Advertisment

କେନ୍ଦ୍ରର ଚେତାବନୀ :ବଢ଼ିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଅନିୟନ୍ତ୍ରିତ ଗତିରେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ଘଟୁଥିବା ନେଇ ଚେତାବନୀ ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ, କରୋନା ସଂକ୍ରମଣ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିପାରେ, ତେଣୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସକ୍ରିୟ କେସ୍ ଉପରେ କଡାକଡି ଭାବରେ ନଜର ରଖିବା ଉଚିତ୍ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
5-10% Covid cases need hospitalisation at present, may change rapidly: Health secy to states

5-10% Covid cases need hospitalisation at present, may change rapidly: Health secy to states

ଭାରତରେ କରୋନା ସଂକ୍ରମଣର ତୃତୀୟ ଲହର ଆସିଥିବାରୁ କରୋନାର ଲମ୍ୱ ଡିଆଁ ଦେଖାଯାଇଛି । ଗତ ସପ୍ତାହ ପୂର୍ବରୁ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଛଅରୁ ଦଶ ହଜାର ରିପୋର୍ଟ କରାଯାଉଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ଦୁଇ ଲକ୍ଷରେ ପହଞ୍ଚିଛି । ଯାହାକୁ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଅନିୟନ୍ତ୍ରିତ ଗତିରେ ସଂକ୍ରମଣ ବୃଦ୍ଧି ଘଟୁଥିବା ନେଇ ଚେତାବନୀ ଦେଇଛନ୍ତି ।

Advertisment

ଏହାସହ ସେ କହିଛନ୍ତି ଯେ, କରୋନା ସଂକ୍ରମଣ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିପାରେ, ତେଣୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସକ୍ରିୟ କେସ୍ ଉପରେ କଡାକଡି ଭାବରେ ନଜର ରଖିବା ଉଚିତ୍ ।

Advertisment

ସୂଚନାଅନୁସାରେ, ବର୍ତ୍ତମାନ ମହାରାଷ୍ଟ୍ର , ଦିଲ୍ଲୀ , ପଶ୍ଚିମବଙ୍ଗ ସମେତ ସାରା ଦେଶରେ କରୋନା ସ୍ଥିତି ଗମ୍ଭୀର ହୋଇପଡିଛି । ଗତକାଲି ସାରା ଦେଶରେ ପ୍ରାୟ ୧ ଲକ୍ଷ ୮୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦିନକୁ ଦିନ କରୋନା ସଂକ୍ରମଣର ହାର ବୃଦ୍ଧି ପାଇବାରେ ଲାଗିଛି ।

ଏହି ପରିସ୍ଥିତିରେ ଆଜି କରୋନା ସ୍ଥିତି ସମ୍ପର୍କରେ କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କୁ ଏକ ଚିଠି ପଠାଯାଇଛି । ଏହି ଚିଠିରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ କେନ୍ଦ୍ର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ବର୍ତ୍ତମାନ ସକ୍ରିୟ କେସ୍ ମଧ୍ୟରୁ କେବଳ ୫ ରୁ ୧୦ ପ୍ରତିଶତ କରୋନା ମାମଲାରେ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ। ଏହି ପରିସ୍ଥିତିରେ ପ୍ରତିଦିନ କରୋନା ମାମଲା ଦ୍ରୁତ ବେଗରେ ବଢ଼ିବାର ତଥା ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏହାସହ ସେ କହିଛନ୍ତି ଯେ, ଯଦି ଏହିପରି ପରିସ୍ଥିତି ଜାରି ରହିବ ତେବେ ଆଗାମୀ ଦିନରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢିବାର ଆଶଙ୍କା ରହିଛି ।

ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ସ୍ୱାସ୍ଥ୍ୟ ବ୍ୟବସ୍ଥା ତଥା କୋଭିଡ ଚିକିତ୍ସା ଉପରେ କଡାକଡି ନଜର ରଖିବାକୁ ପଡିବ ଯାହା ଦ୍ୱାରା ଆମେ ଯେକୌଣସି ପରିସ୍ଥିତିର ମୁକାବିଲା କରିପାରିବା । ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କରୋନା କେସ୍ ଏବଂ ରାଜ୍ୟଗୁଡିକରେ ଆସୁଥିବା ମୋଟ ସକ୍ରିୟ କେସ୍ ଉପରେ ନଜର ରଖିବାକୁ ମଧ୍ୟ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

COVID Cases In India
Advertisment
Advertisment