• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି ନୂଆ ସଂସଦ ଭବନ । ଭାରତକୁ ମିଳିଛି ଭବ୍ୟ, ବିଶାଳ ଓ ଅତ୍ୟାଧୁନିକ ନୂତନ ସଂସଦ ଭବନ । ଯାହାକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ନୂଆ ସଂସଦ ଭବନ କୋଟି କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ । ବୈଦିକ ରିତି ନୀତିରେ ପୂଜାର୍ଚ୍ଚନା ତଥା ହୋମ ଯଜ୍ଞ କରି ଏହାର ଗୃହପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ । ଏଥିରେ ମନ୍ତ୍ରୀମାନଙ୍କ ପାଇଁ ୯୨ଟି କାର୍ଯ୍ୟାଳୟ ନିର୍ମାଣ କରାଯାଇଛି । ଏହାସହ ଏହାକୁ ସମ୍ପୂର୍ଣ୍ଣରୁପେ ଡିଜିଟାଲାଇଜ୍‌ କରାଯାଇଛି। ଖାଲି ସେତିକି ନୁହେଁ ଏହି ନୂଆ ସଂସଦ ଭବନରେ ଅଧିକାଂଶ କାର୍ଯ୍ୟ ପେପର ଲେସ୍‌ ରହିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି ।

ଏସବୁ ବାଦ୍ ଏହାର ଆହୁରି ଅନେକ ବିଶେଷତ୍ୱ ରହିଛି.. ଆସନ୍ତୁ ଜାଣିବା...

୧. ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିବା ଏହି ନୂଆ ସଂସଦ ଭବନ ୬୪ ହଜାର ୫ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ । ଏଥିରେ ୮୮୮ସିଟ୍‌ ରହିଛି ।

୨- ଏହା ସେଣ୍ଟ୍ରାଲ ହଲ୍‌ ଉଭୟ ରାଜ୍ୟସଭା ଓ ଲୋକସଭାର ବିଭିନ୍ନ ବୈଠକ ପାଇଁ ବ୍ୟବହାର କରାଯାଇ ପାରିବ । ଏଥିରେ ୧୨୭୨ ଜଣ ଏକକାଳିନ ବସିପାରିବେ।

୩- ନୂଆ ସଂସଦ ଭବନକୁ ବାସ୍ତୁଶାସ୍ତ୍ର ଅନୁସାରେ ତ୍ରିକୋଣାକାର କରାଯାଇଛି । ଅନ୍ୟପଟେ ଏହାର ଭୁଖଣ୍ଡ ବି ତ୍ରିକୋଣାକାର ବିଶିଷ୍ଟ ରହିଛି ।

୪- ସଂସଦ ଭବନ ଉପରେ ଶୋଭା ପାଉଛି ୧୦ ହଜାର କିଲୋଗ୍ରାମର ସୁଦୃଶ୍ୟ ରାଷ୍ଟ୍ରୀୟ ପ୍ରତୀକ ବା ଅଶୋକ ସ୍ତମ୍ଭ।

୫- ସଂସଦ ଭବନ ମୁଖ୍ୟ ପ୍ରବେଶ ଦ୍ୱାରରେ ଖୋଦିତ ହୋଇଛି ଅଶୋକ ଚକ୍ର। ତଳେ ଲେଖାଯାଇଛି ସତ୍ୟମେବ ଜୟତେ ।

୬- ନୂତନ ପାର୍ଲାମେଣ୍ଟ ଗୃହରେ ରହିଛି ୩ଟି ପ୍ରବେଶ ପଥ। ଯାହାର ନାଁ ରଖାଯାଇଛି ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର ।

୭- ନୂତନ ସଂସଦ ଭବନକୁ ୪ ମହଲା ବିଶିଷ୍ଟ କରାଯାଇଛି। ୧୨ ଶହ ୭୨ ସାଂସଦଙ୍କ ପାଇଁ ବସିବା ବ୍ୟବସ୍ଥା ରହିଛି ।

୮- ଲୋକସଭାରେ ୮୮୮ ସିଟ୍ ଥିବାବେଳେ, ରାଜ୍ୟସଭାରେ ରହିଛି ୩୮୪ ସିଟ୍ ।

୯- ପୁରୁଣା ପାର୍ଲାମେଣ୍ଟ ଠାରୁ ନୂଆରେ ପ୍ରାୟ ୫ଶହ ସିଟ୍ ଅଧିକ

୧୦- ଜାତୀୟ ପକ୍ଷୀ ମୟୂର ଶୈଳୀରେ ଲୋକସଭା ନିର୍ମିତ ହୋଇଥିବାବେଳେ ଜାତୀୟ ପୁଷ୍ପ ପଦ୍ମ ଦ୍ୱାରା ପ୍ରେରିତ ହୋଇଛି ରାଜ୍ୟସଭା।

୧୧- ନୂଆ ସଂସଦ ଭବନରେ ପ୍ରତିଟି ସାଂସଦଙ୍କ ସିଟ୍‌ରେ ରହିଛି ମଲ୍ଟିମିଡିଆ ଡିସପ୍ଲେ। ଯୋଗାଯୋଗ ପାଇଁ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା।

୧୨ - ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିବା ଭଳି ଘଟଣା ଏଡାଇବାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।

୧୩ - ଗୃହ ପରିଚାଳନା ଦାୟିତ୍ୱରେ ଥିବା ବାଚସ୍ପତିଙ୍କ ଆସନ ବହୁ ଉଚ୍ଚରେ ରଖାଯାଇଛି ।

୧୪ - ପ୍ରଥମେ ୮୬୧ କୋଟି ଟଙ୍କାରେ ଟାଟା କମ୍ପାନୀକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା । ପରେ ଧିରେ ଧିରେ ଏହାର ବଜେଟ୍‌ ବଢ଼ିଥିଲା । ଶେଷ ବେଳକୁ କୁହାଯାଉଛି ଯେ, ପ୍ରାୟ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଇପାରେ । କିନ୍ତୁ ସରକାରୀ ସ୍ତରରେ ଏନେଇ କୌଣସି ପ୍ରକାର ଘୋଷଣା କରାଯାଇନାହିଁ । ମାତ୍ର ଅଢେଇ ବର୍ଷରେ ଏହାର ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍।

OTV is now on Whatsapp

Join and get latest news update delivered to you via whatsapp

Join Now