Advertisment

ରାଜ୍ୟରେ ହୁ ହୁ ମାଡୁଛି ସ୍କ୍ରବ୍ ଟାଇଫସ୍, ବରଗଡ଼ରେ ୬ ଜଣଙ୍କ ମୃତ୍ୟୁ !

କେନ୍ଦୁଝରରେ ସର୍ବାଧିକ ୬୨୭ ରୋଗୀ ଚିହ୍ନଟ । ଦୁଇ ଜିଲ୍ଲାକୁ ଗଲା ଜନସ୍ବାସ୍ଥ୍ୟ ବିଭାଗ ସ୍ପେଶାଲ ଟିମ୍ ।

author-image
Satyendu Shekher Mishra
Scrub Typhus

Scrub Typhus

ରାଜ୍ୟରେ ଥମୁନି ସ୍କ୍ରବ ଟାଇଫସ ଆତଙ୍କ। ଘୁ ଘୁ ହୋଇ ମାଡ଼ିଚାଲିଛି। ଲୋକେ ଭୟଭୀତ, ଚିନ୍ତାରେ ସରକାର। ସବୁଠୁ ଅଧିକ ଚିନ୍ତା ବଢ଼ାଇଛି କେନ୍ଦୁଝର, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲା। କେନ୍ଦୁଝର ଜିଲ୍ଲାରେ ଏ ବର୍ଷ ଚିହ୍ନଟ ହେଲେଣି ୬୨୭ ସ୍କ୍ରବ ଟାଇଫସ ରୋଗୀ । ଏପଟେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୩ ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ସ୍କ୍ରବ୍ ଟାଇଫସ ପଜିଟିଭ ସଂଖ୍ୟା ୧୮୩ରେ ପହଞ୍ଚିଛି । 

Advertisment

ଏମିତିକି ଜିଲ୍ଲାରେ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ବି ଆସିଛି । ସେହିପରି ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୨ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି। 

ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱତନ୍ତ୍ର ଟିମ୍ ପଠାଇଛି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ। ବରଗଡ଼ ଜିଲ୍ଲାକୁ ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କ ନେତୃତ୍ବରେ ଜଣେ ଏପିଡୋମିଓଲଜିଷ୍ଟ ଓ ଜଣେ ମାଇକ୍ରୋବାୟୋଲଜିଷ୍ଟଙ୍କୁ ପଠାଯାଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ସ୍ଥିତି ଅନୁଧ୍ୟାନ ପାଇଁ ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କୁ ପଠାଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସ୍କ୍ରବ ଟାଇଫସ ଉପରେ ନଜର ରଖାଯାଇ ସର୍ଭେଲାନ୍ସ ଜାରି ରହିଛି। ଟେଷ୍ଟିଂ ବଢ଼ାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସ୍କ୍ରବ ଟାଇଫସ ରୋଗ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହେଲେ ମୃତ୍ୟୁରୁ ରକ୍ଷା କରାଯାଇପାରିବ। ଏଣୁ ଶୀଘ୍ର ଚିହ୍ନଟକୁ ଗୁରୁତ୍ବ ଦେବାକୁ ଡାକ୍ତରଙ୍କୁ ପରାମର୍ଶ ଦିଆଯାଇଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। 

Advertisment

ଚିଗର ପୋକ କାମୁଡ଼ିଲେ ସ୍କ୍ରବ ଟାଇଫସ ରୋଗ ହୋଇଥାଏ। ପ୍ରଥମେ ରୋଗୀ ଶରୀରରେ ଘା ଭଳି ହୁଏ। ଘା ଚାରିପାଖ ନାଲି ପଡ଼ିଯାଏ। ଧୀରେ ଧୀରେ ମଝି ଅଂଶ କଳା ପଡ଼ିଯାଏ । ରୋଗୀଙ୍କୁ ଜ୍ବର ହେବା ସହ ଘୋଳାବିନ୍ଧା ହୁଏ। ଏଭଳି ଲକ୍ଷଣ ଦେଖାଗଲେ, ତୁରନ୍ତ ସ୍କ୍ରବ ଟାଇଫସ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦିଆଯାଇଛି।

Advertisment
Advertisment