• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନାଚଗୀତ ଚାଲିଛି, ବାଜା, ଢୋଲ ସବୁ ବାଜୁଛି । ଆଉ ବାଜାର ତାଳେ ତାଳେ ନାଚଗୀତ ମଜିଯାଇଛନ୍ତି ଗାଁ ଲୋକେ । କେବଳ ଏତିକି ନୁହେଁ ବରଂ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପୂରା ଅଞ୍ଚଳର । ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଦେଉଥିବା ବୀରପୁତ୍ର ଗାଁକୁ ଫେରିବା ସମୟରେ ଏମିତି ଢଙ୍ଗରେ ଗାଁ ଲୋକେ ତାକୁ ସ୍ୱାଗତ କରୁଛନ୍ତି ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ନିଶ୍ଚିତପୁର ଗ୍ରାମର ଚିତ୍ତରଞ୍ଜନ ବେହେରା । ତିନି ବର୍ଷ କଠିନ ପରିଶ୍ରମ କରି ବିଏସଏଫରେ ଚାକିରୀ କରିଛନ୍ତି । ବାପା ଅନନ୍ତ ବେହେରା ରିକ୍ସା ଚଳାଇ ପୁଅକୁ ପାଠ ପାଠ ପଢାଇ ଥିଲେ । ଘର କହିଲେ ଗୋଟିଏ ଭଙ୍ଗା ଆଜବେଷ୍ଟ ଘର, ଖୁବ୍ କଷ୍ଟରେ କଟିଥିଲା ଜୀବନ । ଚିତ୍ତରଞ୍ଜନଙ୍କର ସ୍ୱପ୍ନ ଥିଲା ସେନାରେ ସାମିଲ ହୋଇ ଦେଶମାତୃକାର ସେବା କରିବେ, ସେଥିପାଇଁ ସେ ଦୈନିକ ରାତି ୩ଟାରୁ ଉଠି ଅଭ୍ୟାସ କରୁଥିଲେ । ପ୍ରତିଦିନ ୧୦କିଲୋମିଟର ଦଉଡ଼ିବା ସହ ଲଙ୍ଗ ଜାମ୍ପ, ସ୍ୱିମିଙ୍ଗ ଜାରି ରଖିଥିଲେ । ଯାହାର ଫଳ ସେ ଆଜି ପାଇଛନ୍ତି । ସେ ବର୍ତ୍ତମାନ ଜମ୍ମୁକୁ ଟ୍ରାନ୍ସଫର ହୋଇଛନ୍ତି, ଆଉ ସେଠାରେ ନିଜର କର୍ତ୍ତବ୍ୟ କରିଛନ୍ତି ।

ସେ ଗ୍ରାମରେ ପ୍ରଥମ ଯବାନ, ସେଥିପାଇଁ ଗ୍ରାମବାସୀ ମାନେ ତାଙ୍କୁ ସ୍ୱାଗତ କରି ଗ୍ରାମକୁ ଆଣିଛନ୍ତି । ଗାଁର ପ୍ରଥମ ବୀର ଯବାନଙ୍କୁ ଭବ୍ୟ ସ୍ୱାଗତ କରୁଛିନିଜ ଜନ୍ମ ମାଟି । ସେ ଦୀର୍ଘ ୧ ବର୍ଷ ପରେ ଗାଁକୁ ଫେରିଥିବାରୁ ଗାଁରେ ସମସ୍ତେ ଖୁସିରେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ଗ୍ରାମବାସୀଙ୍କ ମତରେ ଚିତ୍ତରଞ୍ଜନ ଗାଁ ପାଇଁ ଗର୍ବ । କାରଣ ସେ ଦେଶ ପାଇଁ ସେବା କରୁଛନ୍ତି । ଦୀର୍ଘ ୧ ବର୍ଷ ପରେ ସେ ଗାଁକୁ ଫେରୁଛନ୍ତି!ତେଣୁ ସେମିତି ତାଙ୍କୁ ଆଡମ୍ବର ସହ ସ୍ୱାଗତ କରା ଯିବା ଦରକାର ।

କୌଣସି ଗାଁରେ ଏମିତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଦୃଶ୍ୟ ଦେଖିବା ହୁଏତ ବିରଳ । ସାରା ଗାଁର ଲୋକ ଦେଶ ପ୍ରେମରେ ଉଦବୃଦ୍ଧ । ସେନାରେ ଚାକିରୀ କରି ଫେରିଥିବା ଗାଁର ପୁଅ ପାଇଁ ଏତେ ମାତ୍ରାରେ ଗର୍ବିତ ହେବା ସତରେ ଗୌରବର କଥା । ଏ କଥା ଯିଏ ଶୁଣୁଛି ଗାଁ ହେବ ତ ଏମିତି, ଦେଶପ୍ରେମ ହେବ ତ ଏମିତି!

ଅଜିତ କୁମାର ଦାସ, ଜଳେଶ୍ୱର