Advertisment

କେନ୍ଦ୍ର ସରକାର ଦେଲେ ମାଗଣା ଚାଉଳ, ଟେନସନ୍‌ରେ ବିଜେଡି

ବିଜେପି କହିଛି ମୋଦି ମାଗଣା ଚାଉଳ ଦେଉଥିବା କଥା ବିଜେଡିର ହଜମ ହେଉ ନାହିଁ।

author-image
Chandan Shishu
ଅଦ୍ୟତନ ହୋଇଛି
Centre's starts free rice distribution

Centre's starts free rice distribution

ମାଗଣା ଚାଉଳ ନେବା ପାଇଁ କଣ୍ଟ୍ରୋଲ ଦୋକାନ ଆଗରେ ଲମ୍ବା ଲାଇନ୍। ହାତରେ ଖାଉଟି ସାମଗ୍ରୀ ବିତରଣ ପୁସ୍ତିକା ଧରି ଅପେକ୍ଷା କରିଛନ୍ତି ହିତାଧିକାରୀ।ସାରା ରାଜ୍ୟରେ ଏବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ଚାଉଳ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଖି ଓ ଟିପ ଚିହ୍ନ ସ୍କାନିଂ ଦ୍ବାରା ପ୍ରକୃତ ହିତାଧିକାରୀ ଯାଂଚ କରାଯିବା ପରେ ଚାଉଳ ଦିଆଯାଉଛି। କେନ୍ଦ୍ର ସରକାର ଜାନୁୟାରୀ ମାସରେ ଏହି ସ୍କିମ୍ ଘୋଷଣା କରିଥିଲେ।

Advertisment

ଜାନୁୟାରୀ ମାସର କୋଟା ଏବେ ଦିଆଯାଉଛି, ଯେଉିଁଥିରେ ହିତାଧିକାରୀଙ୍କ ପିଛା ମିଳୁଛି ୫ କିଲୋ ଚାଉଳ। ପୂର୍ବରୁ କିଲୋ ପିଛା ଟଙ୍କାଏ ଦେବାକୁ ପଡୁଥିଲା। କିନ୍ତୁ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବା ପରେ ପୁରାପୁରି ମାଗଣାରେ ମିଳୁଛି ଚାଉଳ। ଅନ୍ୟପକ୍ଷରେ କୋଭିଡ୍ ସମୟରେ କେନ୍ଦ୍ର ସରକାର ଅତିରିକ୍ତ ୫ କିଲୋ ଚାଉଳ ମାଗଣାରେ ଦେଉଥିଲେ। କିନ୍ତୁ କୋଭିଡ୍ ପ୍ରଭାବ କମିବା ପରେ ସେହି ଚାଉଳ ଆଉ ମିଳୁନାହିଁ। ଏବେ କେବଳ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ହିତାଧିକାରୀଙ୍କୁ ମଗଣାରେ ଚାଉଳ ବଣ୍ଟନ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ରାଜ୍ୟର ୩ କୋଟି ୨୬ ଲକ୍ଷ ଲୋକ ଉପକୃତ ହେଉଛନ୍ତି।

ପୂର୍ବରୁ ଯେଉଁ ଚାଉଳ ଦିଆଯାଉଥିଲା ସେଥିରେ କିଲୋ ପ୍ରତି ଦୁଇ ଟଙ୍କା ରାଜ୍ୟ ସରକାର ଓ ହିତାଧିକାରୀ ଏକ ଟଙ୍କା ବହନ କରୁଥିଲେ। ବଳକା ଅର୍ଥ କେନ୍ଦ୍ର
ସରକାର ପ୍ରଦାନ କରୁଥିଲେ। ସେପଟେ ମାଗଣା ଚାଉଳ ବଣ୍ଟାକୁ ନେଇ ତେଜିଛି ରାଜନୀତି। କେନ୍ଦ୍ର ଏବେ ସମସ୍ତ ଖର୍ଚ୍ଚ ଉଠାଉଥିବାରୁ ପିଡିଏସ୍ ସେଣ୍ଟରଗୁଡ଼ିକ ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇ ପୋଷ୍ଟର, ବ୍ୟାନର୍ ଲଗାଇବାକୁ ଯୋଜନା କରିଛି ବିଜେପି।

Advertisment

ତେଣେ କାଳେ ବିଜେପି ମାଗଣା ଚାଉଳ ଯୋଜନାରୁ ମାଇଲେଜ୍ ନେଇଯିବ ତାକୁ କାଉଣ୍ଟର କରିବାକୁ ବିଜେଡି ଏକ ଷ୍ଟ୍ରାଟେଜି କରିଛି। ଆସନ୍ତା ୧୫ ଓ ୧୬ ତାରିଖରେ ପ୍ରତି ପଂଚାୟତ ଓ ବ୍ଲକ୍ ଅଫିସ୍ ଆଗରେ ଦଳ ଆନ୍ଦୋଳନ କରିବ। ମାସକୁ ୧୦ କେଜି ବଦଳରେ ୫ କେଜି ଚାଉଳ ଦେଇ, ୫ କେଜି କାଟି ଦେବାକୁ ଇସ୍ୟୁ କରି ରାସ୍ତାକୁ ଓହ୍ଲାଇବ ବିଜେଡି। ସେପଟେ ବିଜେପି କହିଛି ମୋଦି ମାଗଣା ଚାଉଳ ଦେଉଥିବା କଥା ବିଜେଡିର ହଜମ ହେଉ ନାହିଁ।

୨୦୦୮ରେ ଦୁଇ ଟଙ୍କିଆ ଚାଉଳ ସ୍କିମ୍ ଲାଗୁ କରି ୨୦୦୯ ନିର୍ବାଚନ ପାରି ହୋଇଥିଲେ ନବୀନ । ୨୦୧୩ରେ ଟଙ୍କିକିଆ ଚାଉଳ ଦେଇ ୧୪ ନିର୍ବାଚନ ପାରହୋଇଥିଲେ। ତେଣୁ ଚାଉଳ ରାଜନୀତିରୁ କେଉଁ ଦଳ କେତେ ଫାଇଦା ପାଉଛି ତା ଉପରେ ସମସ୍ତଙ୍କ ନଜର।

(ସୋରରୁ ନିରଂଜନ ବେହେରା, ଭ୍ରଦକରୁ ପାର୍ଥସାରଥୀ ନାୟକ, ବାଲେଶ୍ବର ରଶ୍ମିରଂଜନ ଦାସ ଓ ଭୁବନେଶ୍ବରରୁ ହରିହର ଚାନ୍ଦଙ୍କ ରିପୋର୍ଟ)

Advertisment
Advertisment