ୍କ ମନରେ କିନ୍ତୁ ସଂକ୍ରମଣକୁ ନେଇ ଶଙ୍କା ରହୁଛି।

ଆସନ୍ତାକାଲିଠୁ ସ୍କୁଲ ଖୋଲୁଥିବାରୁ ଜିଲ୍ଲାସ୍ତରରେ ଡିଇଓଙ୍କ ତତ୍ତ୍ୱାବଧାନରେ ଏକାଧିକ ଟିମ୍ ଗଠନ କରାଯାଇଛି। ଯେଉଁମାନେ ସ୍ୱାସ୍ଥ୍ୟ ବିଭାଗ ସହ ସମନ୍ୱୟ ରଖି ନିୟମିତ ବ୍ୟବଧାନରେ ସ୍କୁଲ ପରିଦର୍ଶନ କରୁଛନ୍ତି। ସ୍କୁଲ ସହ ହଷ୍ଟେଲ ମଧ୍ୟ ଖୋଲିବ। ତେଣୁ ପିଲାଙ୍କ ମଧ୍ୟରେ ଯେପରି ସଂକ୍ରମଣ ନବଢ଼ିବ, ତାକୁ ଗୁରୁତ୍ୱ ଦେଇ ସ୍କୁଲଗୁଡ଼ିକରେ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ ବ୍ୟବସ୍ଥା ରହିଛି। ପିଲାମାନଙ୍କୁ ସକାଳ ୧୦ରୁ ଥର୍ମାଲ ସ୍କ୍ରିନିଂ କରି କ୍ଲାସକୁ ଛଡ଼ାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି।

Advertisment

ତେଣେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସତର୍କ ରହିବାକୁ ପରାମର୍ଶ ଦେବା ସହ ଗାଁ ମାନଙ୍କରେ ଆଶା କର୍ମୀ ସବୁ ଅଛନ୍ତି । RRT ଟିମ୍ ମଧ୍ୟ ରହିଛନ୍ତି। ତେଣୁ କଡ଼ାକଡ଼ି ସର୍ଭେଲାନ୍ସ କରାଯିବ। ପିଲାଙ୍କ ପାଖରେ କରୋନା ଜନିତ କିଛି ଲକ୍ଷଣ ଥିଲେ ସ୍କୁଲ ନଛାଡ଼ିବାକୁ ପରାମର୍ଶ ଦେଇଛନ୍ତି। ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ ସକାଳ ୧୦ରୁ ଦିନ ଗୋଟାଏ ଏବଂ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ। ଆସନ୍ତାକାଲିଠାରୁ ଉଚ୍ଚଶିକ୍ଷା ଅନୁଷ୍ଠାନ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନଗୁଡିକର କ୍ଲାସ ବି ଆରମ୍ଭ ହେବ ।

ଉମରକୋଟରୁ କାର୍ତ୍ତିକ ମଲ୍ଲିକ, କଲ୍ୟାଣସିଂପୁରରୁ ମାଉଡ଼ି ବାରିକ, ଭୁବନେଶ୍ୱରରୁ ଜଗଦୀଶ ଦାସ ଏବଂ ହରିହର ଚାନ୍ଦଙ୍କ ରିପୋର୍ଟ

Coronavirus SchoolReopen
Advertisment
Advertisment