• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରେଳରେ ଯାତ୍ରା କରିବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି । କାରଣ ଅଳ୍ପ ଖର୍ଚ୍ଚରେ ଜଣେ ଯାତ୍ରୀ ରେଳ ଦ୍ୱାରା ଦୂରଯାତ୍ରା କରିପାରିଥା’ନ୍ତି । ଦେଶର ଅଧିକାଂଶ ଲୋକ ପ୍ରତିଦିନ ଟ୍ରେନରେ ଯାତ୍ରାକରନ୍ତି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି । ଯାତାୟାତ ସମୟରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଅନେକ ନିୟମ କରିଛି ।

ପ୍ରାୟତଃ ଦେଖାଯାଏ ଯେ, ରେଳ ଷ୍ଟେସନରେ ଅନେକ ଦୋକାନୀ MRP ଠାରୁ ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରି କରନ୍ତି । ଅନ୍ୟପକ୍ଷରେ, ଯେତେବେଳେ ଦୋକାନୀଙ୍କୁ ଏ ବିଷୟରେ ପଚରାଯାଏ, ସେମାନେ ଯୁକ୍ତି କରନ୍ତି । ଫଳରେ କିଛି ବିକଳ୍ପ ନପାଇ ଯାତ୍ରୀମାନେ ସେହି ଜିନିଷକୁ MRP ଠାରୁ ଅଧିକ ଟଙ୍କାରେ କିଣିବାକୁ ପସନ୍ଦ କରିଥା’ନ୍ତି ।

ଏମିତି କହିବାକୁ ଗଲେ MRP ଠାରୁ ଅଧିକ ମୂଲ୍ୟରେ କୌଣସି ଜିନିଷ ବିକ୍ରୟ କରିବା ଅପରାଧ ବୋଲି ଧରାଯାଏ । ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ରହିଛି । ସୂଚନା ଅନୁସାରେ ଯଦି ଷ୍ଟେସନରେ ଜଣେ ଦୋକାନୀ MRP ଠାରୁ ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରି କରନ୍ତି । ତେବେ ଆପଣ ତାଙ୍କ ବିରୋଧରେ ଅଭିଯୋଗ କରିପାରିବେ । ଆପଣଙ୍କର ଅଭିଯୋଗ ପଞ୍ଜୀକରଣ କରିବା ପରେ ରେଳ ନିୟମ ଅନୁଯାୟୀ ସେହି ଦୋକାନୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯଦି ଆପଣ ଦୋକାନୀଙ୍କ ବିରୋଧରେ ଅଭିଯୋଗ କରିବାକୁ ଚାହାନ୍ତି । ତେବେ ସେହି ଦୋକାନ ସହିତ ଜଡ଼ିତ କିଛି ତଥ୍ୟ ସଂଗ୍ରହ କରିବା ଆବଶ୍ୟକ ରହିଛି । ତଥ୍ୟ ମଧ୍ୟରେ ଆପଣ ନିଶ୍ଚିତ ଭାବେ ସେହି ଷ୍ଟଲ୍, ପ୍ଲାଟଫର୍ମ ନମ୍ବର, ଅପରେଟରଙ୍କ ନାମ, ଷ୍ଟଲ୍ ନମ୍ବର ଏବଂ ସଠିକ୍‌ ସମୟକୁ ଧ୍ୟାନ ରଖିବାକୁ ହେବ ।

ଅଭିଯୋଗ ଦାଖଲ କରିବାବେଳେ ଏହି ସବୁ ତଥ୍ୟ ଆପଣଙ୍କ ମାମଲାକୁ ମଜବୁତ କରିବ । ଭାରତୀୟ ରେଳ ଅନୁଯାୟୀ, ଯଦି ଜଣେ ଦୋକାନୀ, ଖାଦ୍ୟ ଷ୍ଟଲ୍ MRP ଠାରୁ ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରି କରେ। ଏହି ପରିସ୍ଥିତିରେ, ଆପଣ ରେଳବାଇ ହେଲ୍ପଲାଇନ ନମ୍ବର ୧୩୯ରେ ଅଭିଯୋଗ କରିପାରିବେ । ଏହା ବ୍ୟତୀତ ଆପଣ ରେଳ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଅଭିଯୋଗ କରିପାରିବେ ।