• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଧୋନିଙ୍କୁ ସୁପ୍ରିମକୋର୍ଟ ନୋଟିସ। ଆମ୍ରପାଲୀ ଗ୍ରୁପ୍‌ ସହ ୧୫୦ କୋଟି ଟଙ୍କାର ନେଣଦେଣ ମାମଲାରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଘର କ୍ରେତାକୁ ଆମ୍ରପାଲୀ ଠକି ଥିବା ବେଳେ ଧୋନି ଗ୍ରୁପର ବ୍ରାଣ୍ଡ ଆମ୍ବାସାଡର ଥିଲେ। ଲୋକଙ୍କୁ ଗ୍ରୁପ୍‌ ଆଡ଼କୁ ଆକୃଷ୍ଟ ମଧ୍ୟ କରୁଥିଲେ। ଏଥିପାଇଁ କମ୍ପାନୀ ପକ୍ଷରୁ ଧୋନିଙ୍କ ସହ ପ୍ରାୟ ୧୫୦ କୋଟି ଟଙ୍କାର ଡିଲ୍ ହୋଇଥିଲା। ଏହା ମଧ୍ୟରୁ କିଛି ଟଙ୍କା ଧୋନି ପାଇଥିବା ବେଳେ ଆଉ କିଛି ଟଙ୍କା ପାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ତେବେ ଗ୍ରୁପ ଯଦି ଧୋନିଙ୍କୁ ଟଙ୍କା ଦିଏ, ତା’ହେଲେ ଘର କ୍ରେତା ଆଉ ସେମାନଙ୍କ ପ୍ଲଟ ପାଇବେ ନାହିଁ ବୋଲି କହିଛନ୍ତି। ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ସୋମବାର ସୁପ୍ରିମକୋର୍ଟ ଧୋନିଙ୍କୁ ନୋଟିସ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ଧୋନିଙ୍କୁ ନୋଟିସ କରିବା ସହ ତାଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆମ୍ରପାଲୀ ଗ୍ରୁପ୍ ବିରୋଧରେ ଆରମ୍ଭ କରିଥିବା ମଧ୍ୟସ୍ଥତା ସଂକ୍ରାନ୍ତ ପ୍ରକ୍ରିୟା ଉପରେ ମଧ୍ୟ ରୋକ ଲଗାଇ ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି, ଆମ୍ରପାଲୀ ଘର କ୍ରେତାଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଆଯିବା ନିହାତି ଜରୁରୀ। ମଧ୍ୟସ୍ଥତା ପ୍ରକ୍ରିୟା ନାଁରେ ଘର କ୍ରେତାଙ୍କ ସ୍ୱାର୍ଥକୁ ଆମ୍ରପାଲୀ ଗ୍ରୁପ୍‌ ଓ ଏହାର ମ୍ୟାନେଜମେଣ୍ଟ ସଦସ୍ୟମାନେ ଏଡ଼ାଇ ଯାଇ ପାରିବେ ନାହିଁ।

OTV is now on Whatsapp

Join and get latest news update delivered to you via whatsapp

Join Now