/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682584349.jpg)
Recruitment In Indian Navy
ଭାରତୀୟ ନୌସେନାରେ ବାହାରିଲା ଚାକିରି । ଖୁବ୍ଶୀଘ୍ର SSC ଅଫିସର ପଦବୀ ପୁରଣ ହେବାକୁ ଯାଉଛି । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଏପ୍ରିଲ ୨୯ ତାରିଖରୁ ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସେହିଭଳି ଆବେଦନ କରିବାର ଶେଷ ତାରିଖ ମେ’ ୧୪ ସ୍ଥିର କରାଯାଇଛି ।
Advertisment
ଭାରତୀୟ ନୌସେନାରେ ନିଯୁକ୍ତି:
ମୋଟ ପଦବୀ ସଂଖ୍ୟା ୨୪୨
ଏସ୍ଏସ୍ସି ଅଫିସର (Executive Branch): ୧୫୦ ପଦବୀ
ଏସ୍ଏସ୍ସି ଅଫିସର (Education Branch): ୧୨ ପଦବୀ
ଏସ୍ଏସ୍ସି ଅଫିସର (Technical Branch): ୮୦ ପଦବୀ
ଅଧିକ ପଢ଼ନ୍ତୁ: ଓଡିଶାରେ ଭର୍ତ୍ତି ହେବେ ୨୭୫୩ ANM ; ଦରମା ୫୬ ହଜାର
ଶିକ୍ଷାଗତ ଯୋଗ୍ୟତା
- ପ୍ରତ୍ୟେକ ଗ୍ରାଜୁଏଟ୍ ତଥା ପୋଷ୍ଟ ଗ୍ରାଜୁଏଟ୍ କିମ୍ବା କୌଣସି ଇଞ୍ଜିନିୟରିଂ ଡିଗ୍ରୀ ଧାରୀ ଏହି ପଦବୀ ପାଇଁ ଆବେଦନ କରିପାରିବେ ।
Advertisment
ବୟସ ସୀମା
- ପ୍ରତ୍ୟେକ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ରହିଛି । ତେଣୁ ଏହାର ଅଫିସିଆଲ ୱେବ୍ସାଇଟ୍କୁ ଯାଇ ସମ୍ପୂଣ୍ଣ ତଥ୍ୟ ପାଇପାରିବେ ।
ଦରମା
- ଏହି ସବୁ ପଦବୀରେ ନିଯୁକ୍ତି ହେବା ପରେ ଆପଣଙ୍କର ବେସିକ୍ ପେ’ ୫୬ ହଜାର ୬୦୦ ଟଙ୍କାରୁ ଆରମ୍ଭ ହେବ । ଏହାବାଦ୍ ବିଭିନ୍ନ ଆଲାଉନ୍ସ ଏଥିରେ ଯୋଡ଼ି ହେବ ।
ପ୍ରୋବେସନ୍ ପିରିୟଡ୍
SSC ଅଫିସର (NAIC) ପଦବୀ ପାଇଁ ତିନି ବଷର୍ ପ୍ରୋବେସନ୍ ପିରିୟଡ୍ ରହିଥିବା ବେଳେ ଅନ୍ୟ ସବୁ ପଦବୀ ବା ବିଭାଗ ପାଇଁ ମାତ୍ର ଦୁଇ ବର୍ଷ ରହିଛି ପ୍ରୋବେସନ୍ ପିରିୟଡ୍ । ଯେବେଠାରୁ ଆପଣଙ୍କୁ ନିଯୁକ୍ତି ମିଳିବ ସେବେଠାରୁ ପ୍ରୋବେସନ୍ ପିରିୟଡ ଆରମ୍ଭ ହେବ ।
- ପ୍ରୋବେସନ୍ ପିରିୟଡ୍ରେ ଯଦି ନିଯୁକ୍ତ ପ୍ରାର୍ଥୀଙ୍କ ପ୍ରଦର୍ଶନ ଭଲ ନରହେ, ତେବେ ତାଙ୍କୁ ଚାକିରିରୁ ନିବୃତ୍ତ କରାଯାଇପାରେ ।
ଇଚ୍ଛୁକ ପ୍ରାଥୀର୍ମାନେ ଭାରତୀୟ ନୌସେନାର ଅଫିସିଆଲ ୱେବ୍ସାଇଟ୍ www.joinindiannavy.gov.in. କୁ ଯାଇ ସମ୍ପୂଣ୍ଣ ତଥ୍ୟ ଜାଣିପାରିବେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)