Advertisment

‘ମୋ ଦୋକାନ ଭାଙ୍ଗି ଦେଲେ, ମୁଁ ଆଉ ବଞ୍ଚିବାକୁ ଚାହୁଁନି’

ଉଚ୍ଛେଦ ପ୍ରତିବାଦରେ ବ୍ୟବସାୟୀ ମାନେ କଟକ-ପୁରୀ ରୋଡର ଝାରପଡ଼ା ଓଭରବ୍ରିଜ ନିକଟରେ ରାସ୍ତାରୋକ କରିଥିଲେ। ଆନ୍ଦୋଳନ ବେଳେ ପୋଲିସ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Daily Market Evicted Near Jharpara

Daily Market Evicted Near Jharpara

ଭୁବନେଶ୍ୱର ଝାରପଡ଼ା ଗଣେଶ ମଣ୍ଡପ ହାଟ ଭଙ୍ଗା ଘଟଣାରେ ବିଜେପି ପ୍ରତିବାଦ କରିଛି। ପଦଯାତ୍ରାରେ ଯାଇ ଡିସିପି ଅଫିସ୍‌ରେ ପହଞ୍ଚି ବିଜେପି ନେତୃବୃନ୍ଦ ଆଲୋଚନା କରିଛନ୍ତି। ଡିସିପି ଉମାଶଙ୍କର ଦାଶଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ବିଜେପି ଟିମ୍। ଭୋର ସମୟରେ ହିଁ ଏଭଳି ଉଚ୍ଛେଦ କାହିଁକି କରାଗଲା ବୋଲି ବିଜେପି ପ୍ରଶ୍ନ କରିଛି।

Advertisment

ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ବିଏମ୍‌ସି କମିଶନରଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛି। ବିନା ନୋଟିସ୍‌ରେ ଉଚ୍ଛେଦ କରୁଥିବା ନେଇ ବ୍ୟବସାୟୀମାନେ ଅଭିଯୋଗ କରିବା ସହ ଏହାକୁ ବିରୋଧ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିବାରୁ ଆକ୍ରୋଶରୁ ଏଭଳି କରାଯାଉଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।

ଉଚ୍ଛେଦକୁ ଜଣେ ମହିଳା ବ୍ୟବସାୟୀ କହିଛନ୍ତି, ‘ମୋର ୨୦ ହଜାର କୁକୁଡ଼ା ମାରିଦେଲେ। ଶହ ଶହ ଲୋକଙ୍କ ଦୋକାନ ସେମାନେ ଭାଙ୍ଗି ଦେଇଛନ୍ତି। ଏମାନେ ଆଇନ୍‌ରେ ଯାଉ ନାହାନ୍ତି।’ ଆଉ ଜଣେ ମହିଳା ବ୍ୟବସାୟୀ କହିଛନ୍ତି, ‘ସବୁ କିଛି ମାଟିରେ ମିଶାଇ ଦେଲେ। ମୋର ଛୋଟ ଛୁଆଟି ଅଛି। କେମିତି ପରିବାର ଚଳିବ ? ଆମେ କେମିତି ବଞ୍ଚିବୁ ? ଏଠି ଯେଉଁ ଦୋକାନ ସବୁ ଥିଲା, କାହାର କ’ଣ ଅସୁବିଧା ହେଉଥିଲା ? ଜିନିଷ ବି ଉଠାଇବାକୁ ସମୟ ଦେଲେ ନାହିଁ। ସକାଳୁ ସକାଳୁ ଆସି ଭାଙ୍ଗି ଦେଲେ।’

Advertisment

ସେହିପରି ଆଉ ଜଣେ ମହିଳା ବ୍ୟବସାୟୀ ତାଙ୍କ ବ୍ୟବସାୟ ହରାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହାପରେ ରାଜରାସ୍ତାରେ ନିଜ ଦେହରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ଦେଖିବାକୁ ମିଳିଥିଲା।। ହେଲେ ଏହି ସମୟରେ କିଛି ଲୋକ ତାଙ୍କୁ ଅଟକାଇ ଦେଇଥିଲେ। 

ଉଚ୍ଛେଦ ପ୍ରତିବାଦରେ ବ୍ୟବସାୟୀ ମାନେ କଟକ-ପୁରୀ ରୋଡର ଝାରପଡ଼ା ଓଭରବ୍ରିଜ ନିକଟରେ ରାସ୍ତାରୋକ କରିଥିଲେ। ଆନ୍ଦୋଳନ ବେଳେ ପୋଲିସ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନ୍ଦୋଳନ ଜୋରଦାର ହେବା ପରେ କିଛି ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିଲା। ଏହାପରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତି, ସୁନିତୀ ମୁଣ୍ଡ୍ ପ୍ରମୁଖ ଚାଲି ଚାଲି ଡିସିପି ଅଫିସ ଅଭିମୁଖେ ବାହାରିଥିଲେ। ହେଲେ ପୋଲିସ ସେମାନଙ୍କୁ ଅଧା ବାଟରୁ ଉଠାଇ ଭ୍ୟାନରେ ବସାଇ ଡିସିପି ଅଫିସ ଆଣିଥିଲା।

Bhubaneswar Daily Market Evicted
Advertisment
Advertisment