• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଅ ପାଲଟିଲା ପିଶାଚ । ୧୦୦ ଟଙ୍କା ପାଇଁ ମାଆକୁ ମାରିଦେଲା କୁଳାଙ୍ଗାର । ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମୟୂରଭଂଜ ଜିଲ୍ଲା ଯଶୀପୁର ଥାନା ହାଟ ପଡ଼ିଆ ନିକଟରେ । ନିଶା ଖାଇବାକୁ ମାଆକୁ ଟଙ୍କା ମାଗିଥିଲା ପୁଅ । ହେଲେ ମାଆ ନ ଦେବାରୁ ଠେଙ୍ଗାରେ ପିଟି ପିଟି ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ସରୋଜ ନାୟକ ଫେରାର ହୋଇଥିବା ଜଣାପଡ଼ିଛି । ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି ।

ତେବେ ମୃତ ମହିଳାଙ୍କ ବଡ଼ ପୁଅଙ୍କ ଅନୁପସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଛି । ସେ ଘରେ ନଥିବା ସମୟରେ ସାନ ଭାଇ ଏପରି କାଣ୍ଡ ଘଟାଇଥିବା କହିଛନ୍ତି । ସେ ସମ୍ପର୍କୀୟ କାକାଙ୍କ ସହିତ ରୋଷେଇ କରିବା ପାଇଁ ଯାଇଥିଲେ । ପାଖାପାଖି ୯ଟା ସମୟରେ ପଡ଼ିଶା ଘର ଲୋକେ ତାଙ୍କୁ ଫୋନ୍‌ କରିଥିଲେ ଓ ମାଡ଼ ମାରି ହାତଗୋଡ଼ ଭାଙ୍ଗି ଦେଇଥିବା ଖବର ଦେଇଥିଲେ ।

ଆଉ ତା’ପରେ ସେ ସାଙ୍ଗମାନଙ୍କ ସହଯୋଗରେ ଆମ୍ବୁଲାନ୍ସ ଡାକିଥିଲେ । ଆଉ ଫେରିବା ପରେ ମା’କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ସବୁ ଶେଷ ହୋଇସାରିଥିଲା । ମହିଳାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।