Advertisment

ଓଦା କପଡ଼ା କହିବ, LPG ସିଲିଣ୍ଡରରେ କେତେ ଅଛି ଗ୍ୟାସ୍‌ ?

ପୂର୍ବରୁ ଷ୍ଟୋଭ୍‌ରେ ରୋଷେଇ ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଥିଲା। ହେଲେ ଏବେ ଏଲ୍‌ପିଜି ସିଲିଣ୍ଡର ହେଉ କି ଇଣ୍ଡକ୍ସନ୍‌ କୁକର୍‌ ଏହାକୁ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରିବା ଆହୁରି ସହଜ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Check The Gas Level On Gas Cylinde

Know How To Check How Much Gas Left In Cylinder

ଆଜିକାଲି LPG ସିଲିଣ୍ଡର ଖାଦ୍ୟ ପ୍ରସ୍ତୁତକୁ ସହଜ କରିଦେଇଛି। ପୂର୍ବରୁ ଷ୍ଟୋଭ୍‌ରେ ରୋଷେଇ ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଥିଲା। ହେଲେ ଏବେ ଏଲ୍‌ପିଜି ସିଲିଣ୍ଡର ହେଉ କି ଇଣ୍ଡକ୍ସନ୍‌ କୁକର୍‌ ଏହାକୁ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରିବା ଆହୁରି ସହଜ ହୋଇଛି। ମାତ୍ର ଅଳ୍ପ ସମୟରେ ଖାଦ୍ୟ ପ୍ରସ୍ତୁତ ହେଉଛି। ହେଲେ ଅନେକ ଥର ଦେଖିବାକୁ ମିଳିଛି, ଖାଦ୍ୟ ପ୍ରସ୍ତୁତ ବେଳେ ଗ୍ୟାସ୍‌ ସରି ଯାଇଥାଏ। ଫଳରେ ରୋଷେଇ ଅଧାରୁ ବନ୍ଦ ହୋଇଯାଏ। ଏମିତିରେ ବି ଶୀତ ଦିନରେ ଗ୍ୟାସ୍‌ ଅଧିକ ବ୍ୟବହାର ହୋଇଥାଏ। ପାଣି ଗରମ ହେଉ କିମ୍ବା ଖାଦ୍ୟ ଗରମ ପାଇଁ, ଶୀତ ଦିନରେ ଶୀଘ୍ର ଗ୍ୟାସ୍‌ ସରି ଯାଇଥାଏ।

Advertisment

ଅଧିକ ପଢ଼ନ୍ତୁ: ଗ୍ୟାସ୍ ସିଲିଣ୍ଡର ତଳେ କାହିଁକି ଥାଏ ଛୋଟ ଛୋଟ କଣା ?

ଏଭଳି ସ୍ଥିତିରେ ସିଲିଣ୍ଡରରେ ଆଉ କେତେ ପରିମାଣର ଗ୍ୟାସ୍‌ ରହିଛି, ତାହା ଜଣାପଡ଼ି ନଥାଏ। କିଛି ଲୋକ ସିଲିଣ୍ଡରକୁ ହଲାଇ ସେଥିରେ କେତେ ଗ୍ୟାସ୍‌ ଅଛି ଚେକ୍‌ କରିଥାନ୍ତି ତ ଆଉ କିଛି ଲୋକ ଚୁଲିରୁ ନିର୍ଗତ ନିଆଁର ରଙ୍ଗ ହଳଦିଆ ହୋଇଗଲେ ସେଥିରୁ ଗ୍ୟାସ୍‌ ସରି ଆସୁଛି ବୋଲି ଅନୁମାନ କରିଥାନ୍ତି। ଆମେ ଆପଣଙ୍କୁ ଏମିତି ଏକ ଟ୍ରିକ୍‌ କହିବୁ ଯାହାଦ୍ୱାରା ଆପଣ ସିଲିଣ୍ଡରରେ କେତେ ଗ୍ୟାସ୍‌ ଆଉ ରହିଛି, ତା’ହା ଜାଣିପାରିବେ।

ଓଦା କପଡ଼ା କହିବ ସିଲିଣ୍ଡରରେ କେତେ ଅଛି ଗ୍ୟାସ୍‌...

  • ଏଥିପାଇଁ ଏକ ଓଦା କପଡ଼ା ଆବଶ୍ୟକ। ପ୍ରଥମେ ସିଲିଣ୍ଡରକୁ ଓଦା କପଡ଼ାରେ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପର୍ଯ୍ୟନ୍ତ ଏହାକୁ ଏପରି ଛାଡ଼ି ଦିଅନ୍ତୁ।
  • କିଛି ମିନିଟ୍‌ ପରେ ସିଲିଣ୍ଡର ଉପରୁ ଓଦା କପଡ଼ାକୁ କାଢ଼ି ଦିଅନ୍ତୁ।
  • ଏହାପରେ ଆପଣ ଦେଖିବାକୁ ପାଇବେ କିଛି ସ୍ଥାନ ଓଦା ଥିବାବେଳେ ଆଉ କିଛି ସ୍ଥାନ ସମ୍ପୂର୍ଣ୍ଣ ଶୁଖିଲା ରହିଛି। କାରଣ ସିଲିଣ୍ଡରରେ ଯେତିକି ପର୍ଯ୍ୟନ୍ତ ଗ୍ୟାସ୍‌ ରହିଛି, ସେତିକି ଅଂଶ ଥଣ୍ଡା ରହିଥାଏ। ଆଉ ଏହି ସ୍ଥାନରେ ପାଣି ଶୁଖିବାକୁ ସମୟ ଲାଗିଥାଏ।
  • ସେପରି ସିଲିଣ୍ଡରରେ ଯେତିକି ଅଂଶ ଖାଲି ଥାଏ, ତା’ହା ପୂର୍ବାପେକ୍ଷା ଗରମ ଥାଏ। ଏଥିପାଇଁ ପାଣି ଜଲ୍‌ଦି ଶୁଖି ଯାଇଥାଏ। ଏଭଳି ଭାବେ ଆପଣ ଗୋଟିଏ ଚୁଟ୍‌କିରେ ଜାଣିପାରିବେ ସିଲିଣ୍ଡରରେ ଆଉ କେତେ ଗ୍ୟାସ୍‌ ବାକି ରହିଛି। 
Advertisment
LPG Cylinder
Advertisment
Advertisment