Advertisment

ଡ୍ରାଗନର ଆଉ ଏକ ଷଡଯନ୍ତ୍ର : ଟାର୍ଗେଟରେ ଭାରତର ପାଓ୍ୱାର୍ ଗ୍ରୀଡ୍,ହ୍ୟାକରଙ୍କୁ କାମରେ ଲଗାଇଛି ଚୀନ୍

ଲଦାଖ ସୀମାରେ ଭାରତ-ଚୀନ୍ ମଧ୍ୟରେ ବଳ କଷାକଷି ଚାଲିଥିବା ବେଳେ, ଭାରତୀୟ ସୀମାବର୍ତ୍ତୀ ବିଦ୍ୟୁତ୍ ଯୋଗାଣ କେନ୍ଦ୍ର ଉପରେ ଆଖି ପକାଇଛି ଡ୍ରାଗନ୍ । ଭାରତର ବିଦ୍ୟୁତ ସରବରାହ ବ୍ୟବସ୍ଥା ଭିତରେ ବାରମ୍ବାର ପଶିବାକୁ ଉଦ୍ୟମ କରୁଛନ୍ତି ଚୀନ୍ ପ୍ରାୟୋଜିତ ହ୍ୟାକର୍

author-image
Prangyan Parimita
China Hackers

China Hackers

ଚୀନର ଆଉ ଏକ ଷଡଯନ୍ତ୍ର । ଭାରତର ପାୱାର ଗ୍ରୀଡ୍ ଉପରେ ଆଖି ପକାଇଛନ୍ତି ଚାଇନା ହ୍ୟାକର । ତାହା ପୁଣି ଲଦ୍ଦାଖ ସୀମାରେ । ଉତ୍ତର ଭାରତର ୭ଟି ବିଦ୍ୟୁତ୍ ଯୋଗାଣ କେନ୍ଦ୍ରକୁ ଟାର୍ଗେଟ୍ କରାଯାଇଥିବା ବେଳେ ବାରମ୍ବାର ହ୍ୟାକ୍ ଉଦ୍ୟମ ହୋଇଛି । ବେସରକାରୀ ଗୁଇନ୍ଦା ସଂସ୍ଥା ରେକର୍ଡେଡ୍ ଫ୍ୟୁଚର ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶିତ ହୋଇଛି । ତେବେ କେନ୍ଦ୍ର ଶକ୍ତି ମନ୍ତ୍ରୀ କହିଛନ୍ତି, ଚୀନ୍ ହ୍ୟାକରଙ୍କ ଏହି ଉଦ୍ୟମ ବିଫଳ ହୋଇଛି ଏବଂ ଏଭଳି ସାଇବର ଆଟାକ୍ ରୋକିବାକୁ ଭାରତ ତାର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିଛି

Advertisment

ଲଦାଖ ସୀମାରେ ଭାରତ-ଚୀନ୍ ମଧ୍ୟରେ ବଳ କଷାକଷି ଚାଲିଥିବା ବେଳେ, ଭାରତୀୟ ସୀମାବର୍ତ୍ତୀ ବିଦ୍ୟୁତ୍ ଯୋଗାଣ କେନ୍ଦ୍ର ଉପରେ ଆଖି ପକାଇଛି ଡ୍ରାଗନ୍ । ଭାରତର ବିଦ୍ୟୁତ ସରବରାହ ବ୍ୟବସ୍ଥା ଭିତରେ ବାରମ୍ବାର ପଶିବାକୁ ଉଦ୍ୟମ କରୁଛନ୍ତି ଚୀନ୍ ପ୍ରାୟୋଜିତ ହ୍ୟାକର୍। ଆଉ ଟାର୍ଗେଟରେ ରହିଛି, ଭାରତୀୟ ପାୱାର ଗ୍ରୀଡ୍ ଏବଂ ଇମର୍ଜେନସୀ ରେସପନ୍ସ ସିଷ୍ଟମ । ବେସରକାରୀ ଗୁଇନ୍ଦା ସଂସ୍ଥା ରେକର୍ଡେଡ୍ ଫ୍ୟୁଚର୍ର ରିପୋର୍ଟ ଅନୁଯାୟୀ, ଗତବର୍ଷ ଅଗଷ୍ଟରୁ ଏବର୍ଷ ମାର୍ଚ୍ଚ ମାସ ମଧ୍ୟରେ ଉତ୍ତର ଭାରତର ପ୍ରାୟ ୭ଟି ଷ୍ଟେଟ୍ ଲୋଡ୍ ଡେସପାଚ୍ ସେଂଟର ବା SLDCର ନେଟୱର୍କ ହ୍ୟାକ୍ କରିବାକୁ ଉଦ୍ୟମ ହୋଇଛି।

ଭାରତ-ଚୀନ୍ ସୀମାରେ ପାୱାର ଗ୍ରୀଡ୍ ନିୟନ୍ତ୍ରଣ ସହ ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ଏହି ସେଂଟର ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଚୀନ୍ ହ୍ୟାକରଙ୍କ ଆଖି ଏହି କେନ୍ଦ୍ର ଉପରେ ରହିଛି । ତେବେ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍.କେ. ସିଂ କହିଛନ୍ତି ଏଭଳି ଉଦ୍ୟମକୁ ବିଫଳ କରିବା ପାଇଁ ଭାରତ ନିଜର ସାଇବର୍ ସୁରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିସାରିଛି ।

Advertisment

ରିପୋର୍ଟ କହୁଛି, ଗତ ୧୮ ମାସ ମଧ୍ୟରେ ଭାରତର ଏଭଳି ଅନେକ ଶକ୍ତି କେନ୍ଦ୍ରର ନେଟୱର୍କ ହ୍ୟାକ କରିବାକୁ ଚୀନର ଷଡଯନ୍ତ୍ର ହୋଇଛି। ପ୍ରଥମେ ରେଡ୍ ଇକୋ ଏବଂ ପରେ ଟ୍ୟାଗ୍-38 ଗ୍ରୁପ୍ ଭାରତୀୟ ପାୱାର ସେର ନେଟୱର୍କ ହ୍ୟାକ୍ କରିବାକୁ ଚୀନି ହ୍ୟାକର୍ ଅବୈଧ ଅନୁପ୍ରବେଶ ଉଦ୍ୟମମ କରିଛନ୍ତି। ରେକର୍ଡେଡ୍ ଫ୍ୟୁଚରର ରିପୋର୍ଟ ମୁତାବକ, ପାୱାର ଗ୍ରୀଡକୁ ଟାର୍ଗେଟ୍ କରିବା ସହ ଚୀନ୍ ହ୍ୟାକର ଭାରତର ନାସନାଲ ଇମରଜେନସି ରେସପନ୍ସ ସିଷ୍ଟମ ଉପରେ ବି ନଜର ରଖିଛନ୍ତି ।

ଏପରିକି ଏକ ମଲଟିନାସନାଲ୍ ଲଜିଷ୍ଟିକ୍ କମ୍ପାନୀର ସହାୟକ ସଂସ୍ଥାକୁ ବି ଟାର୍ଗେଟ୍ କରିଛନ୍ତି ଚୀନ୍ ହ୍ୟାକର । ଏହି ହ୍ୟାକର ଗ୍ରୁପକୁ ଟ୍ୟାଗ୍-38 ନାଁ ଦିଆଯାଇଛି । ହ୍ୟାକିଂ ପାଇଁ ଏହି ଗ୍ରୁପ୍ ସାଡୋପ୍ଯାଡ୍ ନାମକ ଏକ ସଫ୍ଟେୱେର ବ୍ୟବହାର କରିଥିଲା। ଯାହାର ଲିଙ୍କ୍ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ଏବଂ ମିନିଷ୍ଟ୍ରି ଅଫ୍ ଷ୍ଟେଟ୍ ସିକ୍ୟୁରିଟି ସହ ରହିଥିବା ରିପୋର୍ଟରେ ଦର୍ଶାଯାଇଛି ।

ତେବେ ଚୀନ୍ ହ୍ୟାକରଙ୍କ ପକ୍ଷରୁ ଏଭଳି ଉଦ୍ୟମ ପ୍ରଥମ ନୁହେଁ,ପୂର୍ବରୁ ବି ଅନେକ ଥର ଷଡଯନ୍ତ୍ର ରଚାଯାଇଛି । ଭାରତୀୟ ଶକ୍ତି କ୍ଷେତ୍ରରେ ଗୁପ୍ତ ସୂଚନା ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଲାଗିଛନ୍ତି ଚୀନ୍ ହ୍ୟାକର । ଯାହାକୁ ପରବର୍ତ୍ତୀ ସମୟରେ ଭାରତ ବିରୋଧରେ ବ୍ୟବହାର କରାଯିବା ଆଶଙ୍କା ରହିଛି ।

ତେବେ ଏଇଠି ପ୍ରଶ୍ନ ଉଠୁଛି କାହିଁକି ଡ୍ରାଗନ୍ ନଜରରେ ଭାରତର ଶକ୍ତି କ୍ଷେତ୍ର? ଏହାକୁ ହ୍ୟାକ୍ କରିବାକୁ କାହିଁକି ହେଉଛି ଉଦ୍ୟମ କରାଯାଉଛି? ଆଶଙ୍କା କରାଯାଉଛି ଯେ, ଚୀନ୍ ପ୍ରାୟୋଜିତ ହ୍ୟାକର୍ ଗ୍ରୁପ୍ ଗୁଡ଼ିକର ମୁଖ୍ୟ କାମ ହେଉଛି, ଭାରତୀୟ ଶକ୍ତିକ୍ଷେତ୍ରର ଗୁପ୍ତ ସୂଚନା ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତେଇବା । ଯାହାକୁ ପରବର୍ତ୍ତୀ ସମୟରେ ଭାରତ ବିରୋଧରେ ବ୍ୟବହାର କରାଯିବାର ଆଶଙ୍କା ରହିଛି । ବେସରକାରୀ ଗୁଇନ୍ଦା ସଂସ୍ଥା ରେକର୍ଡେଡ୍ ଫ୍ୟୁଚର୍ର ସିନିୟର ମ୍ୟାନେଜର ଜୋନାଥନ୍ କୋଣ୍ଡ୍ରା କହିଛନ୍ତି, ହ୍ୟାକରଙ୍କ ଦ୍ୱାରା ଅନୁପ୍ରବେଶ ଉଦ୍ଯମ ବେଶ୍ ଚତୁରତାର ସହ କରାଯାଇଛି । ଏଥିପାଇଁ ନୂଆ ତଥା ଭିନ୍ନ ଧରଣର ଉପକରଣ ଏବଂ କ୍ୟାମେରା ବ୍ୟବହାର ହୋଇଛି ।

ହ୍ୟାକିଙ୍ଗରେ ବ୍ୟବହୃତ କ୍ୟାମେରା ଏବଂ ସିଷ୍ଟମ ଇତ୍ୟାଦି ଦକ୍ଷିଣ କୋରିଆ ଏବଂ ତାଇୱାନରୁ ଅପରେଟ୍ ହେଉଥିଲା। ରେକର୍ଡେଡ୍ ଫ୍ୟୁଚରର ଏହି ରିପୋର୍ଟ ସ୍ପଷ୍ଟ କରିଛି ଯେ, ବର୍ଷ ବର୍ଷ ଧରି ଏଭଳି ଉଦ୍ୟମ ଜାରି ରହିଛି। ଏନେଇ ରିପୋର୍ଟ ପ୍ରକାଶ କରିବା ପୂର୍ବରୁ ଭାରତ ସରକାରଙ୍କୁ ଏନେଇ ଆବଗତ କରାଯିବା ସହ ସତର୍କ କରି ଦିଆ ଯାଇଥିବା ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି । ତେବେ ଉତ୍ତର ଭାରତର କେଉଁ ଶକ୍ତି କେନ୍ଦ୍ରକୁ ଚୀନ୍ ହ୍ୟାକର ଟାର୍ଗେଟ୍ କରିଛନ୍ତି ଏବଂ କାହାର ଡାଟା ହ୍ୟାକ୍ ହୋଇଛି ସେନେଇ ସଂସ୍ଥା ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନି ।

ଭାରତୀୟ ପାୱାର ସେର ଉପରେ ବାରମ୍ବାର ହ୍ୟାକ୍ ଉଦ୍ୟମମ କରିଛନ୍ତି ଚୀନ୍ ହ୍ୟାକର । ଗତ ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ୮ଟି ରାଜ୍ୟକୁ ହୋଇଥିଲା ଟାର୍ଗେଟ୍ । ପଞ୍ଜାବ, ହରିଆଣା, ହିମାଚଳ ପ୍ରଦେଶ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, ଦିଲ୍ଲୀ , ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ଷ୍ଟେଟ୍ ଲୋଡ୍ ଡେସପାଚ୍ ସେଂଟରକୁ ହ୍ୟାକର ଟାର୍ଗେଟ୍ କରିଥିବା ନେଇ ମିଳିଥିଲା ସୂଚନା । କମ୍ପ୍ୟୁଟର ଇମର୍ଜେନସି ରେସପନ୍ସ ଟିମ୍ ପକ୍ଷରୁ ଏନେଇ ସେଂଟ୍ରାଲ ଇଲେକ୍ଟ୍ରିସିଟି ଅଥୋରିଟିକୁ ଜଣାଇ ଦିଆଯାଇଥିଲା । ଏହାପରେ ସଂପୃକ୍ତ ରାଜ୍ୟ ଗୁଡିକୁ ସତର୍କ କରିଦେଇଥିଲେ ସରକାର । ଏବଂ ବଡ ଧରଣର ଅଘଟଣରୁ ବର୍ତ୍ତିଯାଇଥିଲେ ୮ଟି ରାଜ୍ୟ ।

Power Grid China Hackers
Advertisment
Advertisment