• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ଟାବଲେଟ । ୧୬ଜୁନ ଯାଏ ଘରକୁ ଘର ବୁଲି ଟାବଲେଟ ଦିଆଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଛାତ୍ରଛାତ୍ରୀ ପିଛା ୮ଟି IFA ଟ୍ୟାବଲେଟ ଦିଆଯିବ ।

ପିଙ୍କ ଟ୍ୟାବଲେଟ ପ୍ରଥମରୁ ପଞ୍ଚମ ଓ ବ୍ଲୁ ଟ୍ୟାବଲେଟ ଷଷ୍ଠରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ଛାତ୍ରଛାତ୍ରୀମାନେ ଅଭିଭାବକଙ୍କ ଉପସ୍ଥିତିରେ ସମସ୍ତ ଔଷଧ ଖାଇବେ । ଅମ୍ଳାନ କାର୍ଯ୍ୟକ୍ରମ ( Amlan scheme) ଜରିଆରେ ଆନେମିଆ ମୁକ୍ତ (Anemia Free) ଓଡ଼ିଶା ଲକ୍ଷ୍ୟ ରଖାଯାଇଛି ।

ସୂଚନାଯୋଗ୍ୟ ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଛୁଟି ଘୋଷଣା କରାଯାଇଛି । ଏପ୍ରିଲ ୨୧ ଠାରୁ ଜୁନ୍‌ ୧୬ ପର୍ଯ୍ୟନ୍ତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଗୁଡ଼ିକୁ ବନ୍ଦ ରହିବ । ତେବେ ଛୁଟି ହୋଇଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମିତ ଭାବେ ସ୍କୁଲ ଯିବେ ।

ମାଧ୍ୟାହ୍ନ ଭୋଜନ ରୋଷେୟା ଓ ସହାୟିକାମାନେ ମଧ୍ୟ ଉପସ୍ଥିତ ରହିବେ । ନାମଲେଖା, ଟାଇମ୍‌ଟେବୁଲ୍‌ ସମେତ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଥିବାରୁ କୌଣସି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଛୁଟି ଦିଆଯାଇ ନାହିଁ । ଏହି ସମୟ ମଧ୍ୟରେ ମଧ୍ୟାହ୍ନ ଭୋଜନ ଗ୍ୟାସ୍‌, କିଚେନ୍‌ ସେଡ୍‌, ଶୌଚାଳୟ ଆଦି ସୁବିଧାର ତଦାରଖ କରିବେ । ମେ’ ୪ ପରେ ଶିକ୍ଷକ ଶିକ୍ଷୟିତ୍ରୀ ରୋଷ୍ଟର ଡ୍ୟୁଟି କରିବେ ବୋଲି ଗଣଶିକ୍ଷା ବିଭାଗ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି।