Advertisment

ପଞ୍ଚାୟତ ନିର୍ବାଚନ ପାର ହେବାକୁ ପୁଳା ପୁଳା ପ୍ରତିଶ୍ରୁତି

ଗତ ମାସେ ମଧ୍ୟରେ  ରାଜ୍ୟରେ ମୋଟ୍ ଲକ୍ଷେ ୫ ହଜାର କୋଟିର ପୁଞ୍ଜିନିବେଶ ସହ ପ୍ରାୟ ୨୫ ହଜାର ନିଯୁକ୍ତି ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ ସହ ଘୋଷଣା ହୋଇଛି।

author-image
Chandan Shishu
odisha Panchayat Polls

odisha Panchayat Polls

ମହିଳା, ଯୁବବର୍ଗ, ଅଙ୍ଗନଓ୍ୱାଡି କର୍ମୀ, ଶିକ୍ଷକ, ସରକାରୀ କର୍ମଚାରୀ ପଞ୍ଚାୟତ ଭୋଟ୍ ପୂର୍ବରୁ ସବୁ ବର୍ଗକୁ ଖୁସ୍ କରିବାକୁ ପ୍ରଚେଷ୍ଟା। ପ୍ରତିଶ୍ରୁତିର ପାହାଡ଼ ଆଉ ମାଳ ମାଳ ଯୋଜନା ଘୋଷଣା। ଡିସେମ୍ବର ୨୪, ୩୧ ପୁଣି ଜାନୁଆରି ୫। ଆଉ ୧୦ ୧୮ ଦିନ ମଧ୍ୟରେ ୪-୪ଟି କ୍ୟାବିନେଟ୍ ବୈଠକ। ଖାଲି କ୍ୟାବିନେଟ୍ ନୁହଁ, ଡିସେମ୍ବର ଆରମ୍ଭରୁ ସମୀକ୍ଷା ପରେ ସମୀକ୍ଷା ସହ ମୁଖ୍ୟମନ୍ତ୍ରୀ ବି ନେଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ନଜର ପକାନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ। ଜାନୁଆରି ୧୦ରେ ଯୁବ ବର୍ଗଙ୍କ ପାଇଁ ସରକାରୀ ଚାକିରି ପାଇଁ ବୟସସୀମା ୩୨ରୁ ୩୮ ଏବଂ ଅନୁସୂଚିତ ଜାତି, ଜନଜାତି ଓ ମହିଳାଙ୍କ କ୍ଷେତ୍ରରେ ୪୩ ବର୍ଷକୁ ବୃଦ୍ଧି କରାଯାଇଛି।

Advertisment

ଏହାସହ ଗତ ମାସେ ମଧ୍ୟରେ  ରାଜ୍ୟରେ ମୋଟ୍ ଲକ୍ଷେ ୫ ହଜାର କୋଟିର ପୁଞ୍ଜିନିବେଶ ସହ ପ୍ରାୟ ୨୫ ହଜାର ନିଯୁକ୍ତି ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ ସହ ଘୋଷଣା ହୋଇଛି। ସେହିପରି ୨୩ ଡିସେମ୍ବରରେ ୬ ହଜାର ୧୩୧ ଶିକ୍ଷକ ନିଯୁକ୍ତି ସହ ଆଉ ୧୧ ହଜାର ଶିକ୍ଷକ ପଦବୀ ପୂରଣ ପାଇଁ ଘୋଷଣା। ଅନ୍ୟପକ୍ଷରେ ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ କୁହାଯାଉଥିବା ଏସ୍ଏଚଜି ପାଇଁ ଡିସେମ୍ବର ୨୨ରେ ପ୍ରାୟ ୨୦୦ କୋଟିର ଋଣ ଛାଡ଼। ମିଶନ ଶକ୍ତି ପାଇଁ ପ୍ରତି ଜିଲ୍ଲାକୁ ୧ କୋଟି ଟଙ୍କାର ସହାୟତା ସହ ଜିଲ୍ଲାଗୁଡିକରେ ଥିବା ସରକାରୀ ଅଦରକାରୀ ବିଲ୍ଡିଂ ଓ ଘରଗୁଡିକୁ ମିଶନ ଶକ୍ତି ବଜାର ପାଇଁ ବ୍ୟବହାର କରିବାକୁ ନିର୍ଦ୍ଦେଶ।

ଜାନୁଆରି ୮ରେ ଅଙ୍ଗନୱାଡି ସହାୟକମାନଙ୍କ ପ୍ରୋତ୍ସାହନ ରାଶି ୨ ଗୁଣା ବୃଦ୍ଧି, ଯାହାର ଫାଇଦା ପାଇବେ ପ୍ରାୟ ୧ ଲକ୍ଷ ୩୦ ହଜାର କର୍ମୀ। ଏହା ବାଦ୍ ପୁରୁଣା ସରକାରୀ ଆବାସ ଯୋଜନାରେ ପାଇଥିବା ଘରଗୁଡିକର ମରାମତି ପାଇଁ ୨୧ ଡିସେମ୍ବରରେ ଘର ପିଛା ୩ରୁ ୫ ହଜାର ଲେଖାଏଁ। ପ୍ରାୟ ୩୧ ଲକ୍ଷ ଘର ମରାମତି ପାଇଁ ୧୪୪୪ କୋଟିର ସହାୟତା। ଗାଁଗଣ୍ଡାରେ ଲୋ ଭୋଲଟେଜ୍ ସମସ୍ୟା ସମାଧାନ ପାଇଁ ୨୪ ଡିସେମ୍ବରରେ ୨ ହଜାର କୋଟି ଖର୍ଚ୍ଚ ପାଇଁ ନିଷ୍ପତ୍ତି। ସେହିପରି ପ୍ରାୟ ୧ ଲକ୍ଷ ୧ ହଜାରେ ଉଠାଦୋକାନୀଙ୍କୁ ୩ ହଜାର ଟଙ୍କାର ଆର୍ଥିକ ସହାୟତା। ତେବେ ସରକାରୀ ବିରୋଧୀ ହାଓ୍ବାକୁ ଏଡ଼ାଇବା ପାଇଁ ଏହି ସବୁ ଘୋଷଣା ବୋଲି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ। 

Advertisment

ଏହାବାଦ୍ ନିର୍ବାଚନ ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବି ଅନେକ ନିଷ୍ପତ୍ତି ନେଇଛନ୍ତି ସରକାର। ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ସହ ଠିକା ବ୍ୟବସ୍ଥା ଉଠାଇ  ସହ ଗ୍ରୁପ୍-ବି ଏବଂ ଡି ପାଇଁ ୫୦ ପ୍ରତିଶତ ଦରମା ବୃଦ୍ଧି ଏବଂ କନିଷ୍ଠ ଶିକ୍ଷକମାନଙ୍କ ଦରମା ମଧ୍ୟ ୫୦ ପ୍ରତିଶତ ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି। ଏସବୁ ଘୋଷଣା କେବଳ ନିର୍ବାଚନମୁଖୀ, ଭୋଟରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବନି ବୋଲି ବିରୋଧୀ କହିଛନ୍ତି। ଅନ୍ୟପଟେ ବିଜେଡି କହିଛି ଏସବୁ ବିକାଶ ପାଇଁ, ବିରୋଧୀ ସମାଲୋଚନା କଲେ ବି ସରକାର ପ୍ରତିଶ୍ରୁତିବଦ୍ଧ। ଏସବୁ ଘୋଷଣା ଗୋଟିଏ ପଟେ, ପଞ୍ଚାୟତ ନିର୍ବାଚନ ଅନ୍ୟପଟେ  ଦେଖିବାର କଥା, ଏହାର ପ୍ରଭାବ ଜନତା ଜନାର୍ଦ୍ଦନଙ୍କ ଉପରେ କେତେଦୂର ପଡୁଛି ? 

ରିପୋର୍ଟ: ସୌମ୍ୟ ରଞ୍ଜନ ସାହୁ

Panchayat Election Panchayat Politics
Advertisment
Advertisment