ଡହ ଡହ ଖରାରେ ଖାକି ବର୍ଦ୍ଦିର ମହାନତା । ପାଦ ପୋଡ଼ି ଫୋଟକା ହୋଉଯାଉଥିବା ବେଳେ ବୃଦ୍ଧାଙ୍କ ପାଇଁ ଦେବଦୂତ ସାଜିଲା ପୋଲିସ୍ । ଗୁଜୁରାଟର ଜଣେ ମହିଳା ପୋଲିସ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ମରୁଭୂମିର ପ୍ରବଳ ଉତ୍ତାପ ଭିତରେ ଜଣେ ବୃଦ୍ଧ ମହିଳାଙ୍କୁ ୫କିମି କାନ୍ଧରେ ବୋହି ନେଇ ଘରେ ପହଞ୍ଚାଇଛନ୍ତି । ବୃଦ୍ଧ ମହିଳା ଜଣକ ରାମକଥା ଶୁଣିବା ପାଇଁ ପାଇଁ ଗୁଜରାଟର କୁଚ୍ ସ୍ଥିତ ଏକ ମନ୍ଦିରକୁ ଯାଇଥିଲେ । ହେଲେ ଏହି ସମୟରେ ପ୍ରବଳ ଗରମ ହେତୁ ଚାଲିପାରି ଫେରି ପାରିନଥିଲେ ।
କଚ୍ଛର ଖାଦିର ଦ୍ୱୀପରେ ସ୍ଥିତ ଭଞ୍ଜଡା ଦାଦାଙ୍କ ମନ୍ଦିରରେ ମୋରାରିବାପୁଙ୍କ ରାମ କଥା ଚାଲିଛି । ଯିବା ସମୟରେ ବହୁକଷ୍ଟରେ ଚାଲି ଚାଲି ମନ୍ଦିର ପହଞ୍ଚିଥିଲେ ୮୬ ବର୍ଷ ବୟସ୍କା ମହିଳା । ହେଲେ ଫେରିବା ସମୟରେ ଗ୍ରୀଷ୍ମର ପ୍ରକୋପ ଅଧିକ ବଢ଼ିଯାଇଥିଲା । ଫଳରେ ଘରକୁ ଫେରିବା ତାଙ୍କ ପାଇଁ ମୁସ୍କିଲ ହୋଇପଡ଼ିଥିଲା । ଖରା ସହି ନପାରି ସେ ତଳେ ପଡ଼ି ଯାଇଥିଲେ । ତେବେ ଏସମ୍ପର୍କରେ ମହିଳା କନଷ୍ଟେବଳ ବର୍ଷାବେନ୍ ପରମାର ଜାଣିବା ପରେ ତୁରନ୍ତ ବୃଦ୍ଧ ମହିଳାଙ୍କ ନିକଟରେ ପହଞ୍ଚିଥିଲେ ଏବଂ ବୃଦ୍ଧ ମହିଳାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।
"खाखी की मानवता"
— Harsh Sanghavi (@sanghaviharsh) April 22, 2022
कच्छ के रापर में मोरारीबापू जी की कथा सुनने हेतु पैदल चलते जा रहे 86 वर्षीय बुजुर्ग को स्वास्थ्य परेशानी होने के कारणवश, एक महिला पुलिस अधिकारी वर्षाबेन परमार जी ने उन्हे 5 कि.मी तक अपने कंधों पर बिठाकर गंतव्य स्थान तक पहुंचाकर सेवा का उत्कृष्ट उदाहरण पेश किया। pic.twitter.com/FZxTLWVbGD
ଖରାକୁ ଖାତିର ନକରି କାନ୍ଧରେ ୫ କିଲୋମିଟର ଚାଲି ଚାଲି ମହିଳାଙ୍କୁ ନିରାପଦ ଭାବରେ ଘରେ ପହଞ୍ଚାଇ ଦେଇଗଲେ । ତେବେ ସେହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଓ ସାରା ଦେଶର ଲୋକେ ମହିଳା ପୋଲିସ କର୍ମଚାରୀଙ୍କୁ ପ୍ରଶଂସା କରୁଛନ୍ତି । ନିଜେ ଗୃହମନ୍ତ୍ରୀ ଟ୍ୱିଟ୍ କରି ମହିଳା ପୋଲିସର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସଙ୍ଗଭି ମହିଳା ପୋଲିସଙ୍କ ଏତାଦୃଶ କାର୍ଯ୍ୟ ପାଇଁ ଟ୍ୱିଟ୍ କରି ପ୍ରଶଂସା କହିଛନ୍ତି । କ୍ୟାପସନରେ ଲେଖିଛନ୍ତି ଖାକିର ମାନବିକତା । ବୃଦ୍ଧ ମହିଳାଙ୍କୁ କାନ୍ଧରେ ବୋହି ନେଇ ସେବାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି ବର୍ଷାବେନ୍ । ଅନ୍ୟପଟେ ମହିଳା ପୋଲିସ୍ଙ୍କୁ ବୃଦ୍ଧ ମହିଳା ଜଣକ ସାହାଯ୍ୟ ପାଇଁ ଆଶୀର୍ବାଦ ଦେଇଛନ୍ତି