• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜନତାଙ୍କ ପାଇଁ ବଡ଼ ଖବର । ଅକ୍ଟୋବର ୧ରୁ ବଦଳିଯାଇଛି କ୍ରେଡିଟ୍‌ କାର୍ଡ(Credit Card) ସମ୍ପର୍କୀତ ନିୟମ । ଯଦି ଆପଣ ନିୟମ ଅନୁସାରେ କାମ କରିବେନି ତେବେ ହଇରାଣ ହେବେ । ସୁରକ୍ଷା ଦୃଷ୍ଟିକୁ ଧ୍ୟାନରେ ରଖି ଏହି ନିୟମ ପ୍ରଣୟନ କରାଯାଇଛି । ଅନେକ ସମୟରେ କାର୍ଡଧାରୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି, ଯେମିତିକି ଅନଲାଇନ୍ ଠକେଇ, କାର୍ଡ ନମ୍ବରର ଦୁରୁପଯୋଗ ଇତ୍ୟାଦି । ଏହାକୁ ଦୃଷ୍ଟିରେ ରଖି ନୂଆ ନିୟମ କାର୍ଡଧାରକଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ କରିବ, ଫଳରେ ସେମାନଙ୍କ କାର୍ଡ ଅଧିକ ସୁରକ୍ଷିତ ରହିବ। ଏଥିପାଇଁ କ୍ରେଡିଟ କାର୍ଡଧାରୀଙ୍କୁ ଓଟିପି ଜରିଆରେ ସହମତି ନେବାକୁ ପଡ଼ିବ । ବିନା ଓଟିପିରେ ଏଣିକି କିଛି ସପିଂ କରିପାରିବେନି ଆପଣ ।

ଓଟିପି ଆସିବା ପରେ ହେବ ସପିଂ

କ୍ରେଡିଟ କାର୍ଡ ଜାରି କରୁଥିବା ସଂସ୍ଥା ଏବେ କାର୍ଡଧାରକଙ୍କ ଠାରୁ ଓଟିପି ଜରିଆରେ ସହମତି ନେବାକୁ ପଡ଼ିବ । ଜାରି ହେବାର ୩୦ ଦିନ ମଧ୍ୟରେ ନିଜ କ୍ରେଡିଟ କାର୍ଡ ସକ୍ରିୟ ନହେଲେ, କାର୍ଡ ଜାରି କରିଥିବା ବ୍ୟାଙ୍କ, ସଂସ୍ଥା ପ୍ରଥମେ କାର୍ଡ ଧାରକଙ୍କ ଠାରୁ ୱାନ୍ ଟାଇମ୍ ପାସୱାର୍ଡ ବା ଓଟିପି ଆଧାରିତ ସହମତି ମାଗିବେ । ଯଦି ଗ୍ରାହକ ଏହା ସ୍ୱୀକାର କରୁନାହାନ୍ତି, ତେବେ କ୍ରେଡିଟ କାର୍ଡ ଜାରିକର୍ତ୍ତାଙ୍କୁ ୭ ଦିନ ମଧ୍ୟରେ ବିନା କୌଣସି ଦେୟରେ ଆକାଉଣ୍ଟ ବନ୍ଦ କରିବାକୁ ପଡ଼ିବ ।

କ୍ରେଡିଟ ଲିମିଟ୍ ବଢ଼ାଇବା ପୂର୍ବରୁ ନେବାକୁ ପଡ଼ିବ ସହମତି

ବଦଳିଥିବା ଦ୍ୱିତୀୟ ନିୟମ ହେଉଛି କ୍ରେଡିଟ କାର୍ଡ ଲିମିଟ ସମ୍ବନ୍ଧୀୟ । ଏଣିକି କ୍ରେଡିଟ କାର୍ଡର କ୍ରେଡିଟ ଲିମିଟ ବଢ଼ାଇବାକୁ ହେଲେ ଗ୍ରାହକଙ୍କ ସହମତି ନେବାକୁ ପଡ଼ିବ । ଏହି ନିୟମ ମଧ୍ୟ କାର୍ଡ ବ୍ୟବହାରକାରୀଙ୍କ ସୁରକ୍ଷା ଓ ଅଧିକାରକୁ ଗୁରୁତ୍ୱ ଦେଉଛି। ପୂର୍ବରୁ କେବଳ ଏକ ଏସଏମଏସ ଜରିଆରେ ହିଁ ଗ୍ରାହଣ ଏ ସମ୍ପର୍କରେ ସୂଚନା ପାଉଥିଲେ । ଚଳିତ ଅକ୍ଟୋବର ମାସରେ କିନ୍ତୁ ଏଥିପାଇଁ କାର୍ଡ ବ୍ୟବହାରକାରୀଙ୍କ ଅନୁମତି ନେବାକୁ ପଡ଼ିବ ।

ନିୟମ ଏବଂ ସର୍ତ୍ତ

କ୍ରେଡିଟ କାର୍ଡ ସମ୍ବନ୍ଧୀୟ ତୃତୀୟ ନିୟମ ଅନୁସାରେ କାର୍ଡ ଜାରି କରିଥିବା ବ୍ୟାଙ୍କ ମିନିମମ ପେମେଣ୍ଟ ସହ ନିୟମ ଏବଂ ସର୍ତ୍ତାବଳୀ ପ୍ରଦାନ କରିବେ । ଏହାର ଅର୍ଥ ପେମେଣ୍ଟ ସମ୍ପର୍କୀୟ ସବୁ ନିୟମ, ଚାର୍ଜସ, ବକେୟା ରାଶି , ଟ୍ୟାକ୍ସର କ୍ୟାପିଟାଲାଇଜ କରାଯିବ ନାହିଁ । ଏହା ସହ କାର୍ଡ ଜାରିକର୍ତ୍ତା ସୁଧ ଆଦାୟ, ଚକ୍ରବୃଦ୍ଧି ଆଦାୟ ଉଦ୍ଦେଶ୍ୟରେ କୌଣସି ଅତିରିକ୍ତ ଚାର୍ଜ କରିପାରିବ ନାହିଁ । ଏଥିରୁ ବ୍ୟାଙ୍କକୁ ଅଲଗା ଅଲଗା ଚାର୍ଜ ଏବଂ ଗ୍ରାହକଙ୍କୁ ଅନ୍ୟ କୌଣସି ପ୍ରକାର ଅର୍ଥ ଦେବାକୁ ପଡ଼ିବ ନାହିଁ । ତେବେ କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିଲେ ଆପଣ ସାବଧାନ ରୁହନ୍ତୁ। ନହେଲେ ହଇରାଣ ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ: ଡେବିଟ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟର ନୂଆ ନିୟମ