• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାନ୍ କାର୍ଡ୍ ସହିତ ଆଧାର ଲିଙ୍କ କରି ନାହାନ୍ତି କି? ଯଦିକରି ନାହାନ୍ତି ତେବେ ଆପଣଙ୍କ ହାତରେ ଆଉ ସମୟ ନାହିାଁ ଆଜି ଅର୍ଥାତ୍‌ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଯଦି ପାନ୍ ଆଧାର ଲିଙ୍କ୍ କରୁନାହାନ୍ତି ତେବେ ଆପଣଙ୍କୁ ୫୦୦ ଟଙ୍କା ଫାଇନ୍ ପଡିବ । ଖାଲି ସେତିକି ନୁହେଁ ଆସନ୍ତା ୩ମାସ ମଧ୍ୟରେ ଯଦି ପାନ୍ ଆଧାର ଲିଙ୍କ୍ ନକରିବେ ତେବେ ଆପଣଙ୍କୁ ୧୦୦୦ ଟଙ୍କା ଫାଇନ୍ ଗଣିବାକୁ ପଡିବା । ଏବେ ବି ଅଧା ଦିନ ବାକି ଅଛି । ପାନ୍ ସହିତ ଆଧାର ଲିଙ୍କ୍ କରିବା ପାଇଁ ଚାହୁଁଥିଲେ କରାଇ ନିଅନ୍ତୁ । ଫଳରେ ୫୦୦ ଟଙ୍କା ଫାଇନରୁ ବର୍ତ୍ତିପାରିବୋ ନଚେତ୍ କାଲିଠାରୁ ୫୦୦ ଟଙ୍କା ଦେବାକୁ ବାଧ୍ୟ ହେବୋ

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏହା ସ୍ପଷ୍ଟ କରିଛିା ସିବିଡିଟି କହିଛି ଯେ, ୨୦୨୨ ଏପ୍ରିଲ ୧ରୁ ୨୦୨୨ ଜୁନ୍ ୩୦ ମଧ୍ୟରେ ଯଦି କୌଣସି ବ୍ୟକ୍ତି ନିଜର ଆଧାର ସହିତ ପାନ୍ କୁ ଲିଙ୍କ୍ କରିବେ, ତେବେ ତାଙ୍କୁ ୫୦୦ ଟଙ୍କା ଫାନ୍ ଦେବାକୁ ପଡିବ । ଆଉ ଜୁନ୍ ୩୦ ପରେ କଲେ ଏହି ତଣ୍ଡ ୧୦୦୦ଟଙ୍କାକୁ ବଢିବ ।

ପୂର୍ବରୁ ବହୁବାର ପାନ୍‌-ଆଧାର ଲିଙ୍କ୍ କରିବାର ସମୟ ସୀମାକୁ ସିବିଡିଟି ଘୁଞ୍ଚାଇ ସାରିଛିା ଏଥର ଯଦିଓ ଘୁଞ୍ଚାଇଛି ତା ସତ୍ୱେ ଏଥିରେ ଆର୍ଥିକ ତଣ୍ଡ ମଧ୍ୟ ଯୋଡିଛିା ଅର୍ଥାତ ଆଉ ଏଣିକି ନିସ୍ତାର ନାହିାଁ ସିବିଡିଟି ଏକ ପ୍ରକାର ଶଙ୍କେତ ଦେଇଛି ଯେ, ଆଗକୁ ଲୋକେ ଯେତେ ସମୟ ଗଡେଇ ଚାଲିବେ ଆର୍ଥିକ ତଣ୍ଡ ସେତେ ବଢି ବଢି ଚାଲିବା

ଆଉ ଏକ ବଡ କଥା ହେଲା ସିବିଡିଟି ଦର୍ଶାଇଛି ଯେ, ଯଦି କୌଣସି ବ୍ୟକ୍ତି ନିଜ ପାଖରେ ଅଚଳ ପାନ୍ କାର୍ଡ ରଖି ଥିବେ ତେବେ ତାଙ୍କୁ ୧୦ ହଜାର ଟଙ୍କା ପର‌୍ୟ୍ୟନ୍ତ ଫାନ୍ ପଡିବା ଆୟକର ଆଇନ୍ ଧାର୍ ୨୭୨ ବି ଅନୁନାରେ ଜନସାଧାରଣଙ୍କୁ ଏଭଳି ଆର୍ଥିକ ତଣ୍ଡ ଗଣିବାକୁ ପଡିବ ବୋଲି ସିବିଡିଟି ଚେତାଇ ଦେଇଛିା

ସୂଚନାଯୋଗ୍ୟ ଆଧାର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍ କରି ସୁପ୍ରିମ୍ କୋର୍ଟରେ ଏକାଧିକ ମାମଲା ଏବେ ସୁଦ୍ଧା ବିଚାରାଧୀନ ରହିଛିା  ସୁପ୍ରିମକୋର୍ଟ ଅଦ୍ୟାବଧି ଆଧାର କାର୍ଡକୁ କୌଣସି କାମ ପାଇଁ ବାଧ୍ୟତାମୂଳକ ବୋଲି ରାୟ ପ୍ରକାଶ କରି ନାହାନ୍ତି । ବରଂ ଏକାଧିକ ବାର କହି ସାରିଛନ୍ତି ଯେ, କୌଣସି ବି ସଂସ୍ଥା ଆଧାର କାର୍ଡକୁ କୌଣସି ସେବା ପାଇଁ ବାଧ୍ୟତାମୂଳକ ବୋଲି କହିପାରିବେ ନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now