• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଡେବିଟ କାର୍ଡ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟ ପାଇଁ ନୂଆ ନିୟମ । ଅସନ୍ତା ଜୁଲାଇ ପହିଲାରୁ ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ । ଆଗରୁ ଡେବିଟ କି କ୍ରେଡିଟ କାର୍ଡରେ ଅନଲାଇନ କାରବାର କଲେ, ସେହି ସଂସ୍ଥାଗୁଡ଼ିକ ଗ୍ରାହକଙ୍କ କାର୍ଡର ସବୁ ତଥ୍ୟ ସଂଗ୍ରହ କରି ରଖୁଥିଲେ । ଏହି ତଥ୍ୟକୁ ହ୍ୟାକରମାନେ ବ୍ୟବହାର କରି ଅନେକ ସାଇବର ଜାଲିଆତି କରୁଥିଲେ । ତେଣୁ ଗ୍ରାହକଙ୍କ କାର୍ଡ ସୁରକ୍ଷା ଦୃଷ୍ଟିରୁ ନୂଆ ନିୟମ ଅନୁସାରେ ଗ୍ରାହକଙ୍କ କୌଣସି ତଥ୍ୟ ରଖିପାରିବ ନାହିଁ ମର୍ଚ୍ଚେଣ୍ଟ ସଂସ୍ଥା । ତା ବଦଳରେ ପେମେଣ୍ଟରେ ନୂଅ ବ୍ୟବସ୍ଥା କରାଯାଇଛି । ଏହାକୁ କୁହାଯାଉଛି ଟୋକନାଇଜେସନ୍ ।

ଏହି ନୂଆ ବ୍ୟବସ୍ଥା ଅନୁସାରେ କିଣାକିଣି ପାଇଁ କାର୍ଡ ବ୍ୟବହାର କରିବା ମାତ୍ରେ କାର୍ଡର ଏକ ଟୋକନ ପ୍ରସ୍ତୁତ କରିବାକୁ ଗ୍ରାହକଙ୍କ ଅନୁମତି ମଗାଯିବ । ଗ୍ରାହକ ହଁ କହିବା ପରେ ମର୍ଚେଣ୍ଟ ସଂସ୍ଥା ତରଫରୁ କାର୍ଡ ନେଟଓ୍ୱର୍କ ସଂସ୍ଥାକୁ ଟୋକନାଇଜେସନ ପାଇଁ ପ୍ରସ୍ତାବ ଯିବ । ଏହା ପରେ କାର୍ଡ ପ୍ରଦାନକାରୀ ସଂସ୍ଥା ଏକ ଟୋକନ ତିଆରି କରିବ, ଯାହାକି ୧୬ ଅଙ୍କ ବିଶିଷ୍ଟ କାର୍ଡ ନମ୍ବରର ପ୍ରକ୍ସି ବା ନକଲି କାର୍ଡ ନମ୍ବର ଭାବେ କାମ କରିବ । ଏହି ଟୋକନ ମର୍ଚ୍ଚେଣ୍ଟ ସଂସ୍ଥାକୁ ଯିବ । ଟୋକନ ନମ୍ବରକୁ ମର୍ଚ୍ଚେଣ୍ଟ ସଂସ୍ଥା ଭବିଷ୍ୟତରେ ବ୍ୟବହାର ପାଇଁ ସେଭ୍ କରି ରଖିପାରିବ । କାରବାର ସଂପୂର୍ଣ୍ଣ କରିବାକୁ ଗ୍ରାହକଙ୍କୁ ସିଭିଭି ଏବଂ ଓଟିପି ଦେବାକୁ ପଡ଼ିବ ।

ଏହି ତଥ୍ୟ ଦେବା ପରେ ହିଁ କାରବାର ହୋଇପାରିବ । ଟୋକେନାଇଜେସନ ବ୍ୟବସ୍ଥା ଗ୍ରାହକଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଯଦି ଜଣେ ଗ୍ରାହକ ଏହାକୁ ଗ୍ରହଣ କରିବାକୁ ଚାହିଁବ ନାହିଁ, ତେବେ ପ୍ରତ୍ୟେକ କାରବାରରେ କାର୍ଡର ସବୁ ତଥ୍ୟ ବାରମ୍ବାର ଦେବାକୁ ହେବ । ୨୦୨୦ ମାର୍ଚ୍ଚ ୧୭ରୁ ଆରବିଆଇର ଏହି ନିୟମ ଘୋଷଣା କରିଥିଲା । ସବୁ ପ୍ରସ୍ତୁତି ସରିବା ପରେ ଆସନ୍ତା ଜୁଲାଇରୁ ଏହି ନିୟମ ଲାଗୁ ହେବାକୁ ଯାଉଛି ।