Advertisment

ଚର୍ମ କର୍କଟରୁ ରକ୍ଷା କରିବ ନିଶ-ଦାଢି; ଜାଣନ୍ତୁ ଅନ୍ୟାନ୍ୟ ଫାଇଦା

ନିଶ-ଦାଢି ଆଜିକାଲି ଟ୍ରେଣ୍ଡ୍ ହୋଇଛି। ଯୁବପିଢି ଏହାକୁ ଆଦରୁଛନ୍ତି। ଏହା ଏକ ଫ୍ୟାସନ ହୋଇଥିଲେ ମଧ୍ୟ ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ।

author-image
Pramod Behera
ଅଦ୍ୟତନ ହୋଇଛି
Health benefits of having beard

Health benefits of having beard

ଆଜିକାଲି ନିଶ ଦାଢି ରଖିବା ଏକ ଟ୍ରେଣ୍ଡ୍ ହୋଇଯାଇଛି। ଯୁବପିଢି ଏହାକୁ ଆଦରିବାରେ ଲାଗିଛନ୍ତି। କିନ୍ତୁ ବେଳେ ବେଳେ ଏହାକୁ ନେଇ ଅନେକ ନିନ୍ଦିତ ହେବା ସହ ସମାଲୋଚିତ ମଧ୍ୟ ହୁଅନ୍ତି। ଅନେକ ସମୟରେ ଏହାକୁ ଅନ୍ୟ ଧର୍ମ ଓ ସମ୍ପ୍ରଦାୟ ସହିତ ମଧ୍ୟ ତୁଳନା କରାଯାଏ। କିନ୍ତୁ ଏହା ଜାଣିବା ଦରକାର ଯେ ନିଶ ଦାଢି ପରମ୍ପରା ଆଜିକାଲିର ନୁହେଁ, ଏହା ଏକ ପ୍ରାଚିନ ଭାରତୀୟ ପରମ୍ପରା। ଏହା ଏକ ଋଷି-ମୁନୀ ପରମ୍ପରା। ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ ମଧ୍ୟ।

Advertisment

ପ୍ରାଚିନତା:

ପ୍ରାଚୀନ ଭାରତରେ, ନିଶ-ଦାଢି ବଢେଇବା ଅନୁମତି ଥିଲା, ଯାହା ସମ୍ମାନ ଏବଂ ଜ୍ଞାନର ପ୍ରତୀକ ବୋଲି ଧରାଯାଉଥିଲା। ପୂର୍ବାଞ୍ଚଳର ରାଷ୍ଟ୍ରମାନେ ସାଧାରଣତଃ ସେମାନଙ୍କର ନିଶ-ଦାଢିକୁ ଅତି ଯତ୍ନ ସହକାରେ ବ୍ୟବହାର କରୁଥିଲେ ଏବଂ ଏହାକୁ ଏକ ସମ୍ମାନର ପ୍ରତୀକ ବୋଲି ଧରାଯାଉଥିଲା। ବ୍ୟଭିଚାର କରୁଥିବା ବ୍ୟକ୍ତିଙ୍କ ସର୍ବସାଧାରଣରେ ସେମାନଙ୍କ ଦାଢିକୁ କାଟିଦିଆଯାଉଥିଲା। ଛେଦନ କରାଯାଇଥିଲା।

ହିନ୍ଦୁ ଧର୍ମରେ ନିଶ-ଦାଢି:

ହିନ୍ଦୁ ଧର୍ମ ଅନୁସାରେ ନିଶ ଦାଢିକୁ ଏକ ପବିତ୍ରତାର ପ୍ରତୀକ ବୋଲି କୁହାଯାଏ। ଅନେକ ସାଧୁ, ଯୋଗୀ କିମ୍ବା ଯୋଗ ଅଭ୍ୟାସକାରୀ ନିଶ-ଦାଢି ରଖୁଥିଲେ ଏବଂ ଜୀବନର ସମସ୍ତ ପରିସ୍ଥିତିକୁ ପ୍ରତିନିଧିତ୍ୱ କରୁଥିଲେ। ନିଶ-ଧାଡି ଜୀବନଶୈଳୀରେ ଅନେକ ସକରାତ୍ମକ ପ୍ରଭାବ ପକାଇଥାଏ।

Advertisment

ଆଜିକାଲି ଯଦି କୌଣସି ଯୁବକ ନିଶ ଦାଢି ବଢଉଛନ୍ତି ତେବେ ସେମାନଙ୍କ ବାପା-ମା’ ହୁଅନ୍ତୁ କି ଅନ୍ୟକେହି ଏହାକୁ ନେଇ ବାରଣ କରିଥାନ୍ତି। କିନ୍ତୁ ଏହାର ଅନେକ ଫାଇଦା ରହିଛି। ଆସନ୍ତୁ ଜାଣିବା।

ଚର୍ମ କର୍କଟର ପ୍ରତିରୋଧକ:

ସାଉଥ୍ କୁଇନ୍ସଲ୍ୟାଣ୍ଡର ଅନୁସନ୍ଧାନ ଅନୁଯାୟୀ, ନିଶ ଦାଢି ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମିକୁ ୯୫ ପ୍ରତିଶତ ପର୍ଯ୍ୟନ୍ତ ରକ୍ଷା କରିଥାଏ, ଯାହା ଦ୍ୱାରା ଚର୍ମ କର୍କଟ ହେବାର ଆଶଙ୍କା ନ ଥାଏ।

ଚର୍ମକୁ ଚମକାଏ:

ଓହିଓ ଷ୍ଟେଟ୍‌ ୱେକ୍ସନର ମେଡିକାଲର ଅନୁସନ୍ଧାନକାରୀମାନେ ବିଶ୍ୱାସ କରନ୍ତି ଯେ ନିଶ ଦାଢି ରଖିବା ଦ୍ୱାରା ଚର୍ମକୁ ଜୀବାଣୁ ସଂକ୍ରମଣରୁ ରକ୍ଷା କରାଯାଇଥାଏ ଯାହା ବ୍ରଣ, ଦାଗ କିମ୍ବା ଘା’ର କାରଣ ହୋଇ ନଥାଏ। ଏହି କାରଣରୁ ଚର୍ମ ଅଧିକ ସୁସ୍ଥ ଏବଂ ଚମକପ୍ରଦ ରହିଥାଏ।

ଆଲର୍ଜିରୁ ରକ୍ଷା କରିଥାଏ:

ଯେପରି ନାକର କେଶ ନାକ ଭିତରକୁ ପ୍ରବେଶ କରୁଥିବା ଆଲର୍ଜେନିକ୍ କଣିକା ବା ପ୍ରଦୂଷଣକୁ ରୋକିଥାଏ, ସେହିଭଳି ନିଶ ଦାଢି ମଧ୍ୟ ଚର୍ମରେ ଆଲର୍ଜି ସୃଷ୍ଟି କରୁଥିବା କଣିକା କିମ୍ବା ପ୍ରଦୂଷକ ପଦାର୍ଥକୁ ପ୍ରବେଶ କରିବାକୁ ରୋକିଥାଏ। ନ୍ୟୁୟର୍କ ମେଡିକାଲର ଆଲର୍ଜି ଏବଂ ଆଜ୍‌ମା ସେଣ୍ଟରର ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ନିଶ-ଦାଢି ପ୍ରଦୂଷଣ କଣିକାକୁ ମୁହଁରେ ପ୍ରବେଶ କରିବାରେ ବାଧା ଦେଇଥାଏ।

ଆକର୍ଷଣ ବୃଦ୍ଧି ପାଇଥାଏ:

ଅନୁସନ୍ଧାନ ଅନୁଯାୟୀ, ନିଶ ଦାଢି ଥିବା ପୁରୁଷଙ୍କ ପ୍ରତି ମହିଳାମାନେ ଅଧିକ ଆକର୍ଷିତ ହୁଅନ୍ତି। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ନିଶ ଦାଢି ଥିବା ଯୁବକମାନଙ୍କର ବ୍ୟକ୍ତିତ୍ୱ ସେମାନଙ୍କର ପୁରୁଷତ୍ୱକୁ ପ୍ରତିଫଳିତ କରେ ଯାହା ବିପରୀତ ଲିଙ୍ଗ ଉପରେ ପ୍ରଭାବ ପକାଇଥାଏ।

ଚର୍ମକୁ ଆର୍ଦ୍ରତା ଦିଏ:

ଚର୍ମର ଆର୍ଦ୍ରତାର ଆବଶ୍ୟକତାକୁ ପୂରଣ କରିବା ପାଇଁ ତୈଳ ଗ୍ରନ୍ଥି ସବୁ ଥାଏ। ପବନ, ଧୂଳି ଏବଂ ପ୍ରଦୂଷଣ ହେତୁ ଚର୍ମର ଆର୍ଦ୍ରତା ନଷ୍ଟ ହୋଇଥାଏ, ଯେଉଁଥି ପାଇଁ ନିଶ ଦାଢି ଏକ ପ୍ରତିରକ୍ଷା ଭଳି କାମ କରେ। ଏପରି ପରିସ୍ଥିତିରେ, ଡ୍ରାଏ ସ୍କିନ ଥିବା ଲୋକମାନଙ୍କ ପାଇଁ ନିଶ-ଦାଢି ଅତ୍ୟନ୍ତ ଲାଖଦାୟକ।

Life Style Benefits Of Long Beard
Advertisment
Advertisment