Advertisment

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଜୀବନରୁ ମାରିଦେବାର ଧମକ,୧୦ ମିନିଟ୍‌ରେ ଆସିଲା ୨ଥର ଫୋନ୍‌...

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଜୀବନରୁ ମାରିଦେବାର ଧମକ। ଅଜଣା ବ୍ୟକ୍ତି ତାଙ୍କୁ ଏହି ଧମକ ଦେଇଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Union Minister Nitin Gadkari Receives Death Threat Calls

Union Minister Nitin Gadkari Receives Death Threat Calls

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି। ନାଗପୁର ସ୍ଥିତ କାର୍ଯ୍ୟାଳୟର ଲ୍ୟାଣ୍ଡ୍‌ଲାଇନ୍‌ ଫୋନ୍‌କୁ କଲ୍‌ କରି ଅଜଣା ବ୍ୟକ୍ତି ତାଙ୍କୁ ଏହି ଧମକ ଦେଇଥିବା ସୂଚନା ମିଳିଛି। ଏନେଇ ନୀତିନ ଗଡ଼କରୀଙ୍କ ଅଫିସ୍‌ ପକ୍ଷରୁ ଏସମ୍ପର୍କରେ ନାଗପୁର ପୋଲିସ୍‌ରେ ଅଭିଯୋଗ କରାଯାଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, କୌଣସି ଅଜଣା ବ୍ୟକ୍ତି ନୀତିନ ଗଡ଼କରୀଙ୍କ ନାଗପୁର ସ୍ଥିତ କାର୍ଯ୍ୟାଳୟକୁ ଫୋନ୍‌ କରି ତାଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇଛନ୍ତି। ଏହାସହ ତାଙ୍କ କାର୍ଯ୍ୟାଳୟକୁ ମଧ୍ୟ ଉଡ଼ାଇ ଦେବାର ଧମକ ଦେଇଥିଲେ। ଏନେଇ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନାଗପୁର ପୋଲିସ୍‌ରେ ଅଭିଯୋଗ କରାଯାଇଛି। କିଏ ଏହି ବ୍ୟକ୍ତି ? କାହିଁକି ସେ ଏଭଳି ଧମକ ଦେଲେ ? ଏହା ପଛରେ କାହାର ହାତ ରହିଛି, ଏସବୁର ଛାନ୍‌ଭିନ୍‌ ପାଇଁ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। 

ଅଧିକ ପଢ଼ନ୍ତୁ: ନୀତିନ ଗଡକରୀଙ୍କୁ ଭାରିପଡିଲା ଚ୍ୟାଲେଞ୍ଜ; ସାଂସଦଙ୍କୁ ଦେବେ ୧୫,୦୦୦ କୋଟି ଟଙ୍କା

Advertisment

୧୦ ମିନିଟ୍‌ରେ ଆସିଲା ୨ଥର ଫୋନ୍‌...

କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆଜି ସକାଳ ସାଢ଼େ ୧୧ଟାରୁ ୧୧ଟା ୪୦ ମଧ୍ୟରେ ୨ ଥର ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିଲା। ନାଗପୁରର ଖାମଲା ଚୌକ ସ୍ଥିତ ନୀତିନ ଗଡ଼କରୀଙ୍କ ଜନସମ୍ପର୍କ କାର୍ଯ୍ୟାଳୟ ତାଙ୍କ ଘରଠୁ ୧ କି.ମି. ଦୂରରେ ଅବସ୍ଥିତ। ଧମକପୂର୍ଣ୍ଣ ଫୋନ୍‌ କଲ୍‌ ନେଇ ନାଗପୁର ପୋଲିସ୍‌ ଓ ନୀତିନ ଗଡ଼କରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। 

Nitin Gadkari Union Minister Nitin Gadkari
Advertisment
Advertisment