Advertisment

ପାର୍ବଣ ଋତୁ ପୂର୍ବରୁ ଜନତାଙ୍କୁ ଉପହାର ! ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ

ସାଧାରଣ ଜନତାଙ୍କୁ ସାମାନ୍ୟ ଆଶ୍ୱସ୍ତି । ପାର୍ବଣ ଋତୁ ପୂର୍ବରୁ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଉପହାର । କରୋନା ସମୟରେ ହୋଇଥିବା ଦରବୃଦ୍ଧି ଲୋକେ ଏବେ ଚିନ୍ତାରେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଇବା ତେଲ ଉପରୁ ବେସ୍ ଇମ୍ପୋର୍ଟ ଡ୍ୟୁଟିକୁ ହ୍ରାସ କରାଯାଇଛି । ଫଳରେ

author-image
Prangyan Parimita
ଅଦ୍ୟତନ ହୋଇଛି
oil

oil

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ସାମାନ୍ୟ ଆଶ୍ୱସ୍ତି । ପାର୍ବଣ ଋତୁ ପୂର୍ବରୁ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଉପହାର । କରୋନା ସମୟରେ ହୋଇଥିବା ଦରବୃଦ୍ଧି ଲୋକେ ଏବେ ଚିନ୍ତାରେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଇବା ତେଲ ଉପରୁ ବେସ୍ ଇମ୍ପୋର୍ଟ ଡ୍ୟୁଟିକୁ ହ୍ରାସ କରାଯାଇଛି । ଫଳରେ ପାମୋଲିନ ତେଲ, ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଭଳି ଖାଇବା ତେଲ ଉପରୁ ଆମଦାନୀ ଶୁଳ୍କ ହ୍ରାସ ହୋଇଛି । ଏବେ ରୋଷେଇରେ ବ୍ୟବହୃତ ତେଲର ମୂଲ୍ୟ ପାର୍ବଣ ଋତୁ ପୂର୍ବରୁ କମିବ ବୋଲି ସ୍ପଷ୍ଟ ହୋଇଛି ।

Advertisment

ଏତିକି ରହିବ ବର୍ତ୍ତମାନ ବେସ୍ ଆମଦାନୀ ଟ୍ୟାକ୍ସ...

ସରକାରଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ବର୍ତ୍ତମାନ ଅଶୋଧିତ ପାମୋଲିନ୍ ତେଲ, ଅଶୋଧିତ ସୋୟାବିନ୍ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ମୂଳ ଆମଦାନୀ ଶୁଳ୍କ ୨.୫ ପ୍ରତିଶତ ହୋଇଛି । ପୂର୍ବରୁ ଅଶୋଧିତ ପାମୋଲିନ୍ ତେଲ ଉପରେ ୧୦ ପ୍ରତିଶତ ଏବଂ ଅଶୋଧିତ ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ୭.୫ ପ୍ରତିଶତ ଆମଦାନୀ ଶୁଳ୍କ ଆଦାୟ କରାଯାଉଥିଲା । ଏହାସହ ରିଫାଇନ ଗ୍ରେଡର ପାମୋଲିନ ତେଲ, ସୋୟାବିନ୍ ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ମୂଳ ଆମଦାନୀ ଶୁଳ୍କ ୩୭.୫ ପ୍ରତିଶତରୁ ହ୍ରାସ ପାଇ ୩୨.୫ ପ୍ରତିଶତ ହୋଇଛି ।

ଖାଇବା ତେଲ ଉପରେ ସମୁଦାୟ କେତେ ଟ୍ୟାକ୍ସ ଲାଗିବ ?

ବେସ୍ ଆମଦାନୀ ଶୁଳ୍କ ହ୍ରାସ ପରେ ବର୍ତ୍ତମାନ ଅଶୋଧିତ ପାମୋଲିନ୍ ତେଲ, ସୋୟାବିନ୍ ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଆମଦାନୀ ଉପରେ ମୋଟ ୨୪.୭୫ ପ୍ରତିଶତ ଟ୍ୟାକ୍ସ ଲାଗିବ । ଏଥିରେ ୨.୫ ପ୍ରତିଶତ ବେସ୍ ଆମଦାନୀ ଶୁଳ୍କ ଏବଂ ଅନ୍ୟାନ୍ୟ ଟ୍ୟାକ୍ସ ମଧ୍ୟ ସାମିଲ ରହିଛି । ସେହିଭଳି ରିଫାଇନଡ୍ ପାମୋଲିନ ତେଲ, ସୋୟାବିନ୍ ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଆମଦାନୀରେ ବର୍ତ୍ତମାନ ମୋଟ ୩୫.୭୫ ପ୍ରତିଶତ ଶୁଳ୍କ ଲାଗିବ । ଏଥିରେ ବେସ୍ ଆମଦାନୀ ଶୁଳ୍କ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

Advertisment

ସେହପରି ଚଳିତ ବର୍ଷ ରନ୍ଧନ ତେଲର ଆମଦାନୀ ସର୍ବନିମ୍ନ ସ୍ତରରେ ରହିବାର ସମ୍ଭାବନା ଅଛି । Industry body Solvent Extractors Association of India (SEA) ର ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ବିଭି ମେହେଟ୍ଟାଙ୍କ ଅନୁସାରେ, କରୋନା ମହାମାରୀ ସଙ୍କଟ ଏବଂ ଅନ୍ତର୍ଜାତୀୟ ବଜାରରେ ରେକର୍ଡ ବୃଦ୍ଧି ହେତୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଏହି ହ୍ରାସ ଘଟିପାରେ। ତେବେ ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ତେଲ ଦର କମିବା ସହ ବ୍ୟବହାରକୁ ମଧ୍ୟ ବୃଦ୍ଧି କରିପାରିବ ବୋଲି ସେ କହିଛନ୍ତି ।

Import Duty Edible Oil
Advertisment
Advertisment