Advertisment

ଥାନା ପଛପଟ ହୋଟେଲ୍‌ରେ ଚାଲିଥିଲା ଦେହ ବ୍ୟବସାୟ, ଧରାପଡ଼ିଲା ରାଣୀ ମହୁମାଛି

କଟକ ସିଡିଏ ସେକ୍ଟର-୭ ମର୍କତନଗର ଅଞ୍ଚଳରେ ଗତକାଲି ସେକ୍ସ ରାକେଟ ଠାବ ହୋଇଛି। ମହିଳା କିଙ୍ଗପିନ୍‌ଙ୍କ ସମେତ ଜଣେ ଗ୍ରାହକ, ଜଣେ ଦଲାଲ୍ ଏବଂ ଅନ୍ୟ ଜଣେ ହୋଟେଲ୍ କର୍ମଚାରୀଙ୍କୁ ପୋଲିସ୍ ଗିରଫ କରିଛି।

author-image
Rajalaxmi Sahoo
Sex Racket Busted In Cuttack

Sex Racket Busted In Cuttack

କଟକ ସିଡିଏ ସେକ୍ଟର-୭ ମର୍କତନଗର ଅଞ୍ଚଳରେ ଗତକାଲି ସେକ୍ସ ରାକେଟ ଠାବ ହୋଇଛି। ଘଟଣାକୁ ନେଇ ମର୍କତନଗର ପୋଲିସ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଏହାସହ ମହିଳା କିଙ୍ଗପିନ୍‌ଙ୍କ ସମେତ ଜଣେ ଗ୍ରାହକ, ଜଣେ ଦଲାଲ୍ ଏବଂ ଅନ୍ୟ ଜଣେ ହୋଟେଲ୍ କର୍ମଚାରୀଙ୍କୁ ପୋଲିସ୍ ଗିରଫ କରିଛି। 

Advertisment

ମର୍କତନଗର ଥାନା ପଛପଟ ଏକ ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବା ଖବର ପାଇ ପୋଲିସ୍‌ ରେଡ୍‌ କରିଥିଲା। ଏହି ସମୟରେ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି। ରେଡ୍‌ ବେଳେ ପୋଲିସ୍‌ ଏକ ଡିଭିଡ଼ି ପ୍ଲେୟାର, ଗୋଟିଏ କାର୍, ବାଇକ, ମୋବାଇଲ ଫୋନ ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। 

 କେବେଠୁ ଏହି ହୋଟେଲରେ ଦେହ ବ୍ୟବସାୟ ଚାଲୁଥିଲା, ସେନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି କଟକ ଆଡିସନାଲ ଡିସିପି ଅନୀଲ କୁମାର ମିଶ୍ର କହିଛନ୍ତି।

Advertisment
Cuttack Sex Racket Sex Racket Busted
Advertisment
Advertisment