Advertisment

ନକଲି ଆଇଡି ଖୋଲି ଯୁବକଙ୍କଠାରୁ ଲୁଟୁଥିଲେ ଲକ୍ଷଲକ୍ଷ ଟଙ୍କା, ଧରାପଡ଼ିଲେ

ତାଙ୍କର ପରିଚୟ ବଦଳୁଥିଲା। କେତେବେଳେ ଡାକ୍ତର ତ କେତେବେଳେ ବିଉଟସିଆନ।  ତା ସହ ରୂପ ବି। ଏମିତି ନାଁ ଓ ଚେହେରା ବଦଳାଇ ପୁରୁଷଙ୍କୁ ଚୁନ ଲଗାଉଥିଲେ ଯୁବତୀ । ପ୍ରେମଜାଲରେ ଫସାଇ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା।  ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି।

author-image
Minati Mishra
fake ID

fake ID

 ଭୁବନେଶ୍ୱର: ତାଙ୍କର ପରିଚୟ ବଦଳୁଥିଲା। କେତେବେଳେ ଡାକ୍ତର ତ କେତେବେଳେ ବିଉଟସିଆନ। ପୁଣି କେତେବେଳେ ଆଇଟି ପ୍ରଫେସନାଲ।  ତା ସହ ରୂପ ବି ବଦଳୁଥିଲା । ଏମିତି ନାଁ ଓ ଚେହେରା ବଦଳାଇ ପୁରୁଷଙ୍କୁ ଚୁନ ଲଗାଉଥିଲେ ଯୁବତୀ । ପ୍ରେମଜାଲରେ ଫସାଇ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା।  ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି।

Advertisment

ଯୁବତୀଙ୍କ ପ୍ରକୃତ ନାଁ ହେଉଛି ପ୍ରିୟଙ୍କା ପ୍ରିୟଦର୍ଶିନୀ। ଘର ବାଣପୁରର ନାଚୁଣୀ ଅଞ୍ଚଳରେ। ହେଲେ ସେ ରାଜଧାନୀର ଓୟୋ ହୋଟେଲ୍‌ରେ ରୁମ୍‌ ଭଡା ନେଇ ରହୁଥିଲେ ।  ଯୁବତୀ ଜଣକ ନକଲି ଫେସବୁକ୍ ଓ  ହ୍ୱାଟସଆପ ଖୋଲି ସେଥିରେ ସୁନ୍ଦରୀ ଝିଅଙ୍କ ଫଟୋ ରଖୁଥିଲେ। କେତେବେଳେ ନିଜକୁ ଡାକ୍ତର ତ କେତେବେଳେ  ବ୍ୟୁଟିସିଆନ ଓ କେତେବେଳେ ଆଇଟି ପ୍ରଫେସନାଲ ବୋଲି ପରିଚୟ ଦେଉଥିଲେ।  ଏଥିପାଇଁ ଅନ୍ୟ ଝିଅମାନଙ୍କ ଫଟୋ ବ୍ୟବହାର କରୁଥିଲେ।

 ଏହାପରେ ଯୁବକମାନଙ୍କୁ ପ୍ରେମ ଜାଲରେ ଫସାଉଥିଲେ  । କେତେବେଳେ ପାଠପଢା ନାଁରେ ତ କେତେବେଳେ ପରିବାରର ଅସୁବିଧା ପୁଣି କେତେବେଳେ ଦେହ ଖରାପ କହି ଯୁବକମାନଙ୍କ ଠାରୁ ଟଙ୍କା ଲୁଟି ନେଉଥିଲେ। ଟଙ୍କା ନେବା ପରେ ଆକାଉଣ୍ଟ ବ୍ଲକ ହୋଇ ଯାଉଥିଲା। ଫୋନ କଲେ ବି ଉଠାଉ ନ ଥିଲେ। ଏପରିକି କେହି ଦେଖା କରିବାକୁ ଡାକୁଥିଲେ ନିଜ ନା ଯାଇ ଆଉ ଜଣକୁ ପଠାଇଥିଲେ।

Advertisment

ଏହିପରି ଯୁବକମାନଙ୍କୁ ଫସାଇ ସେମାନଙ୍କଠାରୁ ଟଙ୍କା  ନେଉଥିଲା। ଆଉ ଟଙ୍କା ପାଇ ସାରିଲା ପରେ ଆଇଡି ବନ୍ଦ କରି ଦେଉଥିଲେ। ଏମିତି ଜଣେ କି ୨ ଜଣ ନୁହେଁ,  ୧୦ରୁ ଅଧିକ ଯୁବକ ଏହି ମହିଳାଙ୍କ ଚଞ୍ଚକତାର ଶିକାର ହୋଇ ସର୍ବସ୍ୱାନ୍ତ ହୋଇଥିଲେ ।

ନିକଟରେ ରାଜଧାନୀର ଜଣେ ଯୁବକ ୬ଲକ୍ଷ ୫୦ ହଜାର ଟଙ୍କା ଠକେଇର ଶିକାର ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ନିଜକୁ ଡାକ୍ତରୀ ଛାତ୍ରୀ ଆଦ୍ୟାଶା ସାମନ୍ତରାୟ ଭାବେ ପରିଚୟ ଦେଇ ସେହି ଯୁବକ ଜଣଙ୍କୁ ବିଭିନ୍ନ କଥା କହି ଟଙ୍କା ଲୁଟି ଥିଲେ। ତେବେ ସନ୍ଦେହ ହେବାରୁ ଯୁବକ ଜଣକ ଖୋଳତାଡ଼ କରି  ତାଙ୍କର ପ୍ରକୃତ ପରିଚୟ ଜାଣିବାକୁ ପାଇଥିଲେ। ସେ ତାଙ୍କ ସହ ଏମିତି ଅନେକଙ୍କୁ  ଲୁଟି ଥିବା ଯୁବକ ଜଣଙ୍କ ଜାଣିବାକୁ ପାଇ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

ଘଟଣା ସମ୍ପର୍କରେ ସହିଦନଗର ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ଚଢଉ କରି ଯୁବତୀଙ୍କୁ ଗିରଫ କରିଛି । ତାଙ୍କ ଠାରୁ ନଗଦ ଏକ ଲକ୍ଷ ଟଙ୍କା ଓ ଏକାଧିକ ଆଇଡି କାର୍ଡ ଜବତ କରିଛି। ଯୁବତୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆବଶ୍ୟକ ପଡ଼ିଲେ ପୋଲସ ତାଙ୍କୁ ରିମାଣ୍ଡରେ ଆଣିପାରେ। ପୋଲିସ ଏହି  ଯୁବତୀଙ୍କ ମାୟା ଜାଲରେ ପଡ଼ି ଲୁଟ ଶିକାର ହୋଇଥିବା ଯୁବକମାନଙ୍କୁ ଥାନାରେ ଏତଲା କରିବାକୁ ପରାମର୍ଶ ଦେଇଛି।

Cheating Case Online Fraud In Odisha Latest Odisha News
Advertisment
Advertisment