/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690036958.jpg)
Young girl works at petrol pump
ପେଟ୍ରୋଲ ପମ୍ପରେ ଭିଡ ଯେତିକି ବଢେ ସିଏ ସେତିକି ବ୍ୟସ୍ତ ରୁହନ୍ତି । କେମିତି ଲୋକମାନେ ଠିକ୍ରେ ପେଟ୍ରୋଲ ପାଇବେ, କେମିତି ଟଙ୍କା ସବୁକୁ ଠିକ୍ରେ ଗଣିକି ନେବେ । ସକାଳୁ ସଂଜ ପମ୍ପରେ ଛିଡା ହୋଇ ଲୋକଙ୍କୁ ପେଟ୍ରୋଲ ଦିଅନ୍ତି, ଆଉ ବ୍ୟସ୍ତ ରୁହନ୍ତି । କାରଣ ସେଥିରୁ ଯେତିକି ରୋଜଗାର ହୁଏ ସେତିକିରେ ପରିବାର ଚଳିବ । ପୂର୍ବରୁ ଯେଉଁ କାମ ସବୁ ପୁରୁଷ ମାନେ କରୁଥିଲେ, ଆଜି ସମାନ କାମକୁ ଯୁବତୀମାନେ କରୁଛନ୍ତି ଆଉ ଭଲ ଦୁଇ ପଇସା ରୋଜଗାର ବି କରୁଛନ୍ତି ।
କନ୍ଧମାଳ ରାଇକିଆର ଶମାପ୍ରଭା ରାଓ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବା ପରେ ବି ଗ୍ରାଜୁଏସନ୍ କରିଛନ୍ତି । ଅଧିକ ପଢିବା ଲାଗି ଇଚ୍ଛା ଥିଲେ ବି ପାଖରେ ଟଙ୍କା ନଥିବାରୁ ତାହା ସମ୍ଭବ ହୋଇପାରିନଥିଲା । ଏମିତିକି ଘରର ବୋଝ ବି ତାଙ୍କ ଉପରେ ରହିଛି । ସେଇଥି ଲାଗି ତ ପ୍ରତିଦିନ ଏମିତି ପେଟ୍ରୋଲ ପମ୍ପରେ ଛିଡା ହୋଇ କାମ କରୁଛନ୍ତି । ଦୁଇ ପଇସା ରୋଜଗାର କରୁଛନ୍ତି । ଏତେ ପ୍ରତିକୂଳ ପରିସ୍ଥିତିରେ ଥାଇ ବି ସେ ହାର ମାନିନାହାନ୍ତି ବରଂ ଆଗକୁ ପାଠ ପଢିବାକୁ ଚେଷ୍ଟା ଚଳାଇଛନ୍ତି ।
ଭବିଷ୍ୟତରେ ଜଣେ ଭଲ ଶିକ୍ଷୟତ୍ରୀ ହେବା ନେଇ ସ୍ୱପ୍ନ ବି ଦେଖୁଛନ୍ତି । ଖାଲି ସ୍ୱପ୍ନ ଦେଖିଲେ ତାହା ବାସ୍ତବରୂପ ନିଏ ନାହିଁ ବରଂ ସେଥିପାଇଁ ଦରକାର କଠିନ ଅଧ୍ୟବସାୟ । ବାସ୍ ଏ କଥାକୁ ଯେମିତି ଅକ୍ଷରେ ଅକ୍ଷରେ ବୁଝିଛନ୍ତି ଶମାପ୍ରଭା । ଜାଣିଆଶ୍ଚର୍ଯ୍ୟ ହେବେ କି ପେଟ୍ରୋଲ ପମ୍ପରେ ସେ କାମ କରୁଥିବା ବେଳେ ଟିକିଏ ହେଲେ ବି ସଂକୋଚ କରନ୍ତି ନାହିଁ । ଅନ୍ୟସାଥୀ ମାନେ ଯେମିତି କାମ କରନ୍ତି ଇଏ ବି ସେମିତି କରନ୍ତି । ସାଥୀମାନେ ଯେବେ ଜାଣିଲେ ପରିବାରର ବୋଝ ସହ ନିଜ ସ୍ୱପ୍ନ ସାକାର କରିବାକୁ ଶମାପ୍ରଭା ଏମିତି ପରିଶ୍ରମ କରୁଛନ୍ତି ସେମାନେ ବି ପ୍ରଶଂସା କରିଛନ୍ତି ଆଉ ପ୍ରାର୍ଥନା କରୁଛନ୍ତି ତାଙ୍କର ସବୁ ସ୍ୱପ୍ନ ପୂରଣ ହେଉ ।
ଶମାପ୍ରଭା ଘରର ବଡ ଝିଅ । ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକ ପାସ କରିବା ପରେ ସାନ ଭାଇଭଉଣୀଙ୍କୁ ସେ ପାଠ ପଢାଉଛନ୍ତି । ଘରର ଅବସ୍ଥା ଦେଖିଲେ ଯିଏ ନାହିଁ ସିଏ ବୁଝିପାରିବ ସେମାନେ କେତେ ଆର୍ଥିକ ଅନଗ୍ରସର ? ଏଭଳି ଅସୁବିଧାରେ ଚଳୁଥିବା ବେଳେ ସରକାରଙ୍କ ପକ୍ଷରୁ ଆସିଥିବା ଆବାସ ଗୃହରେ ତାଙ୍କ ନାଁ ବି ନାହିଁ । ଏମିତି ସ୍ଥିତିରେ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପରିବାର ପକ୍ଷରୁ କରାଯାଇଛି ଅନୁରୋଧ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)