/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663080451.jpg)
BJP Protest In Kolkata
ପଶ୍ଚିମବଙ୍ଗରେ ବିଜେପିର ନବାନ ଚଲୋ ଅଭିଯାନ ରାଲିରେ ପ୍ରବଳ ହଙ୍ଗାମା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ବିରୋଧରେ ପୁଣିଥରେ ରାସ୍ତାକୁ ଓହ୍ଲାଇ ଆଜି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଜେପି କର୍ମୀମାନେ ଆଜି ପଶ୍ଚିମବଂଗ ବିଧାନସଭା ଘେରାଉ ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । କିନ୍ତୁ ବିଜେପି କର୍ମୀମାନେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏହାକୁ ନେଇ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।
ବିଜେପିର ନବାନ ଚଲୋ ଅଭିଯାନରେ ଯୋଗ ଦେବା ପାଇଁ ବହୁ ସଂଖ୍ୟାରେ ବିଜେପି କର୍ମୀମାନେ ଟ୍ରେନ୍ ଯୋଗେ କୋଲକତା ଅଭିମୁଖେ ଆସିଥିଲେ । ତେବେ ସେମାନଙ୍କୁ ଅଟକାଇବା ପାଇଁ ପୋଲିସ ରେଳ ଷ୍ଟେସନ ରାସ୍ତାରେ ବାରିକେଡ୍ ବସାଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ବିଜେପି କର୍ମୀଙ୍କୁ ଅଟକାଇବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ୍ ଓ ପାଣି ମାଡ଼ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା ।
ନବାନ ଚଲୋ ଅଭିଯାନବେଳେ ହିଂସାତ୍ମକ ସ୍ଥିତି ଉପୁଜିଥିଲା । କେତେକ ସ୍ଥାନରେ ବିଜେପି କର୍ମୀମାନଙ୍କୁ ଅଟକାବାକୁ ଯାଇ ପୋଲିସ ଗୋଡାଇ ଗୋଡାଇ ଲାଠିରେ ପିଟୁଥିବା ଦେଖିବାକୁ ମିଳିଥିଲା । ସେହିପରି ବିଜେପି କର୍ମୀ ମଧ୍ୟ ପୋଲିସ ସହ ବ୍ୟାରିକେଡ ଡେଇଁ ଧସ୍ତାଧସ୍ତି ହୋଇଥିଲେ । ହାୱଡ଼ାରେ ଅଧିକ ହିଂସାତ୍ମକ ସ୍ଥିତି ଦେଖିବକୁ ମିଳିଥିଲା । ହାୱଡାରେ ଏକ ପୋଲିସ ଭ୍ୟାନକୁ ବିଜେପି କର୍ମୀମାନେ ପୋଡିଦେଇଥିଲେ ।
ତୃଣମୂଳ କଂଗ୍ରେସ ସରକାର ଦୁର୍ନୀତି କରୁଥିବା ଅଭିଯୋଗ କରି ପଶ୍ଚିମବଙ୍ଗ ବିଜେପି ପ୍ରତିବାଦ ପଦଯାତ୍ରା କରିଛି । ପଦଯାତ୍ରାରେ ଯୋଗ ଦେବା ପୂର୍ବରୁ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରେ ବେଙ୍ଗଲ ପୋଲିସ ସେମାନଙ୍କୁ ଜୋର ଜବରଦସ୍ତ ଅଟକାଇଥିବା ବିଜେପି ଅଭିଯୋଗ କରିଛି । ଏପରିକି ଏହି ରାଲିକି ଯେତିକି ଆସିବା କଥା ତାର ମାତ୍ର ୩୦ ପ୍ରତିଶତ ଆସିଥିବା ବିଜେପି ପକ୍ଷରୁ କୁହାଯାଇଛି । ରାଲିକୁ ଭଣ୍ଡୁର କରିବାକୁ ମମତା ସରକାର ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଥିବା ବିଜେପି କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)