Advertisment

ଗ୍ୟାସ୍ ସିଲିଣ୍ଡର ତଳେ କାହିଁକି ଥାଏ ଛୋଟ ଛୋଟ କଣା ?

ଆପଣ କେବେ ଚିନ୍ତା କରିଛନ୍ତି କି? ଗୋଟାଳିଆ ଏହି ଲୁହା ସିଲିଣ୍ଡରରେ ଏମିତି ଛିଦ୍ରଗୁଡିକ କାହିଁକି ? ଏହା ପଛରେ ଏମିତି ବୈଜ୍ଞାନିକ କାରଣ ରହିଛି...

author-image
Prangyan Parimita
ଅଦ୍ୟତନ ହୋଇଛି
Why do Gas Cylinders Have Holes

Gas Cylinders

ଆପଣ ଗ୍ୟାସରେ ରୋଷେଇ କରୁଛନ୍ତି କି। ଯଦି ହଁ, ତାହାଲେ ଏହି ଛୋଟ କଥା ଆପଣ ଜାଣିବା ନିହାତି ଜରୁରୀ। ନହେଲେ, କିଛି ଭୁଲ କରି ବସିଲେ ଦୁର୍ଘଟଣା ଘଟିବା ନିଶ୍ଚିତ। ରାତି ପାହିଲେ ଆମେ ଗ୍ୟାସ ସିଲିଣ୍ଡର ଦେଖିଥାନ୍ତି। ହେଲେ ସେଥିରେ ଥିବା ଛୋଟ ଛୋଟ କଥାକୁ ଆମେ ଗୁରୁତ୍ୱ ଦେଇନଥାଆନ୍ତି। ଫଳରେ ଅଧିକାଂଶ ସମୟରେ ଆମକୁ ହଇରାଣ ହରକତ ହେବାକୁ ପଡିଥାଏ । ଗ୍ୟାସ୍ ସିଲିଣ୍ଡର ତଳେ ଥିବା ଛୋଟ ଛୋଟ କଣାକୁ ସବୁ ବେଳେ ଆଖିରେ ପଡ଼େ ,ହେଲେ ଏହା କାହିଁକି ଥାଏ ଆମ ଭିତରୁ ଅନେକ ଜାଣି ନାହାଁନ୍ତି ।

Advertisment

ଆଜି ଆମେ ଏସମ୍ପର୍କରେ ଜାଣିବା ...

ଏବେ ଗାଁଗହଳିଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଗ୍ୟାସରେ ଖାଇବା ତିଆରି କରୁଛନ୍ତି । ସେଥି ପାଇଁ ସମସ୍ତଙ୍କ ଘରେ କଠିନ ଲୁହାରେ ତିଆରି ଏହି ଗ୍ୟାସ୍ ସିଲିଣ୍ଡର ରହିଥାଏ । ଏହାକୁ ଭଲ କରି ଲକ୍ଷ୍ୟ କଲେ, ଆପଣ ଦେଖିବେ ସିଲିଣ୍ଡରର ତଳ ଭାଗରେ କିଛି କଣା ରହିଛି । ସେହି ଛିଦ୍ର ଥିବା ଲୁହା ପ୍ଲେଟ୍ ଉପରେ ସିଲିଣ୍ଡରର ସବୁତକ ଓଜନ ରହିଥାଏ । କିନ୍ତୁ ଏହି ଛିଦ୍ର ପଛର କାରଣ ରହିଛି।

ଅଧିକ ପଢ଼ନ୍ତୁ: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମଧ୍ୟ ପକ୍ଷୀଙ୍କୁ କାହିଁକି ଇଲେକ୍ଟ୍ରିକ୍ ସକ୍‌ ଲାଗେ ନାହିଁ ?

Advertisment

ଗ୍ୟାସ୍ ସିଲିଣ୍ଡରରେ ଥିବା ଏହି ଛିଦ୍ରଗୁଡ଼ିକ ଆମମାନଙ୍କ ପାଇଁ ବହୁତ ଦରକାରୀ । ସିଲିଣ୍ଡର ଭିତରେ ଭର୍ତ୍ତି ହୋଇ ରହିଥିବା ଏଲପିଜିର ତାପମାତ୍ରାକୁ ଏ ଛିଦ୍ରଗୁଡ଼ିକ ନିୟନ୍ତ୍ରଣ କରିଥାଏ । ବେଳେ ବେଳେ ଗ୍ୟାସ ସିଲିଣ୍ଡରର ତାପମାତ୍ରା ଯଥେଷ୍ଟ ବଢି ଯାଇଥାଏ । ଏପରି ସ୍ଥିତିରେ ଛିଦ୍ର ଦେଇ ବାୟୁ ଚଳପ୍ରଚଳ କରିବା ଦ୍ୱାରା ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ । ଫଳରେ ଆମେ ନିଶ୍ଚତ ଦୁର୍ଘଟଣାରୁ ବର୍ତ୍ତି ଯାଇଥାଉ ।

ଖାଲି ଏତିକି ନୁହେଁ, ସିଲିଣ୍ଡରରେ ଛିଦ୍ର ଆମକୁ ଆହୁରି ଅନେକ ସୁବିଧା ଦେଇଥାଏ । ଯେମିତି, ପାଣିରେ ଚଟାଣ ଧୋଇବା ବେଳେ ସିଲିଣ୍ଡର ତଳେ ରହିଯାଉଥିବା ପାଣି ଛିଦ୍ର ବାଟେ ବାୟୁ ଯିବା ଆସିବା ଦ୍ୱାରା ଶୀଘ୍ର ଶୁଖି ଯାଇଥାଏ । ଆଉ ଗ୍ୟାସ୍ ସିଲିଣ୍ଡରକୁ ଆମେ ସହଜରେ ବ୍ୟବହାର କରିଥାଉ।

Gas Cylinder
Advertisment
Advertisment