• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭାରତୀୟ ଲୋକଙ୍କ ପ୍ରଥମ ପସନ୍ଦ ୧୦୦ ଟଙ୍କିଆ ନୋଟ୍। ଡିଜିଟାଲ ପେମେଣ୍ଟର ବହୁଳ ବ୍ୟବହାର ସତ୍ତ୍ୱେ ଲୋକେ ୧୦୦ ଟଙ୍କିଆ ନୋଟକୁ ଅଧିକ ପସନ୍ଦ କରୁଛନ୍ତି। ସେପଟେ ପୂର୍ବ ବର୍ଷ ଅପେକ୍ଷା 2021-22 ବର୍ଷରେ ବ୍ୟାଙ୍କ ନୋଟର ଚାହିଦା 1.8 ପ୍ରତିଶତ କମିଥିବା ବେଳେ କଏନର ଡିମାଣ୍ଡ 73.3 ପ୍ରତିଶତ କମିଛି।

ଡିଜିଟାଲ ଯୁଗରେ ୧୦୦ ଟଙ୍କିଆ ନୋଟର ଚାହିଦା ସବୁଠୁ ଅଧିକ। ଦେଶରେ କ୍ୟାସଲେସ୍ ପେମେଣ୍ଟ ତଥା ଡିଜିଟାଲ ପେମେଣ୍ଟର ଚାହିଦା ସତ୍ତ୍ୱେ 100 ଟଙ୍କିଆ ନୋଟର ଚାହିଦା ସବୁଠୁ ଅଧିକ ରହିଛି। ଅର୍ଥାତ୍ ୧୦୦ ଟଙ୍କିଆ ନୋଟକୁ ଲୋକ ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଅପରପଟେ 2 ହଜାର ଟଙ୍କିଆ ନୋଟକୁ ସବୁଠୁ କମ୍ ବ୍ୟବହାର ହେଉଛି। ସେହିପରି 5ଶହ ଟଙ୍କିଆ ନୋଟ୍ ଅଧିକ କାରବାର ହେଉଛି। ଏଭଳି ରିପୋର୍ଟ ରିଜର୍ଭ ବ୍ୟାଙ୍କ ଇଣ୍ଡିଆର 2021-2022 ବର୍ଷର ରିପୋର୍ଟରେ ପ୍ରକାଶ ପାଇଛି। ବ୍ୟାଙ୍କ ନୋଟକୁ ନେଇ ଏଥିରେ ଉତ୍ସାହଜନକ ରିପୋର୍ଟ ପ୍ରକାଶ ପାଇଛି।

28 ରାଜ୍ୟ ଓ 3ଟି କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମାଞ୍ଚଳ, ସହରତଳି ଅଞ୍ଚଳ, ସହର ଓ ମେଟ୍ରୋ ଅଞ୍ଚଳରେ ହୋଇଥିବା RBIର ସର୍ଭେ ରିପୋର୍ଟ ଅନୁସାରେ ମାତ୍ର 3 ପ୍ରତିଶତ ଲୋକ ବ୍ୟାଙ୍କ ନୋଟର ଅରିଜିନାଲିଟି ଜାଣିନାହାନ୍ତି। ଅର୍ଥାତ୍ ବ୍ୟାଙ୍କ ନୋଟ ଅସଲି ନା ଜାଲ୍, ଏହାକୁ କିପରି ଜାଣିବେ ଏସମ୍ପର୍କରେ 3 ପ୍ରତିଶତ ଲୋକଙ୍କୁ ଜଣାନାହିଁ। ଯେପରିକି ମହାତ୍ମାଗାନ୍ଧୀଙ୍କ ଛବିର ଓ୍ୱାଟରମାର୍କ, ଅନ୍ୟାନ୍ୟ ଜାଣିବା ପରି ସିମ୍ବଲ।

ସେହିପରି ଖୁଚୁରା କ୍ଷେତ୍ରରେ 5 ଟଙ୍କିଆକୁ ଲୋକ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଟଙ୍କିକିଆ କଏନକୁ କମ୍ ଗୁରୁତ୍ୱ ଦେଉଛନ୍ତି। ତେବେ ଆୟ ଓ ବ୍ୟୟ କ୍ଷେତ୍ରରେ ଆବଶ୍ୟକତା ଯୋଗୁଁ ଅଧିକାଂଶ ଭାରତୀୟ 100 ଟଙ୍କିଆକୁ ଅଧିକ ପସନ୍ଦ କରିବାର କାରଣ । ବିଶେଷ କରି 90 ପ୍ରତିଶତ ନାଗରିକଙ୍କ କମ୍ ଆୟ ଯୋଗୁଁ 100ରୁ 300 ଟଙ୍କା ଭିତରେ କିଣାକୁ ପସନ୍ଦ କରୁଛନ୍ତି। ତେବେ ଏସବୁ କ୍ଷେତ୍ରରେ ଡିଜିଟାଲ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି ବୋଲି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫବ୍ଲିକ୍ ଫାଇନାନ୍ସ ଆଣ୍ଡ ପଲିସିର ଅର୍ଥନିତୀଜ୍ଞ ଆୟଲା ଶ୍ରୀହରି ନାୟୁଡୁ କହିଛନ୍ତି।

ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୂର୍ବ ବର୍ଷ ଅପେକ୍ଷା 2021-22 ବର୍ଷରେ ବ୍ୟାଙ୍କ ନୋଟର ଡିମାଣ୍ଡ 1.8 ପ୍ରତିଶତ କମିଥିବା ବେଳେ କଏନର ଡିମାଣ୍ଡ 73.3 ପ୍ରତିଶତ କମିଛି। ଏହାର ପ୍ରମୁଖ କାରଣ ହେଉଛି ଡିଜିଟାଲ ଇକୋନୋମି ବୋଲି କହିଛନ୍ତି ଆୟଲା। ରିପୋର୍ଟ ଅନୁସାରେ ବ୍ୟାଙ୍କ ନୋଟ କାରବାରରେ 2021 ବର୍ଷରେ 5 ପ୍ରତିଶତ ବୃଦ୍ଧି ପାଇଛି, ଯେଉଁଥିରେ 5ଶହ ଟଙ୍କିଆ ନୋଟର ସେୟାର 34.9 ଅଧିକ ରହିଛି। କୋଭିଡର ଦ୍ୱିତୀୟ ଲହର ସମୟରେ ଜରୁରୀ ଓ ଆବଶ୍ୟକତାକୁ ଆକି ଆଗରେ ରଖି ଲୋକେ ବଡ଼ ପରିମାଣରେ ଟଙ୍କା ଗଚ୍ଛିତ ରଖିଥିବାରୁ ଏଭଳି ଅର୍ଥନିତୀଜ୍ଞ ମତ ରଖିଛନ୍ତି।