• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ପ୍ରତିଭା କୌଣସି ଜାଗାର ପାତର ଅନ୍ତର କରେ ନାହିଁ। ଆପଣ ଯେକୌଣସି ଜାଗାରେ ବି ଦକ୍ଷ ଲୋକଙ୍କୁ ପାଇପାରିବେ। ଏବେ ଏହିପରି ଜଣେ ପ୍ରତିଭାବାନ ଝିଅର ଏକ ଭିଡିଓ ଭାଇରାଲ୍ ହେଉଛି। ଏଅହି ଝିଅଟି ତା’ର ସୁମଧୁର ସ୍ୱରରେ ବଲିଉଡ୍‌ ଫିଲ୍ମ (Kahin Pyar Na Ho Jaye) ର ଗୀତ ଗାଉଥିବା ନଜର ଆସିଛି। ଝିଅଟି ଏଭଳି ପ୍ରତିଭା ଦେଖି ଲୋକମାନେ ତାକୁ ପ୍ରଶଂସା ନ କରି ରହିପାରୁ ନାହାନ୍ତି।

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହୁଏ। କିଏ ଭଲ ନାଚେ ତ କିଏ ଭଲ ଗୀତ ଗାଏ। ଚମତ୍କାର ଷ୍ଟଣ୍ଟ୍‌ ଦେଖାଏ ତ ପୁଣି କିଏ ନିଜ ବୁଦ୍ଧିର ପରିଚୟ୍ ଦିଏ। ବର୍ତ୍ତମାନ ଯେଉଁ ଝିଅର ଭିଡିଓ ଭାଇରାଲ ହେଉଛି, ସେ ବଲିଉଡ୍‌ ଷ୍ଟାର୍‌ ସଲମାନ ଖାନଙ୍କ ଫିଲ୍ମ ‘କହିଁ ପ୍ୟାର ନା ହୋ ଜାଏ’ର ଟାଇଟଲ ଗୀତ ଗାଉଥିବାର ନଜର ଆସିଛି। ତା’ର ସ୍ୱର ଅତ୍ୟନ୍ତ ମଧୁର।

ଭାଇରାଲ୍‌ ହେଉଥିବା ଏହି ଭିଡିଓଟି ମାତ୍ର ୩୪ ସେକେଣ୍ଡର। ଭିଡିଓରେ, ସ୍କୁଲ୍‌ ୟୁନିଫର୍ମରେ ଥିବା ଏହି ଝିଅଟି ପୂରା ଆତ୍ମବିଶ୍ୱାସ ସହ ଏହି ଏହି ଗୀତଟି ଗାଉଛି। ଝିଅଟିର ସ୍ୱର ଏତେ କୋମଳ ଯେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିନା କୌଣସି ପ୍ରଶିକ୍ଷଣରେ ଝିଅଟିର ଏଭଳି କୋମଳ ସ୍ୱର ଶୁଣିବା ପରେ ଆପଣ କି ତାକୁ ପ୍ରଶଂସା ନ କରି ରହିପାରିବେ ନାହିଁ। ମଝିରେ ସେ ଗୀତର ଲିରିକ୍ସକୁ ଭୁଲିଯାଉଛନ୍ତି ସତ କିନ୍ତୁ ଆପଣଙ୍କ ଧ୍ୟାନକୁ ସ୍ୱରରୁ ଦୂରେଇବାକୁ ଦେଉ ନାହିଁ।

ଏହି ଭିଡିଓକୁ ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଶେୟାର କରିଛନ୍ତି ଏବଂ ଝିଅଟିର ଏହି ସୁନ୍ଦର ସ୍ୱରକୁ ପ୍ରଶଂସା କରିଛନ୍ତି। ଖବର ଲେଖାହେବା ବେଳକୁ ଏହି ଭିଡିଓ ୧.୩ ଲକ୍ଷରୁ ଅଧିକ ଭ୍ୟୁ ପାଇଥିବାବେଳେ ହଜାର ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି। ଭିଡିଓ ଉପରେ ମନ୍ତବ୍ୟର ଅଭାବ ମଧ୍ୟ ନାହିଁ। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଏତେ ସୁନ୍ଦର ସ୍ୱର ଯେ, ପ୍ରେମ ନ ହୋଇଯାଉ। ଅନ୍ୟ ଜଣେ ଲେଖିଛନ୍ତି - ଛୋଟ ରାଜକୁମାରୀ ଭାଇରାଲ ହେବା ଆବଶ୍ୟକ, ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ।