• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ବିଦାୟ ବେଳେ କାନ୍ଦିଲେ ଛାତ୍ରଛାତ୍ରୀ । ଜଣେ ନିଷ୍ଠାପର ଓ କର୍ତ୍ତବ୍ୟ ପରାୟଣା ପ୍ରଧାନ ଶିକ୍ଷୟିତ୍ରୀଙ୍କ ଚାକିରି ଜୀବନରୁ ଅବସର ନେବା ପରେ ପିଲାଠୁ ଅଭିଭାବକ ସମସ୍ତଙ୍କ ଆଖିଲେ ଲୁହ । ଏଭଳି ଦେଖିବାକୁ ମିଳିଛି ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ବାଙ୍କସର୍ଗି ଗାଁରେ ।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍‌ ପଣ୍ଡିକୋଟ ପଞ୍ଚାୟତ ବାଙ୍କସର୍ଗି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି ବନଲତା କର । ୨୦୧୩ରୁ ଦୀର୍ଘ ୯ ବର୍ଷ ଧରି ବିଦ୍ୟାଳୟରେ ଶିକ୍ଷାଦାନ କରିଆସୁଥିଲେ । ପିଲାଙ୍କ ପାଇଁ ସେ ଶିକ୍ଷାର ଦେବୀ ଥିଲେ । ଜଣେ ସହୃଦୟୀ ମଣିଷ ସହ ଭଲ ପାଠ ମଧ୍ୟ ପଢ଼ାଉଥିଲେ । ଆଉ ଏବେ ସେ ଚାକିରିରୁ ଅବସର ନେଇଛନ୍ତି ।

ସେ ଏଠାରେ ଶିକ୍ଷୟିତ୍ରି ହେବା ଠାରୁ ତାଙ୍କ ସ୍ନେହ ଶ୍ରଦ୍ଧାରେ ବାନ୍ଧି ହୋଇଯାଇଥିଲେ ଛାତ୍ରଛାତ୍ରୀ । ପିଲାଙ୍କୁ ଭଲ ପାଠ ପଢାଇବା ସହ ଅଭିଭାବକଙ୍କ ପ୍ରତି ଭଲ ବ୍ୟବହାର ମଧ୍ୟ ରହିଥିଲା । ଆଉ ଏହି କାରଣରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ଗାଁ ପରିକ୍ରମା କରାଇଥିଲେ । ତେବେ ବିଦାୟ ଭାଷଣ ଚାଲିଥିବା ବେଳେ ସଭାରେ ଯୋଗଦେଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନେ କାନ୍ଦି ପକାଉଥିବା ଦେଖିବାକୁ ମିଳିଛି ।

(ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ)