• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ରବିବାର, ତିଥି – ୪ର୍ଥୀ ଦିବା ୧୦/୪୯ ଗତେ ୫ମୀ, ଚନ୍ଦ୍ର – କୁମ୍ଭ ଅହୋରାତ୍ର, ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର, ଘାତ ବାର – ମେଷ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି - ଭୂମିଦାନ ଦିବା ୦୧/୨୬ ଗତେ ୨ ପାଦ - କୃଷି ଓ ବଂଶହାନି - ଭୂମି ଓ ତିଳକାଞନ ଦାନ ।

ଶୁଭ ସମୟ:-

ପ୍ରାତଃ ୦୫/୨୦ ରୁ ୦୯/୪୨

ଦିବା ୦୧/୩୦ ରୁ ୦୨/୦୩

ସନ୍ଧ୍ୟା ୦୭/୦୮ ରୁ ୦୯/୧୯

ରାତ୍ରି ୧୨/୧୪ ରୁ ୦୧/୧୪

ରାତ୍ରି ୦୨/୩୭ ରୁ ୦୩/୦୯

ଅଶୁଭ ସମୟ:-

ଋାହୁକାଳ - ଦିବା ୦୪/୪୬ ରୁ ୦୬/୨୪

କାଳବେଳା –ଦିବା ୧୧/୫୨ ରୁ ୦୧/୩୦

ବାରବେଳା –ଦିବା ୧୦/୧୪ ରୁ ୧୧/୫୨

କାଳରାତ୍ରି - ରାତ୍ରି ୦୧/୧୪ ରୁ ୦୨/୩୬

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :-  

Aries
  • ଅଶ୍ୱନୀ – ବ୍ୟସ୍ତତା ଭିତରେ ସମୟ କଟାଇବେ
  • ଦ୍ୱିଜା – ପୂର୍ବରୁ କରିଥିବା କର୍ମପାଇଁ ଦଣ୍ଡ ଭୋଗିପାରନ୍ତି
  • କୃତିକା – ପରିବାରରେ ମନୋମାଳିନ୍ୟ ଦେଖାଦେବ

ପ୍ରତିକାର - ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ

ବୃଷ :- 

Taurus
  • କୃତିକା - କୌଣସି କାର୍ଯ୍ୟ ପୂର୍ବରୁ ଗୁରୁଜନଙ୍କ ପରାମର୍ଶ କରନ୍ତୁ ।
  • ରୋହିଣୀ – ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ । ଶୁଭ ଖବର ଶୁଣି ପାରନ୍ତି
  • ମୃଗଶିରା – ବ୍ୟବସାୟରେ ଲାଭବାନ୍ ହେବେ । ଘର ପାଇଁ କିଛି ଆସବାବ କ୍ରୟ କରି ପାରନ୍ତି

ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ :- 

Gemini
  • ମୃଗଶିରା - କରିଥିବା କର୍ମ ପାଇଁ ପାରସ୍କୃତ ହେବେ । ଆର୍ଥିକ କ୍ଷେତ୍ରରେ ଳଭବାନ୍ ହେବେ
  • ଆଦ୍ରା - ବନ୍ଧୁଙ୍କ ସହିତ ମିଶି କିଛି ନୂତନ ଯୋନଜା ପାରନ୍ତି
  • ପୁନର୍ବସୁ - ଆକସ୍କିକ ଧନବ୍ୟୟ ହୋଇପାରେ

ପ୍ରତିକାର – ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

କର୍କଟ:- 

Cancer
  • ପୁନର୍ବସୁ - ପ୍ରତିଶ୍ରୃତି ରକ୍ଷା ନକରିବାରୁ ଅପମାନିତ ହୋଇପାରନ୍ତି
  • ପୁଷ୍ୟା – ବ୍ୟବସାୟୀ ମାନେ ମୂଳ ଧନରୁବି କ୍ଷତି କରିପାରନ୍ତି
  • ଅଶ୍ଳେଷା - ସବୁ ଜାଣିଥିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ନିରବତା ଅବଲମ୍ବନ କରିବେ

ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ସିଂହ:- 

Leo
  • ମଘା – ବନ୍ଧୁତ୍ୱର ସମ୍ପର୍କରେ ଉନ୍ନତି ଆସିବ
  • ପୂ , ଫାଲଗୁନୀ - ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ
  • ଉ ,ଫାଲଗୁନୀ – ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢିବ

ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

କନ୍ୟା:- 

Virgo
  • ଉ , ଫାଲଗୁନୀ – ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନା କରିବେ
  • ହସ୍ତା – ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ
  • ଚିତ୍ରା – ବ୍ୟୟ ବୃଦ୍ଧି ଦେଖାଦେଲେ ମଧ୍ୟ , ଆୟ ବଜାୟ ରହିବ

ପ୍ରତିକାର - ନିଜ ଖାଇବାରୁ କିଛି ଅଂଶ କାଉକୁ ଖାଇବାକୁ ଦିଅନ୍ତୁ

ତୁଳା :- 

Libra
  • ଚିତ୍ରା – ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ
  • ସ୍ୱାତୀ – ପରିବାର ଭିତରେ ଅଶାନ୍ତି ସୃଷ୍ଟି ହୋଇପାରେ
  • ବିଶାଖା – ମହିଳା ମାନେ ପୂରାତନ ରୋଗର ପିଡା ଅନୁଭବ କରିବେ

ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା :- 

Scorpio
  • ବିଶାଖା – ରାସ୍ତାରେ ଗଲା ବେଳେ ଯାନବାହାନରୁ ପଡିଯିବାର ଭୟ ରହିଛ
  • ଅନୁରାଧା – ଯେତେ ଭଲ କଲେ ମଧ୍ୟ ଅନ୍ୟ ମାନେ ଆପଣଙ୍କର କର୍ମ କରିବାର ଶୈଳିକୁ ବୁଝିପାରିବେ ନାହିଁ
  • ଜ୍ୟେଷ୍ଠା – ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି

ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ :- 

Sagittarius
  • ମୂଳା – ସରକାରୀ ସଂସ୍ଥା କାମରେ ସହଯୋଗ କରିପାରନ୍ତି
  • ପୂ , ଷାଢା – ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ
  • ଉ , ଷାଢା – ଜୀବନରେ ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ

ପ୍ରତିକାର – କିଛି ଦକ୍ଷିଣା ମନ୍ଦିରରେ ଦାନ କରନ୍ତୁ

ମକର :- 

Capricorn
  • ଉ , ଷାଢା - ଅଫିସରେ ସହକର୍ମୀଙ୍କ ସହ ସମ୍ବନ୍ଧ ମଜବୁତ ରହିବ
  • ଶ୍ରବଣା – ଭଲ ଲୋକଙ୍କ ସହ ମିଶିବାର ଅବସର ପାଇବେ
  • ଧନିଷ୍ଠା – ନେତା ବା ଉଚ୍ଚପଦସ୍ଥ ଅଧୀକାରୀଙ୍କ ସହିତ ରହିବାର ସୁଯୋଗ ମିଳିବ

ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ :-

Aquarius
  • ଧନିଷ୍ଠା – କୌଣସି କାମରେ ଆଶା ଠାରୁ ଅଧିକ ଲାଭ ପାଇବେ
  • ଶତଭିଷା – ଚାକିରୀରେ ପାଇଁ ନୂଆ ଖବର ଆସିପାରେ
  • ପୂ , ଭାଦ୍ରପଦ – ପ୍ରେମ ଜୀବନ ମଧୁରମୟ ରହିବ

ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ମୀନ :- 

Pisces
  • ପୂ , ଭାଦ୍ରପଦ - କାର୍ଯ୍ୟ କ୍ଷେତ୍ରରେ ନୂଆ ସମ୍ଭାବନା ତଲ୍ଲାସ କରିପାରନ୍ତି
  • ଉ , ଭଦ୍ରପଦ - ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ
  • ରେବତୀ – ରାଜନୀତିରେ ସଫଳତା ପାଇ ପାରନ୍ତି

ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)