ଭଦ୍ରକ ବ୍ୟତୀତ ଭଦ୍ରକ ବାହାର ଜିଲ୍ଲାରୁ ବହୁ ଶ୍ରଦ୍ଧାଳୁ ମାନେ ଏଠାକୁ ଛୁଟିଆସନ୍ତି । ଘରକରଣା ଜିନିଷଠାରୁ ଆରମ୍ଭ କରି ଛୋଟପିଲାଙ୍କ ମନୋରଞ୍ଜନର ସମସ୍ତ ସୁବିଧା ଏଠାରେ ମିଳେ । ଭଳି ଭଳି ସୁସ୍ୱାଦୁ ଖାଦ୍ୟ ଏଠାରେ ମିଳେ । ଗାଁଗହଳିରେ ଧାନ କଟାକଟି କାମ ସରି ଥିବାରୁ ଏଠାରେ ସଂଧ୍ୟା ସମୟରେ ଆଖପାଖ ଲୋକଙ୍କ ସମାଗମ ବଡମ ହୋତ୍ସବର ଭ୍ରମ ସୃଷ୍ଟି କରିଥାଏ ।