• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୋଲିସ ଚାଲାଣ କାଟିବାରୁ ଲାଇନମେନ୍ ପୋଲିସ ଚେକ ପୋଷ୍ଟର ଲାଇନ୍ କାଟିଦେଲେ । ଫଳରେ ବିଦ୍ୟୁତ ନଥିବାରୁ ପୋଲିସ କର୍ମଚାରୀଙ୍କୁ ଅନ୍ଧାରରେ ରାତି ବିତାଇବାକୁ ପଡ଼ିଲା । ୟୁପି ବରେଲି ଜିଲ୍ଲା ସିଲୋଲି ଥାନାରେ ଏପରି ଘଟଣା ଘଟିଛି । ଗାଡି ଚେକିଂ ସମୟରେ ଏକ ଲାଇନ ମ୍ୟାନକୁ ଜରିମାନା କରିଥିଲା ପୋଲିସ । ଗାଡି ଚଳାଉଥିବା ବେଳେ ବୈଧ କାଗଜପତ୍ର ନଥିବାରୁ ତାଙ୍କୁ ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିଲା ।

ସିଲୋଲି ଥାନା ଅଞ୍ଚଳରେ ଏଭଳି । ଚୌକି ଇନଚାର୍ଜ ଗାଡ଼ି ଚେକିଂ କରୁଥିଲେ । ଏହି ସମୟରେ ବରସେର ସବ୍ ଷ୍ଟେସନର ଲାଇନମ୍ୟାନ୍ ଭଗବାନ ସ୍ୱରୂପ ବାଇକ୍ ଯୋଗେ ଆସୁଥିଲେ । ଆଉ ଇନ୍ସପେକ୍ଟର ମୋଦି ସିଂ ଲାଇନମ୍ୟାନଙ୍କୁ ଅଟକାଇ ବାଇକର କାଗଜପତ୍ର ଦେଖାଇବାକୁ କହିଥିଲେ।

ତେବେ ଲାଇନମ୍ୟାନ ପୋଲିସ କର୍ମଚାରୀଙ୍କୁ କହିଲେ, “ସାର୍, ଏବେ ମୋ ପାଖରେ ମୋଟର ସାଇକେଲ କାଗଜପତ୍ର ନାହିଁ । ମୁଁ ଘରକୁ ଯାଇ ଆଣି ଦେଖାଇବି ବୋଲି କହିଥିଲେ । କିନ୍ତୁ ଇନ୍ସପେକ୍ଟର ମୋଦି ସିଂ ଏଥିରେ ରାଜି ହୋଇନଥିଲେ ଓ ଚାଲାଣ କାଟିଥିଲେ । ତେବେ ଏଥିରେ ଅସନ୍ତୋଷ ପ୍ରକାଶ କରି ଲାଇନମ୍ୟାନ୍ ଜଣକ ପୋଲିସ ବାବୁମାନେ କାମକ ରୁଥିବା ଚେକ ପୋଷ୍ଟର ଲାଇନ କାଟି ଦେଲେ ।

ପୋଲିସ ଚେକପୋଷ୍ଟରେ ବିନା ବୈଧ ଅନୁମତିରେ ବିଜୁଳି ସଂଯୋଗ ଦିଆ ଯାଇଥିଲା । ଏହା ଜାଣିପାରି ପୋଲିସ ଲାଇନମ୍ୟାନ୍ ଜଣକ ପୋଲିସ ଚେକପୋଷ୍ଟର ଲାଇନ କାଟି ଦେଇଥିଲେ । ବର୍ତ୍ତମାନ ଏହି ଘଟଣାର ତଦନ୍ତ କରାଯାଉଛି । ପୋଲିସ ଚେକ୍ ପୋଷ୍ଟର କନେକ୍ସନ କାହିଁକି କଟାଗଲା ଏବଂ ଏହାର କାରଣ କଣ ରହିଛି । ଏହାର ତଦନ୍ତ କରାଯାଉଛି, ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି ବିଦ୍ୟୁତ ବିଭାଗ ।