Advertisment

କ୍ୱାଲିଟି ଟେଷ୍ଟରେ ଫେଲ୍‌ ମାରିଲା ୪୮ ଔଷଧ! ହାର୍ଟ,ଡାଇବେଟିସ୍‌ଠୁ ଆରମ୍ଭ କରି ଭିଟାମିନ୍‌ ମେଡିସିନ୍‌ ସାମିଲ...

ଦେଶରେ ୪୮ ଔଷଧ କ୍ୱାଲିଟି ଟେଷ୍ଟ(ମାନ ପରୀକ୍ଷା)ରେ ଫେଲ୍‌ ମାରିଥିବା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ ଆଣ୍ଡ୍‌ କଣ୍ଟ୍ରୋଲ ଅର୍ଗାନାଇଜେସନ୍‌(CDSCO) ସୂଚନା ଦେଇଛି। ଏହିସବୁ ଔଷଧ ନିର୍ଦ୍ଧାରିତ ମାନ ପରୀକ୍ଷାରେ ଫେଲ୍‌ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Medicines

48 medicines fail in quality test

ଆପଣ ଯଦି କୌଣସି ରୋଗ ପାଇଁ ମେଡିସିନ୍‌ ସେବନ କରୁଛନ୍ତି, ଏଣିକି ଏହାକୁ ଭଲ ଭାବରେ ଚେକ୍‌ କରି ନିଅନ୍ତୁ। କାରଣ ଦେଶରେ ୪୮ ଔଷଧ କ୍ୱାଲିଟି ଟେଷ୍ଟ(ମାନ ପରୀକ୍ଷା)ରେ ଫେଲ୍‌ ମାରିଥିବା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ ଆଣ୍ଡ୍‌ କଣ୍ଟ୍ରୋଲ ଅର୍ଗାନାଇଜେସନ୍‌(CDSCO) ସୂଚନା ଦେଇଛି। ଏହିସବୁ ଔଷଧ ନିର୍ଦ୍ଧାରିତ ମାନ ପରୀକ୍ଷାରେ ଫେଲ୍‌ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକ ଏସିଡ୍ ବଟିକା

ଔଷଧକୁ ନେଇ ପରୀକ୍ଷା...

ନ୍ୟାସନାଲ ଡ୍ରଗ୍‌ ରେଗୁଲେଟର CDSCO ଅନୁସାରେ, ଦେଶରେ ଥିବା ବିଭିନ୍ନ ଉତ୍ପାଦନ ୟୁନିଟ୍‌ରୁ ୧୪୯୭ ଔଷଧର ସାମ୍ପଲକୁ ପରୀକ୍ଷା ପାଇଁ ନିଆଯାଇଥିଲା। ଏସବୁ ଔଷଧ ଗୁଡ଼ିକୁ ପରୀକ୍ଷା କରାଯିବା ବେଳେ ୧୪୪୯ ଔଷଧର କ୍ୱାଲିଟି ଠିକ୍‌ଠାକ୍‌ ଥିବାବେଳେ ୪୮ ଔଷଧର କ୍ୱାଲିଟି ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡରୁ କମ୍‌ ଥିବା ଜଣାପଡ଼ିଥିଲା।

କେଉଁସବୁ ଔଷଧ ସାମିଲ...

କ୍ୱାଲିଟି ଟେଷ୍ଟରେ ଫେଲ୍‌ ମାରିଥିବା ଏହିସବୁ ଔଷଧ ସାଧାରଣ ଭାବେ ବ୍ୟବହାର କରାଯାଇଥାଏ। ଯେପରିକି- anti-diabetic, antibiotics, calcium, ହାର୍ଟ ରୋଗ ସହ ଜଡ଼ିତ ଔଷଧ ଇତ୍ୟାଦି। ଖାଲି ଏତିକି ନୁହେଁ ଏହି ତାଲିକାରେ ମଲ୍ଟି ଭିଟାମିନ୍‌ ଔଷଧଠୁ ଆରମ୍ଭ କରି HIV ପାଇଁ ବ୍ୟବହୃତ Ritonavir ମଧ୍ୟ ସାମିଲ ଅଛି। ତାଲିକାରେ Gabapentin, ହାଇପର୍‌ଟେନ୍‌ସନ୍‌ ଔଷଧ Telmisartan, ଡାଇବେଟିସ୍‌ ଔଷଧ Glimepiride ଓ Metformin ଔଷଧ ମଧ୍ୟ ରହିଛି। 

Advertisment

ଏହାବ୍ୟତୀତ ଆଇରନ୍‌, ଫଲିକ୍‌ ଏସିଡ୍‌ ଔଷଧ, Vitamin C, Vitamin B12, Amoxycillin, କ୍ୟାଲସିୟମ ଓ ଭିଟାମିନ୍‌ D3, Telmisarta ମଧ୍ୟ ଏହି ତାଲିକାରେ ରହିଛି। ଏପରିକି ତାଲିକାରେ Meswak ଟୁଥ୍‌ପେଷ୍ଟ ମଧ୍ୟ ରହିଛି। 

କାହିଁକି ଟେଷ୍ଟ୍‌ରେ ଫେଲ୍‌ ମାରିଲା ଔଷଧ...

ଯେତେବେଳେ ଏହିସବୁ ଔଷଧ ପରୀକ୍ଷା କରାଯାଇଥିଲା, ଜଣାପଡ଼ିଥିଲା ଏସବୁକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ସାମଗ୍ରୀ ମାନକ ସ୍ତରରେ ନଥିଲା। ଉପାଦାନ ଗୁଡ଼ିକରେ କିଛି ଗଡ଼ବଡ଼ ଥିବା ଜଣାପଡ଼ିଥିଲା। ଫଳରେ ଏହା ମାନ ପରୀକ୍ଷାରେ ଫେଲ୍‌ ମାରିଥିଲା। ତେବେ ସରକାର ଖରାପ ଔଷଧ ଉତ୍ପାଦାନ ମାମଲାରେ ୧୮ ଫାର୍ମା କମ୍ପାନୀର ଲାଇସେନ୍ସ ରଦ୍ଦ କରିଛନ୍ତି। 

Medicines
Advertisment
Advertisment