• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପବିତ୍ର ଭୌମ ଏକାଦଶୀରୁ ଆରମ୍ଭ ହୁଏ ଦେବରକୁଣ୍ଡ ମେଳା । କିମ୍ବଦନ୍ତୀ ଅନୁସାରେ ତ୍ରେତେୟା ଯୁଗରେ ପିତା ଦଶରଥଙ୍କ ଆଦେଶ ଅନୁସାରେ ପ୍ରଭୁରାମ ଓ ମାତା ସୀତା ୧୪ ବର୍ଷ ବନବାସ ସମୟରେ ମାଆ ସୀତାଙ୍କ ସ୍ନାନ ପାଇଁ ଦିଅତ ତଥା ଦେବର ଲକ୍ଷ୍ମଣ ନିଜ ଶର ମୁନରେ ସୃଷ୍ଟି କରିଥିଲେ ସେହି କୁଣ୍ଡ । ଆଉ ସେଥିପାଇଁ ସେହି କୁଣ୍ଡକୁ କୁହାଯାଏ ସୀତାକୁଣ୍ଡ ବା ଦେବରକୁଣ୍ଡ । ସାଳନ୍ଦୀ ନଦୀର ଗର୍ଭରେ ଥିବା ଏହି କୁଣ୍ଡରେ ସ୍ନାନକଲେ ରୋଗଶୋକ ଦୂରହେବା ସହ ପାପ କ୍ଷୟ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି । ତେବେ କରୋନା କଟକଣା ମଧ୍ୟରେ ପାଳିତ ହେଉଛି ଭଦ୍ରକର ଦେବର କୁଣ୍ଡମେଳା।

ଭଦ୍ରକ ଜିଲ୍ଲାର କାଉପୁର ଠାରେ ପୂଣ୍ୟତୋୟା ସାଳନ୍ଦୀନଦୀର ମଧ୍ୟସ୍ଥଳୀର ରହିଛି ଏକ କୁଣ୍ଡ। କିଏ କହେ ଦେବରକୁଣ୍ଡ ତ ଆଉ କିଏ କହେ ସୀତାକୁଣ୍ଡ । ଲୋକ କଥା ଅଛି ଏହି କୁଣ୍ଡକୁ ରାମସୀତାଙ୍କ ବନବାସ ସମୟରେ ଲକ୍ଷ୍ଣଣ ଶରମୁନରେ ସୃଷ୍ଟି କରିଥିଲେ । ଆଉ କୁଣ୍ଡରେ ସୀତାମାତା ଗାଧୋଇଥିଲେ । ସେଇଥିପାଇଁ ଏହି କୁଣ୍ଡର ନାମ ଦିଅର କୁଣ୍ଡବା ଦେବରକୁଣ୍ଡ । ପ୍ରତିବର୍ଷ ଭୈମ ଏକାଦଶୀ ଦିନରୁ ଏଠାରେ ଆରମ୍ଭ ହୁଏ ଦେବରକୁଣ୍ଡ ମେଳା । ୧୨ ଦିନ ଧରି ଚାଲେ ଏହି ମେଳା ।

ଏଥିପାଇଁ ସମସ୍ତ ଅଞ୍ଚଳ ଉତ୍ସବ ମୁଖର ହୋଇଉଠେ । ଏହି ଉପଲକ୍ଷେ ଏହି କୁଣ୍ଡରେ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସି କୁଣ୍ଡରେ ଆସି ବୁଡ ପକାନ୍ତି । ସାଳନ୍ଦି ନଦୀ ଗର୍ଭରେ କୁଣ୍ଡ ରହିଛି ସୀତା ସ୍ନାନ କରିଥିବା ସ୍ନାନ ସୀତାକୁଣ୍ଡ, ଦେବରକୁଣ୍ଡ । ଏହି କୁଣ୍ଡରେ ବିବାହ ସମୟରେ ସମସ୍ତ ବ୍ୟବହୃତ ଜିନିଷ ଭସେଇଦେଲେ ବୈବାହିକ ଜୀବନରେ ଖୁସିଭରିଯାଏ ବୋଲି ବିଶ୍ୱାସ ରହିଛି । ଏଠାରେ ଏକ ରାମ ମନ୍ଦିର ଅଛି । ଶ୍ରଦ୍ଧାଳୁମାନେ ବୁଡ ପକାଇବାକୁ ଆସି ପ୍ରଭୁ ରାମଙ୍କ ଆଶିଷ ଲାଭ କରିଥାଆନ୍ତି ।

ଦେବରକୁଣ୍ଡର ପ୍ରାକୃତିକ ଶୋଭା ଅତି ଆକର୍ଷଣୀୟ । ଭଦ୍ରକ ବ୍ୟତୀତ ଭଦ୍ରକ ବାହାର ଜିଲ୍ଲାରୁ ବହୁ ଶ୍ରଦ୍ଧାଳୁ ମାନେ ଏଠାକୁ ଛୁଟିଆସନ୍ତି । ଘରକରଣା ଜିନିଷଠାରୁ ଆରମ୍ଭ କରି ଛୋଟପିଲାଙ୍କ ମନୋରଞ୍ଜନର ସମସ୍ତ ସୁବିଧା ଏଠାରେ ମିଳେ । ଭଳି ଭଳି ସୁସ୍ୱାଦୁ ଖାଦ୍ୟ ଏଠାରେ ମିଳେ । ଗାଁଗହଳିରେ ଧାନ କଟାକଟି କାମ ସରି ଥିବାରୁ ଏଠାରେ ସଂଧ୍ୟା ସମୟରେ ଆଖପାଖ ଲୋକଙ୍କ ସମାଗମ ବଡମ ହୋତ୍ସବର ଭ୍ରମ ସୃଷ୍ଟି କରିଥାଏ । ପରିସ୍ଥିତିକୁ ଲକ୍ଷ୍ୟ କରି ଜିଲ୍ଲା ପୋଲିସ କଡା ବନ୍ଦୋବସ୍ତ କରାଯାଇଛି । ତେବେ କରୋନା କଟକଣା ମଧ୍ୟରେ ମେଳା ପାଳିତ ହେଉଛି ।

କମିଟିର ସଦସ୍ୟମାନେ ଉପସ୍ଥିତ ରହି ଲୋକଙ୍କୁ ମାସ୍କ ବ୍ୟବହାର ପାଇଁ ଅନୁରୋଧ କରୁଛନ୍ତି । ଅନେକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଛି ପୂଜା କମିଟି । ସାଳନ୍ଦୀ ନଦୀର ଗର୍ଭରେ ଥିବା ଏହି ଦେବରକୁଣ୍ଡରେ ମେଳା ସମୟରେ ବୁଡ ପକାଇଲେରୋଗ, ଶୋକ ଓପାପ ଦୂର ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଲୋକେ ଏହି କୁଣ୍ଡରେ ବୁଡପକାଇବା ପାଇଁ ଧାଇଁ ଆସନ୍ତି।

ଭଦ୍ରକୁ ପାର୍ଥସାରଥୀ ନାୟକଙ୍କ ରିପୋର୍ଟ